କମାରଶାଳରେ କାମ କରି ଉଭୟ ପୁରୁଷ ଏବଂ ନାରୀ ସମାଜ ପାଇଁ ଉଦାହରଣ ସାଜିଛନ୍ତି କୁମାରୀ ସୁନିତା

The Sakala Picture
Published On

ନିମାପଡ଼ା(ପ୍ରଫୁଲ କର): ଘରେ ପୁଅ ନ ଥିବାରୁ କମାରଶାଳ କାର୍ଯ୍ୟକୁ ଆଗ୍ରହର ସହ ଆଦରି ନେଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭିଲିଗ୍ରାମ ପଞ୍ଚାୟତର ଶ୍ରୀଧର ଓଝାଙ୍କ ସାନ ଝିଅ ସୁନିତା। ସାଧାରଣତଃ ପୁରୁଷମାନେ କମାରଶାଳ ପରିଚାଳନା କରିଥାନ୍ତି। ବହୁ କଷ୍ଟସାଧ୍ୟ କାର୍ଯ୍ୟ ଅଟେ। କିନ୍ତୁ ଆଜିର ପୁରୁଷମାନେ ଏହି କୌଳିକବୃତ୍ତି ପ୍ରତି ମୁହଁ ଫେରାଇ ନେଉଥିବା ବେଳେ ଜଣେ ଝିଅ ଅତି ଆଗ୍ରହର ସହ କୌଳିକ ବୃତ୍ତିକୁ ଆଦରି ନେଇଛି। ଯାହା ଫଳରେ ସୁନିତା ଆଜି […]

ନିମାପଡ଼ା(ପ୍ରଫୁଲ କର): ଘରେ ପୁଅ ନ ଥିବାରୁ କମାରଶାଳ କାର୍ଯ୍ୟକୁ ଆଗ୍ରହର ସହ ଆଦରି ନେଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭିଲିଗ୍ରାମ ପଞ୍ଚାୟତର ଶ୍ରୀଧର ଓଝାଙ୍କ ସାନ ଝିଅ ସୁନିତା। ସାଧାରଣତଃ ପୁରୁଷମାନେ କମାରଶାଳ ପରିଚାଳନା କରିଥାନ୍ତି। ବହୁ କଷ୍ଟସାଧ୍ୟ କାର୍ଯ୍ୟ ଅଟେ। କିନ୍ତୁ ଆଜିର ପୁରୁଷମାନେ ଏହି କୌଳିକବୃତ୍ତି ପ୍ରତି ମୁହଁ ଫେରାଇ ନେଉଥିବା ବେଳେ ଜଣେ ଝିଅ ଅତି ଆଗ୍ରହର ସହ କୌଳିକ ବୃତ୍ତିକୁ ଆଦରି ନେଇଛି। ଯାହା ଫଳରେ ସୁନିତା ଆଜି ପାଲଟିଛି ଉଭୟ ପୁରୁଷ ଏବଂ ନାରୀ ସମାଜ ପାଇଁ ଉଦାହରଣ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭିଲିଗ୍ରାମ ପଞ୍ଚାୟତ ଗୋଲେଇ ଛକ ନିକଟରେ ଜଣେ ଝିଅ ତାଙ୍କର ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ୧୩ ବର୍ଷ ହେବ କମାରଶାଳ ଚଳାଉଛି। ବିପଦଜନକ କାର୍ଯ୍ୟ କମାରଶାଳରୁ ଯାହା ଆୟ ହୁଏ ପରିବାରର ଗୁଜୁରାଣ ଦୁଃଖ କଷ୍ଟରେ ଚଳିଯାଏ। ଘରେ ପୁଅ ନ ଥିବାରୁ ଏଭଳି କାର୍ଯ୍ୟକୁ ଆଗ୍ରହର ସହ ଆଦରି ନେଇଛନ୍ତି ଶ୍ରୀଧର ଓଝାଙ୍କ ସାନ ଝିଅ ସୁନିତା। ସାଧାରଣତଃ ପୁରୁଷମାନେ କମାରଶାଳ ପରିଚାଳନା କରିଥାନ୍ତି। ବହୁ କଷ୍ଟସାଧ୍ୟ କାର୍ଯ୍ୟ ଅଟେ। ହେଲେ ଆଜିର ପୁରୁଷମାନେ ଏହି କୌଳିକବୃତ୍ତି ପ୍ରତି ମୁହଁ ଫେରାଇ ନେଉଥିବା ବେଳେ ଜଣେ ଝିଅ ଅତି ଆଗ୍ରହର ସହ କୌଳିକ ବୃତ୍ତିକୁ ଆଦରି ନେଇଛି। ଯାହା ଫଳରେ ସୁନିତା ଆଜି ପାଲଟିଛି ଉଭୟ ପୁରୁଷ ଏବଂ ନାରୀ ସମାଜ ପାଇଁ ଉଦାହରଣ। ଶ୍ରୀଧର ଓଝାଙ୍କ ଝିଅ ସୁନିତାର କାର୍ଯ୍ୟକୁ ଖୁବ ପସନ୍ଦ କରନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ପେଟ ପୋଷ ନାହିଁ ଦୋଷ ନ୍ୟାୟରେ ସେମାନେ ସୁନିତାକୁ ପ୍ରଶଂସା କରିଥାନ୍ତି ଓ ବୃତ୍ତି ମୋର ପୋଷେ କୁଟୁମ୍ଭ ନ୍ୟାୟରେ ଶ୍ରୀଧର ଓ ତାଙ୍କ ପତ୍ନୀ ବିଳାଶୁଣୀ ବାର୍ଦ୍ଧକ୍ୟ ଅବସ୍ଥାରେ ଝିଅ ସୁନିତା ଉପରେ ସମ୍ପୂର୍ଣ ନିର୍ଭରଶୀଳ। ଘରେ ପୁଅ ନ ଥିବାରୁ ଝିଅ ଯୋଗୁ ହିଁ ଆଜି ପରିବାର ଭଲରେ ଚଳି ପାରୁଛି। ସେମାନଙ୍କ ଝିଅ ଯେଉଁ ବିଦ୍ୟା ହାସଲ କରିଛି ପରବର୍ତ୍ତୀ ସମୟରେ ସେହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବ ବୋଲି ଶ୍ରୀଧରଙ୍କ ଭରସା ରହିଛି। କଷ୍ଟ ଲାଗିଲେ ମଧ୍ୟ ପରିସ୍ଥିତି ବାଧ୍ୟ କରୁଛି ଏପରି କାର୍ଯ୍ୟ କରିବା ପାଇଁ। ଯେହେତୁ ଘରେ ପୁଅ ଟିଏ ନାହିଁ ଆମେ କେମିତି ଚଳିବୁ। ଆଖିରେ ଆଖିଏ ସ୍ୱପ୍ନ। ନିଜ ପାଇଁ ନୁହେଁ ପରିବାର ପାଇଁ। ବାପାଙ୍କ ଠାରୁ ପ୍ରେରଣା ପାଇ କୌଳିକ ବୃତିକୁ ଆଦରି ନେଇଛି ସୁନିତା। ଏ ସବୁ ପରେ ବି ପରିବାର ପ୍ରତି ନିଜର କର୍ତ୍ତବ୍ୟ ଭୁଲି ପାରିନି ସୁନିତା ଓ ଆଶା ରଖିଛନ୍ତି ନୂତନ ସରକାର ଏହି କୌଳିକ ବୃତ୍ତି ପ୍ରତି କିଛି ଅନୁଦାନ ଅର୍ଥ ଦିଅନ୍ତି ତେବେ ଏହି କୌଳିକ ବୃତ୍ତି ବଞ୍ଚିବ ନଚେତ ଏହା ବଞ୍ଚାଇ ରଖିବା ଅନେକ କଷ୍ଟ ଆଜିର ଏ ପୁରୁଷ ସମାଜ ଏଭଳି ଏକ କୌଳିକ ବୃତ୍ତି ପ୍ରତି ମୁହଁ ଫେରାଇ ନେଉଥିବା ବେଳେ ଝିଅ ସୁନୀତା ଏହି କୌଳିକ ବୃତ୍ତିକୁ ଆଦରି ନେବା ବାସ୍ତବିକ ଏହା ଏକ ପ୍ରଶଂସନୀୟ ଉଦ୍ୟମ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର