କାହିଁକି କଳା କୋଟ୍‌ ପିନ୍ଧନ୍ତି ଓକିଲ

The Sakala Picture
Published On

ଡ୍ରେସ୍ କୋଡ୍ ହେଉଛି ଆତ୍ମବିଶ୍ୱାସ, ଅନୁଶାସନ ଏବଂ ବୃତ୍ତିର ପ୍ରତୀକ। ଜଣଙ୍କ ବେଶ ପୋଷାକରୁ ସହଜରେ ଅନୁମାନ କରିହେବ ଯେ, ବ୍ୟକ୍ତିଜଣଙ୍କ କେଉଁ ପେସା ସହ ଜଡ଼ିତ। ଯେଭଳି ଟ୍ରାଫିକ୍‌ ପୋଲିସ୍‌ ଧଳା ପୋଷାକ, ପୋଲିସ୍‌ଙ୍କ ପୋଷାକର ରଙ୍ଗ ମାଟିଆ ହୋଇଥାଏ, ସେହିଭଳି ଓକିଲମାନେ ସର୍ବଦା କଳା ରଙ୍ଗର କୋଟ୍‌ ଓ ଧଳା ସାର୍ଟ ପିନ୍ଧି ଥା’ନ୍ତି। ତେବେ ଏହା କୌଣସି ଫେସନ୍‌ ନୁହେଁ; ଏହାକୁ ନେଇ ଏକ ଐତିହାସିକ କାହାଣୀ ଅଛି। ଓକିଲମାନେ କଳା କୋର୍ଟ […]

ଡ୍ରେସ୍ କୋଡ୍ ହେଉଛି ଆତ୍ମବିଶ୍ୱାସ, ଅନୁଶାସନ ଏବଂ ବୃତ୍ତିର ପ୍ରତୀକ। ଜଣଙ୍କ ବେଶ ପୋଷାକରୁ ସହଜରେ ଅନୁମାନ କରିହେବ ଯେ, ବ୍ୟକ୍ତିଜଣଙ୍କ କେଉଁ ପେସା ସହ ଜଡ଼ିତ। ଯେଭଳି ଟ୍ରାଫିକ୍‌ ପୋଲିସ୍‌ ଧଳା ପୋଷାକ, ପୋଲିସ୍‌ଙ୍କ ପୋଷାକର ରଙ୍ଗ ମାଟିଆ ହୋଇଥାଏ, ସେହିଭଳି ଓକିଲମାନେ ସର୍ବଦା କଳା ରଙ୍ଗର କୋଟ୍‌ ଓ ଧଳା ସାର୍ଟ ପିନ୍ଧି ଥା’ନ୍ତି। ତେବେ ଏହା କୌଣସି ଫେସନ୍‌ ନୁହେଁ; ଏହାକୁ ନେଇ ଏକ ଐତିହାସିକ କାହାଣୀ ଅଛି। ଓକିଲମାନେ କଳା କୋର୍ଟ ପିନ୍ଧିବା ପରମ୍ପରା ଇଂଲଣ୍ଡରୁ ଆରମ୍ଭ ହୋଇଥିଲା। ୧୩୨୭ ମସିହାରେ ଓକିଲାତିର ଆରମ୍ଭ ଏଡ୍‌ୱର୍ଡ ତୃତୀୟଙ୍କ ଦ୍ବାରା ହୋଇଥିଲା। ଏହି ସମୟରେ ଆଇନଜୀବୀମାନଙ୍କୁ ଚାରୋଟି ଭାଗରେ ଯଥା- ଛାତ୍ର, ଓକିଲ, ବେଞ୍ଚର୍‌ ଏବଂ ବାରିଷ୍ଟର ଭାବେ ବିଭକ୍ତ କରାଯାଇଥିଲା। ଏମାନେ ସମସ୍ତେ ବିଚାରପତିଙ୍କୁ ସ୍ୱାଗତ କରୁଥିଲେ। ବିଚାରପତିମାନେ ସେମାନଙ୍କ ମୁଣ୍ଡରେ ଲୋମ ଥିବା ଏକ ୱିଗ୍‌ ପିନ୍ଧୁଥିଲେ। ପ୍ରାଚୀନ କାଳରେ ଓକିଲମାନେ ଅଦାଲତକୁ ସୁବର୍ଣ୍ଣ ଲାଲ୍ ରଙ୍ଗର ପୋଷାକ ଏବଂ ବ୍ରାଉନ୍‌ ରଙ୍ଗର ଫୁଲ୍ କୋଟ୍ ପିନ୍ଧି ଆସୁଥିଲେ।

ଆହୁରି ପଢ଼ନ୍ତୁ: ପୃଥିବୀକୁ ବଞ୍ଚାଇବାକୁ ମହାକାଶୀୟ ଜିଓ-ଇଞ୍ଜିନିୟରିଂ ଆବଶ୍ୟକ, ନହେଲେ ୫୦ ବର୍ଷ ପରେ ପୃଥିବୀର ଅସ୍ତିତ୍ୱ ଧ୍ୱଂସ ପାଇଯିବ: ଏଲନ୍‌ ମସ୍କ

ପରେ ୧୬୩୭ରେ ଓକିଲମାନଙ୍କ ବେଶଭୂଷାରେ ପରିବର୍ତ୍ତନ କରାଗଲା ଏବଂ କାଉନ୍‌ସିଲ୍‌କୁ ଜନତାଙ୍କ ଅନୁଯାୟୀ ପୋଷାକ ପିନ୍ଧିବାକୁ ପ୍ରସ୍ତାବ ଦିଆଗଲା। ସେବେଠାରୁ ଓକିଲମାନେ ଲମ୍ବା କୋଟ୍‌ ପିନ୍ଧିବା ଆରମ୍ଭ କରିଥିଲେ। ଏହି ପୋଷାକ ବିଚାରପତି ଏବଂ ଆଇନଜୀବୀଙ୍କୁ ଅନ୍ୟ ବ୍ୟକ୍ତିଙ୍କଠାରୁ ଭିନ୍ନ ଦର୍ଶାଉଥିଲା ବୋଲି କୁହାଯାଏ। ୧୬୯୪ ମସିହାରେ ବ୍ରିଟେନ୍‌ର ରାଣୀ ମେରିଙ୍କର ମୃତ୍ୟୁ ପରେ ତାଙ୍କ ସ୍ବାମୀ କିଙ୍ଗ୍‌ ୱିଲିୟମ୍‌ସ ସମସ୍ତ ନ୍ୟାୟାଧୀଶ ଏବଂ ଆଇନଜୀବୀଙ୍କୁ ସର୍ବସାଧାରଣରେ ଶୋକ କରିବା ପାଇଁ କଳା କୋଟ୍ ପିନ୍ଧି ଏକାଠି ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ସମ୍ମାନ ଦେଇ ଆଇନଜୀବୀମାନେ କଳା ରଙ୍ଗର ଗାଉନ୍‌ ପିନ୍ଧିଥିଲେ। କିନ୍ତୁ ରାଜା ଏହି ଆଦେଶକୁ ଆଉ ଫେରାଇ ନ ଥିଲେ, ଯେଉଁଥିପାଇଁ ସେବେଠାରୁ ଏହି ପ୍ରଥା ଚଳି ଆସୁଛି। ତେବେ ବର୍ତ୍ତମାନ ସମୟରେ କଳା କୋଟ୍ ଓକିଲମାନଙ୍କର ପରିଚୟ ପାଲଟିଛି। ୧୯୬୧ ଅଧିନିୟମ ଅନୁଯାୟୀ କୋର୍ଟରେ ଧଳା ବ୍ୟାଣ୍ଡ ଟାଇ ସହିତ କଳା କୋଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ବିଶ୍ବାସ କରାଯାଏ ଯେ, ଏହି କଳା କୋଟ୍ ଓ ଧଳା ସାର୍ଟ ଓକିଲମାନଙ୍କ ମଧ୍ୟରେ ଶୃଙ୍ଖଳା ଆଣିଥାଏ ଏବଂ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିଥାଏ। କଳାରଙ୍ଗ ଦୃଷ୍ଟିବାଧିତ ବ୍ୟକ୍ତିର ପ୍ରତୀକ ହୋଇଥାଏ। ଦୃଷ୍ଟିବାଧିତ ଲୋକଟିଏ କୌଣସି ପକ୍ଷପାତିତା କରେ ନାହିଁ, ଏଣୁ କଳା ରଙ୍ଗ କୋଟ୍‌ ପିନ୍ଧିବା ପରେ ଓକିଲମାନେ କୌଣସି ଭେଦଭାବ ନ ରଖି  ସତ୍ୟ ପାଇଁ ଲଢ଼େଇ କରୁଥିବାରୁ ଏହି ରଙ୍ଗର କୋର୍ଟ ପରିଧାନ କରନ୍ତି ବୋଲି କୁହାଯାଏ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp