ବିଶ୍ବର ସବୁଠୁ ଅଳସୁଆ ଜୀବ: ଗୋଟିଏ ପତ୍ରକୁ ହଜମ କରିବା ପାଇଁ ନିଏ ମାସେ ସମୟ

The Sakala Picture
Published On

ବିଶ୍ବରେ ବିଭିନ୍ନ ପ୍ରକାର ବିଚିତ୍ର ପଶୁପକ୍ଷୀ ଦେଖିବାକୁ ମିଳନ୍ତି। ସେମାନଙ୍କ ଭିତରୁ କିଏ ଅଧିକ ହିଂସ୍ର ହୋଇଥିବାବେଳେ ଅନ୍ୟ କେତେକ ଶାନ୍ତ ସ୍ବଭାବର ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ ସ୍ଲଥ୍‌କୁ ବିଶ୍ବର ସବୁଠୁ ଅଳସୁଆ ଜୀବ ଭାବେ ବିବେଚନା କରାଯାଏ। ଏହି ଜୀବଟି ଏତେମାତ୍ରାରେ ଅଳସୁଆ ଯେ, ସେ ତା’ର ସାରା ଜୀବନ ଗୋଟିଏ ପାଖରେ ହିଁ ଓଲଟା ଝୁଲି ରହିଥାଏ। ସ୍ଲଥ୍‌, ମଧ୍ୟ ଓ ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ଏକ ଶାକାହାରୀ ସ୍ତନ୍ୟପାୟୀ ପ୍ରାଣୀ। ଏହା ତା’ର […]

ବିଶ୍ବରେ ବିଭିନ୍ନ ପ୍ରକାର ବିଚିତ୍ର ପଶୁପକ୍ଷୀ ଦେଖିବାକୁ ମିଳନ୍ତି। ସେମାନଙ୍କ ଭିତରୁ କିଏ ଅଧିକ ହିଂସ୍ର ହୋଇଥିବାବେଳେ ଅନ୍ୟ କେତେକ ଶାନ୍ତ ସ୍ବଭାବର ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ ସ୍ଲଥ୍‌କୁ ବିଶ୍ବର ସବୁଠୁ ଅଳସୁଆ ଜୀବ ଭାବେ ବିବେଚନା କରାଯାଏ। ଏହି ଜୀବଟି ଏତେମାତ୍ରାରେ ଅଳସୁଆ ଯେ, ସେ ତା’ର ସାରା ଜୀବନ ଗୋଟିଏ ପାଖରେ ହିଁ ଓଲଟା ଝୁଲି ରହିଥାଏ। ସ୍ଲଥ୍‌, ମଧ୍ୟ ଓ ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ଏକ ଶାକାହାରୀ ସ୍ତନ୍ୟପାୟୀ ପ୍ରାଣୀ। ଏହା ତା’ର ଜୀବନର ୯୦ ପ୍ରତିଶତ ସମୟ ଓଲଟା ଝୁଲନ୍ତା ଅବସ୍ଥାରେ ଥାଏ। ଓଲଟା ଅବସ୍ଥାରେ ହିଁ ଏହା ଖାଦ୍ୟ ଖାଇଥାଏ। ସ୍ଲଥ୍‌ର ପାଚନତନ୍ତ୍ର ମଧ୍ୟ ଖୁବ୍‌ ଦୁର୍ବଳ। ଗୋଟିଏ ପତ୍ରକୁ ହଜମ କରିବା ପାଇଁ ତାକୁ ପ୍ରାୟ ମାସେ ସମୟ ଲାଗିଥାଏ। ଖାଦ୍ୟର ଏକ ତୃତୀୟାଂଶ ଅଂଶ ହଜମ ନ ହୋଇ ପେଟରେ ଥାଏ। ଏହାର ଗତି ଏତେ ମନ୍ଥର ଯେ, ଗୋଟିଏ ମିନିଟ୍‌ରେ ଏହା କେବଳ ସାଢ଼େ ୬ଫୁଟ ପର୍ଯ୍ୟନ୍ତ ଘୁଞ୍ଚିପାରେ। ଏହି ପଶୁ ବହୁତ କମ୍ ହଲଚଲ ହେବାର ଦେଖାଯାଏ। ସାରା ବିଶ୍ବରେ ଏହାର ଛଅ ପ୍ରକାରର ପ୍ରଜାତି ରହିଛି ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

31 Dec 2021 By The Sakala

ବିଶ୍ବର ସବୁଠୁ ଅଳସୁଆ ଜୀବ: ଗୋଟିଏ ପତ୍ରକୁ ହଜମ କରିବା ପାଇଁ ନିଏ ମାସେ ସମୟ

ବିଶ୍ବରେ ବିଭିନ୍ନ ପ୍ରକାର ବିଚିତ୍ର ପଶୁପକ୍ଷୀ ଦେଖିବାକୁ ମିଳନ୍ତି। ସେମାନଙ୍କ ଭିତରୁ କିଏ ଅଧିକ ହିଂସ୍ର ହୋଇଥିବାବେଳେ ଅନ୍ୟ କେତେକ ଶାନ୍ତ ସ୍ବଭାବର ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ ସ୍ଲଥ୍‌କୁ ବିଶ୍ବର ସବୁଠୁ ଅଳସୁଆ ଜୀବ ଭାବେ ବିବେଚନା କରାଯାଏ। ଏହି ଜୀବଟି ଏତେମାତ୍ରାରେ ଅଳସୁଆ ଯେ, ସେ ତା’ର ସାରା ଜୀବନ ଗୋଟିଏ ପାଖରେ ହିଁ ଓଲଟା ଝୁଲି ରହିଥାଏ। ସ୍ଲଥ୍‌, ମଧ୍ୟ ଓ ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ଏକ ଶାକାହାରୀ ସ୍ତନ୍ୟପାୟୀ ପ୍ରାଣୀ। ଏହା ତା’ର ଜୀବନର ୯୦ ପ୍ରତିଶତ ସମୟ ଓଲଟା ଝୁଲନ୍ତା ଅବସ୍ଥାରେ ଥାଏ। ଓଲଟା ଅବସ୍ଥାରେ ହିଁ ଏହା ଖାଦ୍ୟ ଖାଇଥାଏ। ସ୍ଲଥ୍‌ର ପାଚନତନ୍ତ୍ର ମଧ୍ୟ ଖୁବ୍‌ ଦୁର୍ବଳ। ଗୋଟିଏ ପତ୍ରକୁ ହଜମ କରିବା ପାଇଁ ତାକୁ ପ୍ରାୟ ମାସେ ସମୟ ଲାଗିଥାଏ। ଖାଦ୍ୟର ଏକ ତୃତୀୟାଂଶ ଅଂଶ ହଜମ ନ ହୋଇ ପେଟରେ ଥାଏ। ଏହାର ଗତି ଏତେ ମନ୍ଥର ଯେ, ଗୋଟିଏ ମିନିଟ୍‌ରେ ଏହା କେବଳ ସାଢ଼େ ୬ଫୁଟ ପର୍ଯ୍ୟନ୍ତ ଘୁଞ୍ଚିପାରେ। ଏହି ପଶୁ ବହୁତ କମ୍ ହଲଚଲ ହେବାର ଦେଖାଯାଏ। ସାରା ବିଶ୍ବରେ ଏହାର ଛଅ ପ୍ରକାରର ପ୍ରଜାତି ରହିଛି ।

https://www.thesakala.in/special/laziest-creature-in-the-world/article-8038
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର