ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦: କ୍ରମାଗତ ବିଜୟ ଲକ୍ଷ୍ୟରେ ଭାରତ

The Sakala Picture
Published On

ରାଜକୋଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଚତୁର୍ଥ ମୁକାବିଲା ଏଠାରେ ଶୁକ୍ରବାର ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୩ଟି ମ୍ୟାଚ୍‍ ମଧ୍ୟରେ ଭାରତ ଗୋଟିକରେ ଜିତିଥିଲାବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ୨ଟି ମ୍ୟାଚ୍‍ ଜିତି ଆଗୁଆ ରହିଛି। ଘରୋଇ ଦଳ ସିରିଜ୍‍ ବଞ୍ଚାଇବାକୁ ହେଲେ ଏଠାରେ ଆଉ ଏକ ବିଜୟ ଆବଶ୍ୟକ କରୁଛି। ଏହି ମ୍ୟାଚ୍‍ ଭାରତ ଜିତିଲେ ସିରିଜ୍‍ ବରାବର ସ୍ଥିତିକୁ ଆସିବ, ଦକ୍ଷିଣ ଆଫ୍ରିକା ଜିତିଲେ […]

ରାଜକୋଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଚତୁର୍ଥ ମୁକାବିଲା ଏଠାରେ ଶୁକ୍ରବାର ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୩ଟି ମ୍ୟାଚ୍‍ ମଧ୍ୟରେ ଭାରତ ଗୋଟିକରେ ଜିତିଥିଲାବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ୨ଟି ମ୍ୟାଚ୍‍ ଜିତି ଆଗୁଆ ରହିଛି। ଘରୋଇ ଦଳ ସିରିଜ୍‍ ବଞ୍ଚାଇବାକୁ ହେଲେ ଏଠାରେ ଆଉ ଏକ ବିଜୟ ଆବଶ୍ୟକ କରୁଛି। ଏହି ମ୍ୟାଚ୍‍ ଭାରତ ଜିତିଲେ ସିରିଜ୍‍ ବରାବର ସ୍ଥିତିକୁ ଆସିବ, ଦକ୍ଷିଣ ଆଫ୍ରିକା ଜିତିଲେ ସିରିଜ୍‍ କବ୍‍ଜା କରିବ। ଏଣୁ ଭାରତ ଲାଗି ଏହି ମ୍ୟାଚଟି ଅଧିକ ଗୁରୁତ୍ୱ ରଖୁଛି।
ଏହି ସିରିଜ୍‍ରେ ଭାରତର ଏକାଧିକ ନିୟମିତ ଓ ସିନିଅର ଖେଳାଳି ଭିନ୍ନ ଭିନ୍ନ କାରଣରୁ ଖେଳୁ ନାହାନ୍ତି। କିନ୍ତୁ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ରେ ସଫଳ ହୋଇଥିବା ଖେଳାଳିଙ୍କୁ ନେଇ ଗଠିତ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ବିଶାଖାପାଟଣାରେ ତୃତୀୟ ଦିନିକିଆରେ ଭାରତୀୟ ଯୁବ ଓପନର ଋତୁରାଜ ଗାଏକ୍ୱାଡ ଓ ଇଶାନ କିସାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ପାର୍ଟନରସିପ ହାସଲ କରିବା ଏବଂ ଦୁଇ ସ୍ପିନର ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କ ପ୍ରଭାବୀ ହେବା ଯୋଗୁଁ ଭାରତ ସିରିଜ୍‍ରେ ତିଷ୍ଠି ରହିଛି। ସିରିଜ୍‍ ବରାବର କରିବାକୁ ହେଲେ ଏମାନଙ୍କଠାରୁ ଆଉ ଏକ ଧମାକାଦାର ପ୍ରଦର୍ଶନ ଆଶା କରୁଛି ଘରୋଇ ଦଳ।

ଘରୋଇ ଦଳର ସବୁଠାରୁ ବଡ଼ ବିଫଳତା ହେଉଛି ଋଷଭ ପନ୍ତ୍‍ଙ୍କ ବ୍ୟାଟିଂ। ଲୋକେଶ ରାହୁଲଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଇଥିବା ପନ୍ତ୍‍ ଏଯାଏ ତାଙ୍କ ବିଭାଗରେ କ୍ଲିକ୍‍ କରିନାହାନ୍ତି। ସେ ଭଲ ବ୍ୟାଟିଂ କରିପାରି ନଥିଲାବେଳେ ନେତୃତ୍ୱ ନେବାରେ ସଫଳ ହୋଇ ନାହାନ୍ତି। ତାଙ୍କର ଦୁର୍ବଳତାକୁ ଦକ୍ଷିଣ ଆଫ୍ରିକା ବୋଲର ଭଲଭାବେ ଜାଣିପାରିଛନ୍ତି। ଏଣୁ ତାଙ୍କୁ ସହଜରେ ଆଉଟ କରିଦେଉଛନ୍ତି। ସମାନ ଅବସ୍ଥା ହେଉଛି ଶ୍ରେୟସ ଆୟରଙ୍କର। ଆୟରଙ୍କର ଆରମ୍ଭ ଭଲ ହେଉଛି, ସେ କିନ୍ତୁ ଫାଷ୍ଟ ବୋଲରଙ୍କ ବିପକ୍ଷରେ ଭଲ ଖେଳିପାରୁ ନାହାନ୍ତି। ଏହି ଦୁଇ ବ୍ୟାଟରଙ୍କ ଉପରେ ଦଳର ସିରିଜ୍‍ ନିର୍ଭର କରୁଛି। ଅନ୍ୟମାନେ ସେମାନଙ୍କ ଦାୟିତ୍ୱ ଏଯାଏ ଭଲ ଭାବେ ନିର୍ବାହ କରିଆସିଛନ୍ତି।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ବୋଲିଂରେ ଭୁବନେଶ୍ୱର କୁମାରଙ୍କ ଚମକ ରହିଛି। ଦକ୍ଷିଣ ଆଫ୍ରିକା ଖେଳିଥିବା ୩ଟି ଯାକ ମ୍ୟାଚ୍‍ ପାୱାର ପ୍ଲେ’ରେ ସେ ବ୍ରେକ୍‍ ଥ୍ରୁ ଦେଇଛନ୍ତି। ଯାହା ଫଳରେ ଦକ୍ଷିଣ ଆଫ୍ରିକା ଓପନିଂ ପାର୍ଟନରସିପ୍‍ରୁ ଯଥାକ୍ରମେ ୨୨, ୫ ଓ ୨୩ ରନ୍‍ କରିଛି। କଟକରେ ବେଷ୍ଟ ବୋଲିଂ ମଧ୍ୟ ଭୁବନେଶ୍ୱରଙ୍କ ନାମରେ ଲିପିବଦ୍ଧ ହୋଇଛି। କିନ୍ତୁ ଶୀର୍ଷବ୍ୟାଟରଙ୍କ ବିଫଳତାକୁ ମିଡଲ ଓ ଟେଲ ଏଣ୍ଡର ସମ୍ଭାଳିନେଇଛନ୍ତି। ଏବେ ଶୀର୍ଷ ଖେଳାଳି ସଫଳ ନ ହେଲେ ସିରିଜ୍‍ କବ୍‍ଜା କରିବା କଷ୍ଟକର ହୋଇ ପଡ଼ିବ। ଦଳର ୪ଜଣ ତାରକା ଖେଳାଳି ଏହି ସିରିଜ୍‍ରେ ନିଷ୍କ୍ରିୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବ୍ୟାଟର ଆଇଡେନ୍‍ ମାର୍କରାମ ସିରିଜ୍‍ରୁ ବାଦ୍‍ ପଡ଼ିଛନ୍ତି। ସେ କରୋନାରେ ଆକ୍ରାନ୍ତ ଥିଲାବେଳେ ସୁସ୍ଥ ହୋଇ ନାହାନ୍ତି। ଓପନର ତଥା ୱିକେଟ କିପର କ୍ୱିଣ୍ଟନ ଡି କକ୍‍ ପ୍ରଥମ ମ୍ୟାଚ୍‍ରେ ଆହତ ହେବା ପରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍‍ ଖେଳି ନାହାନ୍ତି। ଚତୁର୍ଥ ମ୍ୟାଚ୍‍ରେ ଖେଳିବେ କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଦୁଇ ଫାଷ୍ଟ ବୋଲର କାଗିସୋ ରାବାଡ଼ା କେବଳ ରନ୍‍ ନିୟନ୍ତ୍ରଣ କରିବା ଉପରେ ମନୋନିବେଶ କରୁଛନ୍ତି। ଆନରିଚ୍‍ ନୋର୍ଜେ ଆହତ ହୋଇ ଫେରିବା ପରେ ପୂର୍ବଭଳି ବ୍ୟାଟ୍ସମ୍ୟାନ୍‍ଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇ ନାହାନ୍ତି। ଏହା ପରୋକ୍ଷରେ ଭାରତର ନୂଆ ଖେଳାଳିମାନଙ୍କୁ ସୁହାଉଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଭାରତୀୟ ଟିମ୍‍ ମ୍ୟାନେଜମେଣ୍ଟର ମାନସିକତା ଯାହା ସେଥିରେ ଖେଳାଳି ପରିବର୍ତ୍ତନର ଆଶା କମ୍‍। ଏଣୁ ଉମରାନ ମଲିକ କିମ୍ବା ଅର୍ଶଦୀପ ସିଂଙ୍କୁ ଡେବ୍ୟୁ କରିବା ଲାଗି ଆଉ କିଛି ସମୟ ଲାଗିବ। ଡି କକ୍‍ ଫିଟ୍‍ ନହେଲେ ଉଭୟ ଦଳରେ ଏହି ମ୍ୟାଚ୍‍ ଲାଗି କୌଣସି ଖେଳାଳି ପରିବର୍ତ୍ତନ ହେବାର ଆଶା କମ୍‍। ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ କ୍ରିକେଟ ଗ୍ରାଉଣ୍ଡ ବ୍ୟାଟରଙ୍କୁ ସହାୟତା କରିଥାଏ। ଏହି ମ୍ୟାଚ୍‍ରେ ମଧ୍ୟ ବଡ ସ୍କୋର ହେବାର ସମ୍ଭାବନା ରହିଛି। ଭାରତର ରେକର୍ଡ ଏଠାରେ ଭଲ ଥିଲାବେଳେ ଏହାକୁ କେତେ ପରିମାଣରେ ବଜାୟ ରଖିପାରିବ ତାହା ମ୍ୟାଚ୍‍ ପରେ ଜଣା ପଡ଼ିବ।

17 Jun 2022 By The Sakala

https://www.thesakala.in/sports/india-vs-south-4th-t20-match/article-12524
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର