ଗିଲଙ୍କ ଶତକ ବ୍ୟର୍ଥ, ଏସିଆ କପ୍‌‌ର ଶେଷ ସୁପର-୪ ମ୍ୟାଚ୍‌‌ରେ ବାଂଲାଦେଶ ଠାରୁ ହାରିଲା ଭାରତ

The Sakala Picture
Published On

କଲମ୍ବୋ: ଶୁବମାନ ଗିଲଙ୍କ ଚମତ୍କାର ଶତକ ସତ୍ତ୍ବେ ଏଠାରେ ଶୁକ୍ରବାର ଅନୁଷ୍ଠିତ ଏସିଆ କପ୍‌‌ର ଶେଷ ସୁପର-୪ ମ୍ୟାଚ୍‌‌ରେ ବାଂଲାଦେଶ ୬ ରନ୍‌‌ରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପ୍ରତିଯୋଗିତାର ଫାଇନାଲ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସୁପର-୪’ରେ ବାଂଲାଦେଶ ସାନ୍ତ୍ୱନାମୂଳକ ବିଜୟ ସତ୍ତ୍ବେ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌‌ର ଫାଇନାଲ ମୁକାବିଲା ହେବ। ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୮ ୱିକେଟରେ ୨୬୫ ରନ୍‌‌ କରିଥିଲା। […]

କଲମ୍ବୋ: ଶୁବମାନ ଗିଲଙ୍କ ଚମତ୍କାର ଶତକ ସତ୍ତ୍ବେ ଏଠାରେ ଶୁକ୍ରବାର ଅନୁଷ୍ଠିତ ଏସିଆ କପ୍‌‌ର ଶେଷ ସୁପର-୪ ମ୍ୟାଚ୍‌‌ରେ ବାଂଲାଦେଶ ୬ ରନ୍‌‌ରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପ୍ରତିଯୋଗିତାର ଫାଇନାଲ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସୁପର-୪’ରେ ବାଂଲାଦେଶ ସାନ୍ତ୍ୱନାମୂଳକ ବିଜୟ ସତ୍ତ୍ବେ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌‌ର ଫାଇନାଲ ମୁକାବିଲା ହେବ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୮ ୱିକେଟରେ ୨୬୫ ରନ୍‌‌ କରିଥିଲା। ଦଳ ପକ୍ଷରୁ ସାକିବ ଅଲ ହସନ ସର୍ବାଧିକ ୮୦, ତୋହିଦ୍‌‌ ହୃଦୟ ୫୪ ରନ୍‌‌ କରିଥିଲେ। ଜବାବରେ ଭାରତ ୪୯.୫ ଓଭର ଖେଳି ୨୫୯ ରନ୍‌‌ରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଗିଲ ପଞ୍ଚମ ଶତକ ସହ ୧୩୩ ବଲରୁ ୮ ଚୌକା ଓ ୫ଛକା ସହ ସର୍ବାଧିକ ୧୨୧ ରନ୍‌‌ କରିଥିଲେ। ଦଳର ଟପ୍‌‌ ଅର୍ଡର ଫେଲ ମାରିଥିଲାବେଳେ ଅକ୍ଷର ପଟେଲ ୪୨ ରନ୍‌‌ର ସାହାସିକ ପାଳି ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ଲାଗି ପର୍ଯ୍ୟାପ୍ତ ହୋଇ ନଥିଲା। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୨୬, ରୋହିତ ଶର୍ମା ୦, ଲୋକେଶ ରାହୁଲ ୧୯, ଇଶାନ କିସାନ ୫ ଓ ପଦାର୍ପଣ କରିଥିବା ତିଳକ ବର୍ମା ମଧ୍ୟ ୫ ରନ୍‌‌ କରିଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମନ ସର୍ବାଧିକ ୩ଟି, ତାଞ୍ଜିମ ହାସନ ସକିବ ଓ ମେହେଦୀ ହାସନ ୨ଟି ଲେଖାଏଁ ୱିକେଟ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଏହି ମ୍ୟାଚ୍‌‌ରେ ୫ଜଣ ଖେଳାଳିଙ୍କୁ ବିଶ୍ରାମ ଦେଇଥିବା ଭାରତୀୟ ଦଳ ଟସ୍‌‌ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲା। ବାଂଲାଦେଶ ବ୍ୟାଟିଂ ଆରମ୍ଭ କରି ପାୱାର ପ୍ଲେ ମଧ୍ୟରେ ମାତ୍ର ୨୮ ରନ୍‌‌ରେ ୩ଟି ଓ ୫୯ ରନ୍‌‌ରେ ଟପ୍‌‌ ୪ଜଣ ବ୍ୟାଟରଙ୍କୁ ହରାଇ ବିପଦରେ ପଡ଼ିଥିଲା। ପୂର୍ବମ୍ୟାଚ୍‌‌ ଭଳି ଏହା ମଧ୍ୟ ଏକ ଲୋ ସ୍କୋରିଂ ମ୍ୟାଚ୍‌‌ ହେବାର ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଅଧିନାୟକ ସାକିବଙ୍କୁ କିଛି ନୂଆ ଖେଳାଳିଙ୍କ ଉପଯୁକ୍ତ ସମର୍ଥ ମିଳିବା ଫଳରେ ବାଂଲାଦେଶ ଏଠାରେ ଏକ ବଡ଼ ସ୍କୋର କରିବାରେ ସମର୍ଥ ହୋଇପାରିଥିଲା। ସାକିବ ୮୫ ବଲ୍‌‌ରେ ୮୦ ରନ୍‌‌ କରି ୫ମ ଖେଳାଳିଭାବେ ଆଉଟ ହୋଇଥିଲାବେଳେ ତୋହିଦ୍‌‌ ହୃଦୟଙ୍କ ସହ ୫ମ ୱିକେଟ ଭାଗୀଦାରିରୁ ୧୧୫ ବଲ୍‌‌ରେ ୧୦୧ ରନ୍‌‌ ମିଳିଥିଲା। ଏହି ଭାଗୀଦାରି ଦଳକୁ ଏକ ବଡ଼ ସ୍କୋର କରିବାରେ ସହାୟତା କରିଥିଲା। ହୃଦୟ ୮୧ ବଲ୍‌‌ ଖେଳି ୫ ଚୌକା ଓ ୨ ଛକା ସହାୟତାରେ ୫୪ ରନ୍‌‌ କରିଆଉଟ ହୋଇଥିଲେ। କିନ୍ତୁ ବାଂଲାଦେଶର ନଂ-୮, ୯ ଓ ୧୦ ନମ୍ବର ବ୍ୟାଟରଙ୍କ ଚକତ୍କାର ପ୍ରଦର୍ଶନ ବଳରେ ଦଳ ୮ ୱିକେଟରେ ୨୬୫ ରନ୍‌‌ କରିବାକୁ ସମର୍ଥ ହୋଇଥିଲା। ନଂ-୮ରେ ବ୍ୟାଟିଂ କରିଥିବା ନାସୁମ ଅହମ୍ମଦ୍‌‌ ୪୫ ବଲ୍‌‌ରେ ଦ୍ରୁତ ୪୪ ରନ୍‌‌ କରିଥିଲେ। ନଂ-୯ରେ ମେହେଦୀ ହାସନ ୨୩ ବଲ୍‌‌ରୁ ୩ ଚୌକା ସହ ୨୯ ଓ ନଂ-୧୦ ତାଞ୍ଜିମ ହାସନ ସାକିବ ୮ ବଲ୍‌‌ରୁ ୧୪ ରନ୍‌‌ କରି ଶେଷ ଯାଏ ଅପରାଜିତ ରହିଥିଲେ। ଏମାନଙ୍କ ବ୍ୟାଟିଂ ଯୋଗୁ ବାଂଲାଦେଶର ଭଲ ସ୍କୋର କରିବାରେ ସମର୍ଥ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ଭାରତ ପକ୍ଷରୁ ପେସ୍‌‌ ବୋଲରଙ୍କ ପ୍ରଦର୍ଶନ ଭଲ ଥିଲେ ମଧ୍ୟ ସର୍ବାଧିକ ୩ ୱିକେଟ ନେଇଥିବା ଶାର୍ଦ୍ଦୁଳ ଠାକୁର ୧୦ ଓଭରରେ ୬୫ ରନ୍‌‌ ବ୍ୟୟ କରିଥିଲେ। ମହମ୍ମଦ୍‌‌ ସାମି ୮ ଓଭର ବୋଲିଂ କରି ୩୨ ରନ୍‌‌ରେ ୨ଟି ୱିକେଟ ପାଇଥିଲେ।

16 Sep 2023 By The Sakala

ଗିଲଙ୍କ ଶତକ ବ୍ୟର୍ଥ, ଏସିଆ କପ୍‌‌ର ଶେଷ ସୁପର-୪ ମ୍ୟାଚ୍‌‌ରେ ବାଂଲାଦେଶ ଠାରୁ ହାରିଲା ଭାରତ

କଲମ୍ବୋ: ଶୁବମାନ ଗିଲଙ୍କ ଚମତ୍କାର ଶତକ ସତ୍ତ୍ବେ ଏଠାରେ ଶୁକ୍ରବାର ଅନୁଷ୍ଠିତ ଏସିଆ କପ୍‌‌ର ଶେଷ ସୁପର-୪ ମ୍ୟାଚ୍‌‌ରେ ବାଂଲାଦେଶ ୬ ରନ୍‌‌ରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପ୍ରତିଯୋଗିତାର ଫାଇନାଲ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସୁପର-୪’ରେ ବାଂଲାଦେଶ ସାନ୍ତ୍ୱନାମୂଳକ ବିଜୟ ସତ୍ତ୍ବେ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍‌‌ର ଫାଇନାଲ ମୁକାବିଲା ହେବ।

ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୮ ୱିକେଟରେ ୨୬୫ ରନ୍‌‌ କରିଥିଲା। ଦଳ ପକ୍ଷରୁ ସାକିବ ଅଲ ହସନ ସର୍ବାଧିକ ୮୦, ତୋହିଦ୍‌‌ ହୃଦୟ ୫୪ ରନ୍‌‌ କରିଥିଲେ। ଜବାବରେ ଭାରତ ୪୯.୫ ଓଭର ଖେଳି ୨୫୯ ରନ୍‌‌ରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଗିଲ ପଞ୍ଚମ ଶତକ ସହ ୧୩୩ ବଲରୁ ୮ ଚୌକା ଓ ୫ଛକା ସହ ସର୍ବାଧିକ ୧୨୧ ରନ୍‌‌ କରିଥିଲେ। ଦଳର ଟପ୍‌‌ ଅର୍ଡର ଫେଲ ମାରିଥିଲାବେଳେ ଅକ୍ଷର ପଟେଲ ୪୨ ରନ୍‌‌ର ସାହାସିକ ପାଳି ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ଲାଗି ପର୍ଯ୍ୟାପ୍ତ ହୋଇ ନଥିଲା। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୨୬, ରୋହିତ ଶର୍ମା ୦, ଲୋକେଶ ରାହୁଲ ୧୯, ଇଶାନ କିସାନ ୫ ଓ ପଦାର୍ପଣ କରିଥିବା ତିଳକ ବର୍ମା ମଧ୍ୟ ୫ ରନ୍‌‌ କରିଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମନ ସର୍ବାଧିକ ୩ଟି, ତାଞ୍ଜିମ ହାସନ ସକିବ ଓ ମେହେଦୀ ହାସନ ୨ଟି ଲେଖାଏଁ ୱିକେଟ ନେଇଛନ୍ତି।

ଏହି ମ୍ୟାଚ୍‌‌ରେ ୫ଜଣ ଖେଳାଳିଙ୍କୁ ବିଶ୍ରାମ ଦେଇଥିବା ଭାରତୀୟ ଦଳ ଟସ୍‌‌ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲା। ବାଂଲାଦେଶ ବ୍ୟାଟିଂ ଆରମ୍ଭ କରି ପାୱାର ପ୍ଲେ ମଧ୍ୟରେ ମାତ୍ର ୨୮ ରନ୍‌‌ରେ ୩ଟି ଓ ୫୯ ରନ୍‌‌ରେ ଟପ୍‌‌ ୪ଜଣ ବ୍ୟାଟରଙ୍କୁ ହରାଇ ବିପଦରେ ପଡ଼ିଥିଲା। ପୂର୍ବମ୍ୟାଚ୍‌‌ ଭଳି ଏହା ମଧ୍ୟ ଏକ ଲୋ ସ୍କୋରିଂ ମ୍ୟାଚ୍‌‌ ହେବାର ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଅଧିନାୟକ ସାକିବଙ୍କୁ କିଛି ନୂଆ ଖେଳାଳିଙ୍କ ଉପଯୁକ୍ତ ସମର୍ଥ ମିଳିବା ଫଳରେ ବାଂଲାଦେଶ ଏଠାରେ ଏକ ବଡ଼ ସ୍କୋର କରିବାରେ ସମର୍ଥ ହୋଇପାରିଥିଲା। ସାକିବ ୮୫ ବଲ୍‌‌ରେ ୮୦ ରନ୍‌‌ କରି ୫ମ ଖେଳାଳିଭାବେ ଆଉଟ ହୋଇଥିଲାବେଳେ ତୋହିଦ୍‌‌ ହୃଦୟଙ୍କ ସହ ୫ମ ୱିକେଟ ଭାଗୀଦାରିରୁ ୧୧୫ ବଲ୍‌‌ରେ ୧୦୧ ରନ୍‌‌ ମିଳିଥିଲା। ଏହି ଭାଗୀଦାରି ଦଳକୁ ଏକ ବଡ଼ ସ୍କୋର କରିବାରେ ସହାୟତା କରିଥିଲା। ହୃଦୟ ୮୧ ବଲ୍‌‌ ଖେଳି ୫ ଚୌକା ଓ ୨ ଛକା ସହାୟତାରେ ୫୪ ରନ୍‌‌ କରିଆଉଟ ହୋଇଥିଲେ। କିନ୍ତୁ ବାଂଲାଦେଶର ନଂ-୮, ୯ ଓ ୧୦ ନମ୍ବର ବ୍ୟାଟରଙ୍କ ଚକତ୍କାର ପ୍ରଦର୍ଶନ ବଳରେ ଦଳ ୮ ୱିକେଟରେ ୨୬୫ ରନ୍‌‌ କରିବାକୁ ସମର୍ଥ ହୋଇଥିଲା। ନଂ-୮ରେ ବ୍ୟାଟିଂ କରିଥିବା ନାସୁମ ଅହମ୍ମଦ୍‌‌ ୪୫ ବଲ୍‌‌ରେ ଦ୍ରୁତ ୪୪ ରନ୍‌‌ କରିଥିଲେ। ନଂ-୯ରେ ମେହେଦୀ ହାସନ ୨୩ ବଲ୍‌‌ରୁ ୩ ଚୌକା ସହ ୨୯ ଓ ନଂ-୧୦ ତାଞ୍ଜିମ ହାସନ ସାକିବ ୮ ବଲ୍‌‌ରୁ ୧୪ ରନ୍‌‌ କରି ଶେଷ ଯାଏ ଅପରାଜିତ ରହିଥିଲେ। ଏମାନଙ୍କ ବ୍ୟାଟିଂ ଯୋଗୁ ବାଂଲାଦେଶର ଭଲ ସ୍କୋର କରିବାରେ ସମର୍ଥ ହୋଇଥିଲା।

ଭାରତ ପକ୍ଷରୁ ପେସ୍‌‌ ବୋଲରଙ୍କ ପ୍ରଦର୍ଶନ ଭଲ ଥିଲେ ମଧ୍ୟ ସର୍ବାଧିକ ୩ ୱିକେଟ ନେଇଥିବା ଶାର୍ଦ୍ଦୁଳ ଠାକୁର ୧୦ ଓଭରରେ ୬୫ ରନ୍‌‌ ବ୍ୟୟ କରିଥିଲେ। ମହମ୍ମଦ୍‌‌ ସାମି ୮ ଓଭର ବୋଲିଂ କରି ୩୨ ରନ୍‌‌ରେ ୨ଟି ୱିକେଟ ପାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର