ଆସନ୍ତୁ ଜାଣିବା ଦେଶର ଏକ ଏଭଳି ଗାଁ ବିଷୟରେ ଯେଉଁଠି ଯୌତୁକ ଦେବା ମନା

The Sakala Picture
Published On

ଅନେକ ସମୟରେ ଝିଅମାନେ ଶାଶୂଘରେ ଯୌତୁକ ଜନିତ ହିଂସାର ଶିକାର ହେଉଥିବାର ଖବର ମିଳିଥାଏ। ତେବେ କାଶ୍କୀରର ବାବା ୱାଇଲ ଗାଁରେ ବାହାଘରରେ ଅଯଥା ଖର୍ଚ୍ଚ କି ଯୌତୁକ ଦେବାର କୌଣସି ନିୟମ ନାହିଁ। ଏହି ନିୟମକୁ ଗାଁ ଲୋକେ ପାଖାପାଖି ତିନି ଦଶକ ଧରି ପାଳନ କରି ଆସୁଛନ୍ତି। ଗାଁର ଜନସଂଖ୍ୟା ପ୍ରାୟ ଛଅ ହଜାର। ଗାଁର ଅଧିବାସୀମାନଙ୍କର ମୁଖ୍ୟ ବେଉସା କହିଲେ ପସ୍‌ମିନା ସାଲ୍‌ର ଆମଦାନି ଓ ରପ୍ତାନି। ଯଦିଓ କାଶ୍କୀରର ଅନ୍ୟ ଗାଁ […]

ଅନେକ ସମୟରେ ଝିଅମାନେ ଶାଶୂଘରେ ଯୌତୁକ ଜନିତ ହିଂସାର ଶିକାର ହେଉଥିବାର ଖବର ମିଳିଥାଏ। ତେବେ କାଶ୍କୀରର ବାବା ୱାଇଲ ଗାଁରେ ବାହାଘରରେ ଅଯଥା ଖର୍ଚ୍ଚ କି ଯୌତୁକ ଦେବାର କୌଣସି ନିୟମ ନାହିଁ। ଏହି ନିୟମକୁ ଗାଁ ଲୋକେ ପାଖାପାଖି ତିନି ଦଶକ ଧରି ପାଳନ କରି ଆସୁଛନ୍ତି। ଗାଁର ଜନସଂଖ୍ୟା ପ୍ରାୟ ଛଅ ହଜାର। ଗାଁର ଅଧିବାସୀମାନଙ୍କର ମୁଖ୍ୟ ବେଉସା କହିଲେ ପସ୍‌ମିନା ସାଲ୍‌ର ଆମଦାନି ଓ ରପ୍ତାନି। ଯଦିଓ କାଶ୍କୀରର ଅନ୍ୟ ଗାଁ ଲୋକଙ୍କ ଭଳି ଏମାନେ ସାଧାରଣ ଜୀବନ ଜିଇଁବା ଉପରେ ବିଶ୍ବାସ ରଖନ୍ତି, ତଥାପି ଯୌତୁକ ନ ଦେବା ମାମଲାରେ ଅନ୍ୟ ଗାଁ ତୁଳନାରେ ବାବା ୱାଇଲ ଗାଁ ଏକଦମ୍ ନିଆରା। ଯୌତୁକ ଲୋଭୀ ରାକ୍ଷସମାନଙ୍କ ଦ୍ବାରା ଅନେକ ସମୟରେ ନବବଧୂ ହତ୍ୟାର ଶିକାର ହୁଏ, ନଚେତ୍ ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୁଏ। ଏହି ସବୁକୁ ଦୃଷ୍ଟିରେ ରଖି ଗାଁ ଲୋକେ ଜାକଜମକ ବାହାଘର ସହ ଯୌତୁକ ଦେବା ପରମ୍ପରା ଉପରେ କଟକଣା ଲଗାଇଛନ୍ତି। ତେବେ ଗାଁର ଯେକେହି ଯେତେ ଧନୀ ହୋଇଥିଲେ ସୁଦ୍ଧା, ଏ ନିୟମ ବିରୋଧରେ ଯାଇ ନଥାନ୍ତି। ଉଭୟ ଧନୀ ଓ ଗରିବଙ୍କୁ ଏହି ନିୟମ ପାଳନ କରିବାକୁ ହୋଇଥାଏ। ତେବେ ଏ ନେଇ ଗାଁ ଲୋକଙ୍କ ଦ୍ବାରା ଏକ ଲିଖିତ ଚୁକ୍ତି ହୋଇଥିଲା। ଯେଉଁଥିରେ ସମସ୍ତେ ସହମତି ପ୍ରକାଶ କରିଥିଲେ। ଅବଶ୍ୟ ବାହାଘରର ସମସ୍ତ ବିଧି ଅତି ସାଧାରଣ ଭାବେ ପାଳନ କରାଯାଏ। ବର ଓ କନ୍ୟା ପରିବାର ମିଶି ବାହାଘରର ସମସ୍ତ ଖର୍ଚ୍ଚ ଉଠାନ୍ତି। ତେବେ ବର ଘର କନ୍ୟାଘରକୁ ବିଭିନ୍ନ ଖର୍ଚ୍ଚ ବାବଦକୁ ୫୦ ହଜାରରୁ ଅଧିକ ଟଙ୍କା ଦେଇ ନ ଥାନ୍ତି। ଏହି ନିୟମ ଅନୁସାରେ ଯଦି କିଏ ଯୌତୁକ ନେବାର ଜଣାପଡ଼େ ସମ୍ପୃକ୍ତ ବ୍ୟକ୍ତିର ପରିବାରକୁ ସାମାଜିକ ବାସନ୍ଦ କରାଯାଏ। ଏପରିକି ସେହି ପରିବାରର କେହି ମରିଗଲେ ବି ଗାଁ ଲୋକ ସେଥିରେ ସାମିଲ ହୋଇନଥାନ୍ତି। ଗ୍ରାମବାସୀଙ୍କ ଏଭଳି ଏକ ନିଆରା ପଦକ୍ଷେପ ଯୋଗୁଁ ୧୯୮୫ ମସିହାରୁ ଉକ୍ତ ଗାଁରେ ଘରୋଇ ହିଂସା ଓ ଯୌତୁକ ଜନିତ କୌଣସି ମାମଲା ଏ ଯାବତ୍ ଦେଖିବାକୁ ମିଳି ନାହିଁ। ଏହି ଗାଁର ସାକ୍ଷରତା ହାର ୭୦%। ଫଳରେ ଯୌତୁକ ପ୍ରଥା ବାରଣକୁ ଗାଁର ଉଚ୍ଚଶିକ୍ଷିତ ଯୁବକଯୁବତୀମାନେ ଗ୍ରହଣ କରି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

04 Sep 2021 By The Sakala

https://www.thesakala.in/special/village-has-outrightly-banned-dowry-system/article-5165
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର