ଆଇସିସି ଚାମ୍ପିଅନ୍ସ ଟ୍ରଫି: ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି

The Sakala Picture
Published On

ଦୁବାଇ: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ବୋଲିଂ କରିବ ଟିମ୍ ଇଣ୍ଡିଆ। ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ହାଇଭୋଲଟେଜ୍ ଲଢ଼େଇ । ପାରମ୍ପରିକ ପ୍ରତିଦ୍ବନ୍ଦୀ ତଥା ଦୁଇ ଏସୀୟ ମହାଶକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ । ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେଉଛନ୍ତି ଭାରତ ପାକିସ୍ତାନ । ଏହି ମ୍ୟାଚ୍‌ର ଫଳାଫଳ ଯାହା ହେଉନା କାହିଁକି ଅଂଶଗ୍ରହଣକାରୀ ଦୁଇ […]

ଦୁବାଇ: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ବୋଲିଂ କରିବ ଟିମ୍ ଇଣ୍ଡିଆ। ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ହାଇଭୋଲଟେଜ୍ ଲଢ଼େଇ । ପାରମ୍ପରିକ ପ୍ରତିଦ୍ବନ୍ଦୀ ତଥା ଦୁଇ ଏସୀୟ ମହାଶକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ । ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେଉଛନ୍ତି ଭାରତ ପାକିସ୍ତାନ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ମ୍ୟାଚ୍‌ର ଫଳାଫଳ ଯାହା ହେଉନା କାହିଁକି ଅଂଶଗ୍ରହଣକାରୀ ଦୁଇ ଦଳ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଏହି ମ୍ୟାଚ୍‌କୁ ନେଇ ଅନେକ ଆଶା ଓ ଉତ୍କଣ୍ଠା ରହିଥାଏ। କିନ୍ତୁ ଆଇସିସି ଇଭେଣ୍ଟରେ ଏହି ମୁକାବିଲା ରୋମାଞ୍ଚକ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବା ପରିବର୍ତ୍ତେ ଏକତରଫା ହେବାର ଏକାଧିକ ନଜିର ରହିଛି। ଏହା ସତ୍ତ୍ବେ ଏହି ମୁକାବିଲା ଜିତି ଭାରତ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲକୁ ଯିବାର ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ହାରିଥିବା ପାକିସ୍ତାନ ଏହି ମୁକାବିଲାକୁ ଜିତି ପ୍ରତିଯୋଗିିତାରେ ତିଷ୍ଠି ରହିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରିବ ବୋଲି ନିଶ୍ଚିତ ଆଶା ରଖିଛି। ଏଭଳି ସ୍ଥିତିରେ ମ୍ୟାଚ୍‌ଟି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର