ଏସିଆ କପ୍ ଚାମ୍ପିୟନ ଭାରତ ହେଲା ମାଲାମାଲ : କୁଲଦୀପଙ୍କୁ ମିଳିଲା ୪୧ ଲକ୍ଷ, ଜାଣନ୍ତୁ କିଏ ପାଇଲେ କେତେ ପୁରସ୍କାର ରାଶି

The Sakala Picture
Published On

କଲମ୍ବୋ: ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ହରାଇ ୮ମ ଥର ପାଇଁ ଏସିଆ କପ ଚାମ୍ପିୟନ ହୋଇଛି ଟିମ ଇଣ୍ଡିଆ। ମହମ୍ମଦ ସିରାଜଙ୍କ ୬ ୱିକେଟ ସଫଳତା ବଳରେ ଭାରତୀୟ ଟିମ ଘରୋଇ ଶ୍ରୀଲଙ୍କାକୁ ଏକ ତରଫା ଭାବେ ହରାଇ ଦେଇଛି। ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୫୧ ରନ ଟାର୍ଗେଟକୁ ୬.୧ ତମ ଓଭରରେ ହାସଲ କରିନେଇଥିଲା ଭାରତ । ଭାରତ ପକ୍ଷରୁ ଶୁଭମନ ଗିଲ ୨୭ ରନ ଓ ଇଶାନ କିଷନ ୨୩ ରନ […]

କଲମ୍ବୋ: ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ହରାଇ ୮ମ ଥର ପାଇଁ ଏସିଆ କପ ଚାମ୍ପିୟନ ହୋଇଛି ଟିମ ଇଣ୍ଡିଆ। ମହମ୍ମଦ ସିରାଜଙ୍କ ୬ ୱିକେଟ ସଫଳତା ବଳରେ ଭାରତୀୟ ଟିମ ଘରୋଇ ଶ୍ରୀଲଙ୍କାକୁ ଏକ ତରଫା ଭାବେ ହରାଇ ଦେଇଛି। ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୫୧ ରନ ଟାର୍ଗେଟକୁ ୬.୧ ତମ ଓଭରରେ ହାସଲ କରିନେଇଥିଲା ଭାରତ । ଭାରତ ପକ୍ଷରୁ ଶୁଭମନ ଗିଲ ୨୭ ରନ ଓ ଇଶାନ କିଷନ ୨୩ ରନ କରିଥିଲେ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ତେବେ ମ୍ୟାଚର ପ୍ରକୃତ ହିରୋ ଥିଲେ ମହମ୍ମଦ ସିରାଜ। ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟଙ୍କ ଘାତକ ବୋଲିଂକୁ ସାମ୍ନା ନ କରି ପାରି ଶ୍ରୀଲଙ୍କା ମାତ୍ର ୧୫.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୫୦ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଭାରତ ବିନା କୌଣସି ୱିକେଟ ହରାଇ ଧାର୍ୟ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା। ଏହା କୌଣସି ଦିନିକିଆ ଫାଇନାଲରେ ଭାରତର ସବୁଠାରୁ ବଡ଼ ବିଜୟ। ପୂର୍ବରୁ ଦଳ କେବେ ହେଲେ ଏତେ ବଲ ବ୍ୟବଧାନରେ ଜିତି ନଥିଲା। ଭାରତ ପାଇଁ ସିରାଜ ୭ ଓଭରରେ ୨୧ ରନ ଦେଇ ୬ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ସଫଳତା ପାଇଥିଲେ।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ଜମ୍ମୁ ଓ କାଶ୍ମୀର: ୮ ଥରର ଚାମ୍ପିଅନ୍‌ କର୍ଣ୍ଣାଟକକୁ ହରାଇ ଜିତିଲା ପ୍ରଥମ ରଣଜୀ ଟ୍ରଫି

ଭାରତ ପୂର୍ବରୁ ୧୯୮୪, ୧୯୮୮, ୧୯୯୧, ୧୯୯୫, ୨୦୧୦, ୨୦୧୬ ଓ ୨୦୧୮ରେ ଏସିଆ କପ୍ ଚାମ୍ପିଅନ ହୋଇଥିଲା । ଆଜିର ବିଜୟକୁ ମିଶାଇ ଭାରତ ମୋଟ ୮ଥର, ଶ୍ରୀଲଙ୍କା ୬ଥର ଓ ପାକିସ୍ତାନ ୨ ଥର ଚାମ୍ପିୟନ ହୋଇଛି । ତେବେ ଆଜି ଚାମ୍ପିୟନ ହେବା ପରେ ଭାରତ ଉପରେ ହୋଇଛି ଟଙ୍କା ବର୍ଷା। ଭାରତୀୟ ଦଳ ଏସିଆ କପ୍ ୨୦୨୩ ଜିତିବା ପରେ ପୁରସ୍କାର ସ୍ୱରୂପ ୧,୭୫,୦୦୦ ଡଲାର (୧.୨୪ କୋଟି ଟଙ୍କା) ପାଇଛି ଜ୍ଝ ଏଥି ସହିତ ପ୍ଲେୟାର ଅଫ୍ ଦି ମ୍ୟାଚ୍ ମହମ୍ମଦ ସିରାଜ ଏବଂ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ କୁଲଦୀପ ଯାଦବ ମଧ୍ୟ ଅର୍ଥରାଶୀ ପୁରସ୍କାର ବାବଦକୁ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍‌ ସୁପର୍‌-୮ ଲଢେ଼ଇ: ଆଜି ଭାରତ-ଜିମ୍ବାୱେ ମହାମୁକାବିଲା, ଟିମ୍ ଇଣ୍ଡିଆ ପାଇଁ 'କର ବା ମର' ସ୍ଥିତି

ରବିନ୍ଦ୍ର ଜାଡେଜା: ୩୦୦୦ ଡଲାର (୨.୪୯ ଲକ୍ଷ) ମ୍ୟାଚର ଶ୍ରେଷ୍ଠ କ୍ୟାଚ୍ 
ମହମ୍ମଦ ସିରାଜ: ୫୦୦୦ ଡଲାର (୪.୧୫ ଲକ୍ଷ ଟଙ୍କା) ଏବଂ ଟ୍ରଫି, ପ୍ଲେୟାର ଅଫ୍ ଦି ମ୍ୟାଚ୍ (ସିରାଜ ତାଙ୍କ ପରୁସ୍କାର ରାଶି ଗ୍ରାଉଣ୍ଡମ୍ୟାନମାନଙ୍କୁ ଦାନ କରିଛନ୍ତି)
କୁଲଦୀପ ଯାଦବ: ୫୦,୦୦୦ ଡଲାର, (୪୧.୫୪ ଲକ୍ଷ ଟଙ୍କା) ପ୍ଲେୟାର ଅଫ୍ ଦି ସିରିଜ୍ (କୁଲଦୀପ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ନଅ ୱିକେଟ୍ ନେଇଥିଲେ, ସେଥିମଧ୍ୟରେ ପାକିସ୍ତାନ ବିପକ୍ଷରେ ପାଞ୍ଚଟି)
ଶ୍ରୀଲଙ୍କାର ଗ୍ରାଉଣ୍ଡ କର୍ମଚାରୀ: ପିଚ୍ କ୍ୟୁରେଟର ଏବଂ ଗ୍ରାଉଣ୍ଡମ୍ୟାନମାନେ  ୫୦,୦୦୦ ଡଲାର (୪୧.୫୪ ଲକ୍ଷ ଟଙ୍କା) 
ଶ୍ରୀଲଙ୍କା: ରନର୍ ଅପ୍ ଦଳକୁ ୭୫,୦୦୦ ଡଲାର୍ (୬୨.୩୧ ଲକ୍ଷ ଟଙ୍କା) 
ଭାରତ: ବିଜେତା ଦଳକୁ ୧୫୦,୦୦୦ ଡଲାର୍ ( ୧.୨୪ କୋଟି ଟଙ୍କା) 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp