ବାରବାଟୀ ଟି-୨୦ : ଜୁନ ୧ରୁ ଅନଲାଇନ୍‌ରେ ଆରମ୍ଭ ହେବ ଟିକେଟ୍ ବିକ୍ରି, ଜାଣନ୍ତୁ କେଉଁଠୁ ବୁକ୍‌ କରିବେ ଟିକେଟ୍‌

The Sakala Picture
Published On

କଟକ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍ ୯ରୁ ୧୯ ତାରିଖ ମଧ୍ୟରେ ଖେଳାଯିବ ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା। ସିରିଜର ଦ୍ଵିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଜୁନ ୧୨ରେ ଖେଳାଯିବ। ଏ ନେଇ ଓଡିଶା କ୍ରିକେଟ୍ ଆସୋସିଏସନ (ଓସିଏ)ତରଫରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶତ ପ୍ରତିଶତ ଦର୍ଶକ କ୍ଷମତା ସହ ଏହି ମୁକାବିଲା ଖେଳାଯିବ। ବାରବାଟୀରେ ଦର୍ଶକ କ୍ଷମତା ୪୪ ହଜାରରୁ ଅଧିକ ରହିଛି। ଏହି କ୍ରମରେ ଜୁନ ୧ରେ ଅନଲାଇନ୍ ଟିକେଟ୍ […]

କଟକ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍ ୯ରୁ ୧୯ ତାରିଖ ମଧ୍ୟରେ ଖେଳାଯିବ ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା। ସିରିଜର ଦ୍ଵିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଜୁନ ୧୨ରେ ଖେଳାଯିବ। ଏ ନେଇ ଓଡିଶା କ୍ରିକେଟ୍ ଆସୋସିଏସନ (ଓସିଏ)ତରଫରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶତ ପ୍ରତିଶତ ଦର୍ଶକ କ୍ଷମତା ସହ ଏହି ମୁକାବିଲା ଖେଳାଯିବ। ବାରବାଟୀରେ ଦର୍ଶକ କ୍ଷମତା ୪୪ ହଜାରରୁ ଅଧିକ ରହିଛି। ଏହି କ୍ରମରେ ଜୁନ ୧ରେ ଅନଲାଇନ୍ ଟିକେଟ୍ ବିକ୍ରି ହେବାକୁ ଯାଉଛି। ଏନେଇ ଓସିଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ଏବଂ ଦକ୍ଷିଣ ଆଫ୍ରିକା କଟକ ମ୍ୟାଚ ପାଇଁ ଅନ୍‌ଲାଇନରେ ମୋଟ ୫ ହଜାର ଟିକେଟ୍ ବିକ୍ରି କରାଯିବ। ଜଣେ ଦର୍ଶକ ଦୁଇଟି ଟିକେଟ ନେଇପାରିବେ । ଜୁନ ୧ ପୂର୍ବାହ୍ନ ୧୧ଟାରୁ ଟିକେଟ୍ ବିକ୍ରି କରାଯିବ। କେବଳ ଗ୍ୟାଲେରୀ ନଂ ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ ପାଇଁ ଟିକେଟ୍ ଉପଲବ୍ଧ ରହିବ। ଜଣେ ବ୍ୟକ୍ତି ୨ଟି ଟିକେଟ୍ ବୁକିଂ କରି ପାରିବ ଏବଂ ଏନେଇ ପରିଚୟ ପତ୍ର ଦେବାକୁ ପଡିବ। ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ। ତେବେ ଅଫଲାଇନରେ ଜୁନ ୯ରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇ ଜୁନ ୧୦ ତାରିଖ ଯାଏଁ ଚାଲିବ। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଓସିଏ କର୍ତ୍ତୃପକ୍ଷ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଅନ୍ୟପଟେ ଦର୍ଶନମାନେ କେଉଁ ଆପ୍ ଏବଂ କେଉଁ ଓ୍ଵେବ୍ ସାଇଟ୍‌କୁ ଯାଇ ଟିକେଟ୍ ବୁକିଂ କରି ପାରିବେ ସେ ନେଇ ସୂଚନା ଦେଇଛି ଓସିଏ। ଦର୍ଶକମାନେ ପେଟିଏମ୍ ଇନ୍‌ସାଇଡର୍‌ ଆପ୍, ପେଟିଏମ୍ ଆପ୍‌ରେ କରିପାରିବେ ଟିକେଟ ବୁକିଂ। insider.in ୱେବସାଇଟ୍‌ରେ ମଧ୍ୟ ଉପଲବ୍ଧ ହେବ ଟିକେଟ୍ । ଦିନ ୧୧ଟାରେ ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ମିଳିବ ଟିକେଟ୍। ଟିକେଟ ବୁକିଂ ବେଳେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡିବ। ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ । 

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଅଢେଇ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ ମୁକାବିଲା ଖେଳାଯାଉଥିବାରୁ ଓଡିଶା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ମ୍ୟାଚ୍ ଆୟୋଜନ ନେଇ ଉନ୍ନତ ମାନର ବ୍ୟବସ୍ଥା କରାଯାଉଛି। ଯଦିଓ ବର୍ଷା ହୁଏ ଅଳ୍ପ ସମୟରେ ପଡିଆ ସୁଖାଇବା ପାଇଁ ଲଣ୍ଡନରୁ ଅତ୍ୟାଧୁନିକ ଯନ୍ତ୍ର ମଗାଯାଇଛି। ଏଥିପାଇଁ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରୁ ୩୦ କର୍ମଚାରୀଙ୍କୁ ଡକାଯାଇଛି। ପ୍ରଥମ ଥର ଏଲଇଡି ଫ୍ଲଡ୍ ଲାଇଟ୍‌ର ବ୍ୟବସ୍ଥା କରାଯାଇଛି। ସାତ ନମ୍ବର ଗ୍ୟାଲେରୀ କାମ ମଧ୍ୟ ସରିଛି। ଏଥି ସହିତ ମ୍ୟାଚ୍ ପାଇଁ ଆଜି ଅନୁଷ୍ଠିତ ଓସିଏର ସମୀକ୍ଷା ବୈଠକରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ୍, ପାର୍କିଂ ଭଳି ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଜୁନ୍ ୧୦ରେ ଭୁବନେଶ୍ବର ପହଞ୍ଚିବେ ଖେଳାଳି । ସେଠାରୁ କଡାସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ତାରକା ହୋଟେଲ ନିଆଯିବ । ଏଥିସହ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ପାଇଁ ଖେଳାଳି ବାରବାଟି ଷ୍ଟାଡିୟମର ଯିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଓସିଏ କର୍ତ୍ତୃପକ୍ଷ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର