କୋକୋପିଟ୍ କ’ଣ ? କିପରି ହୋଇଥାଏ ଏହା ମାଟିର ବିକଳ୍ପ……

The Sakala Picture
Published On

ବତ୍ତର୍ମାନ ଯୁଗରେ ଚାଷ କରିବାର ଶୈଳୀରେ ଆସିଛି ପରିବର୍ତ୍ତନ । ମାଟି ବଦଳରେ ଲୋକେ କୋକୋପିଟ୍ (ନଡ଼ିଆ କତାର ଗୁଣ୍ଡ) ବ୍ୟବହାର କରୁଛନ୍ତି। କମ୍ ଖର୍ଚ୍ଚରେ ସହଜରେ ଘରେ କୋକୋପିଟ୍ ପ୍ରସ୍ତୁତି ହୋଇ କ୍ଷେତରେ ବ୍ୟବହାର କରାଯାଇଥାଏ। କୋକୋପିଟ୍ କ’ଣ: କୋକୋପିଟ୍ ହେଉଛି ନଡ଼ିଆକତା ଗୁଣ୍ଡ । ଗଛ ଲଗାଇବାରେ ଏହା କୃତ୍ରିମ ମାଟି ସଦୃଶ କାମ କରିଥାଏ। ଇଣ୍ଟେରିୟର ଗାର୍ଡେନ ବା ହ୍ୟାଙ୍ଗିଙ୍ଗ ପଟ୍‌ରେ ମାଟିର ବ୍ୟବହାର ସର୍ବଦା ସୁବିଧାଜନକ ହେଉ ନ ଥିବାରୁ କୋକୋପିଟ୍‌ର […]

ବତ୍ତର୍ମାନ ଯୁଗରେ ଚାଷ କରିବାର ଶୈଳୀରେ ଆସିଛି ପରିବର୍ତ୍ତନ । ମାଟି ବଦଳରେ ଲୋକେ କୋକୋପିଟ୍ (ନଡ଼ିଆ କତାର ଗୁଣ୍ଡ) ବ୍ୟବହାର କରୁଛନ୍ତି। କମ୍ ଖର୍ଚ୍ଚରେ ସହଜରେ ଘରେ କୋକୋପିଟ୍ ପ୍ରସ୍ତୁତି ହୋଇ କ୍ଷେତରେ ବ୍ୟବହାର କରାଯାଇଥାଏ।

ଆହୁରି ପଢ଼ନ୍ତୁ: ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ; ଓଡ଼ିଶା ଉପକୂଳରେ ମେଗା ସମରାଭ୍ୟାସ ସାଗର କବଚ-୨

କୋକୋପିଟ୍ କ’ଣ:

କୋକୋପିଟ୍ ହେଉଛି ନଡ଼ିଆକତା ଗୁଣ୍ଡ । ଗଛ ଲଗାଇବାରେ ଏହା କୃତ୍ରିମ ମାଟି ସଦୃଶ କାମ କରିଥାଏ। ଇଣ୍ଟେରିୟର ଗାର୍ଡେନ ବା ହ୍ୟାଙ୍ଗିଙ୍ଗ ପଟ୍‌ରେ ମାଟିର ବ୍ୟବହାର ସର୍ବଦା ସୁବିଧାଜନକ ହେଉ ନ ଥିବାରୁ କୋକୋପିଟ୍‌ର ଚାହିଦା ବଢ଼ିଚାଲିଛି । ଏହା ଅଳ୍ପ ମାତ୍ରାରେ ଗଛରେ ବ୍ୟବହାର ହୋଇଥାଏ। କୋକୋପିଟ୍ ବ୍ୟବହାର କରି ଗଛ ଲଗାଇବା ଦ୍ବାରା ଅନେକ ଲାଭ ମିଳିଥାଏ। ପ୍ରାକୃତିକ ଉପାୟରେ ଏହା ଆଣ୍ଟି ଫଙ୍ଗାଲ। ବଜାରରେ ମଧ୍ୟ କୋକୋପିଟ୍ ଗୁଣ୍ଡ ଓ ଇଟା ଉପଲବ୍ଧ ହେଉଛି। ଯଦି କୋକୋପିଟ୍ ଇଟା କିଣୁଥା’ନ୍ତି, ତେବେ ୫ ବାଲ୍ଟି ପାଣିରେ ଇଟାକୁ ଭାଙ୍ଗି ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ।

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

Cocopeat Substitude of Soil

ଆହୁରି ପଢ଼ନ୍ତୁ: ରେଳ ଧାରଣା ପାରି ହେଉଥିବାବେଳେ ଟ୍ରେନରେ ପିଟି ହୋଇ ଦୁଇ ମହିଳା ମୃତ

ପ୍ରସ୍ତୁତି ପ୍ରଣାଳୀ:

ନିଜେ ପ୍ରସ୍ତୁତ କରିବା ପାଇଁ ଚାହୁଁଥିଲେ ନଡ଼ିଆକୁ ସୂକ୍ଷ୍ମ ଭାବରେ ଛଡ଼ାଇ କତାକୁ ଗ୍ରାଇଣ୍ଡିଂ କରି ପାଉଡର୍ ବା ଅଧାଗୁଣ୍ଡକୁ ଦେଢ଼ରୁ ଦୁଇମାସ ପର୍ଯ୍ୟନ୍ତ ରଖନ୍ତୁ। ଏହାଦ୍ୱାରା ତନ୍ତୁଗୁଡ଼ିକ ଜଳଧାରଣ ଲାଗି ଶକ୍ତି ବଢ଼ାଇଥାଏ। ଯାହାକି ତା’ପରେ ବ୍ୟବହାର ଉପଯୋଗୀ ହୋଇଥାଏ।

ଅନ୍ୟ ଏକ ପ୍ରଣାଳୀ ଅନୁସାରେ, ଗଚ୍ଛିତ ଥିବା ନଡ଼ିଆକତାକୁ ବଡ଼ ଡ୍ରମ୍‌ରେ ରଖ୍ ପାଣି ଭର୍ତ୍ତି କରି ଦିଅନ୍ତୁ । ଦିନକୁ ଦିନ ଏଥିରେ ଜଳର ସ୍ତର କମି କମି ଆସିଲେ ପୁଣି ପାଣି ଦିଅନ୍ତୁ। ଏମିତି ତିନି ମାସ ପର୍ଯ୍ୟନ୍ତ ରଖନ୍ତୁ। ତିନି ମାସ ପରେ କତାର ରଙ୍ଗ ବାଦାମୀରୁ କଳା ରଙ୍ଗ ହୋଇଥାଏ। ଏହାପରେ ଭଲଭାବେ ଶୁଖାଇ ଦେଇ ଗଛ ମୂଳରେ ବ୍ୟବହାର କରିପାରିବେ। ଆମ ରାଜ୍ୟର ନାରିକେଳ ଉନ୍ନୟନ ବୋର୍ଡ ନର୍ସରୀ କେତେକ ନଡ଼ିଆକତା ଶିଳ୍ପକେନ୍ଦ୍ର ତଥା ଅନ୍‌ଲାଇନ୍ ଇ କମର୍ସ ସାଇଟ୍‌ଗୁଡ଼ିକରେ ଏହା ବିକ୍ରୟ ହେଉଛି।

କୋକୋପିଟ୍ ବ୍ୟବହାର କରାଯିବାର ସଠିକ୍ ଉପାୟ ଓ ଉପାଦେୟତା:

ମାଟିଠାରୁ ହାଲୁକା ଓ ଜଳଧାରଣ କ୍ଷମତା ଅଧିକ ଥିବାରୁ ଆଭ୍ୟନ୍ତରୀଣ ବଗିଚା (ଇଣ୍ଟେରିୟର ଗାର୍ଡେନ) ଆଦିରେ ଏହାର ଚାହିଦା ଅଧିକ। ଏଥିରେ ସାମାନ୍ୟ ପରିମାଣର ମାଟି ଓ ତରଳ ପୋଷଣଯୁକ୍ତ ସାର ( ଉଭୟ ଜୈବିକ ଓ ରାସାୟନିକ ସାର ନିଜର ପସନ୍ଦ ଅନୁସାରେ) ଦେଇ ଗଛ ଲଗାନ୍ତୁ। ପ୍ଲାଷ୍ଟିକ୍ ହ୍ୟାଙ୍ଗିଙ୍ଗ ପଟ୍ ଓ ହାଲୁକା ମାଟି ପାତ୍ରରେ ମାଟିମିଶା କୋକୋପିଟ୍ ଦେଇ ଗଛ ଲଗାଇବା ଦ୍ବାରା ଜଳର ବହୁଳ ବ୍ୟବହାରକୁ କମାଇ ଦିଆଯାଏ ।

Cocopeat Substitude of Soil

କୁଣ୍ଡ ପାଇଁ :

କୋକୋପିଟ୍ ଯଦି ୧୦ ଭାଗ ଦେଉଛନ୍ତି, ଏକ ଭାଗ ମାଟି ନିହାତି ଆବଶ୍ୟକ। କିଚେନ୍‌ ଗାର୍ଡେନରେ ମାଟି, ଜିଆଖତ ଦେଇ ଗଛ ଲଗାଇବା ଦ୍ବାରା ଭଲ ଲାଭ ମିଳିଥାଏ। ସେମିତି ଦେଖିବାକୁ ଗଲେ, କିଛି ଚାଷୀ ନିଜ ଜମିରେ ହଳ କରିବା ସମୟରେ କୋକୋପିଟ୍ ମାଟିରେ ମିଶାଉଛନ୍ତି। ମୁଖ୍ୟତଃ ପାହାଡ଼ିଆ ଅଞ୍ଚଳରେ ଚାଷ ଲାଗି ଅଧିକ ଜଳ ଆବଶ୍ୟକତା ଥିବାରୁ ସେଠାରେ କୋକୋପିଟ୍‌ର ବ୍ୟବହାର କରିବା ଉପାଦେୟ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp