ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍‍ ଦ୍ୱିତୀୟ ଟି-୨୦: ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

The Sakala Picture
Published On

ସେଣ୍ଟ କିଟ୍ସ,: ସ୍ଥାନୀୟ ୱାର୍ନର ପାର୍କ ଗ୍ରାଉଣ୍ଡରେ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‍ ସୋମବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‍ରେ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍‍ ଜିତି ଭାରତ ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ମ୍ୟାଚ୍‍ ଜିତି ଭାରତ ଏହି ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମୁକାବିଲାରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତ ବୋଲିଂ, ବ୍ୟାଟିଂ ଓ […]

ସେଣ୍ଟ କିଟ୍ସ,: ସ୍ଥାନୀୟ ୱାର୍ନର ପାର୍କ ଗ୍ରାଉଣ୍ଡରେ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‍ ସୋମବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‍ରେ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍‍ ଜିତି ଭାରତ ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ମ୍ୟାଚ୍‍ ଜିତି ଭାରତ ଏହି ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମୁକାବିଲାରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦମ୍‍ଦାର ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ଚକ୍‍ମା ଦେଇଥିଲା। ରୋହିତଙ୍କ ନେତୃତ୍ୱ ମଧ୍ୟ ଉଚ୍ଚକୋଟୀର ଥିଲା। ସେ ୩ ସ୍ପିନର ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ରବି ବିଷ୍ଣୋଇଙ୍କୁ ଖେଳାଇଥିଲେ ଓ ଏହା କାମ ଦେଇଥିଲା। ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆୟୋଜନ ହେବାକୁ ଯାଉଥିବା ବେଳେ ଏହି ସିରିଜ ଦଳର ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟ ହେବ। ଇଂଲଣ୍ଡ ବିପକ୍ଷ ଟି-୨୦ରେ ୱିକେଟକିପର ବ୍ୟାଟର ରିଷଭ ପନ୍ତ ରୋହିତଙ୍କ ସହ ଇନିଂସ ଓପନ କରିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ଇନିଂସ ଓପନ୍‍ କରିଥିଲେ। ଚଳିତ ବର୍ଷ ସୂର୍ଯ୍ୟକୁମାର ଭାରତ ପାଇଁ ସପ୍ତମ ଓପନର ସାବ୍ୟସ୍ତ ହୋଇଛନ୍ତି। ଯଦି ଲୋକେଶ ରାହୁଲ ଉପଲବ୍ଧ ନ ହୁଅନ୍ତି ତେବେ ଭାରତୀୟ ଟିମ୍‍ ମ୍ୟାନେଜମେଣ୍ଟ ଓପନିଂ ନେଇ ଏକ୍ସପେରିମେଣ୍ଟ ଜାରି ରଖିବ କି ନା ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ବାମହାତୀ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ ଟି-୨୦ ଫର୍ମାଟ୍‍ରେ ନିଜର ଦକ୍ଷତା ଓ ପ୍ରତିଭା ପ୍ରମାଣ କରିଛନ୍ତି। ଦୀର୍ଘଦିନ ଧରି ଭାରତୀୟ ଦଳରେ ଜଣେ କ୍ୱାଲିଟି ବାମହାତୀ ଦ୍ରୁତ ବୋଲରଙ୍କ ଅଭାବ ରହିଥିଲା। ୨୩ ବର୍ଷୀୟ ପଞ୍ଜାବର ଅର୍ଶଦୀପ ଏହି ଅଭାବ ପୁରଣ କରିଛନ୍ତି। ସେ ଆଗାମୀ ମ୍ୟାଚ୍‍ଗୁଡିକରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ପ୍ରଥମ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୪ ରନ ଦେଇ ସେ ୨ ୱିକେଟ ଅକ୍ତିଆର କରିଥିଲେ। ସେହିପରି ଦୀନେଶ କାର୍ତ୍ତିକ ଫିନିସର ଭୂମିକାକୁ ବେଶ୍‍ ଉତ୍ତମ ଢଙ୍ଗରେ ସମ୍ପାଦିତ କରିଛନ୍ତି। ପ୍ରଥମ ମ୍ୟାଚ୍‍ରେ ସେ ଦ୍ରୁତ ଗତିରେ ରନ (୧୯ ବଲରୁ ୪୧ ରନ) କରି ଦଳର ସ୍କୋରକୁ ୧୯୦ ପାର କରାଇଥିଲେ। ୩୭ ବର୍ଷୀୟ କାର୍ତ୍ତିିକ ଟି-୨୦ ବିଶ୍ୱକପ୍‍ ଦଳରେ ସାମିଲ ହେବା ନିଶ୍ଚିତ ମନେ ହେଉଛି। ସ୍ପିନ ବୋଲିଂରେ ଯୁବ ସ୍ପିନର ବିଷ୍ଣୋଇ ଓ ଅଶ୍ୱିନ ମଧ୍ୟ ଦମ୍‍ଦାର ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ ୪ ଓଭର ବୋଲିଂ କରି ୨୨ ରନ ଦେଇ ୨ ଓ ବିଷ୍ଣୋଇ ୨୬ ରନ ଦେଇ ୨ ୱିକେଟ ହାସଲ କରିଥିଲେ। ଦ୍ୱିତୀୟ ମ୍ୟାଚ୍‍ରେ ଜାଡେଜା, ଅଶ୍ୱିନ ଓ ବିଷ୍ଣୋଇଙ୍କୁ ଟିମ୍‍ ମ୍ୟାନେଜମେଣ୍ଟ ଖେଳାଇବା ଜାରି ରଖିବ ନା ଅକ୍ଷର ପଟେଲ ଓ କୁଲଦୀପଙ୍କୁ ଖେଳାଇବା ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର