କେକ୍‌ରେ କର୍କଟ ସୃଷ୍ଟିକାରୀ ଉପାଦାନ, ଚେତାବନୀ ଦେଲେ ସରକାର

The Sakala Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଚିନ୍ତାଜନକ ଖବର । ଆମେ ପ୍ରତିଦିନ ଖାଉଥିବା କେକ୍‌ରୁ କର୍କଟ ସୃଷ୍ଟିକାରୀ ଉପାଦାନ ମିଳିଛି। କର୍ଣ୍ଣାଟକର କିଛି ବେକେରି ଦୋକାନରେ ଏହା ବିକ୍ରି ହେଉଛି। ଏହାକୁ ନେଇ ରାଜ୍ୟ ଖାଦ୍ୟ ସୁରକ୍ଷା ଏବଂ ମାନକ ବିଭାଗ ଏହାକୁ ନେଇ ଚେତାବନୀ ଜାରି କରିଛି। ସୁରକ୍ଷା ନିୟମ ପାଳନ କରିବାକୁ ବେକେରୀ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ଦୁଇ ମାସ ତଳେ କେନ୍ଦ୍ର ଖାଦ୍ୟ ସୁରକ୍ଷା ବିଭାଗ ବିଚଳିତ କରିବା ଭଳି […]

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଚିନ୍ତାଜନକ ଖବର । ଆମେ ପ୍ରତିଦିନ ଖାଉଥିବା କେକ୍‌ରୁ କର୍କଟ ସୃଷ୍ଟିକାରୀ ଉପାଦାନ ମିଳିଛି। କର୍ଣ୍ଣାଟକର କିଛି ବେକେରି ଦୋକାନରେ ଏହା ବିକ୍ରି ହେଉଛି। ଏହାକୁ ନେଇ ରାଜ୍ୟ ଖାଦ୍ୟ ସୁରକ୍ଷା ଏବଂ ମାନକ ବିଭାଗ ଏହାକୁ ନେଇ ଚେତାବନୀ ଜାରି କରିଛି। ସୁରକ୍ଷା ନିୟମ ପାଳନ କରିବାକୁ ବେକେରୀ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ଦୁଇ ମାସ ତଳେ କେନ୍ଦ୍ର ଖାଦ୍ୟ ସୁରକ୍ଷା ବିଭାଗ ବିଚଳିତ କରିବା ଭଳି ତଥ୍ୟ ଦେଇଥିଲା।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

ରାସ୍ତାକଡ଼ରେ ବିକ୍ରି ହେଉଥିବା ଗୁପ୍‌ଚୁପ୍‌, ମଞ୍ଚୁରିଆନ ଏବଂ କବାବ ଆଦି ଖାଦ୍ୟପଦାର୍ଥରେ ବିପଜ୍ଜନକ ‘କାର୍ସିନୋଜେନ’ ରସାୟନିକ ଥିବା ଜଣାପଡ଼ିଥିଲା। ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକ ସରକାର ଗତ ମାସରେ ୨୩୫ କେକ୍‌ ନମୁନାକୁ ପରୀକ୍ଷା କରିଥିଲେ। ଏଥିରୁ ୧୨ଟିରେ ବିପଜ୍ଜନକ କୃତ୍ରିମ ରଙ୍ଗ ମିଶୁଥିବା ଜଣାପଡ଼ିଥିଲା। ଅଲୁରା ରେଡ୍‌, ସନ୍‌ସେଟ୍‌ ୱେଲୋ ଏଫ୍‌ସିଏଫ୍‌, ଷ୍ଟ୍ରବେରୀ ରେଡ୍‌, ଟାରଟ୍ରାଜିନ (ଲେମନ ୟେଲୋ) ଏବଂ କାରମୋଇସିନ (ମରୁନ) ଆଦିରେ କୃତ୍ରିମ ରଙ୍ଗ ବ୍ୟବହାର ହେଉଥିବା ଜଣାପଡ଼ିଥିଲା। ଏହା ଦ୍ବାରା କର୍କଟ ସମ୍ଭାବନା ବୃଦ୍ଧି ପାଇଥାଏ। ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସେହିପରି ରେଡ୍‌ ଭେଲ୍‌ଭେଟ୍‌, ବ୍ଲାକ ଫରେଷ୍ଟରେ ମଧ୍ୟ ଏଭଳି ରଙ୍ଗ ବ୍ୟବହାର କରାଯାଉଛି ବୋଲି ବିଶେଷଜ୍ଞ କହୁଛନ୍ତି।

05 Oct 2024 By The Sakala

କେକ୍‌ରେ କର୍କଟ ସୃଷ୍ଟିକାରୀ ଉପାଦାନ, ଚେତାବନୀ ଦେଲେ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଚିନ୍ତାଜନକ ଖବର । ଆମେ ପ୍ରତିଦିନ ଖାଉଥିବା କେକ୍‌ରୁ କର୍କଟ ସୃଷ୍ଟିକାରୀ ଉପାଦାନ ମିଳିଛି। କର୍ଣ୍ଣାଟକର କିଛି ବେକେରି ଦୋକାନରେ ଏହା ବିକ୍ରି ହେଉଛି। ଏହାକୁ ନେଇ ରାଜ୍ୟ ଖାଦ୍ୟ ସୁରକ୍ଷା ଏବଂ ମାନକ ବିଭାଗ ଏହାକୁ ନେଇ ଚେତାବନୀ ଜାରି କରିଛି। ସୁରକ୍ଷା ନିୟମ ପାଳନ କରିବାକୁ ବେକେରୀ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ଦୁଇ ମାସ ତଳେ କେନ୍ଦ୍ର ଖାଦ୍ୟ ସୁରକ୍ଷା ବିଭାଗ ବିଚଳିତ କରିବା ଭଳି ତଥ୍ୟ ଦେଇଥିଲା।

ରାସ୍ତାକଡ଼ରେ ବିକ୍ରି ହେଉଥିବା ଗୁପ୍‌ଚୁପ୍‌, ମଞ୍ଚୁରିଆନ ଏବଂ କବାବ ଆଦି ଖାଦ୍ୟପଦାର୍ଥରେ ବିପଜ୍ଜନକ ‘କାର୍ସିନୋଜେନ’ ରସାୟନିକ ଥିବା ଜଣାପଡ଼ିଥିଲା। ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକ ସରକାର ଗତ ମାସରେ ୨୩୫ କେକ୍‌ ନମୁନାକୁ ପରୀକ୍ଷା କରିଥିଲେ। ଏଥିରୁ ୧୨ଟିରେ ବିପଜ୍ଜନକ କୃତ୍ରିମ ରଙ୍ଗ ମିଶୁଥିବା ଜଣାପଡ଼ିଥିଲା। ଅଲୁରା ରେଡ୍‌, ସନ୍‌ସେଟ୍‌ ୱେଲୋ ଏଫ୍‌ସିଏଫ୍‌, ଷ୍ଟ୍ରବେରୀ ରେଡ୍‌, ଟାରଟ୍ରାଜିନ (ଲେମନ ୟେଲୋ) ଏବଂ କାରମୋଇସିନ (ମରୁନ) ଆଦିରେ କୃତ୍ରିମ ରଙ୍ଗ ବ୍ୟବହାର ହେଉଥିବା ଜଣାପଡ଼ିଥିଲା। ଏହା ଦ୍ବାରା କର୍କଟ ସମ୍ଭାବନା ବୃଦ୍ଧି ପାଇଥାଏ। ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସେହିପରି ରେଡ୍‌ ଭେଲ୍‌ଭେଟ୍‌, ବ୍ଲାକ ଫରେଷ୍ଟରେ ମଧ୍ୟ ଏଭଳି ରଙ୍ଗ ବ୍ୟବହାର କରାଯାଉଛି ବୋଲି ବିଶେଷଜ୍ଞ କହୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp