ଆଜିଠୁ ପ୍ରେମ ସପ୍ତାହ: ଗୋଲାପ ଦିଆନିଆରୁ ଆରମ୍ଭ

The Sakala Picture
Published On

ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ଦିବସ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଆମ ଦେଶରେ ବେଶ୍‌ କିଛି ବର୍ଷ ହେବ ଏହା ଖୁବ୍‌ ପ୍ରଭାବ ବିସ୍ତାର କରିଛି। ପ୍ରେମ ଦିବସ ସିନା ଗୋଟାଏ ଦିନ, ତାହା ପୂର୍ବରୁ ଆହୁରି ୬ଟି ଦିନକୁ ପ୍ରେମୀଯୁଗଳ ପାଳନ କରିଥାନ୍ତି । ପୂରା ୭ ଦିନ ଧରି ଏହି ପ୍ରେମ ସପ୍ତାହ ପାଳନ କରାଯାଏ। ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ […]

ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ଦିବସ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଆମ ଦେଶରେ ବେଶ୍‌ କିଛି ବର୍ଷ ହେବ ଏହା ଖୁବ୍‌ ପ୍ରଭାବ ବିସ୍ତାର କରିଛି। ପ୍ରେମ ଦିବସ ସିନା ଗୋଟାଏ ଦିନ, ତାହା ପୂର୍ବରୁ ଆହୁରି ୬ଟି ଦିନକୁ ପ୍ରେମୀଯୁଗଳ ପାଳନ କରିଥାନ୍ତି । ପୂରା ୭ ଦିନ ଧରି ଏହି ପ୍ରେମ ସପ୍ତାହ ପାଳନ କରାଯାଏ। ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ।

‘ପ୍ରେମ’ ଅଢ଼େଇ ଅକ୍ଷରର ଏହି ଶବ୍ଦଟି ଏକ କ୍ଷଣିକ ଆବେଗ। ପ୍ରେମ ସାହିତ୍ୟ ଭଳି ସରଳ ଓ ଗଣିତଠୁ ଅଧିକ ଜଟିଳ ହେଇପାରେ। ପ୍ରେମ ହିସାବ କିତାବ କରି କରାଯାଏନା, କି ପ୍ରେମରେ କାରଣ ଖୋଜାପଡ଼େନା । ପ୍ରେମ ବେବାକ୍ କରାଯାଏ। ହୃଦୟ ଦେଇ କରାଯାଏ। ଏଥିରେ ଲାଭକ୍ଷତିର ହିସାବ କରାଯାଏ ନାହିଁ ଯାହାକୁ ଅନୁଭବ ତ କରିହୁଏ, ହେଲେ ଦେଖିହୁଏନି କି ଦେଖେଇ ହୁଏନି। ପ୍ରେମକୁ ବର୍ଷ-ମାସ-ଦିନରେ ବାନ୍ଧି ହୁଏନି।

ଆଜି ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିନ । ଆଜି ଗୋଲାପ ଦିବସ ବା ରୋଜ୍ ଡେ। ପ୍ରେମିକ ପ୍ରେମିକମାନେ ଏହି ଦିନଟିକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ଆଉ ଆଜି ରୋଜ୍‌ ଡେ’ ରେ ପରସ୍ପରକୁ ଗୋଲାପ ଦେଇ ନିଜ ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ। ନିଜ ହୃଦୟରେ ଥିବା ପ୍ରେମକୁ ପ୍ରକାଶ ପାଇଁ ଗୋଲାପ ସବୁଠାରୁ ଭଲ ମାଧ୍ୟମ ବୋଲି ଧରା ଯାଉଥିବା ବେଳେ ଗୋଲାପ ଦିବସ ଅବସରରେ ଏହାର ଗୁରୁତ୍ବ ଅଧିକ ବଢ଼ିଯାଇଥାଏ। ଲାଲ୍‌ ଗୋଲାପକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ତେଣୁ ପ୍ରେମ ସପ୍ତାହରେ ଲାଲ୍‌ ଗୋଲାପର ଚାହିଦା ସବୁଠାରୁ ଅଧିକ ଥାଏ। ଗୋଲାପର ରକ୍ତିମ ପାଖୁଡ଼ା ପରି ପ୍ରେମର ଗଭୀରତା ସେମିତି ଚମକୁଥାଉ ବୋଲି ପ୍ରେମୀଯୁଗଳ ଏହିଦିନରେ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି। ଗ୍ରୀକ୍‌ ପୁରାଣ ଅନୁସାରେ, ପ୍ରେମର ଦେବୀ ଭେନସ୍‌ ଗୋଲାପ ଫୁଲକୁ ଖୁବ୍‌ ପସନ୍ଦ କରନ୍ତି । ଏହିଦିନ ଗୋଲାପ ଫୁଲଟିଏ ପରି ସାଥୀଙ୍କ ଜୀବନ ସୁବାସିତ କରିବାକୁ ସଂକଳ୍ପ ନେଇଥାନ୍ତି ପ୍ରେମୀଯୁଗଳ। ସାମାଜିକ ଗଣମାଧ୍ୟମ ମଧ୍ୟ ରୋଜ୍‌ ଡେ’ ଶୁଭେଚ୍ଛାରେ ଚଳଚଞ୍ଚଳ ହୋଇ ଉଠିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର