ଫିଫା ବିଶ୍ୱକପ୍‍ ଦେଖିବାକୁ କତାରରେ କୋଲକାତାର ୯,୦୦୦ ଫୁଟବଲ ସମର୍ଥକ

The Sakala Picture
Published On

କୋଲକାତା: କତାରରେ ଚାଲିଥିବା ଫିଫା ବିଶ୍ୱକପ୍‍ ଫୁଟବଲର ପ୍ରଭାବ ଏବେ ବିଶ୍ୱର ସମସ୍ତ ଫୁଟବଲ ପ୍ରେମୀଙ୍କ ଉପରେ ପଡ଼ିଛି। ଫୁଟବଲ ଲାଗି ପାଗଳ ହୋଇଯାଉଥିବା କୋଲକାତାର ସମର୍ଥକ ମାନେ ଏଥିରୁ ବାଦ୍‍ ଯାଆନ୍ତେ କିପରି ? ଫିଫାର ଏହି ସିନିୟର ପୁରୁଷ ବିଶ୍ୱକପ୍‍ ଖେଳ ଦେଖିବାକୁ କୋଲକାତାରୁ କେବଳ ୯,୦୦୦ ସମର୍ଥକ ଏବେ କତାରରେ ଅଛନ୍ତି। ଏମାନେ ଡିସେମ୍ବର ୧୮ ତାରିଖ ଯାଏ ଖେଳ ଦେଖିବା ପରେ ସ୍ୱଦେଶ ଫେରିବେ ବୋଲି ପ୍ରକାଶ କରିଛନ୍ତି ଟ୍ରାଭେଲ ଏଜେଣ୍ଟ […]

କୋଲକାତା: କତାରରେ ଚାଲିଥିବା ଫିଫା ବିଶ୍ୱକପ୍‍ ଫୁଟବଲର ପ୍ରଭାବ ଏବେ ବିଶ୍ୱର ସମସ୍ତ ଫୁଟବଲ ପ୍ରେମୀଙ୍କ ଉପରେ ପଡ଼ିଛି। ଫୁଟବଲ ଲାଗି ପାଗଳ ହୋଇଯାଉଥିବା କୋଲକାତାର ସମର୍ଥକ ମାନେ ଏଥିରୁ ବାଦ୍‍ ଯାଆନ୍ତେ କିପରି ? ଫିଫାର ଏହି ସିନିୟର ପୁରୁଷ ବିଶ୍ୱକପ୍‍ ଖେଳ ଦେଖିବାକୁ କୋଲକାତାରୁ କେବଳ ୯,୦୦୦ ସମର୍ଥକ ଏବେ କତାରରେ ଅଛନ୍ତି। ଏମାନେ ଡିସେମ୍ବର ୧୮ ତାରିଖ ଯାଏ ଖେଳ ଦେଖିବା ପରେ ସ୍ୱଦେଶ ଫେରିବେ ବୋଲି ପ୍ରକାଶ କରିଛନ୍ତି ଟ୍ରାଭେଲ ଏଜେଣ୍ଟ ଫେଡେରେସନ ଅଫ୍‍ ଇଣ୍ଡିଆର ସଭାପତି ଅନୀଲ ପଞ୍ଜାବୀ। ଏମାନଙ୍କ ସହ ପୂର୍ବ ଭାରତରୁ ପାଖାପାଖି ୧୨,୦୦୦ ଫୁଟବଲ ସମର୍ଥକ ଏବେ କତାରରେ ବିଶ୍ୱକପ୍‍କୁ ଉପଭୋଗ କରୁଛନ୍ତି। ଏହା ମଧ୍ୟରେ ଖେଳ ସେମିଫାଇନାଲ ଓ ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲାଣି। ଏହି ପର୍ଯ୍ୟାୟକୁ ଦେଖିବା ଲାଗି କୋଲକାତାରୁ ଆଉ ୧୫୦୦ ଦର୍ଶକ କତାର ଯିବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏଠାରେ ପ୍ରଶ୍ନଉଠେ ଭାରତରେ କ୍ରିକେଟ ଖେଳର ଲୋକପ୍ରିୟତା ଥିଲାବେଳେ ଫୁଟବଲ ପ୍ରତି ଏତେ ଆଗ୍ରହ କାହିଁକି। ଏହାର କାରଣ ହେଲା ପୂର୍ବ ଭାରତରେ ଫୁଟବଲ ଖେଳ ପ୍ରତି ଅତ୍ୟନ୍ତ ଆଗ୍ରହ। ଏହି ଆଗ୍ରହ ଯୋଗୁ ସମର୍ଥକମାନେ ଫୁଟବଲ ମ୍ୟାଚ୍‍କୁ ଅଧିକ ଉପଭୋଗ କରିଥାନ୍ତି। ଏହା ବ୍ୟତୀତ କରୋନା ଯୋଗୁ ଗତ କିଛି ବର୍ଷ ହେଲା ଫୁଟବଲ ସମର୍ଥକମାନେ ଘରୁ ବାହାରି ପାରି ନାହାନ୍ତି। ଭାରତରେ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇ ନାହିଁ। ଏହା ମଧ୍ୟ ଏକ ବଡ଼ କାରଣ ବୋଲି ପଞ୍ଜାବୀ କହନ୍ତି।
ଆଉ ଏକ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ଆର୍ଥିକ ସ୍ଥିତି ଓ ଯୋଗାଯୋଗ ସୁବିଧାର ଉପଲବ୍ଧ। ଏବେ ଭାରତୀୟ ଅର୍ଥନୀତିରେ ଢ଼େର ଉନ୍ନତି ହୋଇଛି। ସାଧରଣ ଜନତାଙ୍କ ଜୀବନ ଧାରଣ ମାନରେ ଉନ୍ନତି ହୋଇଥିଲା ବେଳେ ଆୟ ବୃଦ୍ଧି ହୋଇଛି। ଏହା ବ୍ୟତୀତ କୋଲକାତାରୁ କତାରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେଉଛି। ଏଠାରୁ ଯିବାଆସିବା ଲାଗି ୫୫,୦୦୦ରୁ ୬୦,୦୦୦ ଟଙ୍କା ଲାଗୁଛି। ଏଣୁ ଏହି ସବୁ କାରଣ ଯୋଗୁ କତାରକୁ ଏତେ ସଂଖ୍ୟାରେ ସମର୍ଥକ ଯାଇଛନ୍ତି।

ଫୁଟବଲରେ ଦକ୍ଷ ଓ ଲୋକପ୍ରିୟ ଟିମ୍‍ ବ୍ରାଜିଲ ଓ ପର୍ତ୍ତୁଗାଲ ବିଦା ହେବା ସତ୍ତ୍ବେ ଏହି ସମର୍ଥକ ଆର୍ଜେଣ୍ଟିନାର ବଡ଼ ସମର୍ଥକ ପାଲଟିଛନ୍ତି। ମେସୀଙ୍କ ପରି ଖେଳାଳିଙ୍କୁ ଖେଳ ନିଜ ଆଖିରେ ଦେଖିବା ସୌଭାଗ୍ୟର କଥା। ଏହାକୁ ମୁଁ ଆଦୌ ହାତଛଡ଼ା କରିବି ନାହିଁ ବୋଲି ଲେକ୍‍ ଟାଉନ ବାସିନ୍ଦା ଶୁଭମ ମିତ୍ର ପ୍ରକାଶ କରିଛନ୍ତି। ସେ ସୋମବାର କତାର ଅଭିମୁଖେ ଯିବେ ଓ ମଙ୍ଗଳବାର ଆର୍ଜେଣ୍ଟିନା ଓ କ୍ରୋଏସିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ ମୁକାବିଲାକୁ ଦେଖିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp