ହିରୋସୀମା ଦିବସ…

The Sakala Picture
Published On

ପ୍ରତିବର୍ଷ ଅଗଷ୍ଟ ୬ ତାରିଖକୁ ହିରୋସୀମା ଦିବସ ପାଳନ କରାଯାଏ। ଏହି ଦିନ ଆମକୁ ୧୯୪୫ ମସିହାର ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମାର ଭୟାବହ ରୂପକୁ ମନେ ପକାଇଦିଏ। ଶାନ୍ତିର ରାଜନୀତିକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ବ ଆଜିର ଦିନରେ ହିରୋସୀମା ଦିବସ ପାଳନ କରେ। ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଶକ୍ତିଶାଳୀ ଆମେରିକା ବିପକ୍ଷରେ ଥିଲା। ଏହି ସମୟରେ ଆମେରିକାର ନାଭାଲ୍‌ ଷ୍ଟେସନ ପର୍ଲ ହାର୍ବର୍‌ ଉପରେ ଜାପାନ ଏୟାର ଫୋର୍ସ […]

ପ୍ରତିବର୍ଷ ଅଗଷ୍ଟ ୬ ତାରିଖକୁ ହିରୋସୀମା ଦିବସ ପାଳନ କରାଯାଏ। ଏହି ଦିନ ଆମକୁ ୧୯୪୫ ମସିହାର ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମାର ଭୟାବହ ରୂପକୁ ମନେ ପକାଇଦିଏ। ଶାନ୍ତିର ରାଜନୀତିକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ବ ଆଜିର ଦିନରେ ହିରୋସୀମା ଦିବସ ପାଳନ କରେ। ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଶକ୍ତିଶାଳୀ ଆମେରିକା ବିପକ୍ଷରେ ଥିଲା। ଏହି ସମୟରେ ଆମେରିକାର ନାଭାଲ୍‌ ଷ୍ଟେସନ ପର୍ଲ ହାର୍ବର୍‌ ଉପରେ ଜାପାନ ଏୟାର ଫୋର୍ସ ହଠାତ୍‌ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବହୁସଂଖ୍ୟାରେ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହୋଇଥିଲା। ଆମେରିକା ପର୍ଲ ହାର୍ବର୍‌ ଆକ୍ରମଣ ଘଟଣାର ପ୍ରତିଶୋଧ ନେବା ପାଇଁ ପଣ କରିଥିଲା। ଏଥିପାଇଁ ୧୯୪୫ ଅଗଷ୍ଟ ୬ ତାରିଖରେ ଜାପାନର ହିରୋସୀମା ଉପରେ ଆମେରିକା ତାହାର ପ୍ରଥମ ପରମାଣୁ ବୋମା ‘ଲିଟିଲ୍‌ ବୟ’ ପକାଇଥିଲା। ଏହାସତ୍ତ୍ବେ ଜାପାନ ମିତ୍ରଶକ୍ତି ପାଖରେ ଆତ୍ମସମର୍ପଣ ନ କରିବାରୁ ୩ ଦିନ ପରେ ଜାପାନର ଅଗ୍ରଣୀ ଶିଳ୍ପ ସହର ନାଗାସାକି ଉପରେ ଆମେରିକା ଦ୍ୱିତୀୟ ପରମାଣୁ ବୋମା ‘ଫ୍ୟାଟ୍‌ ମ୍ୟାନ୍‌’ ପକାଇଥିଲା । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଲକ୍ଷ ଲକ୍ଷ ଲୋକ ଦିବ୍ୟାଙ୍ଗ ହୋଇଯାଇଥିଲେ। ମୃତ୍ୟୁର ଉପତ୍ୟକାରେ ପରିଣତ ହୋଇଥିଲା ଜାପାନର ଏହି ଦୁଇ ସହର। ମୃତକଙ୍କ ମଧ୍ୟରେ ଥିଲେ ଅଧିକାଂଶ ସାଧାରଣ ନାଗରିକ। ସେହି ଦୁଃଖଦ ମୁହୂର୍ତ୍ତକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ। ଜାପାନ ଉପରେ କରିଥିବା ଏହି ବିସ୍ଫୋରଣ ପାଇଁ ଆମେରିକା ଅନେକଥର ପଶ୍ଚାତାପ କରିଛି ଏବଂ ସାରା ବିଶ୍ୱର ସମାଲୋଚନାର ପାତ୍ର ମଧ୍ୟ ହୋଇଛି। ଏହି ବୋମା ପରେ ହିଁ ଏସିଆରେ ଦ୍ୱିତୀୟ ଯୁଦ୍ଧର ସମାପ୍ତି ଔପଚାରିକତା ହୋଇ ରହିଯାଇଥିଲା । ଜାପାନ୍ ସେନା ପଛଘୁଞ୍ଚା ଦେଇଥିଲେ । ୧୯୪୫ ମସିହା ଅଗଷ୍ଟ ୬ ତାରିଖ ଦିନ ସକାଳ ୮ଟା ୧୫ ମିନିଟ୍‌ରେ ଆମେରିକା ସେନା ଲିଟିଲ୍ ବୟ ନାମକ ଏକ ପରମାଣୁ ବୋମା ପକାଇଥିଲା । ଏହି ସମୟରେ ଅନେକ ଲୋକ ନିଜ ନିଜ କର୍ମସ୍ଥଳକୁ ଯାଉଥିଲେ। କୁନି କୁନି ପିଲାମାନେ ସ୍କୁଲ ଯାଉଥିଲେ ।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ଏକ ରିପୋର୍ଟ ଅନୁଯାୟୀ, ଏହି ପରମାଣୁ ବମ୍ ସହରର ମଝି ସ୍ଥାନରେ ପଡ଼ିଥିଲା । ଏହା ଏତେ ଭୟଙ୍କର ଥିଲା ଯିଏ ମାତ୍ର କିଛି ସେକେଣ୍ଡ ଭିତରେ ପ୍ରାୟ ୮୦ ହଜାର ଲୋକ ପ୍ରାଣ ହରାଥିଲେ। ସେହିପରି ଲକ୍ଷାଧିକ ଲୋକ ଆହତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହି ଆହତଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ହୋଇଥିଲା। ଏହା ତ କେବଳ ଜୀବନ କଥା, କେତେ ଯେ ସମ୍ପତ୍ତ ନଷ୍ଟ ହୋଇଛି, ତା’ର କଳ୍ପନା କରାଯାଇ ନ ପାରେ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପରମାଣୁ ଆକ୍ରମଣରେ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ଚିକିତ୍ସା କରାଇବା ପାଇଁ ସହରରେ ଡାକ୍ତର ମଧ୍ୟ ନ ଥିଲେ । କାରଣ ପରମାଣୁ ଆକ୍ରମଣରେ ସେଠାରେ ୯୦ ପ୍ରତିଶତ ଡାକ୍ତର ପ୍ରାଣ ତ୍ୟାଗ କରିଥିଲେ । ତେବେ ଏହି ଆକ୍ରମଣକୁ ସେତେବେଳେ ଭାରତ ସମେତ ଅନେକ ଦେଶ ନିନ୍ଦା କରିବା ସହ ଜାପାନକୁ ସହାୟତାର ହାତ ବଢାଇଥିଲେ ।  ‘ହିରୋସୀମା ଦିବସ’ ପରମାଣୁ ଯୁଦ୍ଧର ବିନାଶକାରୀ ପ୍ରଭାବକୁ ସ୍ମରଣ କରାଇବା ସହ ବିଶ୍ୱ ଶାନ୍ତି ଏବଂ ନିରସ୍ତ୍ରୀକରଣ ପାଇଁ ବିଶ୍ବର ସବୁ ରାଷ୍ଟ୍ରକୁ ଚେତାବନୀ ଦିଏ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

06 Aug 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର