ଆଜି ଅନ୍ତର୍ଜାତୀୟ ‘ବ୍ୟାଘ୍ର ଦିବସ’: ଜୈବ ବିବିଧତାର ସଂରକ୍ଷଣ ଓ ଜୀବଜଗତ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ବାଘମାନଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ

The Sakala Picture
Published On

ଆଜି ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ବାଘ ପ୍ରକୃତିର ଏକ ଅମୂଲ୍ୟ ବରଦାନ। ଏହାର ବଂଶବୃଦ୍ଧି ବନାଞ୍ଚଳର ଭାରସାମ୍ୟ ରକ୍ଷାରେ ସହାୟକ ହୋଇଥାଏ। କ୍ରମାଗତ ଭାବେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଏମାନଙ୍କୁ ସୁରକ୍ଷା ଦେବା ସହିତ ବିଲୁପ୍ତ ହେବାରୁ ରୋକିବା ଦିଗରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଭାରତର ଜାତୀୟ ପ୍ରାଣୀ ବାଘର ରାଜକୀୟ ଠାଣି ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରିଛି। ବଳଶାଳୀ ଓ ଶକ୍ତିଶାଳୀର ପ୍ରତୀକ ହେଉଛି ବାଘ। ଭାରତୀୟ ପୁରାଣ, […]

ଆଜି ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ବାଘ ପ୍ରକୃତିର ଏକ ଅମୂଲ୍ୟ ବରଦାନ। ଏହାର ବଂଶବୃଦ୍ଧି ବନାଞ୍ଚଳର ଭାରସାମ୍ୟ ରକ୍ଷାରେ ସହାୟକ ହୋଇଥାଏ। କ୍ରମାଗତ ଭାବେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଏମାନଙ୍କୁ ସୁରକ୍ଷା ଦେବା ସହିତ ବିଲୁପ୍ତ ହେବାରୁ ରୋକିବା ଦିଗରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ଭାରତର ଜାତୀୟ ପ୍ରାଣୀ ବାଘର ରାଜକୀୟ ଠାଣି ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରିଛି। ବଳଶାଳୀ ଓ ଶକ୍ତିଶାଳୀର ପ୍ରତୀକ ହେଉଛି ବାଘ। ଭାରତୀୟ ପୁରାଣ, କିମ୍ବଦନ୍ତୀ, ଲୋକକଥାରେ ବାଘକୁ ନେଇ ଅନେକ କାହାଣୀ ରହିଛି। ତେବେ ଧୀରେ ଧୀରେ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି। ଜଙ୍ଗଲ ହ୍ରାସ ଓ ବାଘ ଶିକାର ଏହାର ପ୍ରମୁଖ କାରଣ। ବାଘ ସଂରକ୍ଷଣ ପ୍ରତି ସଚେନତନା ବୃଦ୍ଧି କରିବା ଓ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତି ବର୍ଷ ଜୁଲାଇ ୨୯କୁ ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଭାବେ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

୨୦୧୦ ମସିହା ଜୁଲାଇ ୨୯ ତାରିଖରେ ରୁଷିଆର ସେଣ୍ଟପିଟର୍ସବର୍ଗ ଶିଖର ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହେବା ପରେ ବିଶ୍ୱବାସୀ ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ପାଳନ କରିଆସୁଛନ୍ତି । ଏହି ସମ୍ମିଳନୀରେ ୧୩ଟି ଦେଶ ଅଂଶଗ୍ରହଣ କରିଥିଲେ। ସାରା ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି। ୧୯୭୩ରେ ଭାରତ ସରକାର ‘ପ୍ରୋଜେକ୍ଟ ଟାଇଗର୍’ ଆରମ୍ଭ କରିଥିଲେ। ଏହା ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୫୦ ବ୍ୟାଘ୍ର ଅଭୟାରଣ୍ୟ ପ୍ରକଳ୍ପ ଆରମ୍ଭ ହୋଇଛି। ୨୦୦୬ରେ ଏନଟିସିଏ ଗଠନ କରାଗଲା । ବାଘଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ କମିବା ପରେ ଏହି ସଂସ୍ଥା ଗଠନ କରାଯାଇଥିଲା । ଯାହାର ମୂଳ ଉଦ୍ଦେଶ୍ୟ ଥିଲା, ବାଘ ସଂଖ୍ୟା ହ୍ରାସ ପାଇବାରୁ ରୋକାଯିବ। ଏଥିସହ ବାଘ ବାସସ୍ଥଳୀକୁ ମଧ୍ୟ ସୁରକ୍ଷିତ ରଖିବାକୁ ଆରମ୍ଭ ହୋଇଥିଲା ଉଦ୍ୟମ ।

ଆହୁରି ପଢ଼ନ୍ତୁ: ଚିଲିକାରେ ମାଛ ବଂଶ ନେଇ ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଅନୁଭବରେ ହ୍ରାସ

ତେବେ ବଡ଼ କଥା ହେଉଛି, ଏବେ ବି ବାଘଙ୍କ ପ୍ରତି ବିପଦ କମିନାହିଁ । ଜଙ୍ଗଲଗୁଡ଼ିକରୁ ଅବାଧ ବାଘ ଶିକାର କରାଯାଉଛି। ପୂର୍ବରୁ ଜଙ୍ଗଲ ନିକଟ ଗାଁଗୁଡ଼ିକରୁ ରାତି ହେବାମାତ୍ରେ ଶୁଣାଯାଉଥିଲା ବାଘର ହେଣ୍ଟାଳ। ବାଘର ହେଣ୍ଟାଳ ଶବ୍ଦରେ ଜଙ୍ଗଲୀ ଗାଁଗୁଡ଼ିକରେ ତାଟି କବାଡ଼ ପଡ଼ିଯାଉଥିଲା। ସେ ସମୟ ଆଉ ନାହିଁ। ଏବେ କଂକ୍ରିଟ୍‌ ଆସ୍ତରଣ ମଧ୍ୟରେ ଆସ୍ତେ ଆସ୍ତେ ଜଙ୍ଗଲ ଧ୍ବଂସ ହେବାରେ ଲାଗିଛି । ଯାହାର ଫଳ ସ୍ବରୂପ ବାଘର ଆବାସସ୍ଥଳ ସଙ୍କୁଚିତ ହୋଇଛି। କମିଯାଇଛି ବାଘସଂଖ୍ୟା। ସାଧାରଣ ବାଘ ଅପେକ୍ଷା ଧଳାବାଘ ପ୍ରକୃତିର ଏକ ବୈଚିତ୍ର୍ୟ। ଧଳା ବାଘକୁ ନେଇ ବିଶ୍ୱଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ବର୍ତ୍ତମାନ ନନ୍ଦନକାନନରେ ୭ଟି ଧଳା ବାଘ ସମେତ ପ୍ରାଣୀଉଦ୍ୟାନରେ ମୋଟ ୨୭ଟି ବାଘ ଅଛନ୍ତି । ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp