ବର୍ଷାଦିନେ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ପାଇଁ କାହିଁକି ମନାକରାଯାଇଥାଏ, ଆସନ୍ତୁ ଜାଣିବା…

The Sakala Picture
Published On

ଭାରତୀୟ ଷ୍ଟ୍ରିଟ୍‌ ଫୁଡ୍‌ଗୁଡ଼ିକ ଏହାର ନିଆରା ସ୍ବାଦ ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଅର୍ଜନ କରିଛି। ଅଧିକାଂଶ ଲୋକେ ଘରର ଖାଦ୍ୟ ଅପେକ୍ଷା ଚଟ୍‌ପଟା ଷ୍ଟ୍ରିଟ୍‌ ଫୁଡ୍ ଖାଇବାକୁ ପସନ୍ଦ କରନ୍ତି। ସବୁବେଳେ ବହୁତ କମ୍‌ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ବିଶେଷକରି ବର୍ଷା ଦିନେ ଷ୍ଟ୍ରିଟ୍‌ଫୁଡ୍‌କୁ ନେଇ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଯଦି ଆପଣ ଷ୍ଟ୍ରିଟ୍‌ ଫୁଡ୍‌ ଖାଉଛନ୍ତି, ତେବେ ଏଥିରୁ ହେଉଥିବା ସମସ୍ୟାଗୁଡ଼ିକ ବିଷୟରେ ଜାଣିବା […]

ଭାରତୀୟ ଷ୍ଟ୍ରିଟ୍‌ ଫୁଡ୍‌ଗୁଡ଼ିକ ଏହାର ନିଆରା ସ୍ବାଦ ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଅର୍ଜନ କରିଛି। ଅଧିକାଂଶ ଲୋକେ ଘରର ଖାଦ୍ୟ ଅପେକ୍ଷା ଚଟ୍‌ପଟା ଷ୍ଟ୍ରିଟ୍‌ ଫୁଡ୍ ଖାଇବାକୁ ପସନ୍ଦ କରନ୍ତି। ସବୁବେଳେ ବହୁତ କମ୍‌ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ବିଶେଷକରି ବର୍ଷା ଦିନେ ଷ୍ଟ୍ରିଟ୍‌ଫୁଡ୍‌କୁ ନେଇ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଯଦି ଆପଣ ଷ୍ଟ୍ରିଟ୍‌ ଫୁଡ୍‌ ଖାଉଛନ୍ତି, ତେବେ ଏଥିରୁ ହେଉଥିବା ସମସ୍ୟାଗୁଡ଼ିକ ବିଷୟରେ ଜାଣିବା ଦରକାର।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

କ’ଣ କୁହନ୍ତି ଡାଏଟିସିଆନ୍‌
ଏସମ୍ପର୍କରେ ‘ଡାଏଟ୍ ମନ୍ତ୍ରା’ର ପ୍ରତିଷ୍ଠାତା ତଥା ଖାଦ୍ୟ ବିଶେଷଜ୍ଞ କାମିନୀ ସିହ୍ନାଙ୍କ କହିବା ଅନୁଯାୟୀ, ବର୍ଷାଦିନେ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ଦ୍ବାରା ପେଟରେ ସଂକ୍ରମଣ, ତରଳ ଝାଡ଼ା ଏବଂ ଏସିଡିଟି ସମସ୍ୟା ଦେଖାଯାଇଥାଏ। ବର୍ଷାଦିନେ ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଗୁରୁତ୍ବ ଦିଆଯାଏ। ଷ୍ଟ୍ରିଟ୍‌ ଫୁଡ୍ ତିଆରି କରାଯାଉଥିବା ସ୍ଥାନର ଆଖପାଖ ଅଞ୍ଚଳରେ ପ୍ରାୟତଃ ବର୍ଷାଦିନେ ପାଣି ଜମିଥାଏ। ଏହି ସବୁ ସ୍ଥାନରୁ ସଂକ୍ରମଣ ବଢ଼ିବା ଆଶଙ୍କା ଅଧିକ। ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ସମୟରେ ଆଖପାଖର ସ୍ବଚ୍ଛତା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏହାବାଦ୍‌ ବର୍ଷାଦିନେ ମଣିଷର ରୋଗପ୍ରତିରୋଧକ ଶକ୍ତି ଅପେକ୍ଷାକୃତ କମ୍‌ ହୋଇଯାଏ। ଏହି ସମୟରେ ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ ଓ ଅଧିକ ସମୟ ପର୍ଯ୍ୟନ୍ତ ରଖାଯାଇଥିବା ଖାଦ୍ୟ ଖାଇବା ଯୋଗୁଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହାବାଦ୍‌ ଯଦି ଷ୍ଟ୍ରିଟ୍‌ ଫୁଡ୍ ପ୍ରସ୍ତୁତ ସମୟରେ ପରିଷ୍କାର ପାଣିର ବ୍ୟବହାର କରାଯାଏ ନାହିଁ, ତେବେ ହଇଜା, ଝାଡ଼ା ବାନ୍ତି ଆଦି ସମସ୍ୟା ଦେଖାଯାଇଥାଏ। ବର୍ଷାଦିନେ ଡାଏଟ୍‌ରେ ଅଦା, ରସୁଣ, ଲେମ୍ବୁ ଆଦି ଅଧିକ ଖାଇବା ଆବଶ୍ୟକ। ଏହାଦ୍ବାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସବୁବେଳେ ଗରମ ତଥା ତଟକା ଖାଦ୍ୟ ଖାଇବା ଉଚିତ । ଏହାସହ ବର୍ଷାଦିନେ ପିଜୁଳି, କଦଳୀ ଆଦି ଫଳଗୁଡ଼ିକ ମଧ୍ୟ ଖାଇବା ଆବଶ୍ୟକ। ଗଜାବୁଟ ଓ ମୁଗ ଅଧିକ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଭଲ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର