ରୋହିତ ସେନାର ଆଡିଲେଡ୍‌ ବିଜୟ : ବର୍ଷା ବାଧକ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ସେମିର ନିକଟତର ଟିମ୍‌ ଇଣ୍ଡିଆ

The Sakala Picture
Published On

ଆଡିଲେଡ୍‌‌ : ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ବିପକ୍ଷ ବାଂଲାଦେଶ ମାତ୍‌ ଦେଇ ସେମିର ନିକଟତର ହୋଇଛି। ଆଜିର ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି। ଆଜିର ମ୍ୟାଚରେ ଟସ୍‌ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍‌ ସଂଗ୍ରହ […]

ଆଡିଲେଡ୍‌‌ : ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ବିପକ୍ଷ ବାଂଲାଦେଶ ମାତ୍‌ ଦେଇ ସେମିର ନିକଟତର ହୋଇଛି। ଆଜିର ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି। ଆଜିର ମ୍ୟାଚରେ ଟସ୍‌ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍‌ ସଂଗ୍ରହ କରିଛି। ଯାହା ଫଳରେ  ମ୍ୟାଚରେ ବିଜୟୀ ହେବାକୁ ବିପକ୍କ୍ଷ ବାଲାଂଦେଶକୁ ୧୮୫ ରନ୍‌ ଟାର୍ଗେଟ ଦେଇଥିଲା ଟିମ୍‌ ଇଣ୍ଡିଆ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା


୧୮୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ଦୁଇ ଓପନର ଲିଟନ ଦାସ୍ ଏବଂ ନଜମୁଲ ହୋସେନ ସାଣ୍ଟୋ ଦୃଢ ଆରମ୍ଭ ଦେଇଥିଲେ। ବିଶେଷ କରି ଲିଟନ୍ ଦାସ ଧୂଆଁଧାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ମାତ୍ର ୭ ଓଭରରେ ବାଂଲାଦେଶ ବିନା ଓ୍ଵିକେଟ୍‌ରେ ୬୬ ରନ କରି ନେଇଥିଲା। ଲିଟନ୍ ଦାସ୍ ଅର୍ଦ୍ଧଶତକ ହାସଲ କରିଥିଲେ। ସାତ ଓଭର ପରେ ବର୍ଷା ହେବାରୁ ଓଭର ହ୍ରାସ ହୋଇଥିଲା। ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ଅନୁଯାୟୀ ବାଂଲାଦେଶ ସାମ୍ନାରେ ୧୬ ଓଭରରେ ୧୫୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।


ବାର୍ଷାପରେ ମ୍ୟାଚ ଆରମ୍ଭ ହେବା ପରେ ରୋହିତ ସେନା ଦମ୍‌ଦାର ଖେଳପଦର୍ଶନ କରିବା ସହ ମ୍ୟାଚରେ ମୋଡକୁ ବଦଳାଇଦେଇଥିଲେ। ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଥିବା ଲିଟନ ଦାସଙ୍କୁ ଏକ ଚମତ୍କାର ଥ୍ରୋ କରି ରନ ଆଉଟ କରିଥିଲେ କେଏଲ ରାହୁଲ । ଏହା ପରେ ବାଂଲାଦେଶର ନିୟମିତ ଓ୍ବିକେଟ ପତନ ହୋଇଚାଲିଥିଲା। କିନ୍ତୁ ବାଂଲା ବ୍ୟାଟର ହାର ମାନିନଥିଲେ। ଜଣେ ପରେ ଜଣେ ବ୍ୟାଟର ବଡ଼ ସଟ୍‌ ଖେଳିବା ସହ ଭାରତର ବିଜୟରେ ବାଧକ ସାଜିବାରେ ଲାଗିଥିଲେ। ତେବେ ଗୋଟିଏ ଓଭରରେ ଅର୍ଶଦୀପ ସିଂହ ଅଫିପ ହୁସେନ(୩ ରନ) ଏବଂ ଅଧିନାୟକ ସାକିବ ଉଲ ହସନ(୧୩ ରନ) ଙ୍କୁ ଆଉଟ୍‌ କରି ମ୍ୟାଚ୍‌ର ମଙ୍ଗ ଭାରତ ଆଡକୁ ମୋଡିଥିଲେ। ୟାସିର ଅଲ୍ଲୀ ୧ ଏବଂ ମୋସଡେକ୍ ହୁସେନ ୬ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଓଭରରେ ବାଂଲାଦେଶକୁ ଜିତିବାକୁ ୨୦ ରନ ଦରକାର ଥିବା ବେଳେ ଦଳ ୧୪ ରନ କରି ବିଜୟଠୁ ୫ ରନରୁ ଦୂରରେ ରହିଥିଲା। ୧୬ ଓଭରରେ ପ୍ରତିପକ୍ଷ ଦଳ ୬ ଓ୍ଵିକେଟ୍ ହରାଇ ୧୪୫ ରନ କରିଥିଲା।ଏହି ବିଜୟ ସହ ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ହାସଲ କରି ୬ ପଏଣ୍ଟ ପାଇବା ସହ ଗ୍ରୁପ-୨ର ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର