ଦୁନିଆର ପ୍ରଥମ ମହିଳା ଡ୍ରାଇଭର ବର୍ଥା ବେଞ୍ଜ୍‌

The Sakala Picture
Published On

ମର୍ସିଡିଜ୍ ବେଞ୍ଜ କାର୍‌ର ସଂସ୍ଥାପକ କାର୍ଲ ବେଞ୍ଜ ପ୍ରଥମେ କାମ ପାଇଁ ବ୍ୟବହୃତ କାର୍ ନିର୍ମାଣ କରିଥିଲେ। ଯାହାର ନାଁ ପେଟେଣ୍ଟ-ମୋଟରବାହନ ମଡେଲ-॥। ରଖାଯାଇଥିଲା। ଏହି କାର୍‌ର ଚାରି ନୁହେଁ, ବରଂ ଥିଲା ତିନିଟି ଚକ। ଯଦିଓ କାର୍ଲ କାର୍ ତିଆରି କରିଥିଲେ ତଥାପି, ତିନି ବର୍ଷ ପର୍ଯ୍ୟନ୍ତ କୌଣସି ଗାଡ଼ି ବିକ୍ରି ହେଲା ନାହିଁ। ସେଇଠୁ ତାଙ୍କ ସ୍ତ୍ରୀ ବର୍ଥା ବେଞ୍ଜ୍‌ ସ୍ବାମୀଙ୍କ ବିନା ଅନୁମତିରେ ୧୮୮୮ ଅଗଷ୍ଟ ମାସରେ ୧୦୬ କିଲୋମିଟା ପର୍ଯ୍ୟନ୍ତ ନିଜ […]

ମର୍ସିଡିଜ୍ ବେଞ୍ଜ କାର୍‌ର ସଂସ୍ଥାପକ କାର୍ଲ ବେଞ୍ଜ ପ୍ରଥମେ କାମ ପାଇଁ ବ୍ୟବହୃତ କାର୍ ନିର୍ମାଣ କରିଥିଲେ। ଯାହାର ନାଁ ପେଟେଣ୍ଟ-ମୋଟରବାହନ ମଡେଲ-॥। ରଖାଯାଇଥିଲା। ଏହି କାର୍‌ର ଚାରି ନୁହେଁ, ବରଂ ଥିଲା ତିନିଟି ଚକ। ଯଦିଓ କାର୍ଲ କାର୍ ତିଆରି କରିଥିଲେ ତଥାପି, ତିନି ବର୍ଷ ପର୍ଯ୍ୟନ୍ତ କୌଣସି ଗାଡ଼ି ବିକ୍ରି ହେଲା ନାହିଁ। ସେଇଠୁ ତାଙ୍କ ସ୍ତ୍ରୀ ବର୍ଥା ବେଞ୍ଜ୍‌ ସ୍ବାମୀଙ୍କ ବିନା ଅନୁମତିରେ ୧୮୮୮ ଅଗଷ୍ଟ ମାସରେ ୧୦୬ କିଲୋମିଟା ପର୍ଯ୍ୟନ୍ତ ନିଜ ବାପଘରକୁ କାର୍‌ ଚଳାଇ ଯାଇଥିଲେ। ସାଙ୍ଗରେ ଦୁଇ ଝିଅଙ୍କୁ ମଧ୍ୟ ନେଇଥିଲେ। ଏହି କାରଣ ଯୋଗୁଁ ପ୍ରଥମ ମହିଳା କାର୍ ଡ୍ରାଇଭରର ପରିଚୟ ହାସଲ କଲେ। କେବଳ ଏତିକି ନୁହେଁ, ବର୍ଥା ଦୁନିଆର ପ୍ରଥମ ଲଙ୍ଗ୍‌ ଡ୍ରାଇଭ କରିଥିବା ମହିଳା ଭାବେ ଅନ୍ୟତମ ପରିଚୟ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆନ୍ଥ୍ରୋପିକ୍‌ ଗବେଷକଙ୍କ ଭୟଙ୍କର ଚେତାବନୀ: ମଣିଷକୁ ଧ୍ୱଂସ କରିଦେବ ଏଆଇ

ବର୍ଥାଙ୍କ ବିଶ୍ବାସ ଥିଲା ଯେ, କାର୍‌କୁ ବ୍ରିକି କରିବାର ଉତ୍କୃଷ୍ଟ ତରିକା ହେଉଛି ଲୋକଙ୍କୁ ନୂଆ ବାହନ ବ୍ୟବହାର କରି ଦେଖାଇବା। ମାତ୍ର ତାଙ୍କର ଏଭଳି ଚିନ୍ତାଧାରାରେ ତାଙ୍କ ସ୍ବାମୀ ସହମତି ନଥିଲେ। ଅନ୍ୟପଟେ ସେ ଯାତ୍ରା ପୂରା କରିବା ପରେ ଟେଲିଗ୍ରାମ ଜରିଆରେ ତାଙ୍କ ସ୍ବାମୀଙ୍କୁ ଏ ବାବଦରେ ଅବଗତ କରାଇ ଥିଲେ। ତାଙ୍କ ମତରେ ଅଟୋମୋବାଇଲ ଏକ ଗୁରୁତ୍ବପୂର୍ଣ୍ଣ ଆବିଷ୍କାର। ଏଥିରେ ପରିବର୍ତ୍ତନ ଆଣିଲେ ହିଁ ସଫଳତା ମିଳିଥାଏ। ଏହା ପରେ କାର୍ଲ ଗୋଟ୍ଟଲିବ୍ ଡାଇମଲରଙ୍କ ସହ ମିଶି ମର୍ସିଡିଜ୍ ବେଞ୍ଜ୍‌ର ସ୍ଥାପନା କଲେ। ସେହିପରି ବର୍ଥା ଯେଉଁ ରାସ୍ତାରେ ପ୍ରଥମ ଥର ପାଇଁ ଗାଡ଼ି ଚଳାଇ ଥିଲେ, ୨୦୦୮ରେ ତାହାକୁ ‘ବର୍ଥା ବେଞ୍ଜ୍‌ ମେମୋରିଆଲ ରୁଟ୍‌’ ନାଁରେ ନାମକରଣ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp