ଜାଣନ୍ତୁ ଦୀପାବଳିରେ ପ୍ରତୀକର ମହତ୍ତ୍ବ…

The Sakala Picture
Published On

ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଆଗମନରେ ପୂରା ପରିବେଶ ବଦଳିଯାଇଥାଏ। ଏହି ଅବସରରେ ଲକ୍ଷ୍ମୀ, ଗଣେଶ, ପଦ୍ମଫୁଲ, ସ୍ବସ୍ତିକ ଆଦି ପ୍ରତୀକ ସାମ୍ନାକୁ ଆସେ। ଏହାର ମହତ୍ତ୍ବ ମଧ୍ୟ ଢେର ରହିଛି। ଲକ୍ଷ୍ମୀ-ଗଣେଶ: ଧନ, ଐଶ୍ବର୍ଯ୍ୟର ଦେବୀ ମା’ ଲକ୍ଷ୍ମୀ ହୋଇଥିବା ବେଳେ ଶାନ୍ତିର ଦେବତା ହେଲେ ଗଣେଶ। ସେହିପରି ଯେଉଁଠି ଶାନ୍ତି ଥାଏ, ସେଠାରେ ଧନ ଦେବୀ ଲକ୍ଷ୍ମୀ ବାସ କରନ୍ତି। ସେଥିପାଇଁ ଦୀପାବଳିରେ ଗଣେଶ ଓ ଲକ୍ଷ୍ମୀଙ୍କ ଆରାଧନା ଦ୍ବାରା ଶାନ୍ତି, ଧନ, […]

ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଆଗମନରେ ପୂରା ପରିବେଶ ବଦଳିଯାଇଥାଏ। ଏହି ଅବସରରେ ଲକ୍ଷ୍ମୀ, ଗଣେଶ, ପଦ୍ମଫୁଲ, ସ୍ବସ୍ତିକ ଆଦି ପ୍ରତୀକ ସାମ୍ନାକୁ ଆସେ। ଏହାର ମହତ୍ତ୍ବ ମଧ୍ୟ ଢେର ରହିଛି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ଲକ୍ଷ୍ମୀ-ଗଣେଶ: ଧନ, ଐଶ୍ବର୍ଯ୍ୟର ଦେବୀ ମା’ ଲକ୍ଷ୍ମୀ ହୋଇଥିବା ବେଳେ ଶାନ୍ତିର ଦେବତା ହେଲେ ଗଣେଶ। ସେହିପରି ଯେଉଁଠି ଶାନ୍ତି ଥାଏ, ସେଠାରେ ଧନ ଦେବୀ ଲକ୍ଷ୍ମୀ ବାସ କରନ୍ତି। ସେଥିପାଇଁ ଦୀପାବଳିରେ ଗଣେଶ ଓ ଲକ୍ଷ୍ମୀଙ୍କ ଆରାଧନା ଦ୍ବାରା ଶାନ୍ତି, ଧନ, ବୈଭବକୁ ଆମନ୍ତ୍ରଣ କରାଯାଏ।

ପଦ୍ମ ଫୁଲ: ପଦ୍ମ ପୁଷ୍ପ ମା’ ଲକ୍ଷ୍ମୀଙ୍କ ପ୍ରିୟ। ମା’ ଲକ୍ଷ୍ମୀଙ୍କ ପ୍ରସନ୍ନତା ପ୍ରାପ୍ତ ପାଇଁ ଏହାକୁ ଅର୍ପଣ କରିବା ଉଚିତ। ଯେମିତି ପଦ୍ମଫୁଲ ପଙ୍କରେ ଉଠି ମଧ୍ୟ ନିଜ ପ୍ରତି ଆକର୍ଷିତ କରେ, ଠିକ୍‌ ସେହିପରି ଲୋକଙ୍କୁ ମଧ୍ୟ ନିଜ ସୁକର୍ମ ଦ୍ବାରା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ଏହା ଇଙ୍ଗିତ କରେ।

ସ୍ବସ୍ତିକ ଏବଂ ଶୁଭଲାଭ: ସ୍ବସ୍ତିକର ଅର୍ଥ ଶୁଭ, ମଙ୍ଗଳ ତଥା କଲ୍ୟାଣ। ସ୍ବସ୍ତିକ ଦେବତାଙ୍କ ପ୍ରତୀକ। ତେଣୁ ସମସ୍ତ ଶାସ୍ତ୍ରରେ ସ୍ବସ୍ତିକକୁ ଶୁଭଙ୍କର ଓ ସକାରାତ୍ମକ ଶକ୍ତି ଭାବେ ବିବେଚନା କରାଯାଏ।ଏଣୁ ଏମିତି କୌଣସି ମାଙ୍ଗଳିକ କାର୍ଯ୍ୟ ନାହିଁ, ସ୍ବସ୍ତିକ ଚିହ୍ନ ବିନା ପୂରଣ ହୁଏ। ଅନ୍ୟପଟେ ଘରେ ଶୁଭ ଲାଭ ଲେଖିବା ଦ୍ବାରା ଘରେ ସମୃଦ୍ଧି ଓ ଧନଧାନ୍ୟ ବୃଦ୍ଧି ହୋଇଥାଏ।

ଶ୍ରୀ ଏବଂ ଓମ୍‌: ସନାତନ ଧର୍ମରେ ଶ୍ରୀ ଏବଂ ଓମ୍‌ ଶବ୍ଦର ମହତ୍ତ୍ବ ଖୁବ୍ ବେଶି। ଓମ୍‌ ଉଚ୍ଚାରଣରେ ଆତ୍ମିକ ବଳ ପ୍ରାପ୍ତ ହୁଏ। ଏହାର ଉଚ୍ଚାରଣ ଦ୍ବାରା ଜୀବନଶକ୍ତି ଊର୍ଦ୍ଧ୍ବମୁଖୀ ହୋଇଥାଏ। ଏଣୁ ଘରର ମୁଖ୍ୟ ଦ୍ବାରରେ ଶ୍ରୀ ଓ ଓମ୍‌ ଶବ୍ଦ ଲେଖାଯାଏ। ଶ୍ରୀ ଶବ୍ଦର ସମ୍ବନ୍ଧ ମା’ ଲକ୍ଷ୍ମୀଙ୍କ ସହ ଜଡ଼ିତ। ଏହାର ଅର୍ଥ ଶୁଭତା, ଧନ, ସମ୍ପତ୍ତି, ଐଶ୍ବର୍ଯ୍ୟ।

ଦୀପ: ଆଲୋକ ଓ ଜ୍ଞାନର ପ୍ରତୀକ ଦୀପ। ଦୀପର ସତ୍ୟତା ଏହାର ସ୍ବରୂପରେ ହିଁ ଅଛି। ଦୀପ ମାଟିର ହୋଇଥିଲେ ହେଁ ଏହାର ଜ୍ୟୋତି ଅମୃତମୟ। ତେବେ ଦୀପ ଭଳି ମଣିଷ ଶରୀର। ଅର୍ଥାତ୍ ମଣିଷ ଶରୀର ମାଟି ଦୀପରେ ଜଳୁଥିବା ଅମୃତର ଜ୍ୟୋତି। ସେହିପରି ଦୀପ ପ୍ରଜ୍ବଳନରେ ଅଜ୍ଞାନରୂପୀ ଅନ୍ଧକାର ଦୂର ହୁଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର