ଦୁନିଆର ଏପରି ଏକ ବୃକ୍ଷ ଯାହାକୁ ଛୁଇଁଲେ ଆପଣ ଭୋଗିବେ ଭୟଙ୍କର ପରିଣାମ

The Sakala Picture
Published On

ସାଧାରଣତଃ ବୃକ୍ଷ ପରିବେଶକୁ ସବୁଜ ରଖିବା ସହିତ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଲକୁ ସନ୍ତୁଳନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରକୃତି ପ୍ରଦତ୍ତ ଅନେକ ବୃକ୍ଷ ଆମକୁ ଫଳ, ଫୁଲ ଓ ଖାଦ୍ୟ ଆଦି ଯୋଗାଇଥାନ୍ତି, କିନ୍ତୁ କିଛି ବୃକ୍ଷ ଆମର କ୍ଷତି ମଧ୍ୟ ଘଟାଇଥାନ୍ତି। ତେବେ ଆପଣ ଜାଣିଛନ୍ତି କି, ଏପରି ଏକ ବୃକ୍ଷ ଅଛି ଯାହା ସାପ ବିଷଠାରୁ ମଧ୍ୟ ଅଧିକ ବିଷାକ୍ତ। ଯାହାର ସ୍ପର୍ଶ ମନୁଷ୍ୟକୁ ମୃତ୍ୟୁ ମୁଖକୁ ଠେଲି […]

ସାଧାରଣତଃ ବୃକ୍ଷ ପରିବେଶକୁ ସବୁଜ ରଖିବା ସହିତ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଲକୁ ସନ୍ତୁଳନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରକୃତି ପ୍ରଦତ୍ତ ଅନେକ ବୃକ୍ଷ ଆମକୁ ଫଳ, ଫୁଲ ଓ ଖାଦ୍ୟ ଆଦି ଯୋଗାଇଥାନ୍ତି, କିନ୍ତୁ କିଛି ବୃକ୍ଷ ଆମର କ୍ଷତି ମଧ୍ୟ ଘଟାଇଥାନ୍ତି। ତେବେ ଆପଣ ଜାଣିଛନ୍ତି କି, ଏପରି ଏକ ବୃକ୍ଷ ଅଛି ଯାହା ସାପ ବିଷଠାରୁ ମଧ୍ୟ ଅଧିକ ବିଷାକ୍ତ। ଯାହାର ସ୍ପର୍ଶ ମନୁଷ୍ୟକୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ। ‘ହୋଗ୍‌ୱିଡ୍‌’ ନାମକ ଏହି ଗଛ ବହୁତ ବଡ଼ ନ ହୋଇଥିଲେ ମଧ୍ୟ, ଏହାର ବିଷାକ୍ତ ଗୁଣ ନାଗ ସାପଠାରୁ ମଧ୍ୟ ଭୟଙ୍କର। ଏହି ବିଷାକ୍ତ ବୃକ୍ଷ ‘ଘାତକ ବୃକ୍ଷ’ ଭାବେ ଜଣାଶୁଣା, ଏହାର ବୈଜ୍ଞାନିକ ନାମ ‘ହେରକିଲମ ମେଣ୍ଟାଗୋଜିଏନମ୍‌’ ଅଟେ। ନ୍ୟୁୟର୍କ, ପେନ୍‌ସିଲ୍‌ଭାନିଆ, ଓହିୟୋ, ମେରିଲ୍ୟାଣ୍ଡ, ୱାଶିଂଟନ୍ ଏବଂ ହାମ୍ପସାୟର୍‌ରେ ଏହି ବୃକ୍ଷଗୁଡ଼ିକୁ ଦେଖିବାକୁ ମିଳେ। କୁହାଯାଏ କି, ଏହାକୁ ଛୁଇଁବାର ୪୮ ଘଣ୍ଟା ମଧ୍ୟରେ ଏହାର ବିଷ ଶରୀରରେ ସଂଚରି ଯାଏ , ତୁରନ୍ତ ଚିକିତ୍ସା ନ କଲେ ମୃତ୍ୟୁ ସୁନିଶ୍ଚିତ। ତେବେ ଚିକିତ୍ସା କଲେ ମଧ୍ୟ ସମ୍ପୂର୍ଣ୍ଣ ଠିକ୍‌ ହେବାକୁ ଅନେକ ବର୍ଷ ଲାଗିଯାଏ। ବାସ୍ତବରେ, ଏହି ବିଷବୃକ୍ଷ ଭିତରେ ସେସାଇଜିଙ୍ଗ ଫୁରାନୋକୌମାରିଂସ ନାମକ ଏକ ରାସାୟନିକ ପଦାର୍ଥ ମିଳିଥାଏ। ଏହି ରାସାୟନିକ ପଦାର୍ଥ ସାପ ବିଷ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଏ। ଯଦି ଆପଣ ଏହି ଉଦ୍ଭିଦକୁ ସ୍ପର୍ଶ କରନ୍ତି, ତେବେ କିଛି ଘଣ୍ଟା ମଧ୍ୟରେ ସ୍ପର୍ଶ ହୋଇଥିବା ସ୍ଥାନଟିରେ ଅସହ୍ୟ ଜଳାପୋଡ଼ା ହୋଇଥାଏ। ଏହି ସମୟରେ ସେହି ସ୍ଥାନରେ ସୂର୍ଯ୍ୟକିରଣ ବାଜିଲେ ଯନ୍ତ୍ରଣା ଆହୁରି ବଢିଥାଏ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

06 Jul 2021 By The Sakala

ଦୁନିଆର ଏପରି ଏକ ବୃକ୍ଷ ଯାହାକୁ ଛୁଇଁଲେ ଆପଣ ଭୋଗିବେ ଭୟଙ୍କର ପରିଣାମ

ସାଧାରଣତଃ ବୃକ୍ଷ ପରିବେଶକୁ ସବୁଜ ରଖିବା ସହିତ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଲକୁ ସନ୍ତୁଳନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରକୃତି ପ୍ରଦତ୍ତ ଅନେକ ବୃକ୍ଷ ଆମକୁ ଫଳ, ଫୁଲ ଓ ଖାଦ୍ୟ ଆଦି ଯୋଗାଇଥାନ୍ତି, କିନ୍ତୁ କିଛି ବୃକ୍ଷ ଆମର କ୍ଷତି ମଧ୍ୟ ଘଟାଇଥାନ୍ତି। ତେବେ ଆପଣ ଜାଣିଛନ୍ତି କି, ଏପରି ଏକ ବୃକ୍ଷ ଅଛି ଯାହା ସାପ ବିଷଠାରୁ ମଧ୍ୟ ଅଧିକ ବିଷାକ୍ତ। ଯାହାର ସ୍ପର୍ଶ ମନୁଷ୍ୟକୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ। ‘ହୋଗ୍‌ୱିଡ୍‌’ ନାମକ ଏହି ଗଛ ବହୁତ ବଡ଼ ନ ହୋଇଥିଲେ ମଧ୍ୟ, ଏହାର ବିଷାକ୍ତ ଗୁଣ ନାଗ ସାପଠାରୁ ମଧ୍ୟ ଭୟଙ୍କର। ଏହି ବିଷାକ୍ତ ବୃକ୍ଷ ‘ଘାତକ ବୃକ୍ଷ’ ଭାବେ ଜଣାଶୁଣା, ଏହାର ବୈଜ୍ଞାନିକ ନାମ ‘ହେରକିଲମ ମେଣ୍ଟାଗୋଜିଏନମ୍‌’ ଅଟେ। ନ୍ୟୁୟର୍କ, ପେନ୍‌ସିଲ୍‌ଭାନିଆ, ଓହିୟୋ, ମେରିଲ୍ୟାଣ୍ଡ, ୱାଶିଂଟନ୍ ଏବଂ ହାମ୍ପସାୟର୍‌ରେ ଏହି ବୃକ୍ଷଗୁଡ଼ିକୁ ଦେଖିବାକୁ ମିଳେ। କୁହାଯାଏ କି, ଏହାକୁ ଛୁଇଁବାର ୪୮ ଘଣ୍ଟା ମଧ୍ୟରେ ଏହାର ବିଷ ଶରୀରରେ ସଂଚରି ଯାଏ , ତୁରନ୍ତ ଚିକିତ୍ସା ନ କଲେ ମୃତ୍ୟୁ ସୁନିଶ୍ଚିତ। ତେବେ ଚିକିତ୍ସା କଲେ ମଧ୍ୟ ସମ୍ପୂର୍ଣ୍ଣ ଠିକ୍‌ ହେବାକୁ ଅନେକ ବର୍ଷ ଲାଗିଯାଏ। ବାସ୍ତବରେ, ଏହି ବିଷବୃକ୍ଷ ଭିତରେ ସେସାଇଜିଙ୍ଗ ଫୁରାନୋକୌମାରିଂସ ନାମକ ଏକ ରାସାୟନିକ ପଦାର୍ଥ ମିଳିଥାଏ। ଏହି ରାସାୟନିକ ପଦାର୍ଥ ସାପ ବିଷ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଏ। ଯଦି ଆପଣ ଏହି ଉଦ୍ଭିଦକୁ ସ୍ପର୍ଶ କରନ୍ତି, ତେବେ କିଛି ଘଣ୍ଟା ମଧ୍ୟରେ ସ୍ପର୍ଶ ହୋଇଥିବା ସ୍ଥାନଟିରେ ଅସହ୍ୟ ଜଳାପୋଡ଼ା ହୋଇଥାଏ। ଏହି ସମୟରେ ସେହି ସ୍ଥାନରେ ସୂର୍ଯ୍ୟକିରଣ ବାଜିଲେ ଯନ୍ତ୍ରଣା ଆହୁରି ବଢିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp