ଭାରତର ଦାମୀ ହୋଟେଲ୍‌, ରାତିକ ପାଇଁ ୧୮ ଲକ୍ଷ ଟଙ୍କା

The Sakala Picture
Published On

ଦାମୀ ହୋଟେଲ୍‌ କହିଲେ, ତା’ର ଆସବାବପତ୍ର ତଥା ସାଜସଜ୍ଜାଠାରୁ ଆରମ୍ଭ କରି ରହଣି ଖର୍ଚ୍ଚ ଓ ସବୁ ପ୍ରକାର ଅତ୍ୟାଧୁନିକ ସୁଖ ସୁବିଧାକୁ ବୁଝାଇଥାଏ। ଏହି ଧାରାରେ ଭାରତରେ ଏମିତି ଏକ ହୋଟେଲ୍‌ ଅଛି, ଯାହା କେବଳ ଭାରତରେ ନୁହେଁ, ଏସିଆର ସବୁଠାରୁ ଦାମୀ ହୋଟେଲ୍‌ ବୋଲି କୁହାଯାଉଛି। ଏହି ହୋଟେଲ୍‌ ରାଜସ୍ଥାନର ଜୟପୁରରେ ରହିଛି ଏବଂ ଏହାର ନାମ ହେଉଛି ‘ଦ ରାଜ୍ ପ୍ୟାଲେସ୍‌’। ଏହି ହୋଟେଲ୍‌ରେ ମୋଟ ୭୮ଟି ବିଳାସପୂର୍ଣ୍ଣ କୋଠରି ଅଛି। ଏହି […]

ଦାମୀ ହୋଟେଲ୍‌ କହିଲେ, ତା’ର ଆସବାବପତ୍ର ତଥା ସାଜସଜ୍ଜାଠାରୁ ଆରମ୍ଭ କରି ରହଣି ଖର୍ଚ୍ଚ ଓ ସବୁ ପ୍ରକାର ଅତ୍ୟାଧୁନିକ ସୁଖ ସୁବିଧାକୁ ବୁଝାଇଥାଏ। ଏହି ଧାରାରେ ଭାରତରେ ଏମିତି ଏକ ହୋଟେଲ୍‌ ଅଛି, ଯାହା କେବଳ ଭାରତରେ ନୁହେଁ, ଏସିଆର ସବୁଠାରୁ ଦାମୀ ହୋଟେଲ୍‌ ବୋଲି କୁହାଯାଉଛି। ଏହି ହୋଟେଲ୍‌ ରାଜସ୍ଥାନର ଜୟପୁରରେ ରହିଛି ଏବଂ ଏହାର ନାମ ହେଉଛି ‘ଦ ରାଜ୍ ପ୍ୟାଲେସ୍‌’। ଏହି ହୋଟେଲ୍‌ରେ ମୋଟ ୭୮ଟି ବିଳାସପୂର୍ଣ୍ଣ କୋଠରି ଅଛି। ଏହି ସବୁ କୋଠରିଗୁଡ଼ିକର ମାର୍ବଲ୍‌ କାନ୍ଥ ବିଭିନ୍ନ ପ୍ରକାର ନିଖୁଣ ଚିତ୍ରକଳାରେ ସୁସଜ୍ଜିତ ହୋଇଛି। ଏଠାରେ ଅତିଥିମାନେ ର‌ୂପା ପଲଙ୍କରେ ଶୋଇବା ସହିତ ସୁନା ଥାଳିରେ ଖାଇଥାନ୍ତି।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ଏହାର ସ୍ନାନ ଘରେ ସୁନାର ନଳ ଲାଗିଛି। ଏହି ହୋଟେଲ୍‌ରେ ଥିବା ବିଶେଷ କୋଠରୀ ‘ଦରବାର୍‌ ସୁଇଟ୍‌’ରେ ଗୋଟିଏ ରାତି ରହିବା ପାଇଁ ୧୮ ଲକ୍ଷ ଟଙ୍କା ଦେବାକୁ ହୁଏ। ଉକ୍ତ ହୋଟେଲ୍‌ରେ ବଲିଉଡ୍‌ ବାଦଶାହ ବିଗ୍ ବି ତାଙ୍କର ଫିଲ୍ମ ‘ବୋଲ୍‌ ବଚ୍ଚନ’ର ସୁଟିଂ କରିଥÒଲେ। ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୁଲଭୁଲେୟା’ର ସୁଟିଂ ମଧ୍ୟ ଏହି ହୋଟେଲ୍‌ରେ ହୋଇଥିଲା। ଭାରତ ପାଇଁ ସବୁଠାରୁ ବଡ଼ କଥା ହେଉଛି, ୨୦୦୭ରେ ଏହି ରାଜକୀୟ ହୋଟେଲ୍‌କୁ ‘ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର’ ଶ୍ରେଣୀରେ ‘ସର୍ବଶ୍ରେଷ୍ଠ ଐତିହ୍ୟ ହୋଟେଲ୍‌’ ପୁରସ୍କାର ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp