ସାଇକଲ୍‌ରେ କେରଳରୁ କାଶ୍ମୀର

The Sakala Picture
Published On

କେରଳର ତ୍ରିଶୂରରେ ରହୁଥିବା ୨୩ ବର୍ଷୀୟ ନିଧିନ୍‌ ମଲିୟକ୍କଲ୍‌ ସାଇକଲ୍‌ରେ କେରଳରୁ କାଶ୍ମୀର ଯାତ୍ରା କରିଥିଲେ । ସେ ଯେତେବେଳେ ଯାତ୍ରା ଆରମ୍ଭ କଲେ, ତାଙ୍କ ପାଖରେ ମାତ୍ର ୧୭୦ ଟଙ୍କା ଥିଲା। କଲେଜ ପଢିବା ଦିନଠାରୁ ନିଧିନ୍‌ଙ୍କୁ ଅଲଗା ଅଲଗା ସ୍ଥାନ ବୁଲିବା ସଉକ ଥିଲା। ସ୍କୁଲ୍‌ ପାଠପଢା ପରେ ସେ ଏର୍ଣ୍ଣାକୁଲମ୍‌ର ଏକ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ । ସେ ଟ୍ରେନ୍‌ରେ ନିୟମିତ କଲେଜ ଯାଉଥିଲେ। ତାଙ୍କୁ ଟ୍ରେନ୍‌ ଯାତ୍ରା ଏତେମାତ୍ରାରେ ପସନ୍ଦ […]

କେରଳର ତ୍ରିଶୂରରେ ରହୁଥିବା ୨୩ ବର୍ଷୀୟ ନିଧିନ୍‌ ମଲିୟକ୍କଲ୍‌ ସାଇକଲ୍‌ରେ କେରଳରୁ କାଶ୍ମୀର ଯାତ୍ରା କରିଥିଲେ । ସେ ଯେତେବେଳେ ଯାତ୍ରା ଆରମ୍ଭ କଲେ, ତାଙ୍କ ପାଖରେ ମାତ୍ର ୧୭୦ ଟଙ୍କା ଥିଲା। କଲେଜ ପଢିବା ଦିନଠାରୁ ନିଧିନ୍‌ଙ୍କୁ ଅଲଗା ଅଲଗା ସ୍ଥାନ ବୁଲିବା ସଉକ ଥିଲା। ସ୍କୁଲ୍‌ ପାଠପଢା ପରେ ସେ ଏର୍ଣ୍ଣାକୁଲମ୍‌ର ଏକ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ । ସେ ଟ୍ରେନ୍‌ରେ ନିୟମିତ କଲେଜ ଯାଉଥିଲେ। ତାଙ୍କୁ ଟ୍ରେନ୍‌ ଯାତ୍ରା ଏତେମାତ୍ରାରେ ପସନ୍ଦ ଆସିଥିଲା ଯେ, ସେ କଲେଜ ନ ଯାଇ ଅନେକ ସମୟରେ ନୂଆ ନୂଆ ସ୍ଥାନଗୁଡ଼ିକ ପରିଭ୍ରମଣ କରୁଥିଲେ। ଏହାପରେ ନିଧିନ୍‌ଙ୍କ ପାଠପଢା ପୂରା ବନ୍ଦ ହୋଇଯାଇଥିଲା। ସେ ମାତାପିତାଙ୍କୁ ଚାଷ କାମରେ ସହଯୋଗ କଲେ। ଗତବର୍ଷ ଲକ୍‌ଡାଉନ୍‌ ପୂର୍ବରୁ ନିଧିନ୍‌ ଏକ ହୋଟେଲରେ ଚାହା ଓ ଜୁସ୍‌ ତିଆରି କରୁଥିଲେ। ଏଥିପାଇଁ ତାଙ୍କୁ ଘରେ ୧୦ ମାସ ବସିବାକୁ ପଡ଼ିଲା। କୌଣସି କାମ ମିଳିଲା ନାହିଁ। ଏହାପରେ ସେ ବୁଲାବୁଲି କରିବା ପାଇଁ ମନସ୍ଥ କଲେ। କିନ୍ତୁ ଦେଶର ବିଭିନ୍ନ ସ୍ଥାନ ବୁଲିବା ପାଇଁ ତାଙ୍କୁ କୌଣସି ଭଲ ବ୍ରାଣ୍ଡର ସାଇକଲ୍ ମିଳି ନଥିଲା। ସେ ତାଙ୍କର ସାନଭାଇର ପୁରୁଣା ସାଇକଲ୍‌ ନେଇ ଜାନୁଆରୀ ୧, ୨୦୨୧ରେ ଯାତ୍ରା କରିବା ପାଇଁ ଭାବିଲେ। ପରେ ଏହାକୁ ନେଇ ଯାତ୍ରା କରିବା ପାଇଁ ଭାବିଲେ। ସେ ଯାତ୍ରାରେ ଯିବା ପୂର୍ବରୁ ତାଙ୍କ ପାଖରେ ମାତ୍ର ୧୭୦ ଟଙ୍କା ଥିଲା। ରାସ୍ତାରେ ଚାହା ବିକ୍ରି କରି ସେ ଯାତ୍ରା ଜାରି ରଖିଥିଲେ। ନିଧିନ୍‌ କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଗୁଜରାଟ, ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ ଦେଇ ପାଖାପାଖି ୫୬୪୭ କି.ମି ଯାତ୍ରା କରି କଶ୍ମୀରରେ ପହଞ୍ଚିଥିଲେ। ଏହି ଯାତ୍ରା ପାଇଁ ତାଙ୍କୁ ସମୁଦାୟ ୧୨୦ ଦିନ ସମୟ ଲାଗିଥିଲା। ଯାତ୍ରା ସମୟରେ କେତେବେଳେ ସେ ପେଟ୍ରୋଲ୍‌ପମ୍ପରେ ତ ଆଉ କେତେବେଳେ ନିଜର ଟେଣ୍ଟ ପ୍ରସ୍ତୁତ କରି ଶୋଉଥିଲେ। ସେ ସାଇକେଲରେ ଘରକୁ ଫେରିବାକୁ ଇଚ୍ଛା କରୁଥିଲେ। କିନ୍ତୁ ସେ ଦିଲ୍ଲୀରେ ପହଞ୍ଚିବା ପରେ ସେଠାରେ ଲକ୍‌ଡାଉନ୍‌ ହୋଇଯାଇଥିଲା। ଏହାପରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ସହାୟତାରେ ସେ ଦିଲ୍ଲୀରୁ ତ୍ରିଶୂର ଆସିଥିଲେ। ନିଧିନ୍‌ ଭବିଷ୍ୟତରେ ଜଣେ ଫିଲ୍ମ ଅଭିନେତା କିମ୍ବା ନିର୍ଦ୍ଦେଶକ ହେବାକୁ ଇଚ୍ଛା ରଖିଛନ୍ତି।

ଆହୁରି ପଢ଼ନ୍ତୁ: Nitish Rajput: ୟୁଟ୍ୟୁବର ନୀତୀଶ ରାଜପୁତଙ୍କ ବିରୋଧରେ ୨.୫ କୋଟିର ମାନହାନି ମକଦ୍ଦମା, ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp