ଆଜିଠାରୁ ଏସିଆ କପ୍‌ କ୍ରିକେଟ; ରାତି ୮ରୁ ମ୍ୟାଚ୍‌ ଆରମ୍ଭ, ୧୪ରେ ଭାରତ-ପାକ୍‌ ମୁକାବିଲା…

The Sakala Picture
Published On

ଦୁବାଇ: ୟୁଏଇରେ ଏସିଆ କପ୍‌ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ଏସିଆର ଶ୍ରେଷ୍ଠ ୮ଟି ଦଳ ଟି-୨୦ ଫର୍ମାଟରେ ଖେଳିବେ। ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିଲେ ମଧ୍ୟ ପାକିସ୍ତାନ ଖେଳିବାକୁ ନ ଆସିବାରୁ ନିରପେକ୍ଷ ଦେଶ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ପୂର୍ବରୁ ଏକାଧିକ ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଅଭିଜ୍ଞତା ଥିବାରୁ ଭାରତ ଏହି ଭେନ୍ୟୁରେ ଆୟୋଜନ କରିବାକୁ ରାଜି ହୋଇଛି। ଏହା ଫଳରେ ଦୁବାଇ ଓ […]

ଦୁବାଇ: ୟୁଏଇରେ ଏସିଆ କପ୍‌ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ଏସିଆର ଶ୍ରେଷ୍ଠ ୮ଟି ଦଳ ଟି-୨୦ ଫର୍ମାଟରେ ଖେଳିବେ। ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିଲେ ମଧ୍ୟ ପାକିସ୍ତାନ ଖେଳିବାକୁ ନ ଆସିବାରୁ ନିରପେକ୍ଷ ଦେଶ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ପୂର୍ବରୁ ଏକାଧିକ ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଅଭିଜ୍ଞତା ଥିବାରୁ ଭାରତ ଏହି ଭେନ୍ୟୁରେ ଆୟୋଜନ କରିବାକୁ ରାଜି ହୋଇଛି। ଏହା ଫଳରେ ଦୁବାଇ ଓ ଆବୁଧାବିରେ ଥିବା ଦୁଇଟି ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଆୟୋଜନ କରାଯିବ। ଏସିଆ କପ୍‌ର ପୂର୍ବସଂସ୍କରଣ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା। ଆସନ୍ତାବର୍ଷ ଟି-୨୦ ବିଶ୍ୱକପ୍‌ ଖେଳାଯିବ। ଏଥିଲାଗି ଚଳିତ ସଂସ୍କରଣର ଏସିଆ କପ୍‌ ଟି-୨୦ ଫର୍ମାଟରେ ଖେଳିବାକୁ ଏସୀୟ କ୍ରିକେଟ କାଉନ୍ସିଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଭାରତ-ପାକ୍‌ ଗୋଟିଏ ଗ୍ରୁପ୍‌ରେ
ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିବା ୮ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଏହା ମଧ୍ୟରୁ ଗ୍ରୁପ୍‌-ଏ’ରେ ଭାରତ, ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ୟୁଏଇ ଏବଂ ଓମାନ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍‌-ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ସ୍ଥାନ ପାଇଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ରାଉଣ୍ଡ ରବିନ ଲିଗ୍‌ ଭିତ୍ତିରେ ଦଳଗୁଡ଼ିକ ଥରେ ଲେଖାଏଁ ମ୍ୟାଚ୍‌ ଖେଳିବେ। ଏହା ମଧ୍ୟରୁ ଦୁଇ ଶ୍ରେଷ୍ଠ ଦଳ ଗୋଟିଏ ଗ୍ରୁପ୍‌ ହୋଇଥିବା ସୁପର-୪’କୁ ଉନ୍ନୀତ ହେବେ। ସୁପର-୪’ରେ ମଧ୍ୟ ଗୋଟିଏ ଦଳ ଅନ୍ୟସହ ଥରେ ଲେଖାଏଁ ଖେଳିବେ। ଏହା ପରେ ପଏଣ୍ଟ ତାଲିକାରେ ସ୍ଥାନ ପାଇଥିବା ଦୁଇ ଶ୍ରେଷ୍ଠ ଦଳ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ।

୯ରେ ଆରମ୍ଭ, ୨୮ରେ ଫାଇନାଲ
ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବ। ମଙ୍ଗଳବାର ଏହି ଟୁର୍ଣ୍ଣାମେଣ୍ଟ ଗ୍ରୁପ୍‌-ବି’ରେ ସ୍ଥାନ ପାଇଥିବା ଆଫଗାନିସ୍ତାନ ଓ ହଂକଂ ମୁକାବିଲାରୁ ଆରମ୍ଭ ହେବ। ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଗୁଡ଼ିକ ସେପ୍ଟେମ୍ବର ୧୯ରେ ଶେଷ ହେବ। ସେପ୍ଟେମ୍ବର ୨୦ରୁ ୨୬ ତାରିଖଯାଏ ସୁପର-୪ ମୁକାବିଲା ଖେଳାଯିବ। ୨୮ରେ ଫାଇନାଲ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଥିବା ଭାରତ ସେପ୍ଟେମ୍ବର ୧୦ରେ ପ୍ରଥମ ମ୍ୟାଚ୍‌ ୟୁଏଇ, ୧୪ରେ ଦ୍ୱିତୀୟ ମ୍ୟାଚ୍‌ ପାକିସ୍ତାନ ଓ ତୃତୀୟ ମ୍ୟାଚ୍‌ ଓମାନ ସହ ୧୯ରେ ଖେଳିବ। ଭାରତ-ଓମାନ ମୁକାବିଲାଟି ମଧ୍ୟ ଲିଗ୍‌ ପର୍ଯ୍ୟାୟରେ ଶେଷ ମ୍ୟାଚ୍‌ ହେବ।

ରାତି ୮ଟାରୁ ସୋନି ସ୍ପୋର୍ଟ୍ସ

ନେଟ୍‌ୱର୍କରେ ପ୍ରସାରଣ

ଏହି ମେଗା ଇଭେଣ୍ଟର ଟେଲିଭିଜନରେ ପ୍ରସାରଣ ଲାଗି ସୋନି ସ୍ପୋର୍ଟ୍ସ ନେଟ୍‌ୱର୍କ ଅଧିକାର ହାସଲ କରିଛି। ଏହା ଛଡ଼ା ସୋନି ଲାଇଭ୍‌ ଆପ୍‌ରେ ମଧ୍ୟ ମ୍ୟାଚ୍‌ର ଲାଇଭ୍‌ ଷ୍ଟ୍ରିମିଂ ଦେଖାଯାଇପାରିବ। ହଟ୍‌ଷ୍ଟାରରେ ମଧ୍ୟ ଲାଇଭ୍‌ ଷ୍ଟ୍ରିମିଂ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି।

ସେହିପରି ଭାରତୀୟ ସମୟ ରାତି ୮ଟାରୁ ମ୍ୟାଚ୍‌ ଆରମ୍ଭ ହେବ। ଏସିଆ କପ୍‌ରେ ମୋଟ ୧୯ଟି ମ୍ୟାଚ୍‌ ଖେଳାଯିବ। ଏହା ମଧ୍ୟରୁ ସେପ୍ଟେମ୍ବର ୧୫ରେ ଖେଳାଯିବାକୁ ଥିବା ଗ୍ରୁପ୍‌-ବି’ର ଓମାନ-ୟୁଏଇ ମୁକାବିଲା ଭାରତୀୟ ସମୟ ଅପରାହ୍ଣ ୪ଟାରୁ ଆରମ୍ଭ। ଟୁର୍ଣ୍ଣାମେଣ୍ଟରେ ଏହି ଗୋଟିଏ ଦିନ ଡବଲ ହେଡର ମ୍ୟାଚ୍‌ ଖେଳାଯିବ। ରାତି ୮ଟାରୁ ଶ୍ରୀଲଙ୍କା ଓ ହଂକଂ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅନ୍ୟ ସମସ୍ତ ମ୍ୟାଚ୍‌ଗୁଡିକର ଆରମ୍ଭ ସମୟ ରାତି ୮ଟା ରଖାଯାଇଛି।

09 Sep 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର