କଳିଯୁଗର ଶ୍ରବଣ କୁମାର ଫରିଦାବାଦର ପ୍ରଣବ ଶୁକ୍ଳା: ମୋଟାଅଙ୍କର ଦରମା ଛାଡ଼ି ଚଳାଉଛନ୍ତି ବୃଦ୍ଧାଶ୍ରମ

The Sakala Picture
Published On

ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସମ୍ପତ୍ତି ଲୋଭରେ ନିଜର ବୁଢ଼ା ବାପାଙ୍କୁ ଘରୁ ତଡ଼ି ଦିଅନ୍ତି, କେହି କେହି ତୀର୍ଥ ସ୍ଥାନରେ ବୁଲାଇବା ବାହାନାରେ କେଉଁଠି ଛାଡ଼ିଦେଇ ଆସନ୍ତି। ଆଜିର ଯୁଗରେ ଫରିଦାବାଦର ପ୍ରଣବ ଶୁକ୍ଳା କଳିଯୁଗର ଶ୍ରବଣ କୁମାର ସାଜି ୪୨ ଜଣ ବୟସ୍କ ବ୍ୟକ୍ତିଙ୍କ ଦାୟିତ୍ବ ତୁଲାଉଛନ୍ତି। ଏଥିପାଇଁ ସେ ‘ଅନାଦି’ ନାମକ ଏକ ବୃଦ୍ଧାଶ୍ରମ ଖୋଲିବା ସହ ଏଠାରେ ବୃଦ୍ଧବୃଦ୍ଧାଙ୍କ ଦେଖାଶୁଣା କରୁଛନ୍ତି। ପ୍ରଣବ ଯେତେବେଳେ କଲେଜରେ ପଢ଼ୁଥିଲେ, […]

ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସମ୍ପତ୍ତି ଲୋଭରେ ନିଜର ବୁଢ଼ା ବାପାଙ୍କୁ ଘରୁ ତଡ଼ି ଦିଅନ୍ତି, କେହି କେହି ତୀର୍ଥ ସ୍ଥାନରେ ବୁଲାଇବା ବାହାନାରେ କେଉଁଠି ଛାଡ଼ିଦେଇ ଆସନ୍ତି। ଆଜିର ଯୁଗରେ ଫରିଦାବାଦର ପ୍ରଣବ ଶୁକ୍ଳା କଳିଯୁଗର ଶ୍ରବଣ କୁମାର ସାଜି ୪୨ ଜଣ ବୟସ୍କ ବ୍ୟକ୍ତିଙ୍କ ଦାୟିତ୍ବ ତୁଲାଉଛନ୍ତି। ଏଥିପାଇଁ ସେ ‘ଅନାଦି’ ନାମକ ଏକ ବୃଦ୍ଧାଶ୍ରମ ଖୋଲିବା ସହ ଏଠାରେ ବୃଦ୍ଧବୃଦ୍ଧାଙ୍କ ଦେଖାଶୁଣା କରୁଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ପ୍ରଣବ ଯେତେବେଳେ କଲେଜରେ ପଢ଼ୁଥିଲେ, ସେ ସମୟରେ ରେଳଷ୍ଟେସନରେ ଜଣେ ବୃଦ୍ଧଙ୍କୁ ଏଣେେତଣେ ବୁଲିବାର ଦେଖି ବୃଦ୍ଧାଶ୍ରମ ଖୋଲିବାକୁ ଚିନ୍ତା କରିଥିଲେ। ତେଣୁ ୧୯୯୬ ମସିହାରେ ଫରିଦାବାଦ, ପାଲି ଗାଁରେ ଏକ ଭଡ଼ାଘରେ ତିନି ଜଣ ବୃଦ୍ଧ ଲୋକଙ୍କ ଦାୟିତ୍ବ ନେବା ଆରମ୍ଭ କରିଥିଲେ। ଏବେ ଏଠାରେ ୪୨ ଜଣ ନିରାଶ୍ରୟ ବ୍ୟକ୍ତି ବସବାସ କରୁଛନ୍ତି। ୨୮ବର୍ଷ ମଧ୍ୟରେ ପ୍ରାୟ ୩୦୦ ବୟସ୍କ ବ୍ୟକ୍ତି ଏହି ବୃଦ୍ଧାଶ୍ରମରେ ରହିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିଜ ରୋଜଗାର ଟଙ୍କା ସଞ୍ଚୟ କରି ସେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି ବୃଦ୍ଧାଶ୍ରମ କରିଥିଲେ। ଚାକିରି କରିବା ସହ ପ୍ରଣବ ଆଶ୍ରମ ଚଳାଉଥଲେ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ଚଳିତ ବର୍ଷ ସେ ମଲ୍‌ଟିନ୍ୟାସନାଲ କମ୍ପାନୀର ଚାକିରି ଛାଡ଼ି ପୂରାପୂରି ବୃଦ୍ଧାଶ୍ରମ ସହ ଯୋଡି ହୋଇଯାଇଥିଲେ। ଚାକିରି ଛାଡ଼ିବା ପରେ ବୃଦ୍ଧାଶ୍ରମର ସମସ୍ତ ଖର୍ଚ୍ଚ ପ୍ରଣବ ତୁଲାଉଛନ୍ତି। ସେ ଏକ ଗୋଶାଳା ମାଧ୍ୟମରେ ଏହି ବୃଦ୍ଧାଶ୍ରମର ଖର୍ଚ୍ଚ ଉଠାଉଛନ୍ତି। ଏହି ଗୋଶାଳାରେ ସେ ୨୦୦ ଗାଈଗୋରୁଙ୍କର ଦେଖାଶୁଣା କରୁଛନ୍ତି। ପ୍ରଣବ କ୍ଷୀର, ଘିଅ ଆଦି ବିକ୍ରି କରି ଏହି ବୃଦ୍ଧାଶ୍ରମଟିକୁ ଚଳାଉଛନ୍ତି। ଏନେଇ ପ୍ରଣବ କୁହନ୍ତି, ‘ବର୍ତ୍ତମାନ ମୋ’ ପାଖରେ ୪୨ଜଣ ପିଲା(ବୃଦ୍ଧବୃଦ୍ଧା) ଅଛନ୍ତି। ସେମାନଙ୍କର ଦେଖାଶୁଣା ଦାୟିତ୍ବ ମୋ ଉପରେ ରହିଛି। ଯଦିଓ ଏହି ବୃଦ୍ଧ ଲୋକଙ୍କର ନିଜର ପିଲାମାନେ ରହିଛନ୍ତି, ତଥାପି ସେମାନେ ବେସାହାରା ଥିଲେ। ତେଣୁ ଆମେ ପତିପତ୍ନୀ ନିଜେ ସନ୍ତାନ ଜନ୍ମ ନ କରି ଏହି ବେସାହାରା ଲୋକଙ୍କ ସାହାରା ହେବାକୁ ନିଷ୍ପତ୍ତି ନେଇଛୁ।’

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର