ଆଜି ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ

The Sakala Picture
Published On

ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଭାବେ ପାଳନ କରାଯାଉଛି। ପରିବେଶ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଲୋକଙ୍କୁ ଅବଗତ ତଥା ସଚେତନ କରାଇବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ସୁସ୍ଥ ଓ ସ୍ଥିର ପରିବେଶ ହିଁ ଏକ ସୁସ୍ଥ ସମାଜର ମୂଳଦୁଆ। ପରିବେଶ ବଞ୍ଚିଲେ ଜୀବନ ତିଷ୍ଠି ରହିବ। ଏଣୁ ମାନବଜାତିକୁ ପୃଥିବୀ ଓ ଏହାର ସମ୍ବଳର ଉପଯୁକ୍ତ ସଂରକ୍ଷଣ କରିବା ଆବଶ୍ୟକ। ଜାଣତରେ ହେଉ ଅବା ଅଜାଣତରେ, ମଣିଷ ପ୍ରକୃତିକୁ […]

ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଭାବେ ପାଳନ କରାଯାଉଛି। ପରିବେଶ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଲୋକଙ୍କୁ ଅବଗତ ତଥା ସଚେତନ କରାଇବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ସୁସ୍ଥ ଓ ସ୍ଥିର ପରିବେଶ ହିଁ ଏକ ସୁସ୍ଥ ସମାଜର ମୂଳଦୁଆ। ପରିବେଶ ବଞ୍ଚିଲେ ଜୀବନ ତିଷ୍ଠି ରହିବ। ଏଣୁ ମାନବଜାତିକୁ ପୃଥିବୀ ଓ ଏହାର ସମ୍ବଳର ଉପଯୁକ୍ତ ସଂରକ୍ଷଣ କରିବା ଆବଶ୍ୟକ। ଜାଣତରେ ହେଉ ଅବା ଅଜାଣତରେ, ମଣିଷ ପ୍ରକୃତିକୁ ଦେଉଥିବା କଷ୍ଟକୁ ଅନୁତାପ କରିବାର ଆଜି ଦିନଟିଏ । ତେବେ କେବଳ ଯେ, ଏଥିପାଇଁ ପଶ୍ଚାତାପ କଲେ ହେବନି, ପ୍ରକୃତିର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।  ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ବିକାଶ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ,ବଢ଼ୁଥିବା ତାପମାତ୍ରା ଏବଂ ମୃତ୍ତିକା କ୍ଷୟ ଆଦି ଯୋଗୁଁ ପ୍ରାକୃତିକ ପରିବେଶ ବହୁମାତ୍ରାରେ ପ୍ରଭାବିତ ହେଉଛି।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ଏଣୁ ପୃଥିବୀ ସମେତ ପାଣି, ପବନ, ଖଣିଜପଦାର୍ଥ ଆଦିର ସୁବିନିଯୋଗ କରିବା ଦିଗରେ ସମସ୍ତଙ୍କୁ ସଚେତନ ହେବା ଦରକାର। ତା’ସହ ଏହାର ସଂରକ୍ଷଣ ଦ୍ବାରା ଆଗାମୀ ପିଢ଼ି ସୁରକ୍ଷିତ ରହିବା ସହ ସେମାନେ ମଧ୍ୟ ଏ ଦିଗରେ ଯତ୍ନବାନ ହୋଇପାରିବେ। ଏହି ଦିନ ବୃକ୍ଷରୋପଣ, ଜଳ ଓ ବିଜୁଳି ଅପଚୟ କମ୍ କରିବା ଲାଗି ବାର୍ତ୍ତା ଦିଆଯାଏ। ଏହାବାଦ୍ ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯାଏ। ତେେବ ଏବକା ସମୟରେ ଲୋକମାନେ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର କରୁଛନ୍ତି ଯାହାକି, ପ୍ରକୃତି ପାଇଁ ଅନୁକୂଳ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହାର ଥିମ୍ ଅଛି ‘କଟ୍‌ଡାଉନ୍ ଅନ୍ ପ୍ଲାଷ୍ଟିକ୍ ୟୁଜ୍।’

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp