ଭାରତୀୟ ବୋଲରଙ୍କ ଆଗରେ ଭୁଷୁଡିଲା ନ୍ୟୁଜିଲାଣ୍ଡର ବ୍ୟାଟିଂଲାଇନ୍‌, ମାତ୍ର ୧୦୮ରେ ଅଲ୍‌ଆଉଟ

The Sakala Picture
Published On

ରାୟପୁର : ଛତିଶଡ଼ଗର ରାୟପୁର ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୦୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ୍‌ ଜିତି ଆଜି ଭାରତ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ରୋହିତଙ୍କ ବୋଲିଂ ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ସଠିକ ସାବ୍ୟସ୍ତ କରି ଦମ୍‌ଦାର ପଦର୍ଶନ କରିବା ସହ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଖେଳିବାର ସୁଯୋଗ ଦେଇନଥିଲେ। ଭାରତର ସବୁ ବୋଲର ସଠିକ ଲାଇନ୍‌ଲେନ୍ଥ ସହ […]

ରାୟପୁର : ଛତିଶଡ଼ଗର ରାୟପୁର ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୦୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ୍‌ ଜିତି ଆଜି ଭାରତ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ରୋହିତଙ୍କ ବୋଲିଂ ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ସଠିକ ସାବ୍ୟସ୍ତ କରି ଦମ୍‌ଦାର ପଦର୍ଶନ କରିବା ସହ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଖେଳିବାର ସୁଯୋଗ ଦେଇନଥିଲେ। ଭାରତର ସବୁ ବୋଲର ସଠିକ ଲାଇନ୍‌ଲେନ୍ଥ ସହ ବୋଲିଂ କରି ନ୍ୟୁଜିଲାଣ୍ଡକୁ ୩୪.୪ ଓଭରରେ ମାତ୍ର ୧୦୮ ରନ୍‌ରେ ଅଲ୍‌ଆଉଟ କରିଦେଇଛନ୍ତି। ଭାରତକୁ ଏହି ମ୍ୟାଚ ଜିତିବାକୁ ୧୦୯ ରନ୍‌ ଦରକାର।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ରାଏପୁରସ୍ଥିତ ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ ଖେଳାଯାଉଥିବା ପ୍ରଥମ ଅର୍ନ୍ତଜାତୀୟ ମ୍ୟାଚରେ ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପୂର୍ବ ମ୍ୟାଚ ଗୁଡିକରେ ଦମ୍‌ଦାର ପଦର୍ଶନ କରୁଥିବା ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ଉପରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲେ । ଦଳର ପ୍ରଥମ ୫ ବ୍ୟାଟ୍ସମ୍ୟାନ ଦୁଇଅଂକ ଟପିପାରିନଥିଲେ । ଏପରିକି ଦଳ ୧୫ ରନରେ ୫ ଓ୍ବିକେଟ ହରାଇ ସଂଘର୍ଷ କରୁଥିଲା । ତେବେ ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସଓ୍ବେଲ ଓ ମିଚେଲ ସାଣ୍ଟନର କିଛି ସମୟ କ୍ରିଜରେ ତିଷ୍ଠି ରହିବାକୁ ସକ୍ଷମ ହୋଇଥିଲେ । ଫିଲିପ୍ସ ୩୬ ରନ କରିଥିବାବେଳେ ବ୍ରେସଓ୍ବେଲ ୨୨ ଓ ସାଣ୍ଟନର ୨୭ ରନ କରିଥିଲେ । ଏହା ଫଳରେ ଦଳୀୟ ସ୍କୋର ୧୦୦ ରନ ଟପିପାରିଥିଲା । ତେବେ ଫିଲିପ୍ଟ ଆଉଟ୍ ହେବା ପରେ ଦଳ ଅଳ୍ପ କିଛି ରନ ଯୋଗ କରି ୧୦୮ରେ ଅଲଆଉଟ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଭାରତ ପକ୍ଷରୁ ବୋଲିଂ କରିଥିବା ସବୁ ବୋଲର ଓ୍ବିକେଟ ପାଇବାରେ ସଫଳ ହୋଇଥିଲେ । ମହମ୍ମଦ ସମି ୩ଟି ଓ୍ବିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଓ୍ବାସିଂଟନ ସୁନ୍ଦର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ରାଏପୁରସ୍ଥିତ ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ ଦେଶର ୫୦ତମ ଦିନିକିଆ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌। ୫୦,୦୦୦ ପ୍ରାୟ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ୍‌ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିଛି। ୨୦୦୮ରେ ନିର୍ମିତ ଏହି ଷ୍ଟାଡିୟମ୍‌ ଦେଶର ତୃତୀୟ ଏବଂ ବିଶ୍ବର ଚତୁର୍ଥ ବୃହତମ। ଛତିଶଗଡ଼ରୁ ୧୮୫୭ରେ ଦେଶ ସ୍ବାଧୀନତାର ନେତୃତ୍ବ ନେଇଥିବା ସୋନଖମର ଜମିଦାର ବୀର ନାରାୟଣ ସିଂହ ଭିଜ୍ଞୱାରଙ୍କ ନାମରେ ଏହା ନାମିତ ହୋଇଛି। ୨୦୧୩ ଓ ୨୦୧୫ ମସିହାରେ ଏଠାରେ ଦୁଇଟି ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଇଛି। ଏବେ ଅଚଳ ଅବସ୍ଥାରେ ଥିବା ସିଏଟି୨୦ର ୮ ମ୍ୟାଚ୍‌ ୨୦୧୪ରେ ଖେଳାଯାଇଥିଲା। ଚଳିତ ବର୍ଷ ମହିଳା ଆଇପିଏଲ୍‌ର କିଛି ମ୍ୟାଚ୍‌ ମଧ୍ୟ ଏଠାରେ ଖେଳାଯିବାକୁ ଯାଉଛି।

21 Jan 2023 By The Sakala

ଭାରତୀୟ ବୋଲରଙ୍କ ଆଗରେ ଭୁଷୁଡିଲା ନ୍ୟୁଜିଲାଣ୍ଡର ବ୍ୟାଟିଂଲାଇନ୍‌, ମାତ୍ର ୧୦୮ରେ ଅଲ୍‌ଆଉଟ

ରାୟପୁର : ଛତିଶଡ଼ଗର ରାୟପୁର ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୦୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ୍‌ ଜିତି ଆଜି ଭାରତ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ରୋହିତଙ୍କ ବୋଲିଂ ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ସଠିକ ସାବ୍ୟସ୍ତ କରି ଦମ୍‌ଦାର ପଦର୍ଶନ କରିବା ସହ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଖେଳିବାର ସୁଯୋଗ ଦେଇନଥିଲେ। ଭାରତର ସବୁ ବୋଲର ସଠିକ ଲାଇନ୍‌ଲେନ୍ଥ ସହ ବୋଲିଂ କରି ନ୍ୟୁଜିଲାଣ୍ଡକୁ ୩୪.୪ ଓଭରରେ ମାତ୍ର ୧୦୮ ରନ୍‌ରେ ଅଲ୍‌ଆଉଟ କରିଦେଇଛନ୍ତି। ଭାରତକୁ ଏହି ମ୍ୟାଚ ଜିତିବାକୁ ୧୦୯ ରନ୍‌ ଦରକାର।

ରାଏପୁରସ୍ଥିତ ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ ଖେଳାଯାଉଥିବା ପ୍ରଥମ ଅର୍ନ୍ତଜାତୀୟ ମ୍ୟାଚରେ ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପୂର୍ବ ମ୍ୟାଚ ଗୁଡିକରେ ଦମ୍‌ଦାର ପଦର୍ଶନ କରୁଥିବା ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ଉପରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲେ । ଦଳର ପ୍ରଥମ ୫ ବ୍ୟାଟ୍ସମ୍ୟାନ ଦୁଇଅଂକ ଟପିପାରିନଥିଲେ । ଏପରିକି ଦଳ ୧୫ ରନରେ ୫ ଓ୍ବିକେଟ ହରାଇ ସଂଘର୍ଷ କରୁଥିଲା । ତେବେ ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସଓ୍ବେଲ ଓ ମିଚେଲ ସାଣ୍ଟନର କିଛି ସମୟ କ୍ରିଜରେ ତିଷ୍ଠି ରହିବାକୁ ସକ୍ଷମ ହୋଇଥିଲେ । ଫିଲିପ୍ସ ୩୬ ରନ କରିଥିବାବେଳେ ବ୍ରେସଓ୍ବେଲ ୨୨ ଓ ସାଣ୍ଟନର ୨୭ ରନ କରିଥିଲେ । ଏହା ଫଳରେ ଦଳୀୟ ସ୍କୋର ୧୦୦ ରନ ଟପିପାରିଥିଲା । ତେବେ ଫିଲିପ୍ଟ ଆଉଟ୍ ହେବା ପରେ ଦଳ ଅଳ୍ପ କିଛି ରନ ଯୋଗ କରି ୧୦୮ରେ ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ ବୋଲିଂ କରିଥିବା ସବୁ ବୋଲର ଓ୍ବିକେଟ ପାଇବାରେ ସଫଳ ହୋଇଥିଲେ । ମହମ୍ମଦ ସମି ୩ଟି ଓ୍ବିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଓ୍ବାସିଂଟନ ସୁନ୍ଦର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ରାଏପୁରସ୍ଥିତ ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ ଦେଶର ୫୦ତମ ଦିନିକିଆ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌। ୫୦,୦୦୦ ପ୍ରାୟ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ୍‌ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିଛି। ୨୦୦୮ରେ ନିର୍ମିତ ଏହି ଷ୍ଟାଡିୟମ୍‌ ଦେଶର ତୃତୀୟ ଏବଂ ବିଶ୍ବର ଚତୁର୍ଥ ବୃହତମ। ଛତିଶଗଡ଼ରୁ ୧୮୫୭ରେ ଦେଶ ସ୍ବାଧୀନତାର ନେତୃତ୍ବ ନେଇଥିବା ସୋନଖମର ଜମିଦାର ବୀର ନାରାୟଣ ସିଂହ ଭିଜ୍ଞୱାରଙ୍କ ନାମରେ ଏହା ନାମିତ ହୋଇଛି। ୨୦୧୩ ଓ ୨୦୧୫ ମସିହାରେ ଏଠାରେ ଦୁଇଟି ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଇଛି। ଏବେ ଅଚଳ ଅବସ୍ଥାରେ ଥିବା ସିଏଟି୨୦ର ୮ ମ୍ୟାଚ୍‌ ୨୦୧୪ରେ ଖେଳାଯାଇଥିଲା। ଚଳିତ ବର୍ଷ ମହିଳା ଆଇପିଏଲ୍‌ର କିଛି ମ୍ୟାଚ୍‌ ମଧ୍ୟ ଏଠାରେ ଖେଳାଯିବାକୁ ଯାଉଛି।

https://www.thesakala.in/sports/ind-vs-nz-2nd-odi-kiwis-bowled-out-for-108-as-indian-bowlers-display-class/article-18306
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର