କାହିଁକି ହୁଏ ‘ମଙ୍କି ଫିଭର’, କ’ଣ ଏହାର ଲକ୍ଷଣ……

The Sakala Picture
Published On

ଜୀବଜନ୍ତୁଙ୍କ ସଂସ୍ପର୍ଶରେ ସିଧାସଳଖ ଆସିବା ଦ୍ବାରା କିଛି ଭୂତାଣୁ ମନୁଷ୍ୟ ଶରୀରରେ ବ୍ୟାପି ରୋଗ ସୃଷ୍ଟି କରିଥାନ୍ତି। କେତେକ ଭୂତାଣୁ ମୃତ୍ୟୁର କାରଣ ପାଲଟିଥାନ୍ତି। ଏହି କ୍ରମରେ ଏମିତି ଏକ ରୋଗ ହେଉଛି ମଙ୍କି ଫିଭର। ମହାମାରୀ କରୋନାର ଭୟାବହତା ପରେ ଏବେ କର୍ଣ୍ଣାଟକର ମଙ୍କି ଫିଭର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହା ଫ୍ଲେଭିଭିରିଡେ ଫ୍ୟାମିଲି ସହ ସମ୍ପୃକ୍ତ ଭୂତାଣୁ। ଯେତେବେେଳେ ଜଣେ ବ୍ୟକ୍ତି ସଂକ୍ରମିତ ମାଙ୍କଡ ସମ୍ପର୍କରେ ଆସିଥାଏ, ଏହି ରୋଗ ବ୍ୟାପିଥାଏ। ଏଥିରେ […]

ଜୀବଜନ୍ତୁଙ୍କ ସଂସ୍ପର୍ଶରେ ସିଧାସଳଖ ଆସିବା ଦ୍ବାରା କିଛି ଭୂତାଣୁ ମନୁଷ୍ୟ ଶରୀରରେ ବ୍ୟାପି ରୋଗ ସୃଷ୍ଟି କରିଥାନ୍ତି। କେତେକ ଭୂତାଣୁ ମୃତ୍ୟୁର କାରଣ ପାଲଟିଥାନ୍ତି। ଏହି କ୍ରମରେ ଏମିତି ଏକ ରୋଗ ହେଉଛି ମଙ୍କି ଫିଭର। ମହାମାରୀ କରୋନାର ଭୟାବହତା ପରେ ଏବେ କର୍ଣ୍ଣାଟକର ମଙ୍କି ଫିଭର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହା ଫ୍ଲେଭିଭିରିଡେ ଫ୍ୟାମିଲି ସହ ସମ୍ପୃକ୍ତ ଭୂତାଣୁ। ଯେତେବେେଳେ ଜଣେ ବ୍ୟକ୍ତି ସଂକ୍ରମିତ ମାଙ୍କଡ ସମ୍ପର୍କରେ ଆସିଥାଏ, ଏହି ରୋଗ ବ୍ୟାପିଥାଏ। ଏଥିରେ ଜଣେ ବ୍ୟକ୍ତି ଜ୍ବରରେ ପୀଡ଼ିତ ହୁଅନ୍ତି। ୧୯୫୭ ମସିହାରେ ପ୍ରଥମ ଥର ପାଇଁ କ୍ୟାସାନୁର ଜଙ୍ଗଲରେ ଏହି ଭୂତାଣୁ ମାଙ୍କଡ ଶରୀରରୁ ମନୁଷ୍ୟ ଶରୀରକୁ ପ୍ରବେଶ କରିଥିବାରୁ ଏହାକୁ ‘ମଙ୍କି ଫିଭର’ କୁହାଯାଉଛି। ତେବେ କର୍ଣ୍ଣାଟକ କ୍ୟାସାନୁର ଜିଲ୍ଲା ଅନୁସାରେ ଏହି ରୋଗର ନାମକରଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ମଣିଷ-କୁମ୍ଭୀର ସମ୍ପର୍କର ବିରଳ ଚିତ୍ର: ୧୩୦ ବର୍ଷର 'ଗଙ୍ଗାରାମ'ର ମୃତ୍ୟୁରେ କାନ୍ଦିଥିଲା ପୂରା ଗାଁ

ମଙ୍କି ଫିଭର ଭୂତାଣୁଜନତି ରୋଗ। ଚିକିତ୍ସା ଭାଷାରେ ଏହାକୁ ‘କ୍ୟାସାନୁର ଫରେଷ୍ଟ ଡିଜିଜ’ କୁହଯାଏ। ସଂକ୍ରମିତ ମାଙ୍କଡ ତଥା ଜୀବ ଯେତେବେଳେ ଜଣେ ବ୍ୟକ୍ତିଙ୍କ ଶରୀରକୁ କାମୁଡ଼ିଥାନ୍ତି, ଏହି ଭୂତାଣୁ ରକ୍ତ ଦ୍ବାରା ମନୁଷ୍ୟ ଶରୀରକୁ ପ୍ରବେଶ କରିଥାଏ। ମଙ୍କି ଫିଭର ଭୂତାଣୁ ସମ୍ପର୍କରେ ଆସିବାର ୫ରୁ ୨୧ ଦିନ ପରେ ଲକ୍ଷଣ ବିକଶିତ ହୋଇଥାଏ। ସାଧାରଣତଃ ଏହା ୨ରୁ ୪ ସପ୍ତାହ ଯାଏଁ ରହିଥାଏ। ଫଳରେ ମନୁଷ୍ୟ ଶରୀରରେ ପ୍ରବଳ ଜ୍ବର ହେବା, ପେଟ ଯନ୍ତ୍ରଣା, ପତଳା ଝାଡ଼ା, ଥଣ୍ଡା ଅନୁଭବ, ମାଂସପେଶୀରେ ଅସହ୍ୟ ଯନ୍ତ୍ରଣା, ମୁଣ୍ଡବିନ୍ଧା ସମସ୍ୟା, ବାନ୍ତି ଦେଖାଦେବା, ରକ୍ତସ୍ରାବ ସମସ୍ୟା, ପ୍ଲେଟଲେଟ୍‌ସ କମିଯିବା, ଆଖିରେ ଯନ୍ତ୍ରଣା ହେବା ଆଦି ଲକ୍ଷଣ ଦେଖାଯାଏ।

ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି

ଯଦିଓ ୮୦ ପ୍ରତିଶତ ରୋଗୀ ଚିକିତ୍ସା ଦ୍ବାରା ଏହି ରୋଗରୁ ଆରୋଗ୍ୟ ଲାଭ କରନ୍ତି, ମାତ୍ର ୨୦ ପ୍ରତିଶତ ରୋଗୀଙ୍କ ଠାରେ ମଙ୍କି ଫିଭର ଗମ୍ଭୀର ରୂପ ନେଇଥାଏ। ଚର୍ମରେ ଚକଡ଼ା ପଡ଼ିଯିବା ସହ ନାକ ଓ କାନରୁ ରକ୍ତସ୍ରାବ ହୋଇଥାଏ। କୌଣସି ଅଙ୍ଗ ଅଚଳ ହେବାର ଆଶଙ୍କା ଅଧିକ ଥାଏ। ଏପରିକି ଏହି ରୋଗରେ ଲୋକ ମୃତ୍ୟୁବରଣ କରିବାର ନଜିର ରହିଛି।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

ମଙ୍କି ଫିଭର ପାଇଁ ସ୍ବତନ୍ତ୍ର ଚିକିତ୍ସା ପଦ୍ଧତି ଉପଲବ୍ଧ ନାହିଁ। ଏଥିରୁ ସୁରକ୍ଷା ପାଇଁ ଏକମାତ୍ର ବିକଳ୍ପ ହେଉଛି ଟିକାକରଣ। ଯେଉଁଲୋକ ଜଙ୍ଗଲରେ ଚଳପ୍ରଚଳ ଅଧିକ କରନ୍ତି, ସେମାନଙ୍କୁ ଏହି ଟିକା ଦେବା ଜରୁରି। ସ୍ବଚ୍ଛତାକୁ ଧ୍ୟାନ ଦେବା ଦରକାର। ରକ୍ତ ବିକାର ରୋଗୀଙ୍କ ପାଇଁ ଅଧିକ ଧ୍ୟାନ ଦେବାକୁ ହୁଏ। ତେଣୁ ଏହି ରୋଗର ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଚିକତ୍ସକଙ୍କୁ ପରାମର୍ଶ ନେବା ଜରୁରି।

01 Mar 2024 By The Sakala

କାହିଁକି ହୁଏ ‘ମଙ୍କି ଫିଭର’, କ’ଣ ଏହାର ଲକ୍ଷଣ……

ଜୀବଜନ୍ତୁଙ୍କ ସଂସ୍ପର୍ଶରେ ସିଧାସଳଖ ଆସିବା ଦ୍ବାରା କିଛି ଭୂତାଣୁ ମନୁଷ୍ୟ ଶରୀରରେ ବ୍ୟାପି ରୋଗ ସୃଷ୍ଟି କରିଥାନ୍ତି। କେତେକ ଭୂତାଣୁ ମୃତ୍ୟୁର କାରଣ ପାଲଟିଥାନ୍ତି। ଏହି କ୍ରମରେ ଏମିତି ଏକ ରୋଗ ହେଉଛି ମଙ୍କି ଫିଭର। ମହାମାରୀ କରୋନାର ଭୟାବହତା ପରେ ଏବେ କର୍ଣ୍ଣାଟକର ମଙ୍କି ଫିଭର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହା ଫ୍ଲେଭିଭିରିଡେ ଫ୍ୟାମିଲି ସହ ସମ୍ପୃକ୍ତ ଭୂତାଣୁ। ଯେତେବେେଳେ ଜଣେ ବ୍ୟକ୍ତି ସଂକ୍ରମିତ ମାଙ୍କଡ ସମ୍ପର୍କରେ ଆସିଥାଏ, ଏହି ରୋଗ ବ୍ୟାପିଥାଏ। ଏଥିରେ ଜଣେ ବ୍ୟକ୍ତି ଜ୍ବରରେ ପୀଡ଼ିତ ହୁଅନ୍ତି। ୧୯୫୭ ମସିହାରେ ପ୍ରଥମ ଥର ପାଇଁ କ୍ୟାସାନୁର ଜଙ୍ଗଲରେ ଏହି ଭୂତାଣୁ ମାଙ୍କଡ ଶରୀରରୁ ମନୁଷ୍ୟ ଶରୀରକୁ ପ୍ରବେଶ କରିଥିବାରୁ ଏହାକୁ ‘ମଙ୍କି ଫିଭର’ କୁହାଯାଉଛି। ତେବେ କର୍ଣ୍ଣାଟକ କ୍ୟାସାନୁର ଜିଲ୍ଲା ଅନୁସାରେ ଏହି ରୋଗର ନାମକରଣ କରାଯାଇଛି।

ମଙ୍କି ଫିଭର ଭୂତାଣୁଜନତି ରୋଗ। ଚିକିତ୍ସା ଭାଷାରେ ଏହାକୁ ‘କ୍ୟାସାନୁର ଫରେଷ୍ଟ ଡିଜିଜ’ କୁହଯାଏ। ସଂକ୍ରମିତ ମାଙ୍କଡ ତଥା ଜୀବ ଯେତେବେଳେ ଜଣେ ବ୍ୟକ୍ତିଙ୍କ ଶରୀରକୁ କାମୁଡ଼ିଥାନ୍ତି, ଏହି ଭୂତାଣୁ ରକ୍ତ ଦ୍ବାରା ମନୁଷ୍ୟ ଶରୀରକୁ ପ୍ରବେଶ କରିଥାଏ। ମଙ୍କି ଫିଭର ଭୂତାଣୁ ସମ୍ପର୍କରେ ଆସିବାର ୫ରୁ ୨୧ ଦିନ ପରେ ଲକ୍ଷଣ ବିକଶିତ ହୋଇଥାଏ। ସାଧାରଣତଃ ଏହା ୨ରୁ ୪ ସପ୍ତାହ ଯାଏଁ ରହିଥାଏ। ଫଳରେ ମନୁଷ୍ୟ ଶରୀରରେ ପ୍ରବଳ ଜ୍ବର ହେବା, ପେଟ ଯନ୍ତ୍ରଣା, ପତଳା ଝାଡ଼ା, ଥଣ୍ଡା ଅନୁଭବ, ମାଂସପେଶୀରେ ଅସହ୍ୟ ଯନ୍ତ୍ରଣା, ମୁଣ୍ଡବିନ୍ଧା ସମସ୍ୟା, ବାନ୍ତି ଦେଖାଦେବା, ରକ୍ତସ୍ରାବ ସମସ୍ୟା, ପ୍ଲେଟଲେଟ୍‌ସ କମିଯିବା, ଆଖିରେ ଯନ୍ତ୍ରଣା ହେବା ଆଦି ଲକ୍ଷଣ ଦେଖାଯାଏ।

ଯଦିଓ ୮୦ ପ୍ରତିଶତ ରୋଗୀ ଚିକିତ୍ସା ଦ୍ବାରା ଏହି ରୋଗରୁ ଆରୋଗ୍ୟ ଲାଭ କରନ୍ତି, ମାତ୍ର ୨୦ ପ୍ରତିଶତ ରୋଗୀଙ୍କ ଠାରେ ମଙ୍କି ଫିଭର ଗମ୍ଭୀର ରୂପ ନେଇଥାଏ। ଚର୍ମରେ ଚକଡ଼ା ପଡ଼ିଯିବା ସହ ନାକ ଓ କାନରୁ ରକ୍ତସ୍ରାବ ହୋଇଥାଏ। କୌଣସି ଅଙ୍ଗ ଅଚଳ ହେବାର ଆଶଙ୍କା ଅଧିକ ଥାଏ। ଏପରିକି ଏହି ରୋଗରେ ଲୋକ ମୃତ୍ୟୁବରଣ କରିବାର ନଜିର ରହିଛି।

ମଙ୍କି ଫିଭର ପାଇଁ ସ୍ବତନ୍ତ୍ର ଚିକିତ୍ସା ପଦ୍ଧତି ଉପଲବ୍ଧ ନାହିଁ। ଏଥିରୁ ସୁରକ୍ଷା ପାଇଁ ଏକମାତ୍ର ବିକଳ୍ପ ହେଉଛି ଟିକାକରଣ। ଯେଉଁଲୋକ ଜଙ୍ଗଲରେ ଚଳପ୍ରଚଳ ଅଧିକ କରନ୍ତି, ସେମାନଙ୍କୁ ଏହି ଟିକା ଦେବା ଜରୁରି। ସ୍ବଚ୍ଛତାକୁ ଧ୍ୟାନ ଦେବା ଦରକାର। ରକ୍ତ ବିକାର ରୋଗୀଙ୍କ ପାଇଁ ଅଧିକ ଧ୍ୟାନ ଦେବାକୁ ହୁଏ। ତେଣୁ ଏହି ରୋଗର ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଚିକତ୍ସକଙ୍କୁ ପରାମର୍ଶ ନେବା ଜରୁରି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର