ଆଇସିସି ଟି-୨୦ ରାଙ୍କିଙ୍ଗରେ ଦ୍ୱିତୀୟକୁ ଉଠିଲେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ

The Sakala Picture
Published On

ଦୁବାଇ: ଆଇସିସି ଟି-୨୦ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲଙ୍କୁ ଫାଇଦା ହୋଇଛି। ରାହୁଲ୍ ଗୋଟିଏ ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ଦ୍ୱିତୀୟରେ ପହଞ୍ଚିଛନ୍ତି। ସେହିପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ସପ୍ତମ ସ୍ଥାନରେ ସୁରକ୍ଷିତ ରହିଛନ୍ତି। ଆଇସିସି ଟି-୨୦ ରାଙ୍କିଙ୍ଗରେ ଇଂଲଣ୍ଡର ଡେୱିଡ୍ ମଲାନ୍ ୯୧୫ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ରାହୁଲ ୮୧୬ ରେଟିଂ ପଏଣ୍ଟ ସହ ଦ୍ୱିତୀୟରେ ଅଛନ୍ତି। ସେହିପରି କୋହଲିଙ୍କର […]

ଦୁବାଇ: ଆଇସିସି ଟି-୨୦ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲଙ୍କୁ ଫାଇଦା ହୋଇଛି। ରାହୁଲ୍ ଗୋଟିଏ ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ଦ୍ୱିତୀୟରେ ପହଞ୍ଚିଛନ୍ତି। ସେହିପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ସପ୍ତମ ସ୍ଥାନରେ ସୁରକ୍ଷିତ ରହିଛନ୍ତି। ଆଇସିସି ଟି-୨୦ ରାଙ୍କିଙ୍ଗରେ ଇଂଲଣ୍ଡର ଡେୱିଡ୍ ମଲାନ୍ ୯୧୫ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ରାହୁଲ ୮୧୬ ରେଟିଂ ପଏଣ୍ଟ ସହ ଦ୍ୱିତୀୟରେ ଅଛନ୍ତି।

ଆହୁରି ପଢ଼ନ୍ତୁ: FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍, ଶୁଭେଚ୍ଛା ଜଣାଇଲେ ନବୀନ

ସେହିପରି କୋହଲିଙ୍କର ୬୯୭ ରେଟିଂ ପଏଣ୍ଟ ରହିଛି। ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ୮୦୮ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ୍ (୮୦୧) ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ତେବେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଟପ୍-୧୦ରେ କେବଳ ରାହୁଲ୍ ଓ କୋହଲି ସ୍ଥାନ ପାଇଛନ୍ତି। ସେହିପରି ବୋଲିଂ ଓ ଅଲରାଉଣ୍ଡ ରାଙ୍କିଙ୍ଗରେ କୌଣସି ଭାରତୀୟ ଟପ୍-୧୦ରେ ନାହାନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇ ନମନ ପୁରସ୍କାର: ଶୁବମନ ଗିଲ୍ ଓ ସ୍ମୃତି ମନ୍ଧାନାଙ୍କୁ ବର୍ଷର ଶ୍ରେଷ୍ଠ କ୍ରିକେଟର ସମ୍ମାନ

ବୋଲରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ତାବରେଜ୍ ଶାମସୀ କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୬ ୱିକେଟ୍ ନେଇଥିବା ଶାମସୀଙ୍କୁ ରାଙ୍କିଙ୍ଗରେ ତିନୋଟି ସ୍ଥାନର ଫାଇଦା ହୋଇଛି। ଆଫଗାନିସ୍ତାନର ରଶିଦ ଖାନ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ମୁଜୀବ ଉର୍ ରେହମାନ୍ ଗୋଟିଏ ସ୍ଥାନ ସହ ତୃତୀୟକୁ ଖସି ଆସିଛନ୍ତି। ଇଂଲଣ୍ଡର ଆଦିଲ୍ ରଶିଦ୍ (ଚତୁର୍ଥ) ଓ ଅଷ୍ଟ୍ରେଲିଆର ଆଡାମ ଜାମ୍ପା (ପଞ୍ଚମ)ଙ୍କୁ ମଧ୍ୟ ଗୋଟିଏ ଲେଖାଏ ସ୍ଥାନର କ୍ଷତି ହୋଇଛି।

ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ଆଇସିସି ଟି-୨୦ ଟିମ୍ ରାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ପାକିସ୍ତାନକୁ କେବଳ ଗୋଟିଏ ପଏଣ୍ଟ ଲାଭ ହୋଇଥିଲେ ହେଁ ଟିମ୍ ପୂର୍ବଭଳି ଚତୁର୍ଥ ସ୍ଥାନରେ ରହିଛି। ତେବେ ସିରିଜ୍ ହାରିଥିବା ଦକ୍ଷିଣ ଆଫ୍ରିକା ଗୋଟିଏ ପଏଣ୍ଟ ହରାଇବା ସତ୍ତ୍ୱେ ୨୫୧ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନ କାଏମ୍ ରଖିଛି।

15 Feb 2021 By The Sakala

ଆଇସିସି ଟି-୨୦ ରାଙ୍କିଙ୍ଗରେ ଦ୍ୱିତୀୟକୁ ଉଠିଲେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ

ଦୁବାଇ: ଆଇସିସି ଟି-୨୦ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲଙ୍କୁ ଫାଇଦା ହୋଇଛି। ରାହୁଲ୍ ଗୋଟିଏ ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ଦ୍ୱିତୀୟରେ ପହଞ୍ଚିଛନ୍ତି। ସେହିପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ସପ୍ତମ ସ୍ଥାନରେ ସୁରକ୍ଷିତ ରହିଛନ୍ତି। ଆଇସିସି ଟି-୨୦ ରାଙ୍କିଙ୍ଗରେ ଇଂଲଣ୍ଡର ଡେୱିଡ୍ ମଲାନ୍ ୯୧୫ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ରାହୁଲ ୮୧୬ ରେଟିଂ ପଏଣ୍ଟ ସହ ଦ୍ୱିତୀୟରେ ଅଛନ୍ତି।

ସେହିପରି କୋହଲିଙ୍କର ୬୯୭ ରେଟିଂ ପଏଣ୍ଟ ରହିଛି। ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ୮୦୮ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ୍ (୮୦୧) ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ତେବେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଟପ୍-୧୦ରେ କେବଳ ରାହୁଲ୍ ଓ କୋହଲି ସ୍ଥାନ ପାଇଛନ୍ତି। ସେହିପରି ବୋଲିଂ ଓ ଅଲରାଉଣ୍ଡ ରାଙ୍କିଙ୍ଗରେ କୌଣସି ଭାରତୀୟ ଟପ୍-୧୦ରେ ନାହାନ୍ତି।

ବୋଲରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ତାବରେଜ୍ ଶାମସୀ କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୬ ୱିକେଟ୍ ନେଇଥିବା ଶାମସୀଙ୍କୁ ରାଙ୍କିଙ୍ଗରେ ତିନୋଟି ସ୍ଥାନର ଫାଇଦା ହୋଇଛି। ଆଫଗାନିସ୍ତାନର ରଶିଦ ଖାନ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ମୁଜୀବ ଉର୍ ରେହମାନ୍ ଗୋଟିଏ ସ୍ଥାନ ସହ ତୃତୀୟକୁ ଖସି ଆସିଛନ୍ତି। ଇଂଲଣ୍ଡର ଆଦିଲ୍ ରଶିଦ୍ (ଚତୁର୍ଥ) ଓ ଅଷ୍ଟ୍ରେଲିଆର ଆଡାମ ଜାମ୍ପା (ପଞ୍ଚମ)ଙ୍କୁ ମଧ୍ୟ ଗୋଟିଏ ଲେଖାଏ ସ୍ଥାନର କ୍ଷତି ହୋଇଛି।

ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ଆଇସିସି ଟି-୨୦ ଟିମ୍ ରାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ପାକିସ୍ତାନକୁ କେବଳ ଗୋଟିଏ ପଏଣ୍ଟ ଲାଭ ହୋଇଥିଲେ ହେଁ ଟିମ୍ ପୂର୍ବଭଳି ଚତୁର୍ଥ ସ୍ଥାନରେ ରହିଛି। ତେବେ ସିରିଜ୍ ହାରିଥିବା ଦକ୍ଷିଣ ଆଫ୍ରିକା ଗୋଟିଏ ପଏଣ୍ଟ ହରାଇବା ସତ୍ତ୍ୱେ ୨୫୧ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନ କାଏମ୍ ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp