ବିଶ୍ୱର ଏପରି ଏକ ରହସ୍ୟମୟ ସ୍ଥାନ ଯେଉଁଠାକାର ଅଧିବାସୀମାନେ ବଞ୍ଚନ୍ତି ୧୫୦ ବର୍ଷ…

The Sakala Picture
Published On

ସମଗ୍ର ବିଶ୍ୱ ଅନେକ ରହସ୍ୟରେ ପରିପୂର୍ଣ୍ଣ। ବୈଜ୍ଞାନିକମାନେ କିଛି ରହସ୍ୟର ସମାଧାନ କରିଥିବା ବେଳେ ଆଉ କେତେକ ଉପରୁ ପରଦା ଉଠି ପାରିନାହିଁ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏପରି ଏକ ରହସ୍ୟ ବିଦ୍ୟମାନ, ଯାହା ବିଷୟରେ ଜାଣିବାକୁ ବୈଜ୍ଞାନିକମାନେ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଉତ୍ତର ପାକିସ୍ତାନର ହୁଞ୍ଜା ଉପତ୍ୟକାରେ ବସବାସ କରୁଥିବା ଲୋକମାନଙ୍କ ଆୟୁ ହେଉଛି ୧୨୦ ରୁ ୧୫୦ ବର୍ଷ। ଯେତେବେଳେ କି ପାକିସ୍ତାନୀ ଲୋକଙ୍କର ହାରାହାରି ଆୟୁ ୬୭ବର୍ଷ। ତେବେ ହୁଞ୍ଜା […]

ସମଗ୍ର ବିଶ୍ୱ ଅନେକ ରହସ୍ୟରେ ପରିପୂର୍ଣ୍ଣ। ବୈଜ୍ଞାନିକମାନେ କିଛି ରହସ୍ୟର ସମାଧାନ କରିଥିବା ବେଳେ ଆଉ କେତେକ ଉପରୁ ପରଦା ଉଠି ପାରିନାହିଁ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏପରି ଏକ ରହସ୍ୟ ବିଦ୍ୟମାନ, ଯାହା ବିଷୟରେ ଜାଣିବାକୁ ବୈଜ୍ଞାନିକମାନେ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଉତ୍ତର ପାକିସ୍ତାନର ହୁଞ୍ଜା ଉପତ୍ୟକାରେ ବସବାସ କରୁଥିବା ଲୋକମାନଙ୍କ ଆୟୁ ହେଉଛି ୧୨୦ ରୁ ୧୫୦ ବର୍ଷ। ଯେତେବେଳେ କି ପାକିସ୍ତାନୀ ଲୋକଙ୍କର ହାରାହାରି ଆୟୁ ୬୭ବର୍ଷ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ତେବେ ହୁଞ୍ଜା ଉପତ୍ୟକାରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟର ରହସ୍ୟ କ’ଣ? ଏହା ବୈଜ୍ଞାନିକମାନଙ୍କୁ ବି ଆଶ୍ଚର୍ଯ୍ୟ କରିଦିଏ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଏଠାରେ ରହୁଥିବା ଲୋକମାନଙ୍କର କିଛି ସ୍ୱତନ୍ତ୍ର ଅଭ୍ୟାସ ଓ ପ୍ରଦୂଷଣଠାରୁ ଦୂରରେ ରହୁଥିବା ହେତୁ ସେମାନେ ଅଧିକ ଦିନ ବଞ୍ଚି ରହୁଛନ୍ତି। ଏପରିକି ଏଠାକାର ମହିଳାମାନେ ୬୦ ରୁ ୯୦ ବର୍ଷ ବୟସରେ ମଧ୍ୟ ଗର୍ଭଧାରଣ କରିଥାନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହି ଅଧିବାସୀମାନେ କେବେ ବି ଅସୁସ୍ଥ ହୁଅନ୍ତି ନାହିଁ କିମ୍ବା କର୍କଟ ଭଳି ସାଂଘାତିକ ରୋଗ ମଧ୍ୟ ଏମାନଙ୍କ ପାଖ ଆଜି ଯାଏ ମାଡ଼ି ନାହିଁ । ଏମାନେ ମୁଖ୍ୟତଃ ପନିପରିବା, କ୍ଷୀର, ଶସ୍ୟ ଏବଂ ଫଳ, ବିଶେଷକରି ଆପ୍ରିକୋଟ୍‌କୁ ଖାଦ୍ୟରେ ସାମିଲ କରନ୍ତି ଓ କମ୍ ମାଂସ ଖାଆନ୍ତି। ହୁଞ୍ଜା ସମ୍ପ୍ରଦାୟର ଲୋକମାନେ ପିଇବା ଏବଂ ଗାଧୋଇବା ପାଇଁ ଗ୍ଲେସିୟର୍ ପାଣି ବ୍ୟବହାର କରନ୍ତି। ଏହା ସହ ନିୟମିତ ସେମାନେ ଫଳ କିମ୍ବା ଫଳରସ ସେବନ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଏହି ଉପତ୍ୟକା ଉପରେ ଅନୁସନ୍ଧାନ ଚଳାଇଥିବା କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆପ୍ରିକୋଟ୍‌ ମଞ୍ଜି ଭିଟାମିନ୍ ବି -୧୭ର ଉତ୍ସ ଅଟେ । ଏହି କାରଣରୁ, ଏଠାକାର ଅଧିବାସୀଙ୍କୁ କର୍କଟ ରୋଗ ହୁଏ ନାହିଁ । ଏହି ଉପତ୍ୟକାର ଲୋକମାନେ ସହଜରେ ନିର୍ମଳ ବାୟୁ ପାଇପାରନ୍ତି । ଏହା ବ୍ୟତୀତ, ଏମାନେ ନିୟମିତ ଭାବରେ ଯୋଗ ଏବଂ ଧ୍ୟାନ ମଧ୍ୟ କରନ୍ତି। ସ୍ଥାନୀୟ ଲୋକଙ୍କ ମତରେ, ଏଠାରେ ପରୀମାନେ ରହୁନ୍ତି, ଯେଉଁମାନେ ସେମାନଙ୍କୁ ବାହ୍ୟ ବିପଦରୁ ରକ୍ଷା କରନ୍ତି। ମେଣ୍ଢା, ଛେଳି ଚରାଉଥିବା କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନେ ଉଚ୍ଚ ସ୍ଥାନକୁ ଯିବାବେଳେ ପରୀମାନଙ୍କ ସ୍ୱର ଶୁଣିଥା’ନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ

13 Jun 2022 By The Sakala

ବିଶ୍ୱର ଏପରି ଏକ ରହସ୍ୟମୟ ସ୍ଥାନ ଯେଉଁଠାକାର ଅଧିବାସୀମାନେ ବଞ୍ଚନ୍ତି ୧୫୦ ବର୍ଷ…

ସମଗ୍ର ବିଶ୍ୱ ଅନେକ ରହସ୍ୟରେ ପରିପୂର୍ଣ୍ଣ। ବୈଜ୍ଞାନିକମାନେ କିଛି ରହସ୍ୟର ସମାଧାନ କରିଥିବା ବେଳେ ଆଉ କେତେକ ଉପରୁ ପରଦା ଉଠି ପାରିନାହିଁ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏପରି ଏକ ରହସ୍ୟ ବିଦ୍ୟମାନ, ଯାହା ବିଷୟରେ ଜାଣିବାକୁ ବୈଜ୍ଞାନିକମାନେ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଉତ୍ତର ପାକିସ୍ତାନର ହୁଞ୍ଜା ଉପତ୍ୟକାରେ ବସବାସ କରୁଥିବା ଲୋକମାନଙ୍କ ଆୟୁ ହେଉଛି ୧୨୦ ରୁ ୧୫୦ ବର୍ଷ। ଯେତେବେଳେ କି ପାକିସ୍ତାନୀ ଲୋକଙ୍କର ହାରାହାରି ଆୟୁ ୬୭ବର୍ଷ।

ତେବେ ହୁଞ୍ଜା ଉପତ୍ୟକାରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟର ରହସ୍ୟ କ’ଣ? ଏହା ବୈଜ୍ଞାନିକମାନଙ୍କୁ ବି ଆଶ୍ଚର୍ଯ୍ୟ କରିଦିଏ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଏଠାରେ ରହୁଥିବା ଲୋକମାନଙ୍କର କିଛି ସ୍ୱତନ୍ତ୍ର ଅଭ୍ୟାସ ଓ ପ୍ରଦୂଷଣଠାରୁ ଦୂରରେ ରହୁଥିବା ହେତୁ ସେମାନେ ଅଧିକ ଦିନ ବଞ୍ଚି ରହୁଛନ୍ତି। ଏପରିକି ଏଠାକାର ମହିଳାମାନେ ୬୦ ରୁ ୯୦ ବର୍ଷ ବୟସରେ ମଧ୍ୟ ଗର୍ଭଧାରଣ କରିଥାନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହି ଅଧିବାସୀମାନେ କେବେ ବି ଅସୁସ୍ଥ ହୁଅନ୍ତି ନାହିଁ କିମ୍ବା କର୍କଟ ଭଳି ସାଂଘାତିକ ରୋଗ ମଧ୍ୟ ଏମାନଙ୍କ ପାଖ ଆଜି ଯାଏ ମାଡ଼ି ନାହିଁ । ଏମାନେ ମୁଖ୍ୟତଃ ପନିପରିବା, କ୍ଷୀର, ଶସ୍ୟ ଏବଂ ଫଳ, ବିଶେଷକରି ଆପ୍ରିକୋଟ୍‌କୁ ଖାଦ୍ୟରେ ସାମିଲ କରନ୍ତି ଓ କମ୍ ମାଂସ ଖାଆନ୍ତି। ହୁଞ୍ଜା ସମ୍ପ୍ରଦାୟର ଲୋକମାନେ ପିଇବା ଏବଂ ଗାଧୋଇବା ପାଇଁ ଗ୍ଲେସିୟର୍ ପାଣି ବ୍ୟବହାର କରନ୍ତି। ଏହା ସହ ନିୟମିତ ସେମାନେ ଫଳ କିମ୍ବା ଫଳରସ ସେବନ କରିଥାନ୍ତି।

ଏହି ଉପତ୍ୟକା ଉପରେ ଅନୁସନ୍ଧାନ ଚଳାଇଥିବା କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆପ୍ରିକୋଟ୍‌ ମଞ୍ଜି ଭିଟାମିନ୍ ବି -୧୭ର ଉତ୍ସ ଅଟେ । ଏହି କାରଣରୁ, ଏଠାକାର ଅଧିବାସୀଙ୍କୁ କର୍କଟ ରୋଗ ହୁଏ ନାହିଁ । ଏହି ଉପତ୍ୟକାର ଲୋକମାନେ ସହଜରେ ନିର୍ମଳ ବାୟୁ ପାଇପାରନ୍ତି । ଏହା ବ୍ୟତୀତ, ଏମାନେ ନିୟମିତ ଭାବରେ ଯୋଗ ଏବଂ ଧ୍ୟାନ ମଧ୍ୟ କରନ୍ତି। ସ୍ଥାନୀୟ ଲୋକଙ୍କ ମତରେ, ଏଠାରେ ପରୀମାନେ ରହୁନ୍ତି, ଯେଉଁମାନେ ସେମାନଙ୍କୁ ବାହ୍ୟ ବିପଦରୁ ରକ୍ଷା କରନ୍ତି। ମେଣ୍ଢା, ଛେଳି ଚରାଉଥିବା କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନେ ଉଚ୍ଚ ସ୍ଥାନକୁ ଯିବାବେଳେ ପରୀମାନଙ୍କ ସ୍ୱର ଶୁଣିଥା’ନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp