ଆଜି ପବିତ୍ର ଗୁରୁଦିବସ: ଗୁରୁ ହିଁ ପଥ ପ୍ରଦର୍ଶକ ….

The Sakala Picture
Published On

ଗୁରୁ ହେଉଛନ୍ତି ସାକ୍ଷାତ ପରମ୍‌ବ୍ରହ୍ମ। ଭାରତୀୟ ପରମ୍ପରାରେ ଗୁରୁ ପୂଜା କାହିଁ କେଉଁ କାଳରୁ ପ୍ରଚଳିତ। ‘ଗୁ’ ଅର୍ଥ ଅନ୍ଧାର। ‘ରୁ’ ଅର୍ଥ ଦୂରେଇବା। ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହିଁ ଗୁରୁ। ବାପାମା’ଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ମାର୍ଗ ଦେଖାଇଥାନ୍ତି। ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ […]

ଗୁରୁ ହେଉଛନ୍ତି ସାକ୍ଷାତ ପରମ୍‌ବ୍ରହ୍ମ। ଭାରତୀୟ ପରମ୍ପରାରେ ଗୁରୁ ପୂଜା କାହିଁ କେଉଁ କାଳରୁ ପ୍ରଚଳିତ। ‘ଗୁ’ ଅର୍ଥ ଅନ୍ଧାର। ‘ରୁ’ ଅର୍ଥ ଦୂରେଇବା। ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହିଁ ଗୁରୁ। ବାପାମା’ଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ମାର୍ଗ ଦେଖାଇଥାନ୍ତି। ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ।

ଆହୁରି ପଢ଼ନ୍ତୁ: ହୋଲି ପାଇଁ ବ୍ୟବହାର ହେଉଥିବା ‘ଫଗୁ’ ବା ରଙ୍ଗ କିପରି ପ୍ରସ୍ତୁତ ହୁଏ? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ଏହାହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ମସିହା ଆଜିର ଦିନରେ ତାମିଲନାଡୁର ତିରୁତାନି ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଏକାଧାରରେ ଜଣେ ଶିକ୍ଷକ, ଦାର୍ଶନିକ ଓ କୂଟନୀତିଜ୍ଞ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ମନେ ରଖିବା ପାଇଁ ଏହାକୁ ପାଳନ କରାଯାଏ। ୧୯୬୨ ମସିହାରେ ସେ ଭାରତର ଦ୍ବିତୀୟ ରାଷ୍ଟ୍ରପତି ହେେଲ। ସେ ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ। ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ, ତାହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି କହିଥିଲେ। ସେବେଠୁ ରାଧାକୃଷ୍ଣନଙ୍କ ଜନ୍ମଦିବସକୁ ‘ଗୁରୁଦିବସ’ ଭାବେ ପାଳନ ହୋଇ ଆସୁଛି।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

ରାଧାକୃଷ୍ଣନଙ୍କ କ୍ୟାରିୟର ଶିକ୍ଷକତାରୁ ଆରମ୍ଭ ହୋଇଥିଲା। ଶିକ୍ଷାର ମହତ୍ତ୍ବ ଉପରେ ସଚେତନ କରିବା ଥିଲା ତାଙ୍କ ଜୀବନର ଲକ୍ଷ୍ୟ। ତା’ସହ ଦେଶର ସାକ୍ଷରତା ହାର କିଭଳି ଉପରକୁ ଉଠିବ, ତାହା ଥିଲା ତାଙ୍କର ଅନ୍ୟତମ ଲକ୍ଷ୍ୟ। ସେ ଭାରତୀୟ ଦର୍ଶନ, ଧର୍ମ ଦର୍ଶନରେ ଶିକ୍ଷାଦାନ କରିଥିଲେ। ବେଦ ଉପନିଷଦକୁ ସୁନ୍ଦର ଭାବେ ସେ ବ୍ୟାଖ୍ୟା କରୁଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଶ୍ରଦ୍ଧା ତଥା ସମ୍ମାନ ପୂର୍ବକ ଗୁରୁଙ୍କୁ ପୂଜା କରାଯାଏ। ଏଥର ଏହି ଦିବସର ବିଷୟବସ୍ତୁ ଅଛି, ‘ଶିକ୍ଷକ: ବଢୁଥିବା ସଙ୍କଟ ମଧ୍ୟରେ ଭବିଷ୍ୟତର ନୂତନ କଳ୍ପନା।’

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

05 Sep 2022 By The Sakala

ଆଜି ପବିତ୍ର ଗୁରୁଦିବସ: ଗୁରୁ ହିଁ ପଥ ପ୍ରଦର୍ଶକ ….

ଗୁରୁ ହେଉଛନ୍ତି ସାକ୍ଷାତ ପରମ୍‌ବ୍ରହ୍ମ। ଭାରତୀୟ ପରମ୍ପରାରେ ଗୁରୁ ପୂଜା କାହିଁ କେଉଁ କାଳରୁ ପ୍ରଚଳିତ। ‘ଗୁ’ ଅର୍ଥ ଅନ୍ଧାର। ‘ରୁ’ ଅର୍ଥ ଦୂରେଇବା। ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି ସେ ହିଁ ଗୁରୁ। ବାପାମା’ଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ମାର୍ଗ ଦେଖାଇଥାନ୍ତି। ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ।

ଏହାହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ମସିହା ଆଜିର ଦିନରେ ତାମିଲନାଡୁର ତିରୁତାନି ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଏକାଧାରରେ ଜଣେ ଶିକ୍ଷକ, ଦାର୍ଶନିକ ଓ କୂଟନୀତିଜ୍ଞ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ମନେ ରଖିବା ପାଇଁ ଏହାକୁ ପାଳନ କରାଯାଏ। ୧୯୬୨ ମସିହାରେ ସେ ଭାରତର ଦ୍ବିତୀୟ ରାଷ୍ଟ୍ରପତି ହେେଲ। ସେ ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ। ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ, ତାହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି କହିଥିଲେ। ସେବେଠୁ ରାଧାକୃଷ୍ଣନଙ୍କ ଜନ୍ମଦିବସକୁ ‘ଗୁରୁଦିବସ’ ଭାବେ ପାଳନ ହୋଇ ଆସୁଛି।

ରାଧାକୃଷ୍ଣନଙ୍କ କ୍ୟାରିୟର ଶିକ୍ଷକତାରୁ ଆରମ୍ଭ ହୋଇଥିଲା। ଶିକ୍ଷାର ମହତ୍ତ୍ବ ଉପରେ ସଚେତନ କରିବା ଥିଲା ତାଙ୍କ ଜୀବନର ଲକ୍ଷ୍ୟ। ତା’ସହ ଦେଶର ସାକ୍ଷରତା ହାର କିଭଳି ଉପରକୁ ଉଠିବ, ତାହା ଥିଲା ତାଙ୍କର ଅନ୍ୟତମ ଲକ୍ଷ୍ୟ। ସେ ଭାରତୀୟ ଦର୍ଶନ, ଧର୍ମ ଦର୍ଶନରେ ଶିକ୍ଷାଦାନ କରିଥିଲେ। ବେଦ ଉପନିଷଦକୁ ସୁନ୍ଦର ଭାବେ ସେ ବ୍ୟାଖ୍ୟା କରୁଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଶ୍ରଦ୍ଧା ତଥା ସମ୍ମାନ ପୂର୍ବକ ଗୁରୁଙ୍କୁ ପୂଜା କରାଯାଏ। ଏଥର ଏହି ଦିବସର ବିଷୟବସ୍ତୁ ଅଛି, ‘ଶିକ୍ଷକ: ବଢୁଥିବା ସଙ୍କଟ ମଧ୍ୟରେ ଭବିଷ୍ୟତର ନୂତନ କଳ୍ପନା।’

https://www.thesakala.in/special/teachers-day-2022/article-14708
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର