ଶାଢ଼ି ପିନ୍ଧୁଥିଲେ ସାବଧାନ

The Sakala Picture
Published On

କ୍ୟାନ୍ସର ବା କର୍କଟ ଶବ୍ଦଟି ଶୁଣିଲା ମାତ୍ରେ ଜଣଙ୍କ ମନରେ ଏକ ଅଜଣା ଭୟ ଓ ନୈରାଶ୍ୟ ଭାବନା ଉଙ୍କି ମାରିଥାଏ। ସାରା ବିଶ୍ବରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯକୃତ୍‌ କର୍କଟ, ଫୁସ୍‌ଫୁସ୍‌ କର୍କଟ, ରକ୍ତ କର୍କଟ, ମୁଖଗହ୍ବର କର୍କଟ, ଚର୍ମ କର୍କଟ ବିଷୟରେ ଆମେ ଶୁଣିଛୁ। ତେବେ ଏବେ ଏକ ନୂଆ ପ୍ରକାର କର୍କଟ ବିଷୟରେ ଜଣାପଡ଼ିଛି ତାହା ହେଉଛି ଶାଢ଼ି କ୍ୟାନ୍ସର ବା କର୍କଟ। ଭାରତୀୟ […]

କ୍ୟାନ୍ସର ବା କର୍କଟ ଶବ୍ଦଟି ଶୁଣିଲା ମାତ୍ରେ ଜଣଙ୍କ ମନରେ ଏକ ଅଜଣା ଭୟ ଓ ନୈରାଶ୍ୟ ଭାବନା ଉଙ୍କି ମାରିଥାଏ। ସାରା ବିଶ୍ବରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯକୃତ୍‌ କର୍କଟ, ଫୁସ୍‌ଫୁସ୍‌ କର୍କଟ, ରକ୍ତ କର୍କଟ, ମୁଖଗହ୍ବର କର୍କଟ, ଚର୍ମ କର୍କଟ ବିଷୟରେ ଆମେ ଶୁଣିଛୁ। ତେବେ ଏବେ ଏକ ନୂଆ ପ୍ରକାର କର୍କଟ ବିଷୟରେ ଜଣାପଡ଼ିଛି ତାହା ହେଉଛି ଶାଢ଼ି କ୍ୟାନ୍ସର ବା କର୍କଟ। ଭାରତୀୟ ମହିଳାଙ୍କ ପାରମ୍ପରିକ ପରିଧାନ ଶାଢ଼ି ବି କର୍କଟର କାରଣ ହୋଇପାରେ। ନିକଟରେ ଆସିଥିବା ଏକ ରିପୋର୍ଟରୁ ଏଭଳି ଏକ ଆଚମ୍ବିତ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଶାଢ଼ି ପିନ୍ଧିବାର ଭୁଲ୍ ଶୈଳୀ ଯୋଗୁଁ ଏହା କର୍କଟର କାରଣ ହୋଇପାରେ। ଏହି ଶାଢ଼ି କ୍ୟାନ୍ସର୍‌ କେବଳ ଭାରତରେ ଦେଖୀବାକୁ ମିଳେ। କାରଣ ଭାରତୀୟ ମହିଳାମାନେ ହିଁ ଶାଢ଼ି ପିନ୍ଧନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ମଣିଷ-କୁମ୍ଭୀର ସମ୍ପର୍କର ବିରଳ ଚିତ୍ର: ୧୩୦ ବର୍ଷର 'ଗଙ୍ଗାରାମ'ର ମୃତ୍ୟୁରେ କାନ୍ଦିଥିଲା ପୂରା ଗାଁ

ଡାକ୍ତରୀ ଭାଷାରେ ଏହାକୁ Squamous Cell carcinoma (SCC) କୁହାଯାଉଛି। ଭାରତୀୟ ମହିଳାମାନେ ବର୍ଷସାରା ଶାଢ଼ି ପିନ୍ଧନ୍ତି। ଶାଢିକୁ ପିନ୍ଧିବା ପାଇଁ ସାୟାର ଡୋରକୁ ବେଶ୍‌ ଜୋରରେ ବନ୍ଧାଯାଏ। ଦିଲ୍ଲୀର PSRI ହସ୍ପିଟାଲର କ୍ୟାନ୍ସର ସର୍ଜନ ଡକ୍ଟର ବିବେକ ଗୁପ୍ତାଙ୍କ ଅନୁଯାୟୀ, ଯଦି ଜଣେ ମହିଳା ଦୀର୍ଘ ସମୟ ଧରି ସମାନ ପୋଷାକ ପିନ୍ଧନ୍ତି, ତେବେ ତାହା ଅଣ୍ଟାରେ ଘଷିହେବା ଆରମ୍ଭ କରେ। ସେଠାରେ ଥିବା ଚର୍ମ କଳା ହୋଇଯାଏ। ବାରମ୍ବାର ତ୍ବଚାର ସେହି ସ୍ଥାନ ଛିଣ୍ଡିବା ଓ ରଗଡ଼େଇ ହେବା ଯୋଗୁ ଏହା କର୍କଟର କାରଣ ହୋଇପାରେ। ତେବେ ପୋଷାକ ଅପେକ୍ଷା ଶାଢ଼ି କ୍ୟାନ୍ସର ପାଇଁ ସ୍ୱଚ୍ଛତା ଅଧିକ ଦାୟୀ। କାରଣ ଯେଉଁ ସ୍ଥାନରେ ଅଧିକ ଉତ୍ତାପ ଏବଂ ଆର୍ଦ୍ରତା ଥାଏ, ସେଠାରେ ଏହି କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ। ମହିଳାଙ୍କଠାରେ ଦେଖାଯାଉଥିବା କ୍ୟାନସର୍‌ ମଧ୍ୟରେ ମାତ୍ର ଏକ ପ୍ରତିଶତ ଶାଢ଼ି କ୍ୟାନ୍ସର୍‌ ହୋଇଥାଏ। ଶାଢ଼ି କ୍ୟାନ୍ସର୍‌ ବିଷୟରେ ବମ୍ବେର ଆର୍‌ଏନ୍‌ କୁପର୍‌ ହସ୍‌ପିଟାଲ ପ୍ରଥମେ ଖୁଲ୍ଲାସା କରିଥିଲା। ଏହି ହସ୍‌ପିଟାଲର ଡାକ୍ତରମାନେ ହିଁ ଏହାକୁ ଶାଢ଼ି କ୍ୟାନସର୍‌ ନାମ ଦେଇଛନ୍ତି। କାରଣ ଏହି ହସ୍‌ପିଟାଲରୁ ହିଁ ପ୍ରଥମେ ଶାଢ଼ି କ୍ୟାନ୍ସର୍‌ ସମ୍ପର୍କରେ ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି

ହସ୍‌ପିଟାଲରେ ଚିକିତ୍ସିତ ଜଣେ ୬୮ ବର୍ଷୀୟ ମହିଳାଙ୍କ ଠାରେ ଶାଢ଼ି କ୍ୟାନ୍ସର୍‌ ଦେଖୀବାକୁ ମିଳିଥିଲା। ସେ ୧୩ ବର୍ଷ ବୟସରୁ ଶାଢ଼ି ପିନ୍ଧିବା ଆରମ୍ଭ କରିଥିଲେ। ସେହିଭଳି କାଶ୍ମୀର ଲୋକଙ୍କ ଠାରେ କାଙ୍ଗ୍ରି କର୍କଟ ଦେଖୀବାକୁ ମିଳେ। ଏହା ଏକ ପ୍ରକାର ଚର୍ମ କର୍କଟ। ସାଧାରଣତଃ କାଶ୍ମୀରରେ ଅତ୍ୟଧିକ ଥଣ୍ଡା ଯୋଗୁ ଲୋକେ ପୋଷାକ ଭିତରେ ମାଟି ପାତ୍ରରେ ଅଳ୍ପ ନିଆଁ ରଖୀ ଉଷୁମ ହୁଅନ୍ତି। ଫଳରେ ପେଟ ଏବଂ ଜଙ୍ଘ ଦ୍ୱାରା ପ୍ରାପ୍ତ ଏହି କ୍ରମାଗତ ଉତ୍ତାପ କର୍କଟ ରୋଗର କାରଣ ହୋଇପାରେ। ସେହିପରି ଟାଇଟ୍‌ ଫିଟ୍ ଜିନ୍ସ ମଧ୍ୟ କର୍କଟର କାରଣ ହୋଇପାରେ। ଟାଇଟ୍ ଜିନ୍ସ ପିନ୍ଧିବା ଯୋଗୁ ଶରୀରରେ ଅମ୍ଳଜାନ ଠିକ୍ ଭାବେ ପହଞ୍ଚି ପାରେନି। ଜିନ୍ସ ପୁରୁଷମାନଙ୍କ ତଳି ପେଟର ତାପମାତ୍ରାକୁ ବଢ଼ାଇଥାଏ, ଯାହା ଶୁକ୍ରାଣୁ ସଂଖ୍ୟାକୁ ହ୍ରାସ କରିପାରେ ଏବଂ ଏଥିଯୋଗୁ ଟେଷ୍ଟିକୁଲାର କ୍ୟାନ୍ସର ହୋଇପାରେ। ଯଦିଓ ଏହି ଅନୁସନ୍ଧାନର ଠୋସ୍ ଫଳାଫଳ ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ, ତେବେ ଏପରି କ୍ୟାନ୍ସରରୁ ଦୂରେଇବା ପାଇଁ ଟାଇଟ୍ ପୋଷାକ ପିନ୍ଧିବାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

04 Apr 2024 By The Sakala

ଶାଢ଼ି ପିନ୍ଧୁଥିଲେ ସାବଧାନ

କ୍ୟାନ୍ସର ବା କର୍କଟ ଶବ୍ଦଟି ଶୁଣିଲା ମାତ୍ରେ ଜଣଙ୍କ ମନରେ ଏକ ଅଜଣା ଭୟ ଓ ନୈରାଶ୍ୟ ଭାବନା ଉଙ୍କି ମାରିଥାଏ। ସାରା ବିଶ୍ବରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯକୃତ୍‌ କର୍କଟ, ଫୁସ୍‌ଫୁସ୍‌ କର୍କଟ, ରକ୍ତ କର୍କଟ, ମୁଖଗହ୍ବର କର୍କଟ, ଚର୍ମ କର୍କଟ ବିଷୟରେ ଆମେ ଶୁଣିଛୁ। ତେବେ ଏବେ ଏକ ନୂଆ ପ୍ରକାର କର୍କଟ ବିଷୟରେ ଜଣାପଡ଼ିଛି ତାହା ହେଉଛି ଶାଢ଼ି କ୍ୟାନ୍ସର ବା କର୍କଟ। ଭାରତୀୟ ମହିଳାଙ୍କ ପାରମ୍ପରିକ ପରିଧାନ ଶାଢ଼ି ବି କର୍କଟର କାରଣ ହୋଇପାରେ। ନିକଟରେ ଆସିଥିବା ଏକ ରିପୋର୍ଟରୁ ଏଭଳି ଏକ ଆଚମ୍ବିତ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଶାଢ଼ି ପିନ୍ଧିବାର ଭୁଲ୍ ଶୈଳୀ ଯୋଗୁଁ ଏହା କର୍କଟର କାରଣ ହୋଇପାରେ। ଏହି ଶାଢ଼ି କ୍ୟାନ୍ସର୍‌ କେବଳ ଭାରତରେ ଦେଖୀବାକୁ ମିଳେ। କାରଣ ଭାରତୀୟ ମହିଳାମାନେ ହିଁ ଶାଢ଼ି ପିନ୍ଧନ୍ତି।

ଡାକ୍ତରୀ ଭାଷାରେ ଏହାକୁ Squamous Cell carcinoma (SCC) କୁହାଯାଉଛି। ଭାରତୀୟ ମହିଳାମାନେ ବର୍ଷସାରା ଶାଢ଼ି ପିନ୍ଧନ୍ତି। ଶାଢିକୁ ପିନ୍ଧିବା ପାଇଁ ସାୟାର ଡୋରକୁ ବେଶ୍‌ ଜୋରରେ ବନ୍ଧାଯାଏ। ଦିଲ୍ଲୀର PSRI ହସ୍ପିଟାଲର କ୍ୟାନ୍ସର ସର୍ଜନ ଡକ୍ଟର ବିବେକ ଗୁପ୍ତାଙ୍କ ଅନୁଯାୟୀ, ଯଦି ଜଣେ ମହିଳା ଦୀର୍ଘ ସମୟ ଧରି ସମାନ ପୋଷାକ ପିନ୍ଧନ୍ତି, ତେବେ ତାହା ଅଣ୍ଟାରେ ଘଷିହେବା ଆରମ୍ଭ କରେ। ସେଠାରେ ଥିବା ଚର୍ମ କଳା ହୋଇଯାଏ। ବାରମ୍ବାର ତ୍ବଚାର ସେହି ସ୍ଥାନ ଛିଣ୍ଡିବା ଓ ରଗଡ଼େଇ ହେବା ଯୋଗୁ ଏହା କର୍କଟର କାରଣ ହୋଇପାରେ। ତେବେ ପୋଷାକ ଅପେକ୍ଷା ଶାଢ଼ି କ୍ୟାନ୍ସର ପାଇଁ ସ୍ୱଚ୍ଛତା ଅଧିକ ଦାୟୀ। କାରଣ ଯେଉଁ ସ୍ଥାନରେ ଅଧିକ ଉତ୍ତାପ ଏବଂ ଆର୍ଦ୍ରତା ଥାଏ, ସେଠାରେ ଏହି କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ। ମହିଳାଙ୍କଠାରେ ଦେଖାଯାଉଥିବା କ୍ୟାନସର୍‌ ମଧ୍ୟରେ ମାତ୍ର ଏକ ପ୍ରତିଶତ ଶାଢ଼ି କ୍ୟାନ୍ସର୍‌ ହୋଇଥାଏ। ଶାଢ଼ି କ୍ୟାନ୍ସର୍‌ ବିଷୟରେ ବମ୍ବେର ଆର୍‌ଏନ୍‌ କୁପର୍‌ ହସ୍‌ପିଟାଲ ପ୍ରଥମେ ଖୁଲ୍ଲାସା କରିଥିଲା। ଏହି ହସ୍‌ପିଟାଲର ଡାକ୍ତରମାନେ ହିଁ ଏହାକୁ ଶାଢ଼ି କ୍ୟାନସର୍‌ ନାମ ଦେଇଛନ୍ତି। କାରଣ ଏହି ହସ୍‌ପିଟାଲରୁ ହିଁ ପ୍ରଥମେ ଶାଢ଼ି କ୍ୟାନ୍ସର୍‌ ସମ୍ପର୍କରେ ଜଣାପଡ଼ିଥିଲା।

ହସ୍‌ପିଟାଲରେ ଚିକିତ୍ସିତ ଜଣେ ୬୮ ବର୍ଷୀୟ ମହିଳାଙ୍କ ଠାରେ ଶାଢ଼ି କ୍ୟାନ୍ସର୍‌ ଦେଖୀବାକୁ ମିଳିଥିଲା। ସେ ୧୩ ବର୍ଷ ବୟସରୁ ଶାଢ଼ି ପିନ୍ଧିବା ଆରମ୍ଭ କରିଥିଲେ। ସେହିଭଳି କାଶ୍ମୀର ଲୋକଙ୍କ ଠାରେ କାଙ୍ଗ୍ରି କର୍କଟ ଦେଖୀବାକୁ ମିଳେ। ଏହା ଏକ ପ୍ରକାର ଚର୍ମ କର୍କଟ। ସାଧାରଣତଃ କାଶ୍ମୀରରେ ଅତ୍ୟଧିକ ଥଣ୍ଡା ଯୋଗୁ ଲୋକେ ପୋଷାକ ଭିତରେ ମାଟି ପାତ୍ରରେ ଅଳ୍ପ ନିଆଁ ରଖୀ ଉଷୁମ ହୁଅନ୍ତି। ଫଳରେ ପେଟ ଏବଂ ଜଙ୍ଘ ଦ୍ୱାରା ପ୍ରାପ୍ତ ଏହି କ୍ରମାଗତ ଉତ୍ତାପ କର୍କଟ ରୋଗର କାରଣ ହୋଇପାରେ। ସେହିପରି ଟାଇଟ୍‌ ଫିଟ୍ ଜିନ୍ସ ମଧ୍ୟ କର୍କଟର କାରଣ ହୋଇପାରେ। ଟାଇଟ୍ ଜିନ୍ସ ପିନ୍ଧିବା ଯୋଗୁ ଶରୀରରେ ଅମ୍ଳଜାନ ଠିକ୍ ଭାବେ ପହଞ୍ଚି ପାରେନି। ଜିନ୍ସ ପୁରୁଷମାନଙ୍କ ତଳି ପେଟର ତାପମାତ୍ରାକୁ ବଢ଼ାଇଥାଏ, ଯାହା ଶୁକ୍ରାଣୁ ସଂଖ୍ୟାକୁ ହ୍ରାସ କରିପାରେ ଏବଂ ଏଥିଯୋଗୁ ଟେଷ୍ଟିକୁଲାର କ୍ୟାନ୍ସର ହୋଇପାରେ। ଯଦିଓ ଏହି ଅନୁସନ୍ଧାନର ଠୋସ୍ ଫଳାଫଳ ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ, ତେବେ ଏପରି କ୍ୟାନ୍ସରରୁ ଦୂରେଇବା ପାଇଁ ଟାଇଟ୍ ପୋଷାକ ପିନ୍ଧିବାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp