ଭାରତରେ ‘ଫୁଡ୍ ଡେଲିଭରି ସର୍ଭିସ୍’ ବନ୍ଦ କରିବ ଆମାଜନ

The Sakala Picture
Published On

ନୂଆଦିଲ୍ଲୀ: ଅନଲାଇନ ପ୍ଳାଟଫର୍ମରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠିତ କମ୍ପାନୀ ଆମାଜନ ଭାରତରେ ଫୁଡ ଡେଲିଭରି ସର୍ଭିସ ବନ୍ଦ କରିବାକୁ ଘୋଷଣା କରିଛି। ଆସନ୍ତା ଡିସେମ୍ବର ମାସ ୨୯ ତାରିଖରୁ ଏହି ସେବା ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଥିଲା ବେଳେ ଏହାପରେ ଗ୍ରାହକମାନଙ୍କୁ ଏହା ଉପଲବ୍ଧ ହେବ ନାହିଁ। ଏ ନେଇ ଆମାଜନ ପକ୍ଷରୁ ରେଷ୍ଟୁରାଣ୍ଟ ଅଂଶୀଦାରମାନଙ୍କୁ ମଧ୍ୟ ଅବଗତ କରିଦିଆଯାଇଛି। ଆମାଜନ ମାତ୍ର ଦୁଇ ବର୍ଷ ତଳେ ମେ’ ୨୦୨୦ରେ ବେଙ୍ଗାଲୁରୁରେ ଏହି ସେବା ଆରମ୍ଭ କରିଥିଲା। […]

ନୂଆଦିଲ୍ଲୀ: ଅନଲାଇନ ପ୍ଳାଟଫର୍ମରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠିତ କମ୍ପାନୀ ଆମାଜନ ଭାରତରେ ଫୁଡ ଡେଲିଭରି ସର୍ଭିସ ବନ୍ଦ କରିବାକୁ ଘୋଷଣା କରିଛି। ଆସନ୍ତା ଡିସେମ୍ବର ମାସ ୨୯ ତାରିଖରୁ ଏହି ସେବା ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଥିଲା ବେଳେ ଏହାପରେ ଗ୍ରାହକମାନଙ୍କୁ ଏହା ଉପଲବ୍ଧ ହେବ ନାହିଁ। ଏ ନେଇ ଆମାଜନ ପକ୍ଷରୁ ରେଷ୍ଟୁରାଣ୍ଟ ଅଂଶୀଦାରମାନଙ୍କୁ ମଧ୍ୟ ଅବଗତ କରିଦିଆଯାଇଛି। ଆମାଜନ ମାତ୍ର ଦୁଇ ବର୍ଷ ତଳେ ମେ’ ୨୦୨୦ରେ ବେଙ୍ଗାଲୁରୁରେ ଏହି ସେବା ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଉଲ୍ଲେଖଯୋଗ୍ୟ ଯେ, ଫୁଡ୍‌ ଡେଲିଭରି ସର୍ଭିସ ବ୍ୟତୀତ ଆମଜାନ ପୂର୍ବରୁ ଆଡଟେକ୍ ସର୍ଭିସ୍ ମଧ୍ୟ ବନ୍ଦ କରିସାରିଛି। ସାଂପ୍ରତିକ ବିଶ୍ବ ଅର୍ଥନୀତି ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନୀ ପୁଞ୍ଜି ଖଟାଇବା ଦିଗରେ କାଣ୍ଟଛାଣ୍ଟ କରିଥିବା ବେଳେ କର୍ମଚାରୀଙ୍କ ଛଟେଇ ମଧ୍ୟ ଆରମ୍ଭ କରିଛି। ତେବେ କମ୍ପାନୀ ରେଷ୍ଟୁରାଣ୍ଟ ଅଂଶୀଦାରମାନଙ୍କ ବିଜନେସ୍ ଡିଲ ପୁରା କରିବା ସାଙ୍ଗକୁ ସମସ୍ତ ଚୁକ୍ତି ପୁରଣ କରିବ ବୋଲି କହିଛି। ଏ ସମ୍ପର୍କରେ ଆମାଜନ କର୍ତ୍ତୃପକ୍ଷ କହିଛନ୍ତି ଯେ ବାର୍ଷିକ ଅପରେଟିଂ ରିଭ୍ୟୁରେ ଏହି ସେବାକୁ ଆଉ ଆଗକୁ ଚଳାଇ ରଖି ହେବ ନାହିଁ। ଏଣୁ କମ୍ପାନୀ ସତର୍କତାପୂର୍ବକ ୨୯ ଡିସେମ୍ବର ୨୦୨୨ରୁ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଫୁଡ ଡେଲିଭରି ସେବା କ୍ଷେତ୍ରରେ ଆମାଜନର ପ୍ରବେଶ କରିବା ପରେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟ ଦୁଇ ପ୍ରମୁଖ କମ୍ପାନୀ ସ୍ୱିଗି ଓ ଜମାଟୋ ସହିତ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏଥିରେ ବେଙ୍ଗାଲୁରୁରେ ଗ୍ରାହକ ପାଖାପାଖି ୩ ହଜାର ରେଷ୍ଟୁରାଣ୍ଟ ଓ କ୍ଲାଉଡ କିଚେନରୁ ଭାରତୀୟ, ଚାଇନିଜ୍, ଇଟାଲୀୟ, ବିରିୟାନୀ, ବର୍ଗର ଓ ଡେଜର୍ଟ ଆଦି ଅର୍ଡର କରିପାରୁଥିଲେ। ଏଥିଲାଗି ବର୍ଗର କିଙ୍ଗ, ବେହରୋଜ ବିରିୟାନୀ, ଫାସୋସ୍, ଚାୟ ପଏଣ୍ଟ, ଫ୍ରେସମେନ୍ୟୁ ଓ ଅଡିଗା ଭଳି ବହୁ ରେଷ୍ଟୁରାଣ୍ଟ ଓ କ୍ଲାଉଡ କିଚେନ ସହିତ ଆମାଜନ ଚୁକ୍ତିବଦ୍ଧ ହୋଇଥିଲା। ଭାରତରେ କରୋନା କାଳରେ କମ୍ପାନୀ ଏହି କ୍ଷେତ୍ରରେ କାର୍ଯ୍ୟାରମ୍ଭ କରିଥିଲେ ହେଁ ଖୁବ କମ୍‌ ସମୟ ବ୍ୟବଧାନରେ ଆମାଜନର ଚାହିଦା ବଢିଥÒଲା। ମାର୍ଚ୍ଚ ୨୦୨୧ ବେଳକୁ ଏହି ସେବା ବେଙ୍ଗାଲୁରର ୬୨ଟି ଅଞ୍ଚଳରେ ଉପଲବ୍ଧ ହେଉଥିଲା।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp