କୋହଲିଙ୍କ ପାଇଁ ଅନୁଷ୍କା ଲେଖିଲେ ଭାବୁକ ପୋଷ୍ଟ, କହିଲେ ସେମାନେ ଧନ୍ୟ ଯେଉଁମାନେ ତୁମକୁ ଠିକରେ ବୁଝି ନାହାନ୍ତି

The Sakala Picture
Published On

ମୁମ୍ବଇ : ବିରାଟ କୋହଲି ଭାରତୀୟ ଟେଷ୍ଟ ଅଧିନାୟକତ୍ୱ ଛାଡିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। କ୍ରିକେଟ୍ ଜଗତର ଅନେକ ଭେଟେରାନ୍ ଏହି ମହାନ ଖେଳାଳିଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।ବିରାଟ କୋହଲିଙ୍କ ଅଧିନାୟକତ୍ୱ ଛାଡିବା ପରେ ଲୋକଙ୍କ ପ୍ରତିକ୍ରିୟା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। କ୍ରିକେଟ୍‌ରଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ କୋହଲିଙ୍କୁ ଅଧିନାୟକ ଭାବରେ ଏକ ଚମତ୍କାର କ୍ୟାରିୟର କାମନା କରିଛନ୍ତି । ଏହି ସମୟରେ ବିରାଟଙ୍କ ପତ୍ନୀ […]

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

ମୁମ୍ବଇ : ବିରାଟ କୋହଲି ଭାରତୀୟ ଟେଷ୍ଟ ଅଧିନାୟକତ୍ୱ ଛାଡିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। କ୍ରିକେଟ୍ ଜଗତର ଅନେକ ଭେଟେରାନ୍ ଏହି ମହାନ ଖେଳାଳିଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।ବିରାଟ କୋହଲିଙ୍କ ଅଧିନାୟକତ୍ୱ ଛାଡିବା ପରେ ଲୋକଙ୍କ ପ୍ରତିକ୍ରିୟା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। କ୍ରିକେଟ୍‌ରଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ କୋହଲିଙ୍କୁ ଅଧିନାୟକ ଭାବରେ ଏକ ଚମତ୍କାର କ୍ୟାରିୟର କାମନା କରିଛନ୍ତି । ଏହି ସମୟରେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ବିରାଟଙ୍କ ଅଧିନାୟକ ହେବା ପର୍ଯ୍ୟନ୍ତ ସମସ୍ତ ସ୍ମୃତି ବାଣ୍ଟିଛନ୍ତି। ଅନୁଷ୍କା ବିରାଟଙ୍କ ଏକ ଫଟୋ ମଧ୍ୟ ଏହି ଲମ୍ବା ପୋଷ୍ଟ ସହିତ ସେୟାର କରିଛନ୍ତି, ଯେଉଁଥିରେ ସେ ଭାରତର ଟେଷ୍ଟ ଜର୍ସି ପିନ୍ଧିଛନ୍ତି ଏବଂ ମନଖୋଲି ହସୁଛନ୍ତି ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ନିଜ ପୋଷ୍ଟରେ ଅନୁଷ୍କା ଲେଖିଛନ୍ତି ମୋର ମନେ ଅଛି ୨୦୧୪ ମସିହାରେ ସେହି ଦିନ ଯେତେବେଳେ ତୁମେ ମୋତେ କହିଥିଲ ଯେ ତୁମେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଛ କାରଣ ଏମଏସ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ ସେଦିନ ଏହି ବିଷୟକୁ ନେଇ ଧୋନି ଆମ ଦୁହିଁଙ୍କ ସହ କଥାବାର୍ତ୍ତା କରୁଥିଲେ । ଧୋନୀ ଏହି ସମୟରେ କହିଥିଲେ ଦେଖିବ କେତେ ଜଲଦି ତୁମ ଦାଢି ଧଳା ହୋଇଯିବ। ସେଦିନ ଆମେ ସମସ୍ତେ ଏହି କଥାକୁ ନେଇ ବହୁତ ହସିଥିଲେ। ସେହି ଦିନଠୁ ମୁଁ ତୁମ ଦାଢି ଧଳା ହେବା ବ୍ୟତୀତ ମୁଁ ଆହୁରି ଅନେକ କିଛି ଦେଖିଛି । ମୁଁ ତୁମକୁ ଆଗକୁ ବଢିଥିବା ଦେଖିଛି। ତୁମ ଚାରିପାଖରେ ଏବଂ ତୁମ ଭିତରେ ଅନେକ ସଫଳତା ଦେଖିଛି।  ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବରେ ଏବଂ ଆପଣଙ୍କ ନେତୃତ୍ୱରେ ଦଳର ସଫଳତା ପାଇଁ ମୁଁ ଗର୍ବିତ। ଆଉ ତାଠାରୁ ମୁଁ ଅଧିକ ଗର୍ବିତ ତୁମ ଭିତରର ପରିବର୍ତ୍ତନ ପାଇଁ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ଅନୁଷ୍କା ତାଙ୍କ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି ୨୦୧୪ରେ ୟଙ୍ଗ ଥିଲେ। ଭଲ ଚିନ୍ତାଧାର, ଆଉ ଲକ୍ଷ୍ୟ ସହିତ ଜୀବନରେ ଆଗକୁ ବଢୁଥିଲୁ। ଆମେ ଭାବୁଥିଲୁ ଭଲ ଉଦ୍ଦେଶ୍ୟ, ସକରାତ୍ମକ ଚିନ୍ତାଧାରା ଏବଂ ଉଦ୍ଦେଶ୍ୟ ଆପଣଙ୍କୁ ଜୀବନରେ ଆଗକୁ ନେବା ପାଇଁ ଯଥେଷ୍ଟ ଅଟେ । ଜୀବନରେ ଆଗକୁ ବଢିବା ପାଇଁ ଏହି ଜିନିଷଗୁଡ଼ିକ ନିଶ୍ଚିତ ଭାବରେ ଆବଶ୍ୟକ। କେବଳ ସେତିକି ନୁହେଁ ଏହି ସମୟ ମଧ୍ୟରେ ତୁମେ ଅନେକ ଚ୍ୟାଲେଞ୍ଜକୁ ତୁମେ ସାମ୍ନା କରିଛି । ସେ ଚ୍ୟାଲେଞ୍ଜ ଖାଲି ପଡିଆରେ ନୁହେଁ ବାହାରେ ମଧ୍ୟ ରହିଥିଲା । ତାହାକୁ ତୁମେ ମୁକାବିଲା କରିଛ। ଏହା ହିଁ ଜୀବନ। ଏହା ତୁମକୁ ପରୀକ୍ଷା କରେ ଯେଉଁଠାରେ ତୁମେ କମ୍ ଆଶା କରୁଛ କିନ୍ତୁ ଯେଉଁଠାରେ ତୁମେ ଏହାକୁ ଅଧିକ ଆବଶ୍ୟକ କରୁଛ। ମୁଁ ମୋର ପ୍ରେମ ଓ ତୁମ ପାଇଁ ବହୁତ ଗର୍ବିତ।   ମୋର ତୁମ ଉପରେ ଭରସା ଅଛି । ନିଜ ସ୍ପଷ୍ଟବାଦିତା ଯୋଗୁଁ ତୁମେ କୌଣସି ବି ବାଧାବିଘ୍ନକୁ ଅତିକ୍ରମ କରିଦେଇପାର । ସମସ୍ତଙ୍କ ପାଇଁ ତୁମେ ଉଦାହରଣ ସୃଷ୍ଟି କରିଛ, ପ୍ରତିଟି ମ୍ୟାଚରେ ବିଜୟ ପାଇଁ ତୁମେ ସବୁକିଛି କରିଛ । ଆଉ କିଛି ପରାଜୟ ପରେ ତୁମ ପାଖରେ ବସିଥିବା ବେଳେ  ମୁଁ ତୁମ ଲୁହ ବି ଦେଖିଛି । ଯେତେବେଳେ ତୁମେ ଭାବୁଥାଅ କି ଆହୁରି ଅଧିକ ଅଛି ଯାହା ତୁମେ କରିଥାନ୍ତ । ଏହା ହିଁ ତୁମେ ନିଜ ପାଖରେ ଏବଂ ସମସ୍ତଙ୍କ ପାଖରୁ ଆଶା କର।

ଅପେକ୍ଷା ହିଁ ତୁମର ସବୁଠାରୁ ବଡ ଶତ୍ରୁ । ତୁମର ଏହି କଥା ମୋ ନଜରର ତୁମକୁ ମହାନ କରିଛି । ସମସ୍ତେ ଏହି କଥାକୁ ବୁଝିପାରିବେନି । ମୁଁ ପୂର୍ବରୁ ବି କହିଛି ସେମାନେ ଧନ୍ୟ ଯେଉଁମାନେ ତୁମକୁ ଠିକରେ ବୁଝି ନାହାନ୍ତି । ତମେ ଫରଫେକ୍ଟ ନୁହେଁ ତମ ଭିତରେ ବି କିଛି କମି ରହିଛି । ଯାହାକୁ ତୁମେ କେବେ ଲୁଚାଇନ । ସଠିକ୍ କାର୍ଯ୍ୟ କରିବା ପାଇଁ ଠିଆ ହୋଇଛି। ସେ କାମ କେତେ କଠିନ ହେଉନା କାହିଁକି ।କଠିନ କରିବା ପାଇଁ ତୁମେ ସର୍ବଦା ଛିଡା ହୋଇଛ। ଲୋଭରୁ ତୁମେ କିଛି କରିନାହଁ, ଏପରିକି ଏହି ପଦବୀ ମଧ୍ୟ ଲୋଭରୁ ଧରିନାହଁ। ମୁଁ ଏହା ଜାଣେ ଆମ ଝିଅ ତାର ବାପାଙ୍କ ୭ ବର୍ଷର ଶିକ୍ଷାକୁ ହିଁ ଦେଖିବ । ତୁମେ ଭଲ କରିଛ।

16 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର