ଶୁଆକୁ ଖୋଜି ଆଣିଲେ ଏକ ଲକ୍ଷ ଟଙ୍କା ପୁରସ୍କାର

The Sakala Picture
Published On

ସିକର: ରାଜସ୍ଥାନ ସହରରୁ ପକ୍ଷୀ ପ୍ରେମର ଏକ ନିଆରା ମାମଲା ସାମ୍‌ନାକୁ ଆସିଛି। ସହରର ସବୁଠାରୁ ବଡ଼ ହାର୍ଟ ସର୍ଜନ ଡ. ଭିକେ ଡେନଙ୍କ ଶୁଆ ତିନି ଦିନ ହେଲା ନିଖୋଜ ହୋଇଯାଇଛି । ଶୁଆ ପଳାଇବା ଦୁଃଖରେ ତାଙ୍କ ଡାକ୍ତର ପତ୍ନୀ ଖାଇବାପିଇବା ଛାଡି ଦେଇଛନ୍ତି। ଏହି ଶୁଆକୁ ଖୋଜିବା ପାଇଁ ଡାକ୍ତର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ସେ ଖବରକାଗଜର ପ୍ରଥମ ପୃଷ୍ଠାରେ ଶୁଆ ନିଖୋଜ ହେବାର ବିଜ୍ଞାପନ ମଧ୍ୟ ଛପାଇଛନ୍ତି। ସହରରେ […]

ସିକର: ରାଜସ୍ଥାନ ସହରରୁ ପକ୍ଷୀ ପ୍ରେମର ଏକ ନିଆରା ମାମଲା ସାମ୍‌ନାକୁ ଆସିଛି। ସହରର ସବୁଠାରୁ ବଡ଼ ହାର୍ଟ ସର୍ଜନ ଡ. ଭିକେ ଡେନଙ୍କ ଶୁଆ ତିନି ଦିନ ହେଲା ନିଖୋଜ ହୋଇଯାଇଛି । ଶୁଆ ପଳାଇବା ଦୁଃଖରେ ତାଙ୍କ ଡାକ୍ତର ପତ୍ନୀ ଖାଇବାପିଇବା ଛାଡି ଦେଇଛନ୍ତି। ଏହି ଶୁଆକୁ ଖୋଜିବା ପାଇଁ ଡାକ୍ତର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ସେ ଖବରକାଗଜର ପ୍ରଥମ ପୃଷ୍ଠାରେ ଶୁଆ ନିଖୋଜ ହେବାର ବିଜ୍ଞାପନ ମଧ୍ୟ ଛପାଇଛନ୍ତି। ସହରରେ ପୋଷ୍ଟର-ପ୍ରଚାର ପତ୍ର ବାଣ୍ଟିଛନ୍ତି, ସୋସିଆଲ ମିଡିଆରେ ବାର୍ତ୍ତା ଭାଇରାଲ କରାଇଛନ୍ତି। ଏହା ସହିତ ଶୁଆ ଖୋଜିକି ଆଣିଦେଲେ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଶୁଆ ଖୋଜି ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ଦେବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ପରିବାର ସଦସ୍ୟ ଏବଂ ହସ୍ପିଟାଲ କର୍ମଚାରୀ ଦିନରାତି ଏକ କରି ଶୁଆକୁ ଖୋଜିବାରେ ଲାଗିଛନ୍ତି। ଡ.ଜୈନଙ୍କ ପତ୍ନୀ ଡ. ଅର୍ଚ୍ଚନା କହିଛନ୍ତି ଯେ ହସ୍ପିଟାଲ ଉପରେ ତାଙ୍କ ଘର ଅଛି। ସେ ତିନି ଦିନ ତଳେ ଶୁଆକୁ ଛାତରେ ସେଓ ଖୁଆଉ ଥିଲେ | ଏହି ସମୟରେ ଶୁଆ ଉଡିଯାଇଥିଲା ଏବଂ ଆଉ ଫେରି ନଥିଲା । ତିନି ଦିନ ହେଲା ଶୁଆକୁ ଖୋଜାଯାଉଛି। ଏ ପର୍ଯ୍ୟନ୍ତ ତାହାର କୌଣସି ସୂଚନା ମିଳିନାହିଁ । ଡ଼. ଜୈନ କହିଛନ୍ତି ଯେ ସେ ୨ ବର୍ଷ ପୂର୍ବେ ଧୂସର ରଙ୍ଗର ୨ଟି ଆଫ୍ରିକୀୟ ଶୁଆକୁ ୮୦ ହଜାର ଟଙ୍କା ଦେଇ କିଣିଥିଲେ। ଗୋଟିଏ ପକ୍ଷୀର ନାମ କୋକ ରଖିଥିଲେ। ଏବେ ସେ ଉଡିଯାଇଛି। ସେ ଏକ ହଜାରରୁ ଉର୍ଦ୍ଧ୍ବ ଶବ୍ଦ କହିପାରୁଥିଲା ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର