ଆଖି ଭିତରେ ଆଙ୍କିଲେ ତ୍ରିରଙ୍ଗା ଚିତ୍ରକଳା

The Sakala Picture
Published On

ସ୍ବାଧୀନତା ଦିବସ ଯେତେ ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ଦେଶଭକ୍ତିର ପରାକାଷ୍ଠା ଦେଖାଇବାକୁ ଯାଇ ଲୋକମାନେ ବିଭିନ୍ନ ଉପାୟ କରୁଛନ୍ତି। କିଏ ଇଣ୍ଟର୍‌ନେଟ୍‌ ମାଧ୍ୟମରେ ସୁନ୍ଦର ଗପ, କବିତା କିମ୍ବା ସାଏରି ଲେଖି ପଠାଉଛନ୍ତି ତ ଆଉ କେହି ସୁନ୍ଦର ଚିତ୍ର ମାଧ୍ୟମରେ ଦେଶଭକ୍ତିର ବାର୍ତ୍ତା ଦେଉଛନ୍ତି। ଏହି ଧାରାରେ ଜଣେ ବ୍ୟକ୍ତି ଏକ ନିଆରା ଉପାୟରେ ଦେଶଭକ୍ତିକୁ ଦର୍ଶାଇଛନ୍ତି। ତାମିଲନାଡ଼ୁର ଜଣେ ସାମାଜିକ କର୍ମୀ ଏବଂ ମିନିଏଚର୍‌ ଆର୍ଟିଷ୍ଟ୍‌ ୟୁଏମ୍‌ଟି […]

ସ୍ବାଧୀନତା ଦିବସ ଯେତେ ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ଦେଶଭକ୍ତିର ପରାକାଷ୍ଠା ଦେଖାଇବାକୁ ଯାଇ ଲୋକମାନେ ବିଭିନ୍ନ ଉପାୟ କରୁଛନ୍ତି। କିଏ ଇଣ୍ଟର୍‌ନେଟ୍‌ ମାଧ୍ୟମରେ ସୁନ୍ଦର ଗପ, କବିତା କିମ୍ବା ସାଏରି ଲେଖି ପଠାଉଛନ୍ତି ତ ଆଉ କେହି ସୁନ୍ଦର ଚିତ୍ର ମାଧ୍ୟମରେ ଦେଶଭକ୍ତିର ବାର୍ତ୍ତା ଦେଉଛନ୍ତି। ଏହି ଧାରାରେ ଜଣେ ବ୍ୟକ୍ତି ଏକ ନିଆରା ଉପାୟରେ ଦେଶଭକ୍ତିକୁ ଦର୍ଶାଇଛନ୍ତି। ତାମିଲନାଡ଼ୁର ଜଣେ ସାମାଜିକ କର୍ମୀ ଏବଂ ମିନିଏଚର୍‌ ଆର୍ଟିଷ୍ଟ୍‌ ୟୁଏମ୍‌ଟି ରାଜା ନିଜ ଆଖି ଭିତରେ ତ୍ରିରଙ୍ଗା ଅଙ୍କନ କରିଛନ୍ତି। ଏହାକୁ ପ୍ରସ୍ତୁତ କରିବା ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆଖି ଭଳି ସୂକ୍ଷ୍ମ ଅଙ୍ଗରେ ରାଜାଙ୍କର ଏଭଳି ଅସାଧାରଣ କାର୍ଯ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଆହୁରି ପଢ଼ନ୍ତୁ: ପ୍ରତି ୫ ବର୍ଷରେ ନୂଆ ସ୍ତ୍ରୀ! ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ ପାଇଁ ସ୍ୱାମୀଙ୍କ ପ୍ରସ୍ତୁତି, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ରାଜା କହିଛନ୍ତି ଯେ, ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ସେ ଏଭଳି ଚିତ୍ରକଳା କରିଛନ୍ତି। ଏହାକୁ ଲୋକମାନେ ବେଶ୍‌ ପସନ୍ଦ କରୁଛନ୍ତି। କିନ୍ତୁ ଏହି ଭିଡିଓ ସହିତ ରାଜା ଅନ୍ୟମାନଙ୍କୁ ଏଭଳି କାର୍ଯ୍ୟ ନ କରିବା ପାଇଁ ସଚେତନ କରାଇଛନ୍ତି। ସେ କହିଛନ୍ତି, ଏହି ଚିତ୍ରକଳା କରିବା ପୂର୍ବରୁ ସେ ଚକ୍ଷୁ ବିେଶଷଜ୍ଞଙ୍କ ପରାମର୍ଶ ନେଇଥିଲେ। ଚକ୍ଷୁ ବିଶେଷଜ୍ଞ ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ଆଖି ଭିତରେ କିଛି ଚିତ୍ର କରିବା ଦ୍ବାରା ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡ଼ିଥାଏ ଏବଂ ଆଖି ଜଳାପୋଡ଼ା ବା କୁଣ୍ଡେଇ ହୁଏ। ତେଣୁ ଆଖି ଭିତରେ ଏଭଳି କୌଣସି ପ୍ରକାର ଚିତ୍ର କରିବା ଉଚିତ ନୁହେଁ।

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

12 Aug 2022 By The Sakala

ଆଖି ଭିତରେ ଆଙ୍କିଲେ ତ୍ରିରଙ୍ଗା ଚିତ୍ରକଳା

ସ୍ବାଧୀନତା ଦିବସ ଯେତେ ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ଦେଶଭକ୍ତିର ପରାକାଷ୍ଠା ଦେଖାଇବାକୁ ଯାଇ ଲୋକମାନେ ବିଭିନ୍ନ ଉପାୟ କରୁଛନ୍ତି। କିଏ ଇଣ୍ଟର୍‌ନେଟ୍‌ ମାଧ୍ୟମରେ ସୁନ୍ଦର ଗପ, କବିତା କିମ୍ବା ସାଏରି ଲେଖି ପଠାଉଛନ୍ତି ତ ଆଉ କେହି ସୁନ୍ଦର ଚିତ୍ର ମାଧ୍ୟମରେ ଦେଶଭକ୍ତିର ବାର୍ତ୍ତା ଦେଉଛନ୍ତି। ଏହି ଧାରାରେ ଜଣେ ବ୍ୟକ୍ତି ଏକ ନିଆରା ଉପାୟରେ ଦେଶଭକ୍ତିକୁ ଦର୍ଶାଇଛନ୍ତି। ତାମିଲନାଡ଼ୁର ଜଣେ ସାମାଜିକ କର୍ମୀ ଏବଂ ମିନିଏଚର୍‌ ଆର୍ଟିଷ୍ଟ୍‌ ୟୁଏମ୍‌ଟି ରାଜା ନିଜ ଆଖି ଭିତରେ ତ୍ରିରଙ୍ଗା ଅଙ୍କନ କରିଛନ୍ତି। ଏହାକୁ ପ୍ରସ୍ତୁତ କରିବା ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆଖି ଭଳି ସୂକ୍ଷ୍ମ ଅଙ୍ଗରେ ରାଜାଙ୍କର ଏଭଳି ଅସାଧାରଣ କାର୍ଯ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ରାଜା କହିଛନ୍ତି ଯେ, ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ସେ ଏଭଳି ଚିତ୍ରକଳା କରିଛନ୍ତି। ଏହାକୁ ଲୋକମାନେ ବେଶ୍‌ ପସନ୍ଦ କରୁଛନ୍ତି। କିନ୍ତୁ ଏହି ଭିଡିଓ ସହିତ ରାଜା ଅନ୍ୟମାନଙ୍କୁ ଏଭଳି କାର୍ଯ୍ୟ ନ କରିବା ପାଇଁ ସଚେତନ କରାଇଛନ୍ତି। ସେ କହିଛନ୍ତି, ଏହି ଚିତ୍ରକଳା କରିବା ପୂର୍ବରୁ ସେ ଚକ୍ଷୁ ବିେଶଷଜ୍ଞଙ୍କ ପରାମର୍ଶ ନେଇଥିଲେ। ଚକ୍ଷୁ ବିଶେଷଜ୍ଞ ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ଆଖି ଭିତରେ କିଛି ଚିତ୍ର କରିବା ଦ୍ବାରା ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡ଼ିଥାଏ ଏବଂ ଆଖି ଜଳାପୋଡ଼ା ବା କୁଣ୍ଡେଇ ହୁଏ। ତେଣୁ ଆଖି ଭିତରେ ଏଭଳି କୌଣସି ପ୍ରକାର ଚିତ୍ର କରିବା ଉଚିତ ନୁହେଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp