ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟି-୨୦: ୫ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

The Sakala Picture
Published On

ଗୌହାଟୀ:  ମଧ୍ୟରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ତୃତୀୟ ମ୍ୟାଚ୍‌‌ ସ୍ଥାନୀୟ ବର୍ଷାପଡ଼ା ଷ୍ଟାଡିୟମ୍‌‌ରେ ମଙ୍ଗଳବାର ଖେଳାଯାଇଥିଲା।  ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୨୨୨ ରନ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୨୩ ରନର ଆବଶ୍ୟକତା ରହିଥିଲା। ଅଷ୍ଟ୍ରେଲିଆ ୫ ୱିକେଟରେ ୨୨୫ ରନ କରି ମ୍ୟାଚକୁ […]

ଗୌହାଟୀ:  ମଧ୍ୟରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ତୃତୀୟ ମ୍ୟାଚ୍‌‌ ସ୍ଥାନୀୟ ବର୍ଷାପଡ଼ା ଷ୍ଟାଡିୟମ୍‌‌ରେ ମଙ୍ଗଳବାର ଖେଳାଯାଇଥିଲା।  ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୨୨୨ ରନ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୨୩ ରନର ଆବଶ୍ୟକତା ରହିଥିଲା। ଅଷ୍ଟ୍ରେଲିଆ ୫ ୱିକେଟରେ ୨୨୫ ରନ କରି ମ୍ୟାଚକୁ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ୍ ହେଡ୍ ୧୮ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ଆରୋନ ହାର୍ଡି ୧୨ ବଲରେ ୧୬ରନ କରି ଆଉଟ ହୋଇଥିଲେ। ଜୋସ ଇଂଲିସ ୬ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଗ୍ଲେନ ମ୍ୟାକ୍ସଓ୍ଵେଲ ସମ୍ଭାଳିଥିଲେ। ମାର୍କସ ଷ୍ଟୋଇନିସ୍‌ ୨୧ ବଲରେ ୧୭ରନ କରି ଆଉଟ ହୋଇଥିଲେ। ଟିମ ଡେଭିଡ୍‌ ୧ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ମ୍ୟାକ୍ସଓ୍ଵେଲଙ୍କ ସାଥ ଦେଇଥିଲେ ମାଥ୍ୟୁ ୱେଡ୍‌ । ମ୍ୟାକ୍ସଓ୍ଵେଲ ୪୮ ବଲରେ ୧୦୮ ରନ କରି ଅପରାଜିତ ରହିଥିବା ବେଲେ ମାଥ୍ୟୁ ୱେଡ୍‌ ୧୬ ବଲରେ ୨୮ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଭାରତ ପକ୍ଷରୁ ରବି ବିଷ୍ଣୋଇ ୨ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ,  ଅକ୍ଷର ପଟେଲ୍‌ ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର