ଏସିଆ କପ: ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

The Sakala Picture
Published On

ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା ରବିବାର ଏଠାରେ ଅନୁଷ୍ଠିତ ହେବ। ଏହି ମୁକାବିଲାରେ ଭାରତର ଆକ୍ରମଣାତ୍ମକ ଖେଳ ଓ ପାକିସ୍ତାନର ନୂଆ ସଫଳତା ମଧ୍ୟରେ ଏକପ୍ରକାର ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‍ ଗତ ଏକ ଦଶନ୍ଧି ହେଲା ଆୟୋଜିତ ହୋଇନାହିଁ। ଯାହା ଫଳରେ ପରସ୍ପର ସହ ମୁକାବିଲା କେବଳ ଏପରି […]

ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା ରବିବାର ଏଠାରେ ଅନୁଷ୍ଠିତ ହେବ। ଏହି ମୁକାବିଲାରେ ଭାରତର ଆକ୍ରମଣାତ୍ମକ ଖେଳ ଓ ପାକିସ୍ତାନର ନୂଆ ସଫଳତା ମଧ୍ୟରେ ଏକପ୍ରକାର ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‍ ଗତ ଏକ ଦଶନ୍ଧି ହେଲା ଆୟୋଜିତ ହୋଇନାହିଁ। ଯାହା ଫଳରେ ପରସ୍ପର ସହ ମୁକାବିଲା କେବଳ ଏପରି ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ହେଉଛି। ଟି-୨୦ ବିଶ୍ୱକପ୍‍ରେ ଶେଷଥର ଏଠାରେ ଉଭୟ ପରସ୍ପରକୁ ଭେଟିଥିଲେ। ଏଥିରେ ଭାରତ ୧୦ ୱିକେଟରେ ଶୋଚନୀୟ ଭାବେ ପରାଜିତ ହୋଇଥିଲାବେଳେ ରୋହିତ ଶର୍ମାଙ୍କ ଭାରତ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ସବୁଠାରୁ ବଡ଼ କଥା ହେଲା ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‍ ଲାଗି ସମସ୍ତ ଅଂଶଗ୍ରହଣକାରୀ ଦଳ ସେମାନଙ୍କ କମ୍ବିନେସନ ଠିକ୍‍ କରିବା ଉପରେ ଏହି ଟୁର୍ଣ୍ଣାମେଣ୍ଟକୁ ଏକ ଭଲ ପ୍ଲାଟଫର୍ମ ଭାବେ ବିନିଯୋଗ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

କ୍ରିକେଟରେ ଭାରତ ବନାମ ପାକିସ୍ତାନ ମୁକାବିଲାର ଗୁରୁତ୍ୱ କେବଳ ଦୁଇ ଦେଶ ନୁହେଁ ବରଂ ବିଶ୍ୱର ସମର୍ଥକ ଉତ୍କଣ୍ଠାର ସହ ଉପଭୋଗ କରିଥାନ୍ତି। ଏଭଳି ସ୍ଥିତିରେ ଭାରତ ଏହି ମ୍ୟାଚ୍‍ରେ ନିଜର ପ୍ରାଧାନ୍ୟ ଅବ୍ୟାହତ କରିବା ଲକ୍ଷ୍ୟ ନେଇ ଖେଳିବାକୁ ଯାଉଛି। ଦଳର ୩ ଜଣ ଟପ୍‍ ଅର୍ଡର ବ୍ୟାଟର ତଥା ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଲାଗି ପରୀକ୍ଷା ଦେବା ଭଳି। ପାକିସ୍ତାନ ସହ ଏଠାରେ ଶେଷ ମୁକାବିଲାରେ ଭାରତର ଟପ୍‍ ଅର୍ଡର ମାତ୍ର ୨ ଓଭରରେ ପାଭିଲିୟନ ଫେରିଯାଇଥିଲେ। ଯାହା ଫଳରେ ଭାରତ ଶୋଚନୀୟ ପରାଜୟ ବରଣ କରିଥିଲା। ଏଥିରୁ ମୁକୁଳିବାକୁ ଅଧିନାୟକ ରୋହିତ ଏଥର ନିଶ୍ଚୟ ଚେଷ୍ଟା କରିବେ। ସେହିପରି ଫର୍ମ ଫେରିପାଇବାକୁ ବିରାଟ କୋହଲିଙ୍କ ଲାଗି ଏକ ବଡ଼ ସୁଯୋଗ। କିଛି ଦିନର ଭଲ ବିଶ୍ରାମ ନେବା ପରେ କୋହଲି ଏହି ମ୍ୟାଚ୍‍ରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କଠାରୁ ଭଲ ଇନିଂସ ଆଶା କରାଯାଉଛି। ରୋହିତ ଓ ରାହୁଲଙ୍କଠାରୁ ମଧ୍ୟ ସେମାନଙ୍କ ସ୍ୱଭାବ ସୁଲଭ ବ୍ୟାଟିଂ ସମର୍ଥକ ଆଶା ରଖିଛନ୍ତି। ଭାରତର ଟପ୍‍ ଅର୍ଡର ଏସବୁର ସମାଧାନ କରିବା ସହ ନିଜ କ୍ୟାରିୟର ମଧ୍ୟ ସଜାଡିବେ। ଯଦିଓ ପୂର୍ବ ମୁକାବିଲା ଭଳି ଭାରତର ଟପ୍‍ ଅର୍ଡର ଏହି ମ୍ୟାଚ୍‍ରେ ଫେଲ ମାରେ ତେବେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଫିନିସର ଦିନେଶ କାର୍ତ୍ତିକ ବିପଦରୁ ରକ୍ଷା କରିବାକୁ ପ୍ରସ୍ତୁତ। ମୋଟାମୋଟି କହିବାକୁ ଗଲେ ପାକିସ୍ତାନୀ ପେସ୍‍ ବୋଲରଙ୍କୁ ମୁକାବିଲା କରିବାକୁ ଭାରତୀୟ ବ୍ୟାଟର ଏଥର ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରତିପକ୍ଷ ଫାଷ୍ଟ ବୋଲର ସାହିନ ଶାହ ଆଫ୍ରିଦୀ ଆହତ ଯୋଗୁ ଏହି ମ୍ୟାଚ୍‍ ଖେଳୁ ନଥିବାରୁ ଭାରତୀୟ ବ୍ୟାଟର କିଛିଟା ଆଶ୍ୱସ୍ତ ହେବା ସ୍ୱାଭାବିକ୍‍।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ବୋଲିଂରେ ମଧ୍ୟ ଭାରତୀୟ ବୋଲର ଫର୍ମରେ ଅଛନ୍ତି। କିନ୍ତୁ ପାକିସ୍ତାନ ବିପକ୍ଷରେ ଚାପରେ ରହି ଖେଳିବା ଲାଗି ଯେଉଁ ଅଭିଜ୍ଞତା ଆବଶ୍ୟକ ତାହା ଦଳରେ ସ୍ଥାନ ପାଇଥିବା ଦୁଇ ପେସ୍‍ ବୋଲର ଅର୍ଶଦୀପ ସିଂ କିମ୍ବା ଆଭେଶ ଖାନଙ୍କ ନିକଟରେ ନାହିଁ। କେବଳ ସିନିୟର ବୋଲର ଭୁବନେଶ୍ୱର କୁମାର ଏହାର ଉଚିତ ମୁକାବିଲା କରିବାକୁ ସକ୍ଷମ। କିନ୍ତୁ ସ୍ପିନ୍‍ ବିଭାଗରେ ଭାରତ ଶକ୍ତିଶାଳୀ। ରବୀନ୍ଦ୍ର ଜାଡେଜା, ରବି ଅଶ୍ୱିନ ଓ ଯୁଜବେନ୍ଦ୍ର ଚହଲଙ୍କ ଭାରତ ଏହି ମ୍ୟାଚ୍‍ରେ ଖେଳିବାକୁ ସୁଯୋଗ ଦେଇପାରେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଅନ୍ୟପକ୍ଷରେ ପାକିସ୍ତାନୀ ଅଧିନାୟକ ବାବର ଆଜମ ଓ ତାଙ୍କ ଓପନିଂ ପାର୍ଟନର ମହମ୍ମଦ୍‍ ରିଜୱାନ୍‍ ସେମାନଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଏମାନଙ୍କ ଯୋଡି ଏବେ ଶ୍ରେଷ୍ଠ ଯୋଡି ଭାବେ ବିବେଚିତ ହେଉଛନ୍ତି। ଭାରତ ବିପକ୍ଷରେ ସଫଳତା ପାଇଥିବା ଫକର ଜମାନ ନଂ-୩ରେ ଖେଳିବେ। ଏମାନଙ୍କ ବ୍ୟତୀତ ୩ ଯୁବ ଖେଳାଳି ମିଡଲ ଅର୍ଡରରେ ଖେଳୁଥିବାରୁ ସେମାନଙ୍କଠାରୁ କି ପ୍ରକାର ଖେଳ ଦେଖିବାକୁ ମିଳିବ ତାହା କହିହେବ ନାହଁ। କିନ୍ତୁ ଦଳର ପେସ୍‍ ବୋଲିଂ ପୂର୍ବପରି ଶାଣିତ ରହିଛି। ଏମାନଙ୍କୁ ମୁକାବିଲା କରିବାକୁ ଭାରତୀୟ ବ୍ୟାଟର କେତେ ପ୍ରସ୍ତୁତ ତାହା ରବିବାର ମୁକାବିଲାରୁ ସ୍ପଷ୍ଟ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର