ଜାଣନ୍ତୁ କେଉଁ ଜିନିଷ ଜଳରେ ବିସର୍ଜନ କରିବେ ନାହିଁ…

The Sakala Picture
Published On

ହିନ୍ଦୁ ଧର୍ମରେ ପ୍ରବାହିତ ଜଳରେ ବିଭିନ୍ନ ଜିନିଷ ଭସାଇବାର ନିୟମ ସମ୍ପର୍କରେ କୁହାଯାଇଛି। ତେବେ କିଛି ଜିନିଷ ଏଭଳି ଅଛି, ଯାହାକୁ ଭସାଇବା ଉଚିତ ନୁହେଁ। ଏହାଦ୍ବାରା କେବଳ ପରିବେଶକୁ କ୍ଷତି ପହଞ୍ଚି ନ ଥାଏ, ବରଂ ପିତୃଦୋଷ, ଗ୍ରହଦୋଷ ଏବଂ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ। ତେବେ କେଉଁ ଜିନିଷ ପ୍ରବାହିତ ଜଳରେ ବିସର୍ଜନ କରିବା ମନା, ସେ ସମ୍ପର୍କରେ ଜାଣିବା। ତୁଳସୀ ପତ୍ର: ସ୍କନ୍ଦ ପୁରାଣ ଅନୁସାରେ ତୁଳସୀ ପତ୍ରକୁ କେବେ ବି ପ୍ରବାହିତ […]

ହିନ୍ଦୁ ଧର୍ମରେ ପ୍ରବାହିତ ଜଳରେ ବିଭିନ୍ନ ଜିନିଷ ଭସାଇବାର ନିୟମ ସମ୍ପର୍କରେ କୁହାଯାଇଛି। ତେବେ କିଛି ଜିନିଷ ଏଭଳି ଅଛି, ଯାହାକୁ ଭସାଇବା ଉଚିତ ନୁହେଁ। ଏହାଦ୍ବାରା କେବଳ ପରିବେଶକୁ କ୍ଷତି ପହଞ୍ଚି ନ ଥାଏ, ବରଂ ପିତୃଦୋଷ, ଗ୍ରହଦୋଷ ଏବଂ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ। ତେବେ କେଉଁ ଜିନିଷ ପ୍ରବାହିତ ଜଳରେ ବିସର୍ଜନ କରିବା ମନା, ସେ ସମ୍ପର୍କରେ ଜାଣିବା।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ତୁଳସୀ ପତ୍ର: ସ୍କନ୍ଦ ପୁରାଣ ଅନୁସାରେ ତୁଳସୀ ପତ୍ରକୁ କେବେ ବି ପ୍ରବାହିତ ଜଳରେ ଭସାନ୍ତୁ ନାହିଁ। କାରଣ ତୁଳସୀକୁ ମା’ ଲକ୍ଷ୍ମୀଙ୍କ ସ୍ବରୂପ ବୋଲି ବିଚେନା କରାଯାଏ। କୁହାଯାଏ, ଲକ୍ଷ୍ମୀଙ୍କୁ ଭସାଇବା ଦ୍ବାରା ଧନହାନି ହୁଏ। ଏହା ଦ୍ବାରା ଚନ୍ଦ୍ର ଏବଂ ରାହୁଦୋଷ ବି ଦେଖା ଦେଇପାରେ। ଏହାବାଦ୍ ମାନସିକ ଅଶାନ୍ତି ଓ ଅସ୍ଥିରତାକୁ ସାମ୍ନା କରିବାକୁ ପଡ଼ିପାରେ।

ଆହୁରି ପଢ଼ନ୍ତୁ: ଏଆଇ-୧୭୧ ବିମାନ ଦୁର୍ଘଟଣାକୁ ଏକ ବର୍ଷ ପୂରଣ: ଏଏଆଇବି କହିଲା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତିରେ 'ଉଲ୍ଲେଖନୀୟ ଅଗ୍ରଗତି'

ଅନ୍ନ: ବିଷ୍ଣୁ ପୁରାଣ ଅନୁସାରେ, ଅନ୍ନକୁ କଦାପି ପ୍ରବାହିତ ଜଳରେ ବିସର୍ଜନ କରିବା କଥା ନୁହେଁ। ଏଭଳି କରି ଦେବୀ ଅନ୍ନପୂର୍ଣ୍ଣାଙ୍କର ଅସମ୍ମାନ କରାଯାଏ। ଏହା ଫଳରେ ଦରିଦ୍ରତା ଦେଖାଦିଏ। କେବଳ ସେତିକି ନୁହେଁ, ଘରେ ଖାଦ୍ୟ, ପାନୀୟର ଅଭାବ ଦେଖା ଦେଇପାରେ। ସେହିପରି ଏହି କାର୍ଯ୍ୟ ଦ୍ବାରା ଦେବ ଗୁରୁ ବୃହସ୍ପତି ଦୁର୍ବଳ ହୋଇଥାନ୍ତି।

ଆହୁରି ପଢ଼ନ୍ତୁ: EPFO ବଡ଼ ଅପଡେଟ୍: ପିଏଫ୍ ଖାତାରେ କେବେ ଆସିବ ସୁଧ ଟଙ୍କା? ଜାଣନ୍ତୁ ଚେକ୍ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

ହଳଦି-ଚନ୍ଦନ: ହଳଦି ଓ ଚନ୍ଦନକୁ ହିନ୍ଦୁ ଧର୍ମରେ ପବିତ୍ର ବସ୍ତୁ ଭାବେ ଗ୍ରହଣ କରାଯାଏ। ଅଗ୍ନି ପୁରାଣରେ ବି ଏହାକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି। ଏହାକୁ ପ୍ରବାହିତ ଜଳରେ ଭସାଇବା ଦ୍ବାରା ବୃହସ୍ପତି ଗ୍ରହ ଦୁର୍ବଳ ହୋଇଥାନ୍ତି। ବିବାହରେ ବିଳମ୍ବ ହେବା ସହ ସମ୍ପତ୍ତି ବିବାଦ ଦେଖା ଦିଏ।

ଲୌହ ସାମଗ୍ରୀ ଓ ରାଶି: ଲୁହା ଜିନିଷ ଏବଂ ରାଶିରେ ଶନି ଦେବ ବାସ କରନ୍ତି। ଏହାକୁ ପ୍ରବାହିତ ଜଳରେ ବିସର୍ଜନ କରିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ ଏବଂ ଶନି ଦୋଷ ଲାଗେ। ଆର୍ଥିକ ସମସ୍ୟା ଏବଂ ପରିବାରରେ ଅଶାନ୍ତି ସୃଷ୍ଟି ହୁଏ। କେବଳ ସେତିକି ନୁହେଁ, ଚାଲିଥିବା କାମ ମଧ୍ୟ ବିଗିଡ଼ି ଯାଏ।

14 Apr 2025 By The Sakala

ଜାଣନ୍ତୁ କେଉଁ ଜିନିଷ ଜଳରେ ବିସର୍ଜନ କରିବେ ନାହିଁ…

ହିନ୍ଦୁ ଧର୍ମରେ ପ୍ରବାହିତ ଜଳରେ ବିଭିନ୍ନ ଜିନିଷ ଭସାଇବାର ନିୟମ ସମ୍ପର୍କରେ କୁହାଯାଇଛି। ତେବେ କିଛି ଜିନିଷ ଏଭଳି ଅଛି, ଯାହାକୁ ଭସାଇବା ଉଚିତ ନୁହେଁ। ଏହାଦ୍ବାରା କେବଳ ପରିବେଶକୁ କ୍ଷତି ପହଞ୍ଚି ନ ଥାଏ, ବରଂ ପିତୃଦୋଷ, ଗ୍ରହଦୋଷ ଏବଂ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ। ତେବେ କେଉଁ ଜିନିଷ ପ୍ରବାହିତ ଜଳରେ ବିସର୍ଜନ କରିବା ମନା, ସେ ସମ୍ପର୍କରେ ଜାଣିବା।

ତୁଳସୀ ପତ୍ର: ସ୍କନ୍ଦ ପୁରାଣ ଅନୁସାରେ ତୁଳସୀ ପତ୍ରକୁ କେବେ ବି ପ୍ରବାହିତ ଜଳରେ ଭସାନ୍ତୁ ନାହିଁ। କାରଣ ତୁଳସୀକୁ ମା’ ଲକ୍ଷ୍ମୀଙ୍କ ସ୍ବରୂପ ବୋଲି ବିଚେନା କରାଯାଏ। କୁହାଯାଏ, ଲକ୍ଷ୍ମୀଙ୍କୁ ଭସାଇବା ଦ୍ବାରା ଧନହାନି ହୁଏ। ଏହା ଦ୍ବାରା ଚନ୍ଦ୍ର ଏବଂ ରାହୁଦୋଷ ବି ଦେଖା ଦେଇପାରେ। ଏହାବାଦ୍ ମାନସିକ ଅଶାନ୍ତି ଓ ଅସ୍ଥିରତାକୁ ସାମ୍ନା କରିବାକୁ ପଡ଼ିପାରେ।

ଅନ୍ନ: ବିଷ୍ଣୁ ପୁରାଣ ଅନୁସାରେ, ଅନ୍ନକୁ କଦାପି ପ୍ରବାହିତ ଜଳରେ ବିସର୍ଜନ କରିବା କଥା ନୁହେଁ। ଏଭଳି କରି ଦେବୀ ଅନ୍ନପୂର୍ଣ୍ଣାଙ୍କର ଅସମ୍ମାନ କରାଯାଏ। ଏହା ଫଳରେ ଦରିଦ୍ରତା ଦେଖାଦିଏ। କେବଳ ସେତିକି ନୁହେଁ, ଘରେ ଖାଦ୍ୟ, ପାନୀୟର ଅଭାବ ଦେଖା ଦେଇପାରେ। ସେହିପରି ଏହି କାର୍ଯ୍ୟ ଦ୍ବାରା ଦେବ ଗୁରୁ ବୃହସ୍ପତି ଦୁର୍ବଳ ହୋଇଥାନ୍ତି।

ହଳଦି-ଚନ୍ଦନ: ହଳଦି ଓ ଚନ୍ଦନକୁ ହିନ୍ଦୁ ଧର୍ମରେ ପବିତ୍ର ବସ୍ତୁ ଭାବେ ଗ୍ରହଣ କରାଯାଏ। ଅଗ୍ନି ପୁରାଣରେ ବି ଏହାକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି। ଏହାକୁ ପ୍ରବାହିତ ଜଳରେ ଭସାଇବା ଦ୍ବାରା ବୃହସ୍ପତି ଗ୍ରହ ଦୁର୍ବଳ ହୋଇଥାନ୍ତି। ବିବାହରେ ବିଳମ୍ବ ହେବା ସହ ସମ୍ପତ୍ତି ବିବାଦ ଦେଖା ଦିଏ।

ଲୌହ ସାମଗ୍ରୀ ଓ ରାଶି: ଲୁହା ଜିନିଷ ଏବଂ ରାଶିରେ ଶନି ଦେବ ବାସ କରନ୍ତି। ଏହାକୁ ପ୍ରବାହିତ ଜଳରେ ବିସର୍ଜନ କରିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ ଏବଂ ଶନି ଦୋଷ ଲାଗେ। ଆର୍ଥିକ ସମସ୍ୟା ଏବଂ ପରିବାରରେ ଅଶାନ୍ତି ସୃଷ୍ଟି ହୁଏ। କେବଳ ସେତିକି ନୁହେଁ, ଚାଲିଥିବା କାମ ମଧ୍ୟ ବିଗିଡ଼ି ଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp