ବଢ଼଼ୁଛି ଟିସୁ କଲ୍‌‌ଚର୍‌‌ର ଆଦର; କମ୍‌‌ ସମୟ ଓ କମ୍‌‌ ପରିଶ୍ରମରେ ଅଧିକ ଲାଭବାନ୍‌‌ ହେଉଛନ୍ତି ଚାଷୀ

The Sakala Picture
Published On

ପାରମ୍ପରିକ ଚାଷ ଅପେକ୍ଷା ବଢ଼଼ୁଛି ଟିସୁ କଲ୍‌‌ଚର୍‌‌ର ଆଦର। କମ୍‌‌ ସମୟ ଓ କମ୍‌‌ ପରିଶ୍ରମରେ ଅଧିକ ଲାଭବାନ୍‌‌ ହେଉଛନ୍ତି ଚାଷୀ। ଯେଉଁଥିପାଇଁ କି ଚାଷୀମାନେ ଏହି ଚାଷକୁ ଅଧିକ ପସନ୍ଦ କରୁଛନ୍ତି। ଏହି ବର୍ଗର ଚାରାଗୁଡ଼ିକ ସାଧାରଣ ବିହନ ଅପେକ୍ଷା ଅଧିକ ଅମଳ ଦେବା ସହ ଏଥିରେ ରୋଗପ୍ରତିରୋଧକ ଶକ୍ତି ବି ଅଧିକ ରହିଛି। ଜଳବାୟୁର ବାଧକତା ନାହିଁ କି ଅମଳ କମିବାର ଆଶଙ୍କା ମଧ୍ୟ ନାହିଁ। ଅଧିକ ଅମଳକ୍ଷମ ଚାଷ ପାଇଁ ସାଧାରଣରେ ଆଗ୍ରହ […]

ପାରମ୍ପରିକ ଚାଷ ଅପେକ୍ଷା ବଢ଼଼ୁଛି ଟିସୁ କଲ୍‌‌ଚର୍‌‌ର ଆଦର। କମ୍‌‌ ସମୟ ଓ କମ୍‌‌ ପରିଶ୍ରମରେ ଅଧିକ ଲାଭବାନ୍‌‌ ହେଉଛନ୍ତି ଚାଷୀ। ଯେଉଁଥିପାଇଁ କି ଚାଷୀମାନେ ଏହି ଚାଷକୁ ଅଧିକ ପସନ୍ଦ କରୁଛନ୍ତି। ଏହି ବର୍ଗର ଚାରାଗୁଡ଼ିକ ସାଧାରଣ ବିହନ ଅପେକ୍ଷା ଅଧିକ ଅମଳ ଦେବା ସହ ଏଥିରେ ରୋଗପ୍ରତିରୋଧକ ଶକ୍ତି ବି ଅଧିକ ରହିଛି। ଜଳବାୟୁର ବାଧକତା ନାହିଁ କି ଅମଳ କମିବାର ଆଶଙ୍କା ମଧ୍ୟ ନାହିଁ। ଅଧିକ ଅମଳକ୍ଷମ ଚାଷ ପାଇଁ ସାଧାରଣରେ ଆଗ୍ରହ ବଢ଼଼ୁଥିବାବେଳେ ଟିସୁ କଲ୍‌‌ଚର୍‌‌ର ପ୍ରସ୍ତୁତି ଓ ପ୍ରକ୍ରିୟା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା…

ଆହୁରି ପଢ଼ନ୍ତୁ: ଷ୍ଟାଣ୍ଡଅପ୍ କମେଡି ଭିଡିଓରେ ‘ଓଡ଼ିଶା ଯାତ୍ରୀ’ର ମଜାଦାର କମେଣ୍ଟ: ଲେଖିଲେ- ‘ଆସନ୍ତୁ ଆମ କ୍ୟାବରେ ଯିବା, ଘୁଗୁନି ଜମାରୁ ଢ଼ାଳି ହେବନି’

ବୃକ୍ଷ ଅଙ୍ଗରୁ ‘ବୃକ୍ଷ’
କୌଣସି ଏକ ବୃକ୍ଷର ସବଳ ଅଙ୍ଗରୁ ଟିସୁ ସଂଗ୍ରହ କରି ବହୁ ସଂଖ୍ୟରେ ସମାନ ବୃକ୍ଷ ସୃଷ୍ଟି କରିବାର ବୈଜ୍ଞାନିକ ପଦ୍ଧତ୍ତିକୁ ଉଦ୍ଭିଦ ଟିସୁ କଲଚର୍‌‌ କହନ୍ତି। ଟିସୁ ଅନେକଗୁଡ଼ିଏ ସେଲ୍‌ଫର ସମାହାର ହୋଇଥିବାବେଳେ ଟିସୁରୁ ହିଁ ସମାନ ପ୍ରଜାତିର ଉଦ୍ଭିଦ ସୃଷ୍ଟି କରାଯାଇଥାଏ। ଏହା ସାଧାରଣତଃ ବାହ୍ୟ ବାୟୁମଣ୍ଡଳରେ କରା ନ ଯାଇ କୌଣସି ଲାବ୍‌‌ ଅବା ମନୁଷ୍ୟକୃତ ପରିବେଶରେ ସୃଷ୍ଟି କରାଯାଏ। ଏଥିରେ ଆବଶ୍ୟକତା ଅନୁଯାୟୀ ବାୟୁ, ଆଲୋକ, ଜଳ, ତାପମାତ୍ର ଆଦି ନିୟନ୍ତ୍ରଣ କରାଯାଇଥାଏ। ଯାହାକି ଟିସୁରୁ ଉଦ୍ଭିଦକୁ ବୃଦ୍ଧି କରିବାରେ ସହାୟକ ହୁଏ। ଏଥିପାଇଁ କିଛି ହରମୋନ୍‌‌ ମଧ୍ୟ ବ୍ୟବହାର କରାଯାଇଥାଏ। ସେହି ପରିବେଶରେ ଉଦ୍ଭିଦ ବଢ଼଼ିବା ସହ ଏହା ପୂର୍ବ ଅପେକ୍ଷା ଅଧିକ ଅମଳ ପ୍ରଦାନ କରିବାରେ ସହାୟକ ହୁଏ। ଓଡ଼ିଶାରେ ମୁଖ୍ୟତଃ କଦଳୀ, ଆଖୁ, ଆମ୍ବ ଆଦି ବୃକ୍ଷର ଟିସୁ କଲଚର୍‌‌ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଏହା ରାଜ୍ୟର ଚାଷୀମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ସହାୟକ ହୋଇଛି।

ସ୍ୱଳ୍ପ ସମୟରେ ଅମଳ ଦୁଇଗୁଣା
ଟିସୁ କଲଚର୍‌‌ ପ୍ରକ୍ରିୟାରେ ଅଧିକ ଅମଳକ୍ଷମ ଚାରା ସୃଷ୍ଟି କରାଯାଇଥାଏ। କେବଳ ମଞ୍ଜି ଅବା ଚାରାରୁ ଗଛ ନୁହଁ, ଟିସୁ କଲଚର୍‌‌ ପ୍ରକ୍ରିୟାର ଚାଷ ଯାହାକି ଚାଷୀମାନଙ୍କ ପାଇଁ ବେଶ୍‌‌ ଲାଭଦାୟକ ହେଉଛି। ଟିସ୍ୟୁ କଲଚର୍‌‌ ଦ୍ୱାରା ପ୍ରସ୍ତୁତ ଚାରାର ଅମଳ କ୍ଷମତା ଅଧିକ ରହିବା ସହ ଚାଷୀମାନଙ୍କ ପାଇଁ ବେଶ୍‌‌ ସହାୟକ ହୋଇଥାଏ। ପୂର୍ବରୁ ଗଛରୁ ମଞ୍ଜି ଓ ପରେ ମଞ୍ଜିରୁ ଗଛ ହେବା ପାଇଁ ଅନେକ ସମୟ ଲାଗୁଥିଲା। ଟିସୁ କଲଚର୍‌‌ ବ୍ୟବସ୍ଥା ଦ୍ୱାରା ସେମାନେ ଅତି କମ୍‌‌ ସମୟରେ ଅଧିକ ଅମଳକ୍ଷମ ଚାରା ପାଇ ପାରୁଛନ୍ତି।

ଜଳବାୟୁକୁ ସୁହାଉଛି
ଟିସୁ କଲଚର୍‌‌ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଥିବା ଚାରାଗୁଡ଼ିକ ଓଡ଼ିଶାର ପ୍ରାୟ ସବୁ ଜଳବାୟୁରେ ବଢ଼଼ିବାରେ ସହାୟକ ହୁଅନ୍ତି। ଏହି ଚାରାଗୁଡ଼ିକ ପାଇଁ କୌଣସି ନିର୍ଦ୍ଦିଷ୍ଟ ଜଳବାୟୁର ଆବଶ୍ୟକ ପଡ଼ୁ ନ ଥିବାବେଳେ ସବୁ ଅଞ୍ଚଳର ଚାଷୀମାନଙ୍କ ପାଇଁ ଏହି ଚାରାରେ ଚାଷ ଲାଭଦାୟକ ହୋଇଥାଏ। ଯେଉଁଥିପାଇଁ ଚାଷୀମାନେ ସାଧାରଣ ବିହନ ଅବା ଚାରା ଅପେକ୍ଷା ହାଇବ୍ରିଡ୍‌‌ ଚାରା କୁହାଯାଉଥିବା ଟିସୁ କଲ୍‌‌ଚର୍‌‌ ଚାରାକୁ ଚାଷ ପାଇଁ ଅଧିକ ପସନ୍ଦ କରିଥାନ୍ତି।

କମ୍ ଖର୍ଚ୍ଚରେ ଅଧିକ ଲାଭ
ସାଧାରଣ ପ୍ରଣାଳୀରେ ଚାଷ ଅପେକ୍ଷା ଟିସୁ କଲଚର୍‌‌ ବ୍ୟବସ୍ଥାରେ ପ୍ରସ୍ତୁତ କରାଯାଉଥିବା ଚାରାଗୁଡ଼ିକର ଚାହିଦା ବଜାରରେ ଅଧିକ। କମ୍‌‌ ସମୟରେ ଏହି ଚାରାଗୁଡ଼ିକ ଅମଳକ୍ଷମ ହେବା ସହ ଅଧିକ ଅମଳ କରିବାର କ୍ଷମତା ବହନ କରିଥାନ୍ତି। ଏହା ଦ୍ୱାରା ଚାଷୀମାନେ ଅଧିକ ଲାଭବାନ୍‌‌ ହେବା ସହ ସେମାନଙ୍କ ସମୟ ମଧ୍ୟ ଯଥେଷ୍ଟ କମିଥାଏ। ପାରମ୍ପରିକ ଚାଷ ପ୍ରଣାଳୀରେ ସେମାନଙ୍କୁ ବର୍ଷ ଶେଷ ଅବା ଏକ ନିର୍ଦ୍ଦିଷ୍ଟ ସମୟରେ ଯାଏଁ ଚାରା ପ୍ରସ୍ତୁତ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା। ମାତ୍ର ଟିସୁ କଲଚର୍‌‌ ବ୍ୟବସ୍ଥା ଦ୍ୱାରା ଚାଷୀମାନେ ଖୁବ୍‌‌ କମ୍‌‌ ସମୟରେ ଅଧିକ ଅମଳକ୍ଷମ ଉତ୍ପାଦ ପାଇ ପାରୁଛନ୍ତି।

ସହଜରେ ମିଳୁଛି ଚାରା
ଟିସୁ କଲଚର୍‌‌ ଚାରାଗୁଡ଼ିକର ସହଜ ବିତରଣ ପାଇଁ ରାଜ୍ୟର କୃଷି ବିଜ୍ଞାନ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଚାଷୀମାନେ ସେମାନଙ୍କ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ଏହି ଚାରା ସହଜରେ ପାଇ ପାରୁଛନ୍ତି। ଏଥି ସହ ରାଜ୍ୟ କୃଷି ମୁଖ୍ୟାଳୟ ଓ ଓୟୁଏଟିରେ ମଧ୍ୟ ଏ ସମ୍ପର୍କିତ ସମସ୍ତ ସୂଚନା ପାଇବାର ସୁବିଧା ରହିଛି। ଯେଉଁ ଚାଷୀମାନେ ଟିସୁ କଲ୍‌‌ଚର୍‌‌ ଚାରା ଲଗାଇବାକୁ ଚାହୁଁଛନ୍ତି ସେମାନେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର କିମ୍ୱା ସେମାନେ ନିକଟସ୍ଥ ସରକାରୀ ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରିଥାନ୍ତି। ଏହା ବ୍ୟତୀତ ଭୁବନେଶ୍ୱର ବରମୁଣ୍ଡା। ବସଷ୍ଟାଣ୍ଡ ଛକ ନିକଟସ୍ଥ ଓୟୁଏଟିର ଟିସୁ କଲ୍‌‌ ଚର୍‌‌ ସେଣ୍ଟରରୁ ମଧ୍ୟ ଚାରା ନେଇପାରିବେ। ଚାଷୀଙ୍କ ପାଇଁ ଚାରା କିଣିବାରେ ମଧ୍ୟ ବ୍ୟବସ୍ଥା ରହିଛି। ଏହି ଚାଷ ପାଇଁ ସରକାରଙ୍କ ପକ୍ଷରୁ ଆକର୍ଷଣୀୟ ରିଆତି ବ୍ୟବସ୍ଥା ମଧ୍ୟ ରହିଛି।

ଚାରା ଉତ୍ପାଦନ ଅନୁକୂଳ ଭିତ୍ତିଭୂମି
ପୂର୍ବ ଅପେକ୍ଷା ଟିସୁ କଲ୍‌‌ଚର୍‌‌ ଗବେଷଣା କ୍ଷେତ୍ରରେ ଓଡ଼ିଶା ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାରେ ଉନ୍ନତମାନର ଟିସୁ କଲଚର୍‌‌ ଲ୍ୟାବ, ଡିଏନ୍‌‌ଏ ଲ୍ୟାବ୍‌‌ ଓ ଅତ୍ୟାଧୁନିକ ପାଥୋଲଜି ଲ୍ୟାବ୍‌‌ର ସୁବିଧା ରହିଛି। ଅଧିକ ଉନ୍ନତ ବ୍ୟବସ୍ଥା ପାଇଁ ବିଭିନ୍ନ କେନ୍ଦ୍ରରେ ଟିସୁ କଲ୍‌‌ଚର ପ୍ରସ୍ତୁତ କରାଯିବା ପାଇଁ ମିଡିଆ ପ୍ରସ୍ତୁତି ରୁମ୍‌‌, ଷ୍ଟେରିଲାଇଜେସନ୍‌‌ ରୁମ୍‌‌, ଇନକ୍ୟୁଲେସନ୍‌‌ ରୁମ୍‌‌, କଲ୍‌‌ଚର୍‌‌ ରୁମ, ଗ୍ରୀନ୍‌‌ ହାଉସର ବ୍ୟବସ୍ଥା ଆଦି ଉପଲବ୍ଧ କରାଯାଉଛି। ଟିସୁ କଲ୍‌‌ଚର ଚାରା ପ୍ରସ୍ତୁତି ପାଇଁ ମୂଳଗଛର ଉନ୍ନତ ମାନର ନର୍ସରୀ ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଉଛି।

ସାଧାରଣ ଚାରାଠୁ ଭିନ୍ନ
ସାଧାରଣ ଓ ପାରମ୍ପରିକ ଚାରାଠୁ ଟିସୁ କଲଚର୍‌‌ ଚାରାର ଅନେକ ଭିନ୍ନତା ରହିଛି। ଯଦିଓ ସମାନ ପ୍ରକାର ଓ ପ୍ରଜାତିର ଚାରା, ମୁଖ୍ୟତଃ ଏହାର ପ୍ରସ୍ତୁତି ଏହାକୁ ଭିନ୍ନ କରେ। ଏକ ପ୍ରକାର କ୍ଲୋନିଂ ଉପାୟରେ ଏହାକୁ କୃତ୍ରିମ ପରିବେଶରେ ସୃଷ୍ଟି କରାଯାଏ। ଏହାର ରୋଗ ପ୍ରତିରୋଧକ କ୍ଷମତା ଅଧିକ। ଅଧିକ ଅମଳ ଦେବାର କ୍ଷମତା ମଧ୍ୟ ବହନ କରେ। ଏହି ପ୍ରଣାଳୀରେ ଉତ୍ପାଦିତ ଚାରାକୁ ଚାଷ କରିବା ଦ୍ୱାରା ଚାଷୀମାନେ ଅଧିକ ଲାଭବାନ୍‌‌ ହୋଇଥାନ୍ତି।

ୟୁନିଟ୍‌‌ ପାଇଁ କୋଟିଏ ସହାୟତା
ବ୍ୟବସାୟିକ ଦୃଷ୍ଟିକୋଣରୁ ଯେଉଁମାନେ ଟିସୁ କଲ୍‌‌ଚର୍‌‌ ଉଦ୍ୟୋଗ ବା ୟୁନିଟ୍‌‌ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ସେମାନଙ୍କୁ ସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ସରକାରୀ ସ୍ତରରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସହୟାତା ଯୋଗାଇ ଦିଆଯାଉଛି। ଏହି ଅର୍ଥରାଶିର ରିଆତି ବ୍ୟବସ୍ଥା ମଧ୍ୟ ରହିଥିବାବେଳେ ଅଗ୍ରହୀ ବ୍ୟକ୍ତିବିଶେଷ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସହିତ ଯୋଗାଯୋଗ କରି ଏ ସମ୍ପର୍କିତ ସମସ୍ତ ସୂଚନା ପାଇପାରିବେ।

ଚାଷୀ ସଚେତନତା ଜରୁରୀ
ଟିସୁ କଲଚର୍‌‌ ଚାଷ କ୍ଷେତ୍ରରେ ଅନେକ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ଓଡ଼ିଶାର ଚାହିଦା ପୂରଣ ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଓଡ଼ିଶାର ଚାଷୀ ଆବଶ୍ୟକ କରୁଥିବା ଚାହିଦାକୁ ରାଜ୍ୟରୁ ମାତ୍ର ୧୦ପ୍ରତିଶତ ମେଣ୍ଟାଯାଇ ପାରୁଛି। ହାଇଦରାବାଦ୍‌‌, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଜୟପୁର ଆଦି ସ୍ଥାନରୁ ଓଡ଼ିଶାକୁ ଟିସୁ କଲଚର୍‌‌ ଚାରା ଆମଦାନୀ ହେଉଛି। ମୁଖ୍ୟତଃ ରାଜ୍ୟରେ ଲ୍ୟାବ୍‌‌ ସଙ୍କଟ ଯୋଗୁ ଟିସୁ କଲଚର୍‌‌ ଚାରା ଉତ୍ପାଦନ କରିବା ସମ୍ଭବପର ହେଉଥିବା ବିଶେଷଜ୍ଞ କହିଛନ୍ତି। ଓୟୁଏଟିର ଟିସୁ କଲଚର୍‌‌ ବିଶେଷଜ୍ଞ ପ୍ରଫେସର ବିପିନ୍‌‌ କୁମାର ପ୍ରଧାନ କହନ୍ତି, ଓଡ଼ିଶାରେ ଟିସୁ କଲଚର୍‌‌ ଚାଷକୁ ନେଇ ଚାଷୀମାନେ ସେତେଟା ସଚେତନ ନୁହଁନ୍ତି। କେବଳ ସରକାରୀ ରିଆତି ହାତେଇବା ଆଶାରେ ଚାଷୀ ଏହି ଚାଷ ପାଇଁ ଅଗ୍ରହ ପ୍ରକାଶ କରୁଥିଲେ ହେଁ ସେମାନେ ସ୍ୱାବଲମ୍ବୀ ହେବା ମନୋବୃତ୍ତି ନେଇ ଏ ଚାଷ ଆଦୌ କରୁନାହାନ୍ତି। ଏନେଇ ଚାଷୀଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି ଏବଂ ସେମାନଙ୍କୁ ପର୍ଯ୍ୟାପ୍ତ ଚାରା ଯୋଗାଇବା ପାଇଁ ଆବଶ୍ୟକ ବୋଲି ସେ କହିଛନ୍ତି।

କଦଳୀ, ଆଖୁ, ଅର୍କିଡ୍‌‌ର ଚାହିଦା
ଟିସୁ କଲ୍‌‌ଚର୍‌‌ ଚାରା ମଧ୍ୟରେ ଓଡ଼ିଶାରେ କଦଳୀ ଟିସୁ ଚାରାର ଚାହିଦା ଅଧିକ। ଆଖୁ, ହରବେରା, ଅର୍କିଡ୍‌‌ ଆଦିର ଚାହିଦା ମଧ୍ୟ ରହିଛି। ବଜାରରେ ମଧ୍ୟ ଏହି ଚାରାଗୁଡ଼ିକ ଅଧିକ ଉପଲବ୍ଧ। ତଥାପି ଚାଷୀମାନେ ଅଧିକ ସଂଖ୍ୟକ କଦଳୀ ଚାଷ କରୁଛନ୍ତି। କଦଳୀ ଚାରାଗୁଡ଼ିକ ମଧ୍ୟରେ ଜି-୯, ସମ୍ପା, ବନ୍ତଳ, ଅମୃତପାଣି, ନାଲି କଦଳୀ ଆଦି ରହିଛି। ରାଜ୍ୟର ସୁନ୍ଦରଗଡ଼, ସମ୍ୱଲପୁର, ବହ୍ମପୁର, ମୟୂରଭଞ୍ଜ ଜିଲ୍ଲାର ଚାଷୀମାନେ ଅଧିକ କଦଳୀ ଜି-୯ କଦଳୀ ଚାଷ କରୁଛନ୍ତି। ଏହା ସହ ଉପକୂଳବର୍ତ୍ତୀ ଅଞ୍ଚଳ ଯେପରିକି କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ପୁରୀ ଆଦି ଜିଲ୍ଲାର ଚାଷୀ ବନ୍ତଳ, ଅମୃତପଣି, ଚମ୍ପା କଦଳୀ ଅଧିକାଂଶ ଚାଷ କରୁଛନ୍ତି। ସେହିଭଳି ଟିସୁ କଲ୍‌‌ଚର୍‌‌ ଆଖୁ ଆସ୍କା, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, କୋରାପୁଟର ଚାଷୀ ଅଧିକ ସଂଖ୍ୟାରେ ଚାଷ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp