ମୁମ୍ବାଇ ଇଣ୍ଡିଆନ୍‌ସର କେନ୍ଦ୍ରୀୟ ଟିମ୍‌ରେ ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂତନ ଦାୟିତ୍ୱ

The Sakala Picture
Published On

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ପାଇଁ ଏକ ବିଶ୍ୱସ୍ତରୀୟ କ୍ରିକେଟ୍ ପରମ୍ପରା ଗଠନ କରିବା ଲାଗି ଏମ୍‌ଆଇ ପକ୍ଷରୁ ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂଆ ଦାୟିତ୍ୱ ସହିତ ପଦୋନ୍ନତି ପ୍ରଦାନ କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍‌ସ ସହିତ ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍ ମିଶିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ପରିବାର (ୱାନ ଫାମିଲି)ର କଳେବର ବେଶ ବୃଦ୍ଧି ପାଇଛି ଯାହାର ପରିଚାଳନା ପାଇଁ ଏକ କେନ୍ଦ୍ରୀୟ ଟିମ୍‌ର ଆବଶ୍ୟକତା ଥିବା କର୍ତୃପକ୍ଷଙ୍କ […]

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ପାଇଁ ଏକ ବିଶ୍ୱସ୍ତରୀୟ କ୍ରିକେଟ୍ ପରମ୍ପରା ଗଠନ କରିବା ଲାଗି ଏମ୍‌ଆଇ ପକ୍ଷରୁ ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂଆ ଦାୟିତ୍ୱ ସହିତ ପଦୋନ୍ନତି ପ୍ରଦାନ କରାଯାଇଛି ।
ମୁମ୍ବାଇ ଇଣ୍ଡିଆନ୍‌ସ ସହିତ ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍ ମିଶିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ପରିବାର (ୱାନ ଫାମିଲି)ର କଳେବର ବେଶ ବୃଦ୍ଧି ପାଇଛି ଯାହାର ପରିଚାଳନା ପାଇଁ ଏକ କେନ୍ଦ୍ରୀୟ ଟିମ୍‌ର ଆବଶ୍ୟକତା ଥିବା କର୍ତୃପକ୍ଷଙ୍କ ହୃଦୟଙ୍ଗମ ହୋଇଥିଲା । ସେହି ଟିମ୍ ଏମ୍‌ଆଇର ମୂଲ୍ୟବୋଧ ଓ ଶିକ୍ଷା ଦର୍ଶନକୁ ନେଇ “ୱାନ ପରିବାର ଟିମ୍‌’ଗୁଡ଼ିକରେ ନିରନ୍ତରତା ବଜାୟ ରଖିବା ସୁନିଶ୍ଚିତ କରିବ ଯାହା ଏମ୍‌ଆଇକୁ ସମଗ୍ର ବିଶ୍ୱରେ ସବୁଠୁ ପସନ୍ଦର କ୍ରିକେଟ୍ ବ୍ରାଣ୍ଡ୍‌ରେ ପରିଣତ କରିବ । ଗଠନ କରାଯାଇଥିବା ଢ଼ାଞ୍ଚା ଅନୁସାରେ ଏମ୍‌ଆଇର ମୂଲ୍ୟବୋଧ ବିଷୟରେ ଗଭୀର ଜ୍ଞାନ ଓ ଭଲ ଟ୍ରାକ୍ ରେକର୍ଡ ଥିବା ଦୁଇ ଭେଟେରାନ୍ ଖେଳାଳି ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂତନ ଭୂମିକାକୁ ପଦୋନ୍ନତି ପ୍ରଦାନ କରାଯାଇଛି ।

ମାହେଲା ଜୟବର୍ଦ୍ଧନେଙ୍କୁ ଏମ୍‌ଆଇ ଗ୍ଲୋବାଲ୍ ହେଡ୍‌-ପରଫରମାନ୍ସ ଭାବେ ନିଯୁକ୍ତ କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଗ୍ରୁପ୍‌ର ସାରା ବିଶ୍ୱର କ୍ରିକେଟ୍ ପରିଚାଳନା ଦାୟିତ୍ୱକୁ ସେ ତୁଲାଇବେ । ସାମଗ୍ରିକ ରଣନୀତି ଯୋଜନା ପ୍ରସ୍ତୁତ କରିବା, ବିଶ୍ୱସ୍ତରୀୟ ଉଚ୍ଚ ପ୍ରଦର୍ଶନର ଏକ ସମନ୍ୱିତ ବ୍ୟବସ୍ଥା ସୃଷ୍ଟି କରିବା ସମେତ ପ୍ରତି ଟିମ୍‌ର କୋଚିଂ ଓ ସହାୟକ ଢ଼ାଞ୍ଚାର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ରହିବ । ପ୍ରତି ଟିମ୍‌ର ମୁଖ୍ୟ ପ୍ରଶିକ୍ଷକଙ୍କ ସହ ମିଶି ଟିମ୍‌ଗୁଡ଼ିକରେ ତାଳମେଳକୁ ମଧ୍ୟ ସେ ସୁନିଶ୍ଚିତ କରିବେ । ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ଚମତ୍କାର ବ୍ରାଣ୍ଡ୍‌ରେ ପରିଣତ କରିବା ମଧ୍ୟ ତାଙ୍କ କାମ ହେବ ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଏମ୍‌ଆଇର ଗ୍ଲୋବାଲ୍ ହେଡ୍‌-କ୍ରିକେଟ୍ ଡେଭେଲପ୍‌ମେଣ୍ଟ ଭାବେ ଜାହିର ଖାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । କ୍ରୀଡ଼ାବିତଙ୍କ ବିକାଶ, ସମଗ୍ର ଭୌଗୋଳିକ ଅଂଚଳରୁ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ସାମିଲ ଓ ଶାଣିତ କରିବା ଲାଗି ଏମଆଇର ଦୃଢ଼ କାର୍ଯ୍ୟକ୍ରମ ଦାୟିତ୍ୱରେ ସେ ରହିବେ ଯାହା ହେଉଛି ଏମ୍‌ଆଇର ମୂଳ ଦର୍ଶନ ଓ ସଫଳତାର ମନ୍ତ୍ର । ପ୍ରତି ଭୌଗୋଳିକ ଅଞ୍ଚଳରେ ସ୍ୱତନ୍ତ୍ର ପ୍ରକାରର ଆହ୍ୱାନ ରହିଛି ଏବଂ ଜାହିରଙ୍କ ପଦୋନ୍ନତି ସାରା ବିଶ୍ୱରେ ଏମ୍‌ଆଇ ଟିମ୍‌କୁ ସହାୟକ ହେବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ମାହେଲା ଓ ଜାହିର ଆମର ବିଶ୍ୱସ୍ତରୀୟ ମୂଳ ଟିମ୍‌ର ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଉଭୟ ହେଉଛନ୍ତି ଏମ୍‌ଆଇ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏମ୍‌ଆଇ ଯେଉଁଥିପାଇଁ ପରିଚିତ ସେହି ଭାବର ସେମାନେ ପ୍ରତୀକ । ମୋର ବିଶ୍ୱାସ ରହିଛି ଯେ ସାରା ବିଶ୍ୱରେ ଆମର ସମସ୍ତ ଟିମ୍ ପାଇଁ ସେମାନେ ସେହି ପ୍ରବାହକୁ ସୁନିଶ୍ଚିତ କରିବେ ଏବଂ ସାରା ବିଶ୍ୱର କ୍ରିକେଟ୍ ବ୍ୟବସ୍ଥାରେ ଭିନ୍ନତା ଆଣିପାରିବେ ।’

ଏମ୍‌ଆଇର ଗ୍ଲୋବାଲ୍ ହେଡ୍‌-ପରଫରମାନ୍ସ ଶ୍ରୀଯୁକ୍ତ ମାହେଲା ଜୟବର୍ଦ୍ଧନେ କହିଛନ୍ତି ଯେ, “ଏମ୍‌ଆଇର ବିଶ୍ୱସ୍ତରୀୟ କ୍ରିକେଟ୍ ପରିଚାଳନାର ନେତୃତ୍ୱ ନେବା ମୋ ପାଇଁ ହେଉଛି ସମ୍ମାନର ବିଷୟ । ଶ୍ରୀମତୀ ଅମ୍ବାନି ଓ ଆକାଶଙ୍କ ନେତୃତ୍ୱ ଓ ମାର୍ଗଦର୍ଶନ ଏମ୍‌ଆଇକୁ ସବୁଠୁ ମୂଲ୍ୟବାନ ବିଶ୍ୱସ୍ତରୀୟ କ୍ରିକେଟ୍ ଫ୍ରାଂଚାଇଜିରେ ପରିଣତ କରିଛି ଏବଂ ବିଶ୍ୱସ୍ତରରେ ଏମ୍‌ଆଇର କଳେବର ବୃଦ୍ଧି ପାଉଥିବା ଦେଖି ମୋତେ ବେଶ ଖୁସି ଅନୁଭବ ହେଉଛି । କ୍ରିକେଟ୍‌ର ଏକ ଦୃଢ଼ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ଗଠନ କରିବା ଲାଗି ନୂଆ ଦାୟିତ୍ୱ ନିର୍ବାହ କରିବାକୁ ମୁଁ ଚାହିରହିଛି ।’’

ଏମ୍‌ଆଇର ଗ୍ଲୋବାଲ୍ ହେଡ୍‌-କ୍ରିକେଟ୍ ଡେଭେଲପ୍‌ମେଂଟ୍ ଶ୍ରୀଯୁକ୍ତ ଜାହିର ଖାନ କହିଛନ୍ତି ଯେ, “ଏହି ନୂତନ ଭୂମିକା ଗ୍ରହଣ କରି ମୁଁ କୃତଜ୍ଞ ଏବଂ ମୋ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ଶ୍ରୀମତୀ ନୀତା ଅମ୍ବାନି ଓ ଆକାଶଙ୍କୁ ଧନ୍ୟବାଦ ଜଣାଉଛି । ଜଣେ ଖେଳାଳି ଓ ଏକ ପ୍ରଶିକ୍ଷକ ଟିମ୍ ସଦସ୍ୟ ଭାବେ ଏମ୍‌ଆଇ ମୋ ପାଇଁ ନିଜ ଘର ଭଳି ଏବଂ ଆମେ ଏକ ନୂତନ ଯାତ୍ରାର ଶୁଭାରମ୍ଭ କରିବାକୁ ଯାଉଥିବା ବେଳେ ଏହି ପରିବାରରେ ଯୋଗ ଦେବାକୁ ଯାଉଥିବା ନୂଆ ସମ୍ଭାବନାମାନଙ୍କୁ ସନ୍ଧାନ କରିବା ପାଇଁ ତଥା ବିଶ୍ୱସ୍ତରୀୟ ନେଟୱର୍କର ସବୁ ଅଂଶୀଦାରଙ୍କ ସହ ଯୋଡ଼ି ହୋଇ କାମ କରିବାକୁ ମୁଁ ଚାହିରହିଛି ।’’

14 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର