ଉତ୍କଳ ଭାସ୍କର ପଠାଣି ସାମନ୍ତ

The Sakala Picture
Published On

ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର (ପଠାଣି ସାମନ୍ତ) ଜଣେ ଅସାଧାରଣ ଜ୍ୟୋତିର୍ବିଜ୍ଞାନୀ ଏବଂ ପଣ୍ଡିତ। ଆଧୁନିକ ବିଜ୍ଞାନ ଜଗତରେ ସେ ଥିଲେ ଅନ୍ୟତମ ବିସ୍ମୟ। ସାଧାରଣ ଉପକରଣଗୁଡ଼ିକ ବ୍ୟବହାର କରି ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହମାନଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା ସହ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣରେ ସିଦ୍ଧହସ୍ତ ଥିଲେ। ସେ ଯେପରି ବିଦ୍ୱାନ, ସେହିପରି ନିଷ୍ଠାବାନ ଓ ଧାର୍ମିକ ବ୍ୟକ୍ତି ଥିଲେ। ୧୮୩୫ ମସିହା ଡିସେମ୍ବର […]

ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର (ପଠାଣି ସାମନ୍ତ) ଜଣେ ଅସାଧାରଣ ଜ୍ୟୋତିର୍ବିଜ୍ଞାନୀ ଏବଂ ପଣ୍ଡିତ। ଆଧୁନିକ ବିଜ୍ଞାନ ଜଗତରେ ସେ ଥିଲେ ଅନ୍ୟତମ ବିସ୍ମୟ। ସାଧାରଣ ଉପକରଣଗୁଡ଼ିକ ବ୍ୟବହାର କରି ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହମାନଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା ସହ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣରେ ସିଦ୍ଧହସ୍ତ ଥିଲେ। ସେ ଯେପରି ବିଦ୍ୱାନ, ସେହିପରି ନିଷ୍ଠାବାନ ଓ ଧାର୍ମିକ ବ୍ୟକ୍ତି ଥିଲେ। ୧୮୩୫ ମସିହା ଡିସେମ୍ବର ୧୩ ତାରିଖ ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ପଠାଣି ସାମନ୍ତ ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ, ତାଙ୍କ ଅପର୍ତ୍ତ୍ୟାଣି ନାମ ପଠାଣି ରଖାଯାଇଥିଲା। ପିଲାଦିନୁ ସେ ଉଦାସୀନ, ମନଯୋଗୀ, ଏକାଗ୍ରଚିତ୍ତ,ଅଧ୍ୟବସାୟୀ ଓ ଉଦାରମନା ଥିଲେ । ପଠାଣି ସାମନ୍ତଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଥିଲେ । ଗଣିତ ଜ୍ୟୋତିଷରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ପଠାଣି ସାମନ୍ତ ତାଙ୍କ ବାପାଙ୍କ ଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ । ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ, ତାହା ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ମଧ୍ୟରେ ଅନେକ ଅସମାନତା ଥିଲା ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ତାଙ୍କର ନିଜ ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ, ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତି ବଦଳିଯାଇଛି। ତାଙ୍କର ନୂତନ ମୌଳିକ ଗଣନା ଅନୁଯାୟୀ, ସେ ‘ସିଦ୍ଧାନ୍ତ ଦର୍ପଣ’ ପୋଥି ରଚନା କଲେ । ମାତ୍ର ୭ ବର୍ଷ ବୟସରେ ପଠାଣି ସାମନ୍ତଙ୍କ ପାଣ୍ଡିତ୍ୟର ପରିଚୟ ମିଳିଥିଲା। ତାଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଜ୍ୟୋତିଷ ଗ୍ରନ୍ଥର ବିଭିନ୍ନ ବିଷୟମାନ ପାଠ କରି ଏହାକୁ ମୁଖସ୍ଥ କରିଦେଇଥିଲେ। ଏହି ସମୟରେ ସେ ସଂସ୍କୃତ ଶ୍ଲୋକ ମାନ ରଚନା କରି ପାରୁଥିଲେ । ଏତେ କମ୍‌ ବୟସରୁ ସେ ସାହିତ୍ୟ, ସଂସ୍କୃତ ବ୍ୟାକରଣ, ସ୍ମୃତି, ବେଦ, ବେଦାଙ୍ଗ ଓ କର୍ମକାଣ୍ଡ ଇତ୍ୟାଦି ଗ୍ରନ୍ଥମାନ ଆୟତ୍ତ କରିନେଇଥିଲେ। ୧୫ବର୍ଷ ମଧ୍ୟରେ ସେ ଫଳିତ ଜ୍ୟୋତିଷରେ ପୋଖତ ହୋଇ ଗଣିତ ଜ୍ୟୋତିଷ ସାଧନାରେ ଅଗ୍ରଗତି କଲେ । ଶୈଶବରେ କି ଦିନ, କି ରାତି ଉଜାଗର ରହି ଆକାଶର ନକ୍ଷତ୍ର ଓ ଗ୍ରହମାନଙ୍କର ଗତିବିଧିକୁ ସୂକ୍ଷ୍ମ ଅଧ୍ୟୟନ କରୁଥିଲେ ।

ସେ ଆକାଶକୁ ଅନୁଧ୍ୟାନ କରି ଗ୍ରହ ଓ ନକ୍ଷତ୍ରର ଗତିବିଧି ନିରୂପଣ କରିପାରୁଥିଲେ। ଦୀର୍ଘ ଦିନର ଅନୁଶୀଳନ ପରେ  ସେ ରଚନା କରିଥିଲେ ସିଦ୍ଧାନ୍ତ ଦର୍ପଣ। ଏହି ରଚନା ପାଇଁ ସେ ଆନ୍ତର୍ଜାତିକ ସ୍ତରରେ ସଫଳତା ସାଉଣ୍ଟିଥିଲେ। ସିଦ୍ଧାନ୍ତ ଦର୍ପଣ ପ୍ରକାଶ ପାଇଲା ୧୮୯୯ ମସିହାରେ। ତା’ ପୂର୍ବରୁ ଇଂରେଜ ସରକାରଙ୍କ ଦ୍ୱାରା ତାଙ୍କ କୃତିତ୍ୱ ପାଇଁ ପ୍ରଶଂସିତ ହୋଇ ୧୮୯୪ ମସିହା ସେପ୍ଟେମ୍ବର ୩ ତାରିଖରେ ସେ ‘ମହାମହୋପାଧ୍ୟାୟ’ ଉପାଧିରେ ଭୂଷିତ ହୋଇଥିଲେ । ଏ ଉପାଧି ପାଇବାରେ ସେ ଥିଲେ ପ୍ରଥମ ଓଡ଼ିଆ । ପଠାଣି ସାମନ୍ତ ଥିଲେ ଚିରରୁଗ୍‌ଣ ଓ ଅଭାବୀ । ତଥାପି ସାଧନା ପଥରେ ହଟି ଯାଇନଥିଲେ । ଏହି ଯୋଗଜନ୍ମା ମହାପୁରୁଷଙ୍କର ୧୯୦୪ ମସିହା ଆଜିର ଦିନରେ ଦେହାନ୍ତ ହୋଇଥିଲା। କୁହାଯାଏ ଯେ, ସେ ନିଜ ମୃତ୍ୟୁ ଦିବସର ତିଥିକୁ ଆଗୁଆ ଜଣାଇ ଦେଇଥିଲେ।

11 Jun 2022 By The Sakala

ଉତ୍କଳ ଭାସ୍କର ପଠାଣି ସାମନ୍ତ

ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର (ପଠାଣି ସାମନ୍ତ) ଜଣେ ଅସାଧାରଣ ଜ୍ୟୋତିର୍ବିଜ୍ଞାନୀ ଏବଂ ପଣ୍ଡିତ। ଆଧୁନିକ ବିଜ୍ଞାନ ଜଗତରେ ସେ ଥିଲେ ଅନ୍ୟତମ ବିସ୍ମୟ। ସାଧାରଣ ଉପକରଣଗୁଡ଼ିକ ବ୍ୟବହାର କରି ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହମାନଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା ସହ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣରେ ସିଦ୍ଧହସ୍ତ ଥିଲେ। ସେ ଯେପରି ବିଦ୍ୱାନ, ସେହିପରି ନିଷ୍ଠାବାନ ଓ ଧାର୍ମିକ ବ୍ୟକ୍ତି ଥିଲେ। ୧୮୩୫ ମସିହା ଡିସେମ୍ବର ୧୩ ତାରିଖ ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ପଠାଣି ସାମନ୍ତ ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ।

ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ, ତାଙ୍କ ଅପର୍ତ୍ତ୍ୟାଣି ନାମ ପଠାଣି ରଖାଯାଇଥିଲା। ପିଲାଦିନୁ ସେ ଉଦାସୀନ, ମନଯୋଗୀ, ଏକାଗ୍ରଚିତ୍ତ,ଅଧ୍ୟବସାୟୀ ଓ ଉଦାରମନା ଥିଲେ । ପଠାଣି ସାମନ୍ତଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଥିଲେ । ଗଣିତ ଜ୍ୟୋତିଷରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ପଠାଣି ସାମନ୍ତ ତାଙ୍କ ବାପାଙ୍କ ଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ । ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ, ତାହା ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ମଧ୍ୟରେ ଅନେକ ଅସମାନତା ଥିଲା ।

ତାଙ୍କର ନିଜ ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ, ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତି ବଦଳିଯାଇଛି। ତାଙ୍କର ନୂତନ ମୌଳିକ ଗଣନା ଅନୁଯାୟୀ, ସେ ‘ସିଦ୍ଧାନ୍ତ ଦର୍ପଣ’ ପୋଥି ରଚନା କଲେ । ମାତ୍ର ୭ ବର୍ଷ ବୟସରେ ପଠାଣି ସାମନ୍ତଙ୍କ ପାଣ୍ଡିତ୍ୟର ପରିଚୟ ମିଳିଥିଲା। ତାଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଜ୍ୟୋତିଷ ଗ୍ରନ୍ଥର ବିଭିନ୍ନ ବିଷୟମାନ ପାଠ କରି ଏହାକୁ ମୁଖସ୍ଥ କରିଦେଇଥିଲେ। ଏହି ସମୟରେ ସେ ସଂସ୍କୃତ ଶ୍ଲୋକ ମାନ ରଚନା କରି ପାରୁଥିଲେ । ଏତେ କମ୍‌ ବୟସରୁ ସେ ସାହିତ୍ୟ, ସଂସ୍କୃତ ବ୍ୟାକରଣ, ସ୍ମୃତି, ବେଦ, ବେଦାଙ୍ଗ ଓ କର୍ମକାଣ୍ଡ ଇତ୍ୟାଦି ଗ୍ରନ୍ଥମାନ ଆୟତ୍ତ କରିନେଇଥିଲେ। ୧୫ବର୍ଷ ମଧ୍ୟରେ ସେ ଫଳିତ ଜ୍ୟୋତିଷରେ ପୋଖତ ହୋଇ ଗଣିତ ଜ୍ୟୋତିଷ ସାଧନାରେ ଅଗ୍ରଗତି କଲେ । ଶୈଶବରେ କି ଦିନ, କି ରାତି ଉଜାଗର ରହି ଆକାଶର ନକ୍ଷତ୍ର ଓ ଗ୍ରହମାନଙ୍କର ଗତିବିଧିକୁ ସୂକ୍ଷ୍ମ ଅଧ୍ୟୟନ କରୁଥିଲେ ।

ସେ ଆକାଶକୁ ଅନୁଧ୍ୟାନ କରି ଗ୍ରହ ଓ ନକ୍ଷତ୍ରର ଗତିବିଧି ନିରୂପଣ କରିପାରୁଥିଲେ। ଦୀର୍ଘ ଦିନର ଅନୁଶୀଳନ ପରେ  ସେ ରଚନା କରିଥିଲେ ସିଦ୍ଧାନ୍ତ ଦର୍ପଣ। ଏହି ରଚନା ପାଇଁ ସେ ଆନ୍ତର୍ଜାତିକ ସ୍ତରରେ ସଫଳତା ସାଉଣ୍ଟିଥିଲେ। ସିଦ୍ଧାନ୍ତ ଦର୍ପଣ ପ୍ରକାଶ ପାଇଲା ୧୮୯୯ ମସିହାରେ। ତା’ ପୂର୍ବରୁ ଇଂରେଜ ସରକାରଙ୍କ ଦ୍ୱାରା ତାଙ୍କ କୃତିତ୍ୱ ପାଇଁ ପ୍ରଶଂସିତ ହୋଇ ୧୮୯୪ ମସିହା ସେପ୍ଟେମ୍ବର ୩ ତାରିଖରେ ସେ ‘ମହାମହୋପାଧ୍ୟାୟ’ ଉପାଧିରେ ଭୂଷିତ ହୋଇଥିଲେ । ଏ ଉପାଧି ପାଇବାରେ ସେ ଥିଲେ ପ୍ରଥମ ଓଡ଼ିଆ । ପଠାଣି ସାମନ୍ତ ଥିଲେ ଚିରରୁଗ୍‌ଣ ଓ ଅଭାବୀ । ତଥାପି ସାଧନା ପଥରେ ହଟି ଯାଇନଥିଲେ । ଏହି ଯୋଗଜନ୍ମା ମହାପୁରୁଷଙ୍କର ୧୯୦୪ ମସିହା ଆଜିର ଦିନରେ ଦେହାନ୍ତ ହୋଇଥିଲା। କୁହାଯାଏ ଯେ, ସେ ନିଜ ମୃତ୍ୟୁ ଦିବସର ତିଥିକୁ ଆଗୁଆ ଜଣାଇ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp