ବିଶ୍ବର ଏପରି ଏକ ରହସ୍ୟମୟ ସ୍ଥାନ ଯେଉଁଠି ‘ଜୀବନ ନେଉଛି ଜଙ୍ଗଲ’ !

The Sakala Picture
Published On

ସମଗ୍ର ବିଶ୍ବ ରହସ୍ୟରେ ପରିପୂର୍ଣ୍ଣ। ଏଠାରେ ଏଭଳି କିଛି ସ୍ଥାନ ଅଛି, ଯାହା ସର୍ବଦା ଚର୍ଚ୍ଚାର ବିଷୟ ପାଲଟିଥାଏ । ଏପରି ଏକ ସ୍ଥାନ ହେଉଛି ‘ଓକିଗହରା’ ଜଙ୍ଗଲ। ଏହା ‘ସୁଇସାଇଡ୍ ଫରେଷ୍ଟ’ ଅର୍ଥାତ୍ ‘ଆତ୍ମହତ୍ୟା ଜଙ୍ଗଲ’ ଭାବେ ପରିଚିତ। ଏହା ଜାପାନର ରାଜଧାନୀ ଟୋକିଓଠାରୁ ମାତ୍ର କିଛି ଦୂରରେ ଅବସ୍ଥିତ। ଏହି ଜଙ୍ଗଲ ସବୁଜ ବନାନୀ ପାଇଁ ନୁହେଁ, ବରଂ ସାରା ବିଶ୍ବରେ ସବୁଠାରୁ ଭୟାନକ ସ୍ଥାନ ଭାବେ ପ୍ରସିଦ୍ଧ । କୁହାଯାଏ ଯେ, ଏଠାରେ […]

ସମଗ୍ର ବିଶ୍ବ ରହସ୍ୟରେ ପରିପୂର୍ଣ୍ଣ। ଏଠାରେ ଏଭଳି କିଛି ସ୍ଥାନ ଅଛି, ଯାହା ସର୍ବଦା ଚର୍ଚ୍ଚାର ବିଷୟ ପାଲଟିଥାଏ । ଏପରି ଏକ ସ୍ଥାନ ହେଉଛି ‘ଓକିଗହରା’ ଜଙ୍ଗଲ। ଏହା ‘ସୁଇସାଇଡ୍ ଫରେଷ୍ଟ’ ଅର୍ଥାତ୍ ‘ଆତ୍ମହତ୍ୟା ଜଙ୍ଗଲ’ ଭାବେ ପରିଚିତ। ଏହା ଜାପାନର ରାଜଧାନୀ ଟୋକିଓଠାରୁ ମାତ୍ର କିଛି ଦୂରରେ ଅବସ୍ଥିତ। ଏହି ଜଙ୍ଗଲ ସବୁଜ ବନାନୀ ପାଇଁ ନୁହେଁ, ବରଂ ସାରା ବିଶ୍ବରେ ସବୁଠାରୁ ଭୟାନକ ସ୍ଥାନ ଭାବେ ପ୍ରସିଦ୍ଧ । କୁହାଯାଏ ଯେ, ଏଠାରେ ପ୍ରେତାତ୍ମାମାନେ ବସବାସ କରନ୍ତି, ଯେଉଁଥିପାଇଁ ଏଠାକୁ ଯାଉଥିବା ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି। ତେବେ ଜଙ୍ଗଲକୁ ପ୍ରବେଶ କରିବା ପୂର୍ବରୁ ଏଠାରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏବଂ ବୋର୍ଡ ଲଗାଯାଇଛି । ଯେଉଁଥିରେ ଉଲ୍ଲେଖ ଅଛି, ‘ତୁମର ଜୀବନ ତୁମ ବାପାମାଆଙ୍କ ଦ୍ବାରା ମିଳିଥିବା ଏକ ଅମୂଲ୍ୟ ଉପହାର’, ‘ନିଜ ପରିବାର ଓ ପିଲାଙ୍କ କଥା ଚିନ୍ତା କରନ୍ତୁ । ସେହିପରି ୩୦୦ ବର୍ଷରୁ ଅଧିକ ପୁରୁଣା ବହୁ ପ୍ରଜାତିର ଗଛ ଏଠାରେ ରହିଛି ।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

ଏହି ଜଙ୍ଗଲ ଏତେ ଘନ ଯେ, ଏହାକୁ ଗଛର ସମୁଦ୍ର ମଧ୍ୟ କୁହାଯାଏ । ଅନ୍ୟପଟେ ଜଙ୍ଗଲ ଭିତରକୁ ଥରେ ପ୍ରବେଶ କଲେ ଜୀବିତ ଫେରିବା ଏକ ପ୍ରକାର ଅସମ୍ଭବ। ୨୦୦୩ରେ ଏହି ସ୍ଥାନରୁ ୧୦୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା | କେତେକଙ୍କ ମତରେ ଜଙ୍ଗଲର ଘନତ୍ବ କାରଣରୁ ଲୋକମାନେ ବାଟବଣା ହୋଇଯାଆନ୍ତି ଓ ଭୟଭୀତ ହୋଇ ଜୀବନ ହାରି ଥାନ୍ତି | ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହି ଜଙ୍ଗଲରେ କମ୍ପାସ୍ ସଠିକ୍ ଦିଗ ଦେଖାଇପାରେ ନାହିଁ । ମୋବାଇଲରେ ମଧ୍ୟ ନେଟ୍‌ୱାର୍କ ଆସି ନ ଥାଏ। ଏହି କାରଣରୁ ଯଦି କେହି ଏଠାରେ ପସି ଯାଆନ୍ତି, ତେବେ ଜଙ୍ଗଲରୁ ବାହାରିବା କଷ୍ଟକର ହୋଇଯାଏ । ଜଙ୍ଗଲ ନିକଟବର୍ତ୍ତୀ ଲୋକମାନେ କୁହନ୍ତି ଯେ, ରାତିରେ ଏହି ସ୍ଥାନରୁ ଭୟଙ୍କର ଚିତ୍କାର ଶୁଣାଯାଇଥାଏ।

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

09 Nov 2021 By The Sakala

ବିଶ୍ବର ଏପରି ଏକ ରହସ୍ୟମୟ ସ୍ଥାନ ଯେଉଁଠି ‘ଜୀବନ ନେଉଛି ଜଙ୍ଗଲ’ !

ସମଗ୍ର ବିଶ୍ବ ରହସ୍ୟରେ ପରିପୂର୍ଣ୍ଣ। ଏଠାରେ ଏଭଳି କିଛି ସ୍ଥାନ ଅଛି, ଯାହା ସର୍ବଦା ଚର୍ଚ୍ଚାର ବିଷୟ ପାଲଟିଥାଏ । ଏପରି ଏକ ସ୍ଥାନ ହେଉଛି ‘ଓକିଗହରା’ ଜଙ୍ଗଲ। ଏହା ‘ସୁଇସାଇଡ୍ ଫରେଷ୍ଟ’ ଅର୍ଥାତ୍ ‘ଆତ୍ମହତ୍ୟା ଜଙ୍ଗଲ’ ଭାବେ ପରିଚିତ। ଏହା ଜାପାନର ରାଜଧାନୀ ଟୋକିଓଠାରୁ ମାତ୍ର କିଛି ଦୂରରେ ଅବସ୍ଥିତ। ଏହି ଜଙ୍ଗଲ ସବୁଜ ବନାନୀ ପାଇଁ ନୁହେଁ, ବରଂ ସାରା ବିଶ୍ବରେ ସବୁଠାରୁ ଭୟାନକ ସ୍ଥାନ ଭାବେ ପ୍ରସିଦ୍ଧ । କୁହାଯାଏ ଯେ, ଏଠାରେ ପ୍ରେତାତ୍ମାମାନେ ବସବାସ କରନ୍ତି, ଯେଉଁଥିପାଇଁ ଏଠାକୁ ଯାଉଥିବା ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି। ତେବେ ଜଙ୍ଗଲକୁ ପ୍ରବେଶ କରିବା ପୂର୍ବରୁ ଏଠାରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏବଂ ବୋର୍ଡ ଲଗାଯାଇଛି । ଯେଉଁଥିରେ ଉଲ୍ଲେଖ ଅଛି, ‘ତୁମର ଜୀବନ ତୁମ ବାପାମାଆଙ୍କ ଦ୍ବାରା ମିଳିଥିବା ଏକ ଅମୂଲ୍ୟ ଉପହାର’, ‘ନିଜ ପରିବାର ଓ ପିଲାଙ୍କ କଥା ଚିନ୍ତା କରନ୍ତୁ । ସେହିପରି ୩୦୦ ବର୍ଷରୁ ଅଧିକ ପୁରୁଣା ବହୁ ପ୍ରଜାତିର ଗଛ ଏଠାରେ ରହିଛି ।

ଏହି ଜଙ୍ଗଲ ଏତେ ଘନ ଯେ, ଏହାକୁ ଗଛର ସମୁଦ୍ର ମଧ୍ୟ କୁହାଯାଏ । ଅନ୍ୟପଟେ ଜଙ୍ଗଲ ଭିତରକୁ ଥରେ ପ୍ରବେଶ କଲେ ଜୀବିତ ଫେରିବା ଏକ ପ୍ରକାର ଅସମ୍ଭବ। ୨୦୦୩ରେ ଏହି ସ୍ଥାନରୁ ୧୦୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା | କେତେକଙ୍କ ମତରେ ଜଙ୍ଗଲର ଘନତ୍ବ କାରଣରୁ ଲୋକମାନେ ବାଟବଣା ହୋଇଯାଆନ୍ତି ଓ ଭୟଭୀତ ହୋଇ ଜୀବନ ହାରି ଥାନ୍ତି | ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହି ଜଙ୍ଗଲରେ କମ୍ପାସ୍ ସଠିକ୍ ଦିଗ ଦେଖାଇପାରେ ନାହିଁ । ମୋବାଇଲରେ ମଧ୍ୟ ନେଟ୍‌ୱାର୍କ ଆସି ନ ଥାଏ। ଏହି କାରଣରୁ ଯଦି କେହି ଏଠାରେ ପସି ଯାଆନ୍ତି, ତେବେ ଜଙ୍ଗଲରୁ ବାହାରିବା କଷ୍ଟକର ହୋଇଯାଏ । ଜଙ୍ଗଲ ନିକଟବର୍ତ୍ତୀ ଲୋକମାନେ କୁହନ୍ତି ଯେ, ରାତିରେ ଏହି ସ୍ଥାନରୁ ଭୟଙ୍କର ଚିତ୍କାର ଶୁଣାଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର