ଲୁଣ ଦ୍ବାରା ଦୂର କରନ୍ତୁ ବାସ୍ତୁଦୋଷ

The Sakala Picture
Published On

ଘରେ ଏମିତି ଅନେକ ବାସ୍ତୁଦୋଷ ରହିଛି, ଯାହା ଦ୍ବାରା ଆର୍ଥକ ସ୍ଥତି ଖରାପ ହେବା ସହ ସ୍ବାସ୍ଥ୍ୟଗତ ଓ ସାମାଜିକ ଉନ୍ନତି କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ। ଏସବୁର ପ୍ରତିକାର ପାଇଁ ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ପ୍ରକାର ଉପାୟ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଲୁଣ ଦ୍ବାରା ମଧ୍ୟ ଅନେକ ବାସ୍ତୁଦୋଷ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍‌ସ … – ଗୋଟିଏ କାଚପାତ୍ରରେ କିଛି ଲୁଣ ନେଇ ବାଥ୍‌ରୁମ୍‌ରେ ରଖିଦେବା ଦ୍ବାରା […]

ଘରେ ଏମିତି ଅନେକ ବାସ୍ତୁଦୋଷ ରହିଛି, ଯାହା ଦ୍ବାରା ଆର୍ଥକ ସ୍ଥତି ଖରାପ ହେବା ସହ ସ୍ବାସ୍ଥ୍ୟଗତ ଓ ସାମାଜିକ ଉନ୍ନତି କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ। ଏସବୁର ପ୍ରତିକାର ପାଇଁ ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ପ୍ରକାର ଉପାୟ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଲୁଣ ଦ୍ବାରା ମଧ୍ୟ ଅନେକ ବାସ୍ତୁଦୋଷ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍‌ସ …

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

– ଗୋଟିଏ କାଚପାତ୍ରରେ କିଛି ଲୁଣ ନେଇ ବାଥ୍‌ରୁମ୍‌ରେ ରଖିଦେବା ଦ୍ବାରା ବାସ୍ତୁଦୋଷ ଦୂର ହୁଏ। ଲୁଣ ଓ କାଚ, ଉଭୟ ରାହୁର ନକାରାତ୍ମକ ପ୍ରଭାବକୁ ଦୂର କରିଥାନ୍ତି। ତେଣୁ ଏହା ଦ୍ବାରା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡ଼ିଥାଏ।

ଆହୁରି ପଢ଼ନ୍ତୁ: ପିଲାଙ୍କ ଇଣ୍ଟରନେଟ୍ ବ୍ୟବହାର ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: 'ଇଣ୍ଟରନେଟ୍ ପିଲାଙ୍କ ମୌଳିକ ଅଧିକାର'

-କାଚ ପାତ୍ରରେ ଲୁଣ ଭର୍ତ୍ତି କରି ଘରର କୌଣସି କୋଣରେ ରଖିଦିଅନ୍ତୁ। ଏହା ଦ୍ବାରା ସକାରାତ୍ମକ ଶକ୍ତି ସୃଷ୍ଟି ହୁଏ।

ଆହୁରି ପଢ଼ନ୍ତୁ: ସୋସିଆଲ୍ ମିଡିଆ ପୋଷ୍ଟ ହଟାଇବା ନେଇ ସରକାରୀ ନିର୍ଦ୍ଦେଶର ଗୋପନୀୟତା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

-ଗୋଟାଲୁଣକୁ ଲାଲ୍‌ କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ବାର ଉପରେ ଲଗାଇବା ଦ୍ବାରା ସବୁ ଖରାପ ଶକ୍ତିର ବିନାଶ ହୋଇଥାଏ। ବ୍ୟବସାୟରେ ଉନ୍ନତି ପାଇଁ ବ୍ୟବସାୟିକ ସଂସ୍ଥା ବା ସେଥିରେ ଥିବା ଟଙ୍କା ଆଲମାରୀ ପାଖରେ ଏହାକୁ ରଖନ୍ତୁ।

-ରାତିରେ ଶୋଇବା ପୂର୍ବରୁ ପାଣିରେ ଚୁଟ୍‌କିଏ ଲୁଣ ମିଶାଇ ଗୋଡ଼ ଓ ହାତକୁ ପରିଷ୍କାର କରନ୍ତୁ। ଏହାଦ୍ବାରା ରାହୁ ଓ କେତୁର ପ୍ରଭାବ ଦୂର ହେବା ସହ ଭଲ ନିଦ ଆସିଥାଏ।

-ରକ୍‌ ସଲ୍‌ଟ ଲ୍ୟାମ୍ପ୍‌ ରଖÒବା ଦ୍ବାର ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ। ପାରିବାରିକ ଜୀବନରେ ଭଲ ତାଳମେଳ ରହିବା ସହ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ବାସ୍ତୁଦୋଷ ପାଇଁ ସୃଷ୍ଟି ହେଉଥÒବା ସ୍ବାସ୍ଥ୍ୟ ସମସ୍ୟା ଦୂର ହୁଏ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp