‘ବୁଷ୍ଟର୍ ଡୋଜ୍‌’ ନେଲେ ମାଗଣାରେ ଖାଇବାକୁ ମିଳୁଛି ଛୋଲେ ଭଟ୍ଟୁରେ

The Sakala Picture
Published On

ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ‘ବୁଷ୍ଟର୍‌ ଡୋଜ୍’ ଏବେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। କିନ୍ତୁ, ବୁଷ୍ଟର୍‌ ଡୋଜ୍‌ ନେବାକୁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଚଣ୍ତୀଗଡ଼ର ୪୫ ବର୍ଷୀୟ ସଞ୍ଜୟ ରାଣା ଆଗେଇ ଆସିଛନ୍ତି। ଚଳିତବର୍ଷ ବୁଷ୍ଟର୍‌ ଡୋଜ୍‌ ନେବାକୁ ଖୁବ୍‌ କମ୍‌ ଲୋକ ଆସୁଥିବାରୁ ସେ ଟିକା ନେଉଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟ୍ଟୁରେ ଦେବା ଆରମ୍ଭ କରିଛନ୍ତି। […]

ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ‘ବୁଷ୍ଟର୍‌ ଡୋଜ୍’ ଏବେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। କିନ୍ତୁ, ବୁଷ୍ଟର୍‌ ଡୋଜ୍‌ ନେବାକୁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଚଣ୍ତୀଗଡ଼ର ୪୫ ବର୍ଷୀୟ ସଞ୍ଜୟ ରାଣା ଆଗେଇ ଆସିଛନ୍ତି। ଚଳିତବର୍ଷ ବୁଷ୍ଟର୍‌ ଡୋଜ୍‌ ନେବାକୁ ଖୁବ୍‌ କମ୍‌ ଲୋକ ଆସୁଥିବାରୁ ସେ ଟିକା ନେଉଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟ୍ଟୁରେ ଦେବା ଆରମ୍ଭ କରିଛନ୍ତି। କୋଭିଡ୍‌ ଟିକା ନେବା ସମୟରେ ମଧ୍ୟ ସେ ଏହିପରି ଅଫର୍‌ ଦେଇ ଚର୍ଚ୍ଚାକୁ ଆସିଥିଲେ। ସଞ୍ଜୟ ଏକ ସାଇକଲ୍‌ରେ ଦୀର୍ଘ ୧୫ ବର୍ଷ ହେବ ଛୋଲେ ଭଟ୍ଟୁରେ ବ୍ରିକି କରିଆସୁଛନ୍ତି। ତେବେ ସେ ଲୋକମାନଙ୍କୁ ବୁଷ୍ଟର୍‌ ଡୋଜ୍‌ ନେବା ପାଇଁ ମନାଇବା ଲକ୍ଷ୍ୟରେ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଏପରି କରିବା ପାଇଁ ସଞ୍ଜୟଙ୍କୁ ତାଙ୍କ ଝିଅ ପ୍ରେରଣା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

ସଞ୍ଜୟ କୁହନ୍ତି, ‘ଗତବର୍ଷ କୋଭିଡ୍‌ ଟିକାକୁ ନେଇ ଅନେକ ଗୁଜବ ପ୍ରଚାରିତ ହେଉଥିଲା। ଲୋକଙ୍କ ମନରୁ ଏଭଳି ଭ୍ରାନ୍ତଧାରଣା ଦୂର କରିବା ପାଇଁ ମୁଁ ଏଭଳି ଏକ ଅଫର୍‌ ଆଣିଥିଲି। ମୁଁ ଏହି ଅଫର୍‌ ଆରମ୍ଭ କରିବା ପରେ ନିୟମିତ ୫୦ ଲୋକ ମୋ’ ଠାରୁ ଖାଉଥିଲେ। ଏହାପରେ ଲୋକେ ମୋର ଏହି କାମକୁ ପ୍ରଶଂସା କଲେ। ୪୦ ଟଙ୍କାର ଏକ ଛୋଲେ ଭଟ୍ଟୁରେ ପ୍ଲେଟ୍‌ ବୁଷ୍ଟର ଡୋଜ୍‌ ନେଇଥିବା ଲୋକଙ୍କୁ ମାଗଣାରେ ଖାଇବାକୁ ଦେଇଥାଏ।’ ଯେଉଁ ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେଇଛନ୍ତି ବୋଲି ତାଙ୍କୁ ଫୋନ୍‌ରେ ମେସେଜ୍‌ ଦେଖାନ୍ତି, ସେମାନଙ୍କୁ ସଞ୍ଜୟ ମାଗଣାରେ ଛୋଲେ ଭଟ୍ଟୁରେ ଖାଇବାକୁ ଦିଅନ୍ତି। ସଞ୍ଜୟ କୁହନ୍ତି, ‘କରୋନାକୁ ହରାଇବା ପାଇଁ ଟିକା ନେବା ବହୁତ ଜରୁରି। ଗତବର୍ଷ ପ୍ରାୟ ସାତ ମାସ ଧରି କୋଭିଡ୍‌ ଟିକା ନେଇଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟ୍ଟୁରେ ଖୁଆଇଥିଲି। ଏଥର ବି କିଛି ମାସ ପର୍ଯ୍ୟନ୍ତ ମାଗଣା ଛୋଲେ ଭଟ୍ଟୁରେ ଖୁଆଇବି।’

ଆହୁରି ପଢ଼ନ୍ତୁ: ନୂଆ ଲେବର କୋଡ୍ ଲାଗୁ: ହାସଲ ହେବାକୁ ଥିବା ଦରମା କମିବ, ଜାଣନ୍ତୁ ₹୫୦ ହଜାର ଦରମା ଥିଲେ କେତେ ହେବ କ୍ଷତି

27 Aug 2022 By The Sakala

‘ବୁଷ୍ଟର୍ ଡୋଜ୍‌’ ନେଲେ ମାଗଣାରେ ଖାଇବାକୁ ମିଳୁଛି ଛୋଲେ ଭଟ୍ଟୁରେ

ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ‘ବୁଷ୍ଟର୍‌ ଡୋଜ୍’ ଏବେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। କିନ୍ତୁ, ବୁଷ୍ଟର୍‌ ଡୋଜ୍‌ ନେବାକୁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଚଣ୍ତୀଗଡ଼ର ୪୫ ବର୍ଷୀୟ ସଞ୍ଜୟ ରାଣା ଆଗେଇ ଆସିଛନ୍ତି। ଚଳିତବର୍ଷ ବୁଷ୍ଟର୍‌ ଡୋଜ୍‌ ନେବାକୁ ଖୁବ୍‌ କମ୍‌ ଲୋକ ଆସୁଥିବାରୁ ସେ ଟିକା ନେଉଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟ୍ଟୁରେ ଦେବା ଆରମ୍ଭ କରିଛନ୍ତି। କୋଭିଡ୍‌ ଟିକା ନେବା ସମୟରେ ମଧ୍ୟ ସେ ଏହିପରି ଅଫର୍‌ ଦେଇ ଚର୍ଚ୍ଚାକୁ ଆସିଥିଲେ। ସଞ୍ଜୟ ଏକ ସାଇକଲ୍‌ରେ ଦୀର୍ଘ ୧୫ ବର୍ଷ ହେବ ଛୋଲେ ଭଟ୍ଟୁରେ ବ୍ରିକି କରିଆସୁଛନ୍ତି। ତେବେ ସେ ଲୋକମାନଙ୍କୁ ବୁଷ୍ଟର୍‌ ଡୋଜ୍‌ ନେବା ପାଇଁ ମନାଇବା ଲକ୍ଷ୍ୟରେ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଏପରି କରିବା ପାଇଁ ସଞ୍ଜୟଙ୍କୁ ତାଙ୍କ ଝିଅ ପ୍ରେରଣା ଦେଇଥିଲେ।

ସଞ୍ଜୟ କୁହନ୍ତି, ‘ଗତବର୍ଷ କୋଭିଡ୍‌ ଟିକାକୁ ନେଇ ଅନେକ ଗୁଜବ ପ୍ରଚାରିତ ହେଉଥିଲା। ଲୋକଙ୍କ ମନରୁ ଏଭଳି ଭ୍ରାନ୍ତଧାରଣା ଦୂର କରିବା ପାଇଁ ମୁଁ ଏଭଳି ଏକ ଅଫର୍‌ ଆଣିଥିଲି। ମୁଁ ଏହି ଅଫର୍‌ ଆରମ୍ଭ କରିବା ପରେ ନିୟମିତ ୫୦ ଲୋକ ମୋ’ ଠାରୁ ଖାଉଥିଲେ। ଏହାପରେ ଲୋକେ ମୋର ଏହି କାମକୁ ପ୍ରଶଂସା କଲେ। ୪୦ ଟଙ୍କାର ଏକ ଛୋଲେ ଭଟ୍ଟୁରେ ପ୍ଲେଟ୍‌ ବୁଷ୍ଟର ଡୋଜ୍‌ ନେଇଥିବା ଲୋକଙ୍କୁ ମାଗଣାରେ ଖାଇବାକୁ ଦେଇଥାଏ।’ ଯେଉଁ ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେଇଛନ୍ତି ବୋଲି ତାଙ୍କୁ ଫୋନ୍‌ରେ ମେସେଜ୍‌ ଦେଖାନ୍ତି, ସେମାନଙ୍କୁ ସଞ୍ଜୟ ମାଗଣାରେ ଛୋଲେ ଭଟ୍ଟୁରେ ଖାଇବାକୁ ଦିଅନ୍ତି। ସଞ୍ଜୟ କୁହନ୍ତି, ‘କରୋନାକୁ ହରାଇବା ପାଇଁ ଟିକା ନେବା ବହୁତ ଜରୁରି। ଗତବର୍ଷ ପ୍ରାୟ ସାତ ମାସ ଧରି କୋଭିଡ୍‌ ଟିକା ନେଇଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟ୍ଟୁରେ ଖୁଆଇଥିଲି। ଏଥର ବି କିଛି ମାସ ପର୍ଯ୍ୟନ୍ତ ମାଗଣା ଛୋଲେ ଭଟ୍ଟୁରେ ଖୁଆଇବି।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp