ଆଇପିଏଲ ୨୦୨୨ରେ ପ୍ରଥମ ଶତକ ହାସଲ କଲେ ବଟଲର, ମୁମ୍ବାଇକୁ ୧୯୪ ରନ ଟାର୍ଗେଟ୍ ଦେଲା ରାଜସ୍ଥାନ ରୟାଲ୍ସ

The Sakala Picture
Published On

ମୁମ୍ବାଇ : ଡିଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୯ମ ମ୍ୟାଚରେ ଚମକିଛନ୍ତି ରାଜସ୍ଥାନ ରୟାଲ୍ସର ବ୍ୟାଟର। ଜୋସ୍ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲର ନବମ ମ୍ୟାଚ୍‌ରେ ବଡ ସ୍କୋର କରିଛି।ବଟଲର ୬୮ ବଲ୍‌ରୁ ୧୦୦ ରନର ବିସ୍ଫୋରକ ଇନିଂସ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୯୩ ରନ କରିଛି। ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା […]

ମୁମ୍ବାଇ : ଡିଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୯ମ ମ୍ୟାଚରେ ଚମକିଛନ୍ତି ରାଜସ୍ଥାନ ରୟାଲ୍ସର ବ୍ୟାଟର। ଜୋସ୍ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲର ନବମ ମ୍ୟାଚ୍‌ରେ ବଡ ସ୍କୋର କରିଛି।ବଟଲର ୬୮ ବଲ୍‌ରୁ ୧୦୦ ରନର ବିସ୍ଫୋରକ ଇନିଂସ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୯୩ ରନ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ରାଜସ୍ଥାନ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲା। ତେବେ ମୁମ୍ବାଇ ଅଧିନାୟକ ରୋହିତଙ୍କ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିକୁ ସଠିକ ସାବ୍ୟସ୍ତ କରି ଯଶପ୍ରୀତ ବୁମ୍ରା ଦଳୀୟ ସ୍କୋର ୧୩ ଥିବା ବେଳେ ଯଶ୍ୱସୀ ଜୈସୱାଲ(୧)ଙ୍କୁ ଆଉଟ କରି ଦେଇଥିଲେ। ଦେବଦତ୍ତ ପାଡିକ୍କଲ(୭) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଟି ପାରି ନଥିଲେ। ତାଙ୍କ ୱିକେଟ ଟାୟମଲ ମିଲ୍ସ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ରାଜସ୍ଥାନ ୪୮ ରନ୍‌ରେ ଦୁଇ ୱିକେଟ ହରାଇ ସାମାନ୍ୟ ସଙ୍କଟରେ ପଡ଼ିଥିଲା। ହେଲେ ଜୋସ୍ ବଟଲର କାଉଣ୍ଟର ଆଟାକ ଆରମ୍ଭ କରିଥିଲେ। ଅଧିନାୟକ ସଞ୍ଜୁ ସାମସନ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ମୁମ୍ବାଇ ବୋଲର ବିଶାଲ ଥାମ୍ପିଙ୍କ ଗୋଟିଏ ଓଭର୍‌ରୁ ରାଜସ୍ଥାନ ୨୬ ରନ୍‌ ଆଦାୟ କରି ନିଜର ବିସ୍ଫୋରକ ରୂପ ଦେଖାଇଥିଲା।ବଟଲର ଓ ସାମସନ ୩ୟ ୱିକେଟ ପାଇଁ ୮୨ ରନ୍‌ ଯୋଡ଼ି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇ ଯାଇଥିଲେ। ସାମସନ ଆଉଟ ହେବାପରେ କ୍ରିଜ୍‌କୁ ଆସିଥିବା ହେଟମେୟର ମଧ୍ୟ ବଡ଼ବଡ଼ ଶଟ ଖେଳିଥିଲେ। ହେଟମେୟର ମାତ୍ର ୧୪ ବଲରେ ୩୫ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୩ଟି ଛକା ଓ ୩ଟି ଚୌକା ମାରିଛନ୍ତି। ବଟଲର ମଧ୍ୟ ବଡ଼ବଡ଼ ଶଟ ଖେଳି ୬୫ ବଲ୍‌ରେ ନିଜର ଶତକ ହାସଲ କରିଥିଲେ।ସେ ମାତ୍ର ୬୮ଟି ବଲରୁ ୫ ଛକା ୧୧ ଚୌକା ସହ ୧୦୦ ରନ କରି ରାଜସ୍ଥାନ ପାଇଁ ଏକ ବଡ ସ୍କୋର କରିବାକୁ ସହାୟତା କରିଥିଲେ । ଏହା ଚଳିତ ଆଇପିଏଲର ପ୍ରଥମ ଶତକ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ଓ ଟାଇମାଲ ମିଲ୍ସ ୩ଟି ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର