ବିଶ୍ବ ତମାଖୁ ବର୍ଜନ ଦିବସ

The Sakala Picture
Published On

ପ୍ରତିବର୍ଷ ମେ ୩୧ ତାରିଖକୁ ‘ବିଶ୍ବ ତମାଖୁ ବର୍ଜନ ଦିବସ’ ବା ‘ୱାର୍ଲଡ୍‌ ନୋ ଟବାକୋ ଡେ’ ଭାବେ ପାଳନ କରାଯାଏ। ଲୋକଙ୍କୁ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ତମାଖୁ ସେବନ ଶରୀର ପ୍ରତି କ୍ଷତିକାରକ ଥିଲେ ମଧ୍ୟ କିଛି ଲୋକ ଜାଣିଶୁଣି ଏହାକୁ ସେବନ କରୁଛନ୍ତି, ଆଉ କିଛି ଲୋକ ସଚେତନତାର ଅଭାବ […]

ପ୍ରତିବର୍ଷ ମେ ୩୧ ତାରିଖକୁ ‘ବିଶ୍ବ ତମାଖୁ ବର୍ଜନ ଦିବସ’ ବା ‘ୱାର୍ଲଡ୍‌ ନୋ ଟବାକୋ ଡେ’ ଭାବେ ପାଳନ କରାଯାଏ। ଲୋକଙ୍କୁ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ତମାଖୁ ସେବନ ଶରୀର ପ୍ରତି କ୍ଷତିକାରକ ଥିଲେ ମଧ୍ୟ କିଛି ଲୋକ ଜାଣିଶୁଣି ଏହାକୁ ସେବନ କରୁଛନ୍ତି, ଆଉ କିଛି ଲୋକ ସଚେତନତାର ଅଭାବ ଯୋଗୁଁ ତମାଖୁର ଖରାପ ପ୍ରଭାବ ବିଷୟରେ ଜାଣି ନ ପାରି ସେବନ କରୁଛନ୍ତି । ଫଳରେ ସାରା ବିଶ୍ବରେ ଫୁସ୍‌ଫୁସ୍‌ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାର ଲାଗିଛି । ତେବେ ଏଥିରୁ ମନୁଷ୍ୟ ଜାତିକୁ ରକ୍ଷା କରିବା ପାଇଁ ପ୍ରତି ବର୍ଷ ବିଶ୍ବ ବ୍ୟାପୀ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ନୂଆ ଭୋଟରଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ନିୟମ: ଭୋଟର ତାଲିକାରେ ନାମ ସାମିଲ ପାଇଁ ବାଧ୍ୟତାମୂଳକ ହେଲା ପିତାମାତାଙ୍କ 'ଏସ୍‌ଆଇଆର୍' (SIR) ତଥ୍ୟ

ତମାଖୁ ଦୁଇ ପ୍ରକାର ବ୍ୟବହାର ହୋଇଥାଏ। ସିଗାରେଟ୍ ଓ ବିଡ଼ି ଗୋଟିଏ ପ୍ରକାର ହୋଇଥିବାବେଳେ ଗୁଟ୍‌ଖା, ଜର୍ଦ୍ଦା, ଗୁଣ୍ଡିକୁ ଚୋବାଇ ଲୋକମାନେ ବ୍ୟବହାର କରିଥାନ୍ତି। ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ। ତହିଁରୁ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ବାରା ମୁଖ୍ୟତଃ ଫୁସ୍‌ଫୁସ୍‌, ମୁଖଗହ୍ବର, ଜିହ୍ବା କର୍କଟ ରୋଗ ଦେଖାଦେଇଥାଏ। ମହିଳାମାନେ ତମାଖୁ ସେବନ କରିବା ଦ୍ବାରା ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଓ ଜୀବନ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ମଧ୍ୟ ଜନ୍ମ ହେବାର ଆଶଙ୍କା ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ୧୯୮୭ରେ ପ୍ରଥମ ଥର ପାଇଁ ବିଶ୍ବ ତମାଖୁ ଦିବସ ପାଳନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଇସ୍ରୋ ବୈଜ୍ଞାନିକଙ୍କ ଇସ୍ତଫା ଗ୍ରହଣ ନକରିବାକୁ ନିର୍ଦ୍ଦେଶ, ନିୟମ କଡ଼ାକଡ଼ି କଲେ ସରକାର

ତମାଖୁ ସେବନ ଯୋଗୁଁ ମୃତ୍ୟୁହାରର ଅହେତୁକ ବୃଥି ହେତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତିବର୍ଷ ତମାଖୁ ସେବନ ଦ୍ବାରା ୭୦ ଲକ୍ଷ ଲୋକ କର୍କଟ ତଥା ମୁଖଗହ୍ବର କର୍କଟରେ ପୀଡ଼ିତ ହୋଇଥାନ୍ତି। ଅନ୍ୟପଟେ କ୍ରମାଗତ ତମାଖୁ ସେବନ ଦ୍ବାରା ମଣିଷର ପ୍ରତିଟି ଅଙ୍ଗ ପ୍ରଭାବିତ ହୁଏ। ଯାହାଫଳରେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼େ। ଏ ଦୃଷ୍ଟିରୁ ଏହାକୁ ‘ନିରବ ଘାତକ’ ବୋଲି ମଧ୍ୟ କୁହାଯାଏ। ଏହି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଏ। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ‘ଆମକୁ ଖାଦ୍ୟର ଆବଶ୍ୟକତା ଅଛି, ତମାଖୁ ନୁହେଁ’।

31 May 2023 By The Sakala

ବିଶ୍ବ ତମାଖୁ ବର୍ଜନ ଦିବସ

ପ୍ରତିବର୍ଷ ମେ ୩୧ ତାରିଖକୁ ‘ବିଶ୍ବ ତମାଖୁ ବର୍ଜନ ଦିବସ’ ବା ‘ୱାର୍ଲଡ୍‌ ନୋ ଟବାକୋ ଡେ’ ଭାବେ ପାଳନ କରାଯାଏ। ଲୋକଙ୍କୁ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ତମାଖୁ ସେବନ ଶରୀର ପ୍ରତି କ୍ଷତିକାରକ ଥିଲେ ମଧ୍ୟ କିଛି ଲୋକ ଜାଣିଶୁଣି ଏହାକୁ ସେବନ କରୁଛନ୍ତି, ଆଉ କିଛି ଲୋକ ସଚେତନତାର ଅଭାବ ଯୋଗୁଁ ତମାଖୁର ଖରାପ ପ୍ରଭାବ ବିଷୟରେ ଜାଣି ନ ପାରି ସେବନ କରୁଛନ୍ତି । ଫଳରେ ସାରା ବିଶ୍ବରେ ଫୁସ୍‌ଫୁସ୍‌ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାର ଲାଗିଛି । ତେବେ ଏଥିରୁ ମନୁଷ୍ୟ ଜାତିକୁ ରକ୍ଷା କରିବା ପାଇଁ ପ୍ରତି ବର୍ଷ ବିଶ୍ବ ବ୍ୟାପୀ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି।

ତମାଖୁ ଦୁଇ ପ୍ରକାର ବ୍ୟବହାର ହୋଇଥାଏ। ସିଗାରେଟ୍ ଓ ବିଡ଼ି ଗୋଟିଏ ପ୍ରକାର ହୋଇଥିବାବେଳେ ଗୁଟ୍‌ଖା, ଜର୍ଦ୍ଦା, ଗୁଣ୍ଡିକୁ ଚୋବାଇ ଲୋକମାନେ ବ୍ୟବହାର କରିଥାନ୍ତି। ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ। ତହିଁରୁ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ବାରା ମୁଖ୍ୟତଃ ଫୁସ୍‌ଫୁସ୍‌, ମୁଖଗହ୍ବର, ଜିହ୍ବା କର୍କଟ ରୋଗ ଦେଖାଦେଇଥାଏ। ମହିଳାମାନେ ତମାଖୁ ସେବନ କରିବା ଦ୍ବାରା ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଓ ଜୀବନ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ମଧ୍ୟ ଜନ୍ମ ହେବାର ଆଶଙ୍କା ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ୧୯୮୭ରେ ପ୍ରଥମ ଥର ପାଇଁ ବିଶ୍ବ ତମାଖୁ ଦିବସ ପାଳନ କରାଯାଇଥିଲା।

ତମାଖୁ ସେବନ ଯୋଗୁଁ ମୃତ୍ୟୁହାରର ଅହେତୁକ ବୃଥି ହେତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତିବର୍ଷ ତମାଖୁ ସେବନ ଦ୍ବାରା ୭୦ ଲକ୍ଷ ଲୋକ କର୍କଟ ତଥା ମୁଖଗହ୍ବର କର୍କଟରେ ପୀଡ଼ିତ ହୋଇଥାନ୍ତି। ଅନ୍ୟପଟେ କ୍ରମାଗତ ତମାଖୁ ସେବନ ଦ୍ବାରା ମଣିଷର ପ୍ରତିଟି ଅଙ୍ଗ ପ୍ରଭାବିତ ହୁଏ। ଯାହାଫଳରେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼େ। ଏ ଦୃଷ୍ଟିରୁ ଏହାକୁ ‘ନିରବ ଘାତକ’ ବୋଲି ମଧ୍ୟ କୁହାଯାଏ। ଏହି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଏ। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ‘ଆମକୁ ଖାଦ୍ୟର ଆବଶ୍ୟକତା ଅଛି, ତମାଖୁ ନୁହେଁ’।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp