ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ୬୯ ରନ୍‌ରେ ହରାଇଲା ଆଫଗାନିସ୍ତାନ

The Sakala Picture
Published On

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛି । ବିଶ୍ୱକପ୍‌ ୨୦୨୩ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗତଥର ଚାମ୍ପିଅନ୍‌ ଇଂଲଣ୍ଡକୁ ୬୯ରେ ରନ୍‌ରେ ପରାସ୍ତ କରିଛି ଆଫଗାନିସ୍ତାନ। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪୯.୫ ଓଭରରେ ୨୮୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ୨୮୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ […]

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛି । ବିଶ୍ୱକପ୍‌ ୨୦୨୩ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗତଥର ଚାମ୍ପିଅନ୍‌ ଇଂଲଣ୍ଡକୁ ୬୯ରେ ରନ୍‌ରେ ପରାସ୍ତ କରିଛି ଆଫଗାନିସ୍ତାନ। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪୯.୫ ଓଭରରେ ୨୮୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ୨୮୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୦.୩ ଓଭରରେ ୨୧୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ପକ୍ଷରୁ ହ୍ୟାରି ବ୍ରୁକ୍‌ଙ୍କୁ ଛାଡିଦେଲେ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ବ୍ରୁକ୍‌ ଦଳ ପକ୍ଷରୁ ସର୍ବାଧିକ ୬୧ ବଲ୍‌ରେ ୬୬ ରନ୍‌ କରିଥିଲେ। ସେହିପରି ଡେଭିଡ ମଲାନ ୩୨, ଜୋ ରୁଟ ୧୧, ଆଦିଲ ରଶିଦ ୨୦, ମାର୍କ ଉଡ ୧୧ ରନ୍‌ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜିବଉର ରେହମାନ ଏବଂ ରଶିଦ ଖାଁ ଚମତ୍କାର ବୋଲିଂ କରି ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ। ମହମ୍ମଦ ନବୀ ୨, ଫଜଲହକ ଫାରୁକି ଏବଂ ନବୀନ ଉଲ ହକ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ ପ୍ରଫେସର ନିଲମ୍ବିତ

ଏହାପୂର୍ବରୁ ଆଫଗାନିସ୍ତାନର ଦୁଇ ଓପନ ରେହମାନୁଲ୍ଲା ଗୁରବାଜ ଏବଂ ଇବ୍ରାହିମ ଜଦ୍ରାନ ପ୍ରାରମ୍ଭରୁ ଧର୍ଯ୍ୟର ସହ ବ୍ୟାଟିଂ କରି ପ୍ରଥମ ଉଇକେଟରେ ୧୧୪ ରନ ଯୋଡ଼ି ଥିଲେ। ଗୁରବାଜ ୫୭ ବଲ୍‌ରେ ୮୦ ରନ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ଜଦ୍ରାନ ୨୮ ରନ କରିଥିଲେ। ଇକ୍ରାମ ଆଲିଖିଲ ଲଢୁଆ ବ୍ୟାଟିଂ କରି ୫୮ ରନ କରିଥିଲେ। ସେହିପରି ରସିଦ ଖାଁ ୨୩ ଏବଂ ମୁଜିବ ଉର୍‌ ରେହମାନ ୨୮ ରନ୍‌ର ଉପଯୋଗୀ ଇନିଂସ ଯୋଗୁ ଆଫଗାନିସ୍ତାନ ୨୮୪ ରନ କରିବାରେ ସକ୍ଷମ ହୋଇଥିଲା।
ଇଂଲଣ୍ଡର ଆଦିଲ ରସିଦ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ମାର୍କ ଉଡ ୨ ଉଇକେଟ ନେଇଥିଲେ। ସେହିପରି ଜୋ ରୁଟ, ଲିଆମ ଲିଭିଙ୍ଗଷ୍ଟୋନ ଏବଂ ରିସ ଟପଲେ ଗୋଟିଏ ଲେଖାଏ ଉଇକେଟ ନେବାରେ ସଫଳ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp