ଦେବୀଙ୍କ ଗଳାରେ ଶୋଭାପାଉଛି ୪ କୋଟିର ଟଙ୍କା ମାଳ

The Sakala Picture
Published On

ତେଲେଙ୍ଗାନା କନ୍ୟାକା ପରମେଶ୍ବରୀ ମନ୍ଦିରରେ ଦେବୀଙ୍କ ଗଳାରେ ଫୁଲ ମାଳ ପରିବର୍ତ୍ତେ ଶୋଭାପାଉଛି ଟଙ୍କା ମାଳ। ଆର୍ଯ୍ୟ ବ୍ୟାସ ସଂଘମ ନାମକ ଏକ ବ୍ୟବସାୟିକ ସଂଗଠନ ପକ୍ଷରୁ ଏହିଭଳି ଏକ ନିଆରା ମାଳ ଦେବୀଙ୍କୁ ଅର୍ପଣ କରାଯାଇଛି। ତେବେ ଦେବୀଙ୍କ ବେକରେ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନୋଟର ହାର ନବରାତ୍ରିର ପଞ୍ଚମ ଦିନରେ ଦେଖିବାକୁ ମିଳିଥିଲା । ଏହି ଦିନ ମନ୍ଦିରରେ ଦେବୀଙ୍କୁ ‘ମହାଲକ୍ଷ୍ମୀ’ଙ୍କ ଅବତାରରେ ପୂଜା କରାଯାଏ । କେବଳ ଦେବୀ ନୁହଁନ୍ତି, ପୂରା […]

ତେଲେଙ୍ଗାନା କନ୍ୟାକା ପରମେଶ୍ବରୀ ମନ୍ଦିରରେ ଦେବୀଙ୍କ ଗଳାରେ ଫୁଲ ମାଳ ପରିବର୍ତ୍ତେ ଶୋଭାପାଉଛି ଟଙ୍କା ମାଳ। ଆର୍ଯ୍ୟ ବ୍ୟାସ ସଂଘମ ନାମକ ଏକ ବ୍ୟବସାୟିକ ସଂଗଠନ ପକ୍ଷରୁ ଏହିଭଳି ଏକ ନିଆରା ମାଳ ଦେବୀଙ୍କୁ ଅର୍ପଣ କରାଯାଇଛି। ତେବେ ଦେବୀଙ୍କ ବେକରେ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନୋଟର ହାର ନବରାତ୍ରିର ପଞ୍ଚମ ଦିନରେ ଦେଖିବାକୁ ମିଳିଥିଲା । ଏହି ଦିନ ମନ୍ଦିରରେ ଦେବୀଙ୍କୁ ‘ମହାଲକ୍ଷ୍ମୀ’ଙ୍କ ଅବତାରରେ ପୂଜା କରାଯାଏ । କେବଳ ଦେବୀ ନୁହଁନ୍ତି, ପୂରା ମନ୍ଦିରକୁ ମଧ୍ୟ ଏହି ଅବସରରେ ଟଙ୍କାରେ ସୁନ୍ଦର ଭାବେ ସଜା ଯାଇଥିଲା। ଉକ୍ତ ଟଙ୍କା ମାଳରେ ୫୦୦, ୧୦୦ ଓ ୨୦ ଟଙ୍କିଆ ନୋଟ୍ ସାମିଲ ଥିଲା । ଅବଶ୍ୟ ଟଙ୍କା ଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମନ୍ଦିର ସେହିଦିନ ରାତିରେ ଏ ସବୁ ଟଙ୍କା ଫେରସ୍ତ କରିଛନ୍ତି। ଉକ୍ତ ମନ୍ଦିରକୁ ପ୍ରଥମଥର ପାଇଁ ଟଙ୍କାରେ ସଜାଯାଇ ନାହିଁ, ବରଂ ଗତବର୍ଷ ୧.୧ କୋଟି ଟଙ୍କାରେ ମାଳ ତିଆରି କରାଯାଇ ଠାକୁରାଣୀ ଓ ମନ୍ଦିରକୁ ସଜାଯାଇଥିଲା। ଅବଶ୍ୟ ଗତବର୍ଷ ତୁଳନାରେ ଚଳିତବର୍ଷ ଟଙ୍କାର ପରିମାଣ ବୃଦ୍ଧି ପାଇ ୪ କୋଟିରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

14 Oct 2021 By The Sakala

ଦେବୀଙ୍କ ଗଳାରେ ଶୋଭାପାଉଛି ୪ କୋଟିର ଟଙ୍କା ମାଳ

ତେଲେଙ୍ଗାନା କନ୍ୟାକା ପରମେଶ୍ବରୀ ମନ୍ଦିରରେ ଦେବୀଙ୍କ ଗଳାରେ ଫୁଲ ମାଳ ପରିବର୍ତ୍ତେ ଶୋଭାପାଉଛି ଟଙ୍କା ମାଳ। ଆର୍ଯ୍ୟ ବ୍ୟାସ ସଂଘମ ନାମକ ଏକ ବ୍ୟବସାୟିକ ସଂଗଠନ ପକ୍ଷରୁ ଏହିଭଳି ଏକ ନିଆରା ମାଳ ଦେବୀଙ୍କୁ ଅର୍ପଣ କରାଯାଇଛି। ତେବେ ଦେବୀଙ୍କ ବେକରେ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନୋଟର ହାର ନବରାତ୍ରିର ପଞ୍ଚମ ଦିନରେ ଦେଖିବାକୁ ମିଳିଥିଲା । ଏହି ଦିନ ମନ୍ଦିରରେ ଦେବୀଙ୍କୁ ‘ମହାଲକ୍ଷ୍ମୀ’ଙ୍କ ଅବତାରରେ ପୂଜା କରାଯାଏ । କେବଳ ଦେବୀ ନୁହଁନ୍ତି, ପୂରା ମନ୍ଦିରକୁ ମଧ୍ୟ ଏହି ଅବସରରେ ଟଙ୍କାରେ ସୁନ୍ଦର ଭାବେ ସଜା ଯାଇଥିଲା। ଉକ୍ତ ଟଙ୍କା ମାଳରେ ୫୦୦, ୧୦୦ ଓ ୨୦ ଟଙ୍କିଆ ନୋଟ୍ ସାମିଲ ଥିଲା । ଅବଶ୍ୟ ଟଙ୍କା ଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମନ୍ଦିର ସେହିଦିନ ରାତିରେ ଏ ସବୁ ଟଙ୍କା ଫେରସ୍ତ କରିଛନ୍ତି। ଉକ୍ତ ମନ୍ଦିରକୁ ପ୍ରଥମଥର ପାଇଁ ଟଙ୍କାରେ ସଜାଯାଇ ନାହିଁ, ବରଂ ଗତବର୍ଷ ୧.୧ କୋଟି ଟଙ୍କାରେ ମାଳ ତିଆରି କରାଯାଇ ଠାକୁରାଣୀ ଓ ମନ୍ଦିରକୁ ସଜାଯାଇଥିଲା। ଅବଶ୍ୟ ଗତବର୍ଷ ତୁଳନାରେ ଚଳିତବର୍ଷ ଟଙ୍କାର ପରିମାଣ ବୃଦ୍ଧି ପାଇ ୪ କୋଟିରେ ପହଞ୍ଚିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp