ବିଶ୍ବର ସବୁଠୁ ମହଙ୍ଗା ଲୁଣ, ଯାହାର ଏକ କିଲୋର ମୂଲ୍ୟ ୩୫ ହଜାର

The Sakala Picture
Published On

ଦୈନନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ରହିଛି। ଯେକୌଣସି ଖାଦ୍ୟରେ ଲୁଣର ପରିମାଣ ଅଳ୍ପ ବେଶୀ ହୋଇଗଲେ ତାହା ଖାଦ୍ୟର ସ୍ବାଦକୁ ବିଗାଡ଼ି ଦିଏ। ସାଧାରଣତଃ ବଜାରରେ ଗୋଟିଏ ଲୁଣ ପ୍ୟାକେଟ୍‌ ୨୦ କିମ୍ବା ୩୦ ଟଙ୍କାରେ ମିଳିଥାଏ । କିନ୍ତୁ, ଏପରି ଏକ ଲୁଣ ଅଛି, ଯାହା କିଲୋ ପିଛା ହଜାର ହଜାର ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ଖାସ୍‌ ଏଥିପାଇଁ ଏହାକୁ ବିଶ୍ବର ସବୁଠୁ ମହଙ୍ଗା ଲୁଣ ବୋଲି କୁହାଯାଉଛି। ତେବେ ଏହି ଲୁଣକୁ କିଣିବା […]

ଦୈନନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ରହିଛି। ଯେକୌଣସି ଖାଦ୍ୟରେ ଲୁଣର ପରିମାଣ ଅଳ୍ପ ବେଶୀ ହୋଇଗଲେ ତାହା ଖାଦ୍ୟର ସ୍ବାଦକୁ ବିଗାଡ଼ି ଦିଏ। ସାଧାରଣତଃ ବଜାରରେ ଗୋଟିଏ ଲୁଣ ପ୍ୟାକେଟ୍‌ ୨୦ କିମ୍ବା ୩୦ ଟଙ୍କାରେ ମିଳିଥାଏ । କିନ୍ତୁ, ଏପରି ଏକ ଲୁଣ ଅଛି, ଯାହା କିଲୋ ପିଛା ହଜାର ହଜାର ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ଖାସ୍‌ ଏଥିପାଇଁ ଏହାକୁ ବିଶ୍ବର ସବୁଠୁ ମହଙ୍ଗା ଲୁଣ ବୋଲି କୁହାଯାଉଛି। ତେବେ ଏହି ଲୁଣକୁ କିଣିବା ସବୁ ବର୍ଗର ଲୋକଙ୍କ ପାଖେ ସମ୍ଭବ ହୋଇନଥାଏ।

ଆହୁରି ପଢ଼ନ୍ତୁ: ନୂଆ ଭୋଟରଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ନିୟମ: ଭୋଟର ତାଲିକାରେ ନାମ ସାମିଲ ପାଇଁ ବାଧ୍ୟତାମୂଳକ ହେଲା ପିତାମାତାଙ୍କ 'ଏସ୍‌ଆଇଆର୍' (SIR) ତଥ୍ୟ

କୋରିଆନ୍‌ ବାମ୍ବୁ ସଲ୍‌ଟକୁ ବିଶ୍ବର ସବୁଠୁ ଦାମୀ ଲୁଣ ଭାବେ ଜଣାଯାଏ। ଏହାକୁ ପର୍ପଲ୍ ସଲ୍ଟ ବୋଲି ମଧ୍ୟ କୁହାଯାଏ। ଯୁଗ ଯୁଗରୁ, ଏହି ଲୁଣ କୋରିଆ ପାକ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଆସଛି। ଏଥିରେ ଔଷଧୀୟ ଗୁଣ ରହିଥିବା ଯୋଗୁଁ ପାରମ୍ପରିକ କୋରିଆ ଔଷଧରେ ଏହାକୁ ବ୍ୟବହାର କରାଯାଉଥିଲା । ତେବେ ଏହି ଲୁଣର ୨୫୦ ଗ୍ରାମ୍ ପ୍ୟାକେଟ୍‌ର ମୂଲ୍ୟ ୭୦୦୦ ଟଙ୍କା ରହିଥିବାବେଳେ ଏକ କିଲୋର ମୂଲ୍ୟ ପାଖାପାଖି ୩୫୦୦୦ ଟଙ୍କା। ବାଉଁଶ ଲୁଣକୁ ତିଆରି କରିବା ପାଇଁ ପ୍ରଥମେ ଗୋଲ ଆକୃତିର କଟାଯାଇଥିବା ବାଉଁଶ ବ୍ୟାରେଲ୍ ଭିତରେ ସମୁଦ୍ର ଲୁଣ ଭରାଯାଏ ଏବଂ ତାକୁ ଉଚ୍ଚ ତାପମାତ୍ରାରେ ଭଜାଯାଇ ଲୁଣ ପ୍ରସ୍ତୁତ କରାଯାଏ । ବାଉଁଶ କେସ୍‌ରେ ଲୁଣ ରଖି ଭାଜିବା ଦ୍ବାରା ବାଉଁଶରେ ରହିଥିବା ଖଣିଜ ପଦାର୍ଥ ଲୁଣ ସହିତ ମିଶିଯାଏ । ଯଦ୍ୱାରା ଏହି ଲୁଣ ଖଣିଜ ପଦାର୍ଥଯୁକ୍ତ ଲୁଣରେ ପରିଣତ ହୋଇଯାଏ। ଅନେକ ଥର ଭଜା ହେବା ଦ୍ୱାରା ଲୁଣର ରଙ୍ଗ ପରିବର୍ତ୍ତନ ହୁଏ ।

ଏହାପରେ ଏହି ଲୁଣ ଏକ ଦୃଢ଼ ପଥର ଆକୃତିକୁ ଚାଲିଆସେ। ଯାହାକୁ ଭାଙ୍ଗି ଗୁଣ୍ଡ କରି ବ୍ୟବହାର କରାଯାଏ। ତେବେ ଏହି ଲୁଣର ଦାମ୍ ଆକାଶଛୁଆଁ ହେବାର କାରଣ ହେଉଛି ଏହାକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ହେଉଥିବା ଶ୍ରମ। ଯାହା ଏହାକୁ ମହଙ୍ଗା କରୁଛି । ବାଉଁଶ କେସ୍‌ରେ ସମୁଦ୍ର ଲୁଣ ଭରିବା ଠାରୁ ଆରମ୍ଭ କରି କଠିନ ଲୁଣ ଭାଙ୍ଗିବା ଏବଂ ଗୁଣ୍ଡ କରିବା ପର୍ଯ୍ୟନ୍ତ ସବୁ କିଛି ହାତରେ କରାଯାଏ। ଏହି ଲୁଣକୁ ଉଚ୍ଚ ତାପମାତ୍ରାରେ ୯ଥର ଭଜାଯାଏ। ଏହାକୁ ତିଆରି କରିବା ପାଇଁ ପ୍ରାୟ ୪୦ ରୁ ୫୦ ଦିନ ସମୟ ଲାଗିଥାଏ । କୋରିଆନ୍‌ ବାମ୍ବୁ ସଲ୍‌ଟକୁ ବିଶ୍ବର ସବୁଠୁ ଶୁଦ୍ଧ ଲବଣ କୁହାଯାଏ। ଏଥିରେ ସମୁଦ୍ର ଲୁଣ ତୁଳନାରେ ଲୌହ, ପୋଟାସିୟମ୍ ଏବଂ କ୍ୟାଲସିୟମ୍ ଅଧିକ ମାତ୍ରାରେ ରହିଥାଏ ।

07 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp